• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Prasanna Acharya
ପ୍ରସନ୍ନ ହୋଇପାରନ୍ତି ରାଜ୍ୟସଭା ଉପାଧ୍ୟକ୍ଷ!

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ଦୌଡ଼ରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଉପାଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚାରେ ରହିଛି ପ୍ରସନ୍ନଙ୍କ ନାଁ। ଚଳିତ ମାସରେ ବର୍ତ୍ତମାନର ଉପାଧ୍ୟକ୍ଷ ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସରୁଛି। ଫଳରେ ଆସନ୍ତା ମୌସୁମୀ ଅଧିବେଶନରେ ନୂଆ ଉପାଧ୍ୟକ୍ଷ ନିର୍ବାଚନ ହେବ। ସେପଟେ ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ଶେଖର ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଏହି ଘଟଣାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ଦୃଷ୍ଟିକୁ […]

cbse re evaluation
CBSEରେ ପୁଣି ପୁନଃମୂଲ୍ୟାୟନ ବ୍ୟବସ୍ଥା ପ୍ରଚଳନ

ନୂଆଦିଲ୍ଲୀ: ଆଜିଠୁ ଜୁନ୍‌ ୫ ତାରିଖ ଯାଏ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ।  ମିଳିଥିବା ମାର୍କକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନୁହନ୍ତି, ସେମାନେ ଏହି ଆବେଦନ କରିପାରିବେ। ଗତ ବର୍ଷ ପୁନଃ ମୂଲ୍ୟାୟନକୁ ସିବିଏସ୍ଇ ବନ୍ଦ କରିଥିଲେ ମଧ୍ୟ ଏ ବର୍ଷ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରାଯାଇଛି। ପୁନଃମୂଲ୍ୟାୟନ ତିନି ପ୍ରକ୍ରିୟାରେ ହେବ। ରିଚେକିଂ ଅର୍ଥାତ ଉତ୍ତର ଖାତାର ସବୁ ମାର୍କକୁ ଆଉ ଥରେ […]

patent
ରାସ୍ତା ଖରାପ ଯୋଗୁ ଆସିପାରିଲାନି ଗାଡ଼ି ; ଖଟିଆରେ ୨ କି.ମି. ବୁହା ହେଲେ ରୋଗୀ

ନୂଆପଡ଼ା( ମାୟାଧର ସରାଫ୍‌) : ରାସ୍ତା ଖରାପ ଯୋଗୁ ଆସିପାରିଲାନି ଗାଡ଼ି। ଖଟିଆରେ ବୁହାହେଲେ ରୋଗୀ। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍‌ ବାଗପଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଗମନାଗମନ ପାଇଁ ଗାଁକୁ ଅଛି ଗୋଟିଏ ମାତ୍ର ମାଟି ରାସ୍ତା। ତେବେ ପ୍ରବଳ ବର୍ଷା ଯୋଗୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା। ତେଣୁ ଅସୁସ୍ଥ ହୋଇପଡିଥିବା ଗାଁର ଧନେଶ୍ୱର ମାଝି ନାମକ ଜଣେ ରୋଗୀଙ୍କୁ ଖଟିଆରେ ବୋହିନେଇଥିଲେ ଲୋକେ। କାଦୁଅ ପଚ ପଚ ରାସ୍ତାରେ […]

online admission
ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଛାତ୍ରଛାତ୍ରୀମାନେ ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ରାଜ୍ୟରେ ଥିବା ସମସ୍ତ ଜୁନିଅର କଲେଜ ଓ HIGHER SECONDARY SCHOOLରେ  ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ www.samsodisha.gov.in ଜରିଆରେ ଆବେଦନ  କରିବେ। ଆବେଦନର ଶେଷ ସମୟ ସୀମା ହେଲା ଜୁନ୍ ୧୭ ତାରିଖ […]

DAMAGED SCHOOL ROOM
ଏବେବି ସଜଡ଼ା ହୋଇନି ଭାଙ୍ଗିଯାଇଥିବା ଶ୍ରେଣୀଗୃହ

ବାଙ୍କୀ( ସଞ୍ଜିପ୍‌ କୁମାର ନାୟକ) :  ଉଜୁଡ଼ା ରୂପ, ଅସଜଡ଼ା ଭିତ୍ତିଭୂମି। ପ୍ରଳଙ୍କକାରୀ ବାତ୍ୟା ଫୋନିକୁ ୨ ମାସ ବିତିଯାଇଥିଲେବି ଅଣ୍ଟା ସଳଖି ଛିଡା ହୋଇପାରୁନି କଟକ ଜିଲ୍ଲା ବାଙ୍କୀ-ଡମପଡ଼ା ଢୋଲକାଠ ପ୍ରାଥମିକ ବିଦ୍ୟାଳୟ। ବାତ୍ୟା ଫୋନିର ପବନ ମାଡ଼ରେ ଏଣେତେଣେ ପଡିରହିଛି ଶ୍ରେଣୀଘରର ଆଜବେଷ୍ଟସ ସହ ଇଟାପଥର। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଗାଁ ମଝିରେ ଥିବା କୋଠଘର ବାରଣ୍ଡା ପାଲଟିଛି ଅସ୍ଥାୟୀ ସ୍କୁଲର ଠିକଣା। ସେପଟେ ଚକାପଦା ପ୍ରାଥମିକ ବିଦ୍ୟାଳୟର ବି ସମାନ ଅବସ୍ଥା। ବାତ୍ୟା […]

smart city bbsr
ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ।  ଯେଉଁଥିରେ ଭୁବନେଶ୍ୱରରେ ଅଧିକ ସାଇକେଲ, ଇ- ରିକ୍ସା ଓ ଇଲେକ୍ଟ୍ରିକ୍‌ ବସ୍‌ ଚଳାଚଳ ପାଇଁ ଯୋଜନା କରାଯାଉଛି।  ଏହା ସହିତ ପୂରା ସହର ପାଇଁ ୟୁନିଫାଏଡ ମେଟ୍ରୋପଲିଟାଣ୍ଟ୍‌ ଟ୍ରାନ୍ସପୋର୍ଟ ଅଥରିଟି ଗଠନ ହେବ। ଏହିସବୁ ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇଦେବ ଜର୍ମାନ ସରକାରଙ୍କ GIZ ସଂସ୍ଥା।  ଏଥିପାଇଁ ଭୁବନେଶ୍ୱରରେ ରହିବେ ସଂସ୍ଥାର ବିଶେଷଜ୍ଞ ଟିମ୍‌।  ଏନେଇ ଗୃହ ଓ […]

india team
ବିଶ୍ୱକପ୍ କ୍ରିକେଟ୍‌ ; ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର

ନୂଆଦିଲ୍ଲୀ   : ବିଶ୍ୱକପ୍ କ୍ରିକେଟ୍‌ରେ ଆଜି ଶେଷ ଲିଗ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ହେଡିଲେର ଲିଡ୍ସ ଗ୍ରାଉଣ୍ଡରେ ଶ୍ରୀଲଙ୍କାକୁ ଭେଟିବ ଭାରତୀୟ ଦଳ। ବିରାଟ ବ୍ରିଗେଡ୍ ଏଯାଏଁ ୮ଟି ମ୍ୟାଚ୍ ଖେଳି ୬ ବିଜୟ ସହ ୧୩ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେପଟେ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ମ୍ୟାଟ୍‌ରେ ୧୪ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଯଦି ଆଜିର ମ୍ୟାଟ୍‌ରେ ଭାରତ ବିଜୟୀ ହୁଏ ଏବଂ ଅଷ୍ଟ୍ରେଲିଆ ନିଜ ଶେଷ […]

journalist
କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: କର୍ମଜୀବୀ ସାମ୍ୱାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା। ୨୦୧୮ ଜୁନ୍‌ ପହିଲା ଅର୍ଥାତ୍‌ ଆଜି ଠୁ ଏହାକୁ ଲାଗୁ କରାଯାଇଛି। “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା”ରେ ସାମ୍ୱାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୨୩୩ ଜଣ କର୍ମଜୀବୀ ସାମ୍ୱାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍ମଜୀବୀ ସାମ୍ୱାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨ ଲକ୍ଷ […]

binika
ଲଗାଣ ବର୍ଷାରେ ପୋଲ ଉପରେ ଆଣ୍ଠୁଏ ଲେଖାଏଁ ପାଣି , ଯାତାୟାତ ବନ୍ଦ

ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ଆରଡି ରାସ୍ତାର ପୋଲ ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ଉଲ୍ଲେଖନୀୟ ଯେ ,ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ପୋଲ ଉପରେ ପାଣି ଜମି ରହୁଛି। ଏହି ରାସ୍ତା ଦେଇ ଶହ ଶହ ଲୋକ ଯିବା ଆସିବା କରୁଥିବାବେଳେ ଅନେକ ଦାବି ସତ୍ତ୍ୱେ ପୋଲଟିଏ ହୋଇପାରୁନି। ଫଳରେ ପ୍ରତିବର୍ଷ […]

mbbs
MBBS ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠୁ ନାମଲେଖା

ଭୁବନେଶ୍ୱର :  ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠୁ ନାମଲେଖା ଆରମ୍ଭ ହେବ। ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୋଟାରେ ଥିବା ୧୨ ଶହ ୧୯ ସିଟ୍‌ରୁ ୧୧ ଶହ ୬୪ ଜଣଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି। ଓଜେଇଇ ପକ୍ଷରୁ ଏହି ସିଟ୍ ଆଲଟମେଣ୍ଟ କରାଯାଇଛି। ଆଜି ପ୍ରଥମ ଦିନରେ କଟକ ଏସ୍‌ସିବି ମେଡିକାଲ କଲେଜ ପାଇଁ ପ୍ରୋଭିଜିନାଲ ଆଡମିସନ୍ ଭୁବନେଶ୍ୱର ଓଜେଇଇଙ୍କ କାର୍ଯ୍ୟାଳୟରେ କରାଯିବ।

nayagarh
ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍‌; ୧୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଲୁଣିସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଟିକାବାଲି ଯାଉଥିବା ଏକ ଘରୋଇ ବସ୍ ଏକ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ବସ୍‌ର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, […]

bjp--1
ଆଜିଠୁ ବିଜେପିର ମେଗା ସଦସ୍ୟତା ଅଭିଯାନ

ନୂଆଦିଲ୍ଲୀ/ ଭୁବନେଶ୍ୱର  : ଭାରତୀୟ ଜନତା ପାର୍ଟି-BJP ପକ୍ଷରୁ ଆଜିଠୁ ପୁଣି ଆରମ୍ଭ ହେଉଛି ମେଗା ସଦସ୍ୟତା ଅଭିଯାନ। ଦେଶର ସବୁଠୁ ବଡ଼ ରାଜନୈତିକ ଦଳ ବିଜେପି ଏଥର ନିଜ ସଦସ୍ୟଙ୍କ ସଂଖ୍ୟାଙ୍କୁ ୧୧ କୋଟିରୁ ୨୦ କୋଟିକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଆଜି ଅଭିଯାନ ଆରମ୍ଭ କରିବେ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଜଣାଇଛନ୍ତି। ଏହାଛଡ଼ା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା […]

sonam kapoor
ଫିଲ୍ମି ଫ୍ରାଇଡେରେ ଭାଇ-ଭଉଣୀ ଲଢ଼େଇ

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ମୁକ୍ତିଲାଭ କରୁଥିବା ୨ଟି ବଲିଉଡ଼ ଫିଲ୍ମକୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ। କାହିଁକି ନା ଏଥରର ଫିଲ୍ମି ଫ୍ରାଇଡେ ଭାଇ ଭଉଣୀଙ୍କ ମଧ୍ୟରେ ଟକ୍କର କହିଲେ କିଛି ଭୁଲ୍ ହେବ ନାହିଁ। ଅନୀଲ କପୁରଙ୍କ ଝିଅ ସୋନମ କପୁର ଏବଂ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ମଧ୍ୟରେ ହେବ ଫିଲ୍ମି ଫାଇଟ୍। ୨ଟି ବଲିଉଡ଼ ଫିଲ୍ମ ‘ବୀର୍ ଦି ୱେଡିଂ’ ଓ ‘ଭବେଶ ଯୋଶୀ ଦ ସୁପର ହିରୋ’ ଆଜି ମୁକ୍ତିଲାଭ କରୁଛି। ଗୋଟିଏ […]