ଭୁବନେଶ୍ୱର : ବାୟୁସେନାର ନିଖୋଜ ବିମାନ AN-32ରେ ଥିବା ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତିଙ୍କୁ ଉଦ୍ଧାର କରିବାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ‘ସୁନୀତ ତାଙ୍କ ନିର୍ବାଚନମଣ୍ଡଳୀର ପୁଅ। ସେ ନିଖୋଜ ହେବା ଘଟଣା ଜାଣିବା ପରେ ତାଙ୍କ ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏଣୁ ସୁନୀତଙ୍କୁ ଉଦ୍ଧାର କରିବାକୁ ଅନୁରୋଧ।’ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର […]
ଭାଗଲପୁର: ବାର୍ଦ୍ଧକ୍ୟ ଓ ତତ୍ଜନିତ ଯନ୍ତ୍ରଣା ନିଶ୍ଚିତ ଭାବେ ଅସହ୍ୟ। ଆଉ ତା’ଠାରୁ ଅସହ୍ୟ ଆପଣାର ମଣିଷଙ୍କ ଅବହେଳା। ବାର୍ଦ୍ଧକ୍ୟରେ ପୁଅ-ବୋହୂ-ଝିଅଙ୍କ ଅବହେଳା କଥା ନ କହିବା ଭଲା । ତାର ନମୁନା ଆଜିକାଲିର ଓଲ୍ଡ ଏଜ୍ ହୋମ। ହେଲେ ଆମେ ଏଠି ଏମିତି ଜଣେ ପୁଅଙ୍କ କଥା କହିବାକୁ ଯାଉଛୁ, ଯିଏ ନିଜ ମା’ଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କରିବାକୁ ନିଜର ଚାକିରି ଛାଡି ଆଗେଇ ଆସିଛନ୍ତି। କର୍ଣ୍ଣାଟକର ମୈସୁର ଗାଁର ୪୦ ବର୍ଷୀୟ କୃଷ୍ଣା। […]
ଭୁବନେଶ୍ୱର: ମାଲିକକୁ ବଞ୍ଚାଇବା ପାଇଁ ସାପ ସହ ଲଢିଲା କୁକୁର। ସାପଠାରୁ ଚୋଟ ପରେ ଚୋଟ ଖାଇ ଚାଲିଥାଏ ସିନା, ସାପକୁ ଘର ଭିତରକୁ ପଶିବାକୁ ଦେଇ ନ ଥିଲା । ଶେଷରେ ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ଡାକି ସାପକୁ ଧରିଥିଲେ। ହେଲେ ପୋଷା କୁକୁର ଗୁରୁତର ହୋଇପଡ଼ିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ବଡ଼ଗଡ଼ କେନାଲ୍ ରୋଡ୍ରେ ରହୁଥିବା ସମ୍ବିତ ଦାସଙ୍କ ଘରେ। ଗୁରୁବାର ରାତିରେ ସମ୍ବିତଙ୍କ ଘର ଭିତରକୁ ଏକ ୫ଫୁଟର ନାଗ ସାପ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ରିଷ୍ଣା ମେନନ ମାର୍ଗ ନିବାସରେ ରହିବେ। ନିକଟରେ ଅମିତ ଶାହ ଏହି ବାସଭବନକୁ ଆସି ପରିଦର୍ଶନ କରିବା ପରେ କିଛି ସ୍ଥାନରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏବେ ଶାହଙ୍କ ନିର୍ଦ୍ଦେଶକ୍ରମେ କିଛି ସ୍ଥାନରେ ପୁନଃନିର୍ମାଣ କାମ ଚାଲିଛି। ପାଖାପାଖି ମାସେ ମଧ୍ୟରେ ଶାହ ଏହି କ୍ରିଷ୍ଣା ମେନନ ୬-ଏ ବାସଭବନରେ ରହିବେ ବୋଲି […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ପଶ୍ଚିମବଙ୍ଗବାସୀ କେନ୍ଦ୍ରର ଅନେକ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ଜୁନ ୧୫ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେନି ବୋଲି ସ୍ପଷ୍ଟ କରିବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। କାରଣ ରାଜନୀତିକ ଆକ୍ରୋଶ ପାଇଁ ମୋଦିଙ୍କ ପ୍ରଥମ ସରକାରରେ ଅନେକ କେନ୍ଦ୍ରୀୟ ଯୋଜନା ପଶ୍ଚିମବଙ୍ଗ […]
ଭୁବନେଶ୍ୱର: ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକାକୁ ହରାଇ ନିଜର ଦମ୍ ଦେଖାଇଛି। କ୍ୟାପଟେନ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡର ‘ଦି ରୋଜ ବାଉଲ’ ଷ୍ଟାଡିୟମରେ ୬ ଓ୍ୱିକେଟରେ ହରାଇଛି। ଏବେ ଏହି ମ୍ୟାଚରେ ବିଜୟୀ ହେବା ବିଭିନ୍ନ ଦୃଷ୍ଟିକୋଣରୁ ଭାରତ ପାଇଁ ଶୁଭଙ୍କର ବୋଲି କ୍ରିକେଟ ପଣ୍ଡିତମାନେ ଆକଳନ କରିଛନ୍ତି। କାରଣ ୧୯୮୩, ୧୯୯୬, ୨୦୦୩, ୨୦୧୧ ଏବଂ ୨୦୧୫ ବିଶ୍ୱକପର ପ୍ରଥମ ମ୍ୟାଚର ସଂଯୋଗ ଏଥର […]
ଭୁବନେଶ୍ୱର : ୮ ମାସ ହେଲା ମିଳିନି ଦରମା, ଭାରତ ଫେରଆସିବାକୁ ପାଖରେ ଅର୍ଥ ନାହିଁ କି ପାସପୋର୍ଟ ନାହିଁ। ସେମାନେ ଅପେକ୍ଷା କରି ପଡ଼ି ରହିଛନ୍ତି ଗୋଟିଏ ନୂଆ ସକାଳକୁ ଯାହା ସେମାନଙ୍କୁ ଜନ୍ମମାଟି ଓଡ଼ିଶା କୋଳକୁ ଫେରାଇ ଆଣିବ। ରୋଜଗାର ପାଇଁ ଏଜେଣ୍ଟଙ୍କ ମାଧ୍ୟମରେ ଦୁବାଇ ଯାଇ ଦୀର୍ଘ ଏଗାର ମାସ ହେଲା ଏଭଳି ସ୍ଥିତିରେ ଫସିରହିଥିବା ଶ୍ରମିକଙ୍କ ବାବଦରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରୀ […]
ସମ୍ବଲପୁର(ସଞ୍ଜୟ ଜେନା): ଶୀତଳଷଷ୍ଠୀ ଯାତ୍ରା ପାଇଁ ଦୁଲୁକୁଛି ସମ୍ବଲପୁର ସହର। ଆଜି ହେଉଛି ଦେବ ଦମ୍ପତିଙ୍କ ବିବାହ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜା, ବାଣ, ନାଚ ଗୀତ ସହ ବରଯାତ୍ରୀ ମାନଙ୍କୁ ସାଙ୍ଗରେ ଧରି ଯିବେ କନ୍ୟା ଘରକୁ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ଏଥିପାଇଁ କନ୍ୟା ମାତା-ପିତାଙ୍କଠୁ ନେଇ ବିଭିନ୍ନ ଯାତ୍ରା କମିଟି- ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି। ଗତ ରାତିରେ ସମ୍ପନ୍ନ ହୋଇଛି ଦେବ […]
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ରାଷ୍ଟ୍ରର ଓମାନରେ ଗତକାଲି ବସ୍ ଦୁର୍ଘଟଣା ହୋଇଛି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଜଣ ହେଉଛନ୍ତି ଭାରତୀୟ ବୋଲି ଜଣାପଡ଼ିଛି। ଏବେ ବି ଆହୁରି ୮ ଜଣ ବସ୍ ଯାତ୍ରୀଙ୍କର ଜାତୀୟତା ଚିହ୍ନଟ ହୋଇ ନଥିବାରୁ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଦୁବାଇ ପୁଲିସ କହିଛି। ୟୁଏଇରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବସ୍ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରିଛି। ମୃତକଙ୍କ କିଛି ପରିବାରକୁ […]
ବାଲେଶ୍ୱର: ବାଲେଶ୍ୱର କୁଳଡିହା ଅଭୟାରଣ୍ୟ ତେଣ୍ଡା ନିକଟରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ କୁଳଡିହା ଫରେଷ୍ଟର କିଶୋର ଚନ୍ଦ୍ର ଭୁୟାଁ ଓ ଗାର୍ଡ ଲାଲମୋହନ ସିଂଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ଏପରି ନିଲମ୍ବନ କରାଯାଇଛି। ସେହିପରି ଏସିଏଫ୍ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ବାଲେଶ୍ୱର ଡିଏଫ୍ଓ ବିଶ୍ୱରାଜ ପଣ୍ଡା ସୂଚନା ଦେଇଛନ୍ତି, ଗତ ୫ ତାରିଖର ବାଲେଶ୍ୱର କୁଳଡିହା ଅଭୟାରଣ୍ୟ ତେଣ୍ଡା ନିକଟରୁ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରାଯାଇଥିଲା। ଦୁର୍ବୃତ୍ତମାନେ […]
ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ କରାଯାଇଛି। ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ବାରିପଦା ଏବଂ ଭଦ୍ରକ ଭିଜିଲାନ୍ସ ଅଧିକାରୀଙ୍କ ସହାୟତାରେ ଏହି ଚଢ଼ଉ କରାଯାଇଥିଲା । ବେତନଟୀରେ ଥିବା ତାଙ୍କର ଦୁଇ ମହଲା ଘର, ବାରିହାପାଳ ସ୍ଥିତ ତିନି ମହଲା କୋଠା, ସିମଳାମୁଣ୍ଡୁଳିରେ ଥିବା ପୈତୃକ ଘର ଏବଂ ଅଫିସ୍ରେ ଏକ ସଙ୍ଗେ ଏହି […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରି ଥାନା କାତିଆ ଗାଁରେ ଜଣେ ଯୁବକ ଟାଙ୍ଗିଆରେ ହାଣି ୨ ଭାଇଙ୍କୁ ହତ୍ୟା କରିଛନ୍ତି। ଗାଁ ଲୋକେ ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଯୁବକଙ୍କ ନାମ ଉଦ୍ଧବ ନାଏକ। ଆଜି ସକାଳେ ଗାଁର ଉଦ୍ଧବ ଜଙ୍ଗଲକୁ କାଠ ହାଣିବାକୁ ଯାଇଥିଲେ। ପୂର୍ବାହ୍ନ ୧୧ଟାରେ ଫେରିବା ବେଳେ ରାସ୍ତାରେ ସେହି ଗାଁର ସମ୍ଭାର ନାଏକଙ୍କୁ ଭେଟିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ […]
ତେଲେଙ୍ଗାନା: ତେଲେଙ୍ଗାନାରେ କଂଗ୍ରେସକୁ ଶକ୍ତ ଝଟ୍କା। ଦଳର ୧୨ ବିଧାୟକ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଟିଆରଏସରେ ମିଶିବା ନେଇ କରିଛନ୍ତି ଆବେଦନ। ଆଜି କଂଗ୍ରେସ ବିଧାୟକ ରୋହିତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୧୨ ଜଣ ବିଧାୟକ ତେଲେଙ୍ଗାନା ବାଚସ୍ପତି ଶ୍ରୀନିବାସ ରେଡ୍ଡୀଙ୍କୁ ଭେଟିଛନ୍ତି । ସୂଚନାଥାଉ କି, ଚଳିତ ନିର୍ବାଚନରେ ତେଲେଙ୍ଗାନର ୧୧୯ ସିଟ୍ରୁ ଟିଆରଏସ୍ ୮୮ ଟି ଆସନ ପାଇ କ୍ଷମତାକୁ ଆସିଥିଲା। ତେଲେଙ୍ଗାନା ବିଧାନସଭାରେ ଏବେ କଂଗ୍ରେସର କେବଳ ୧୮ ବିଧାୟକ ରହିଛନ୍ତି । […]
ଇସ୍ଲାମାବାଦ: ସମଗ୍ର ବିଶ୍ୱ ବୁଧବାର ଆନନ୍ଦ ଓ ଉଲ୍ଲାସରେ ଇଦ୍-ଉଲ୍-ଫିତର ପାଳନ କରୁଥିବା ବେଳେ ପାକିସ୍ତାନରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ପାକିସ୍ତାନର ମୁଲତାନରେ ଗୋଷ୍ଠୀ ସଘର୍ଷ ପରେ ସଂଘଟିତ ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କ ଉପରେ ଗୁଳିମାଡ଼ କରିବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି। ମୁଲତାନରେ ଥିବା ଏକ ମସଜିଦ୍ରେ ଇଦ୍ ଉପଲକ୍ଷେ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହା ଶେଷ ହେବା ପରେ ମସଜିଦ୍ […]
ସମ୍ବଲପୁର: ସମ୍ବଲପୁରର ଜଣେ ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କନଷ୍ଟେବଲ । ଗିରପ କନଷ୍ଟେବଲଙ୍କ ନାଁ ଲୋକନାଥ ବେହେରା। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଚାଉଳ ବ୍ୟବସାୟୀ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ କନଷ୍ଟେବଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୋକନାଥ ସମ୍ବଲପୁର ରିଜର୍ଭ ପୋଲିସରେ କନଷ୍ଟେବଲ ଭାବେ ଚାକିରି କରୁଥିଲେ। ଗତ ଶନିବାର […]
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ। ମୌସୁମୀ କେରଳ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି। ମୌସୁମୀର ଏଭଳି ସ୍ଥିତି ରହିଲେ ସାରା ଦେଶରେ ବର୍ଷା ବିଳମ୍ୱରେ ହେବ ବୋଲି ଜଣାପଡ଼ିଛି। ସାଧାରଣ ଭାବରେ ୧୫ ଜୁନ ବେଳକୁ ମୁମ୍ୱାଇରେ ମୌସୁମୀ ଛୁଇଁସାରିଥାଏ। କିନ୍ତୁ ଚଳିତଥର ଆହୁରି ସପ୍ତାହେ ବିଳମ୍ୱ ହେବ ବୋଲି ଅନୁମାନ କରାଯାଉଛି । […]
ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଲାଣି ସମ୍ବଲପୁର ସହର। ଦେବ ଦେବ ମହାଦେବଙ୍କ ବିବାହ ପାଇଁ ଗତ ରାତିରେ ସମ୍ପନ୍ନ ହୋଇଛି ନିର୍ବନ୍ଧ କାର୍ଯ୍ୟ ବା ପତରପେଣ୍ଡି। ବରପିତାମାନେ ସହରର ଝାଡୁଆପଡା, ମୋଦିପଡା , ବଡବଜାର , ବାଲିବନ୍ଧ , ବୁଢାରଜା ଓ ଠାକୁରପଡା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରିଥିଲେ। ଶେଷରେ କନ୍ୟା ମାତା-ପିତାଙ୍କ ଘରେ ପହଞ୍ଚିଥିଲା ଶୋଭାଯାତ୍ରା। ପରମ୍ପରା ଅନୁସାରେ, ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ […]
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହୋଇଛି ଏଫଆଇଏଚ୍ ପୁରୁଷ ହକି ସିରିଜ ଫାଇନାଲ। ଆୟୋଜକ ଭାରତ ସମେତ ୮ଟି ଦେଶ ଏହି ସିରିଜ୍ଅରେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୩ଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୫ଟାରେ ସାଉଥ ଆଫ୍ରିକା ଓ ୟୁଏସ୍ଏ ମଧ୍ୟରେ ହେବ। ଦ୍ୱିତୀୟ ମ୍ୟାଚ୍ ପୋଲାଣ୍ଡ ଏବଂ ଉଜବେକିସ୍ତାନ ମଧ୍ୟରେ ଖେଳାଯିବ । ଶେଷ ମ୍ୟାଚ ସନ୍ଧ୍ୟା ୭ଟା ବେଳେ ହେବ। ଏହି ମ୍ୟାଚ୍ରେ ଆୟୋଜକ ଭାରତ […]
ଭୁବନେଶ୍ୱର: କ୍ରିକେଟ ମ୍ୟାଚ ଦେଖିବା ଲାଗି ଜିଓ ହୋଇଛି ଦର୍ଶକଙ୍କ ସବୁଠାରୁ ପ୍ରିୟ ନେଟ୍ୱର୍କ। ଏବେ ଜିଓ ବ୍ୟବହାରକରୀମାନେ ସବୁ ମ୍ୟାଚ୍ର ମାଗଣା ସିଧା ପ୍ରସାରଣ (ଲାଇଭ୍) ଦେଖି ପାରିବେ। ଜିଓ ବ୍ୟବହାରକାରୀମାନେ ଏଥିରେ ୩୬୫ ଟଙ୍କା ବଞ୍ଚାଇ ପାରିବେ। କ୍ରିକେଟ ମ୍ୟାଚ ଲାଇଭ୍ ଦେଖିବାରେ ଜିଓ ସବୁଠାରୁ ଗ୍ରହଣୀୟ ସେବା ଭାବେ ପରିଗଣିତ ହୋଇ ଆସୁଛି। ବିଗତ ଆଇପିଏଲ ଆଉ ବିବିସିଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ ସିରିଜ୍ରେ ଏହା ପ୍ରମାଣିତ ହୋଇଛି। ୩୦ କୋଟିରୁ ଅଧିକ […]
ଗୁଗଲ ନିଜର ସର୍ଚ୍ଚ ଡୁଡଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଅର୍ଥାତ୍ ଜୁନ୍ ୫ର ଗୁଗଲ୍ ତାର ଡୁଡୁଲରେ ରଖିଛି ଜଣେ ମହିୟସୀ ମହିଳାଙ୍କୁ। ଏହି ମହିୟସୀ ଜଣକ ହେଲେ ଇଟଲି ଭେନିସ୍ ସହରର ଜଣେ ବିଦୂଷୀ ଏଲେନା କୋର୍ନାରୋ ପିସ୍କୋପିଆ। ଏଲେନା କୋର୍ନାରୋ ପିସ୍କୋପିଆ ହେଉଛନ୍ତି ବିଶ୍ୱର ପ୍ରଥମ ପି.ଏଚ୍.ଡି ଧାରୀ ମହିଳା। ୧୬୭୮ରେ ତାଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଥିଲା। ଆଜି […]
ଆମଷ୍ଟାରଡାମ: ଶୈଶବରେ ଧୂଳି ଘର ଖେଳିବା ସମୟରେ ହିଁ ବାରମ୍ୱାର ବଳାତ୍କାରର ଯନ୍ତ୍ରଣା ସହିବାକୁ ପଡିଥିଲା। ଆଉ ଏହା ଅସହ୍ୟ ହେବାରୁ ଶେଷରେ ନାବାଳିକାଜଣକ ବାଛି ନେଲେ ମୃତ୍ୟୁର ପଥ। ନାବାଳିକାଜଣକ ଏତେମାତ୍ରାରେ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଯେ, ନିଜକୁ ଶେଷ କରିବାକୁ ସେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ। ଆଉ ଏଥିଲାଗି ଅନୁମତି ମିଳିବା ପରେ ହିଁ ସେ ଗତ ରବିବାର ନିଜ ଘରେ କ୍ଲିନିକାଲ ଡେଥ୍ ଯୋଗେ ପ୍ରାଣ ହରାଇଛନ୍ତି। ଏପରି ହୃଦୟ […]
ନୂଆଦିଲ୍ଲୀ: ବଲିଉଡ୍ର ଭେଟରାନ୍ ଅଭିନେତା ପଦ୍ମଶ୍ରୀ ଦିନାୟର୍ କଣ୍ଟ୍ରାକ୍ଟର ଆଉ ନାହାନ୍ତି। ଆଜି ସକାଳେ ମୁମ୍ବାଇ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ବୟସ ହୋଇଥିଲା। ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ବଲିଉଡ, ଥିଏଟର୍ ଏବଂ ଟେଲିଭିଜନରେ ଜଣେ ପରିଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଦିନାୟର୍ । ବାଜିଗର୍, ୩୬ ଚାଇନା ଟାଉନ୍, ଖିଲାଡ଼ି, ବାଦଶାହା ଭଳି ଏକାଧିକ ଫିଲ୍ମରେ […]
ଭୁବନେଶ୍ୱର: ଆଜି ‘ବିଶ୍ୱ ପରିବେଶ ଦିବସ’। ଜାତିସଂଘର ଅନୁମୋଦନ କ୍ରମେ ୧୯୭୪ ମସିହାରୁ ପ୍ରତି ବର୍ଷ ଜୁନ୍ ୫ ତାରିଖ ଅର୍ଥାତ ଆଜିର ଦିନକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି ଦିବସକୁ ୧୪୩ଟି ରାଷ୍ଟ୍ରରେ ପାଳନ କରାଯାଉଛି। ଦିନକୁ ଦିନ ବିଗିଡ଼ି ଯାଉଛି ପରିବେଶ। ପ୍ରଦୂଷଣରେ ଅଣନିଃଶ୍ୱାସ ହୋଇପଡୁଛି ଜୀବଜଗତ। ସେତିକି ନୁହେଁ, ପ୍ରଦୂଷିତ ପରିବେଶ ଋତୁଚକ୍ର ଉପରେ […]
ରାଉରକେଲା: ରାଉରକେଲାର ବାଗଡ଼େଗା ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ରୁ ଲୁଟ ଉଦ୍ୟମ କରିବାକୁ ଯାଇ ଜଣେ ଲୁଟେରାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଟ୍ରକଟି ଲୁହା ବୋଝେଇ କରି ଯାଉଥିବା ବେଳେ ବାଗଡେଗା ଘାଟିରେ କିଛି ବ୍ୟକ୍ତି ଏହାକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଜଣେ ଦୁର୍ବୃତ୍ତ ଗାଡ଼ି ଅଟକାଇଥିବାବେଳେ ୬ ଜଣ ଲୁଟେରା ଲୁଟ୍ ଉଦ୍ୟମ କରୁଥିଲେ। ହଠାତ୍ ଏହି ସମୟରେ ଡ୍ରାଇଭର ଟ୍ରକକୁ ଆଗକୁ ନେଇଯାଇଥିଲା । ଫଳରେ […]
ନୂଆଦିଲ୍ଲୀ: ସୋମବାରଠାରୁ ମଝି ଆକାଶରେ ନିଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍-୩୨ ବିମାନର ପତ୍ତା ଏଯାଏ ମିଳିପାରି ନାହିଁ। ଇତି ମଧ୍ୟରେ ତିନି ଦିନ ବିତି ଯାଇଥିଲେ ହେଁ ବିମାନ ଏବଂ ଏହା ମଧ୍ୟରେ ଥିବା ୧୩ ଜଣ ଲୋକ କେଉଁଠି ଏବଂ କେମିତି ଅଛନ୍ତି, ସେକଥା କେହି ଜାଣିପାରୁନାହାନ୍ତି। ବିମାନର ସନ୍ଧାନରେ ଇସ୍ରୋ ସାଟେଲାଇଟ୍, ଗୁଇନ୍ଦା ଜେଟ୍, ଯୁଦ୍ଧ ବିମାନ, ହେଲିକପ୍ଟର ଓ ସ୍ଥଳ ଭାଗରେ ସେନା ବାହିନୀ ଲାଗିଥିଲେ ହେଁ କେହି ସଫଳତା ପାଇ ନାହାନ୍ତି। […]