• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

fireing in puri
ଶ୍ରୀକ୍ଷେତ୍ରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ପୁରୀ : ଆଉ କିଛି ଦିନ ପରେ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଘନଘନ ଶ୍ରୀକ୍ଷେତ୍ର ଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଏସବୁ ସତ୍ତ୍ୱେ ଆଜି ସନ୍ଧ୍ୟା ବେଳେ ଶ୍ରୀକ୍ଷେତ୍ରରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସ୍ୱର୍ଗଦ୍ୱାର ନିକଟ ଗଉଡ଼ବାଡ଼ ସାହି ମାଛ ବଜାରରେ ସୁକାନ୍ତ ସାହୁ ନାମକ ଜଣେ ଯୁବକଙ୍କ ଉପରେ […]

ଓଲହୱପହୂଗ
କିଏ ତାଙ୍କୁ କହେ ଅନ୍ତର୍ଯ୍ୟାମୀ, କାହା ବିଶ୍ୱାସରେ ସେ ପ୍ରାଣର ଦେବତା...

କିଏ ତାଙ୍କୁ କହେ ଅନ୍ତର୍ଯ୍ୟାମୀ। ପୁଣି କାହା ବିଶ୍ୱାସରେ ସେ ପ୍ରାଣର ଦେବତା। ଅନେକଙ୍କ ଶୟନ, ସପନ ଓ ଜାଗରଣରେ ବି ସେ ଚିର ବିରାଜିତ। ତାଙ୍କୁ ନେଇ ପ୍ରତିଟି ଓଡ଼ିଆଙ୍କର ରହିଛି ଅନେକ ଅଭୂଲା ଅନୁଭବ। ଆମେ କହୁଛୁ, କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ କଥା। ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ –ଅନୁଭୂତିରେ ଜଗନ୍ନାଥ। ଆମ ସହ ନିଜର […]

fire
ଡମ୍ଫର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ

ଜଳେଶ୍ୱର(ଅଜିତ୍ ଦାଶ): ଭୋଗରାଇ ବ୍ଲକ କମର୍ଦ୍ଦା ଦାହୁଣଦାରେ ଏକ ଡମ୍ପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ କେନ୍ଦ୍ରକରି  ତୁମୁଳକାଣ୍ଡ ଘଟିଛି। ମୃତକ ଜଣକ ହେଲେ ଶଶିକାନ୍ତ ଦାଶ। ଉତ୍ତ୍ୟକ୍ତ ଲୋକେ ୫ଟି ଡମ୍ଫର, ୨ଟି ଜେସିବି, ଗୋଟିଏ ଟ୍ରାକ୍ଟର ଜାଳିଦେଇଛନ୍ତି। କେବଳ ସେତିକି ନୁହେଁ ଗୋଟିଏ କାର୍ ଓ ଜଣଙ୍କ ଘର ପୋଡ଼ି ଦେଇଥିବା ଖବର ଆସିଛି। ନିଆଁ ଲିଭା କାର୍ଯ୍ୟରେ ଜଳେଶ୍ୱର ଓ ଭୋଗରାଇ ଦମକଳବାହିନୀ ମୁତୟନ ଅଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳରେ […]

sameer
ସରକାରଙ୍କ ଚିନ୍ତା ବଢାଉଛି ସ୍କୁଲ ଡ୍ରପ୍ ଆଉଟ୍ ହାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା। ଗତ କିଛି ବର୍ଷ ଧରି ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ି ଚାଲିଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୧-୧୨ମସିହା ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ହାର ଦଶମିକ ୪୩ରୁ ୫ ଦଶମିକ ୮୧ରେ ପହଞ୍ଚିଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଏହି […]

yuvraj
କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ଚାକିରି ଖୋଜୁଛନ୍ତି ଯୁବରାଜ!

ନୂଆଦିଲ୍ଲୀ : ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ଭାରତର ବିଜୟର ହିରୋ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ଏବେ ଚାକିରି ଖୋଜୁଛନ୍ତି। ଯୁବରାଜ ସିଂହ ଏଥିପାଇଁ ନିଜର ସିଭି ଧରି ଇଣ୍ଟରଭ୍ୟୁ ଦେଉଛନ୍ତି। ତେବେ ଏହା ବାସ୍ତବରେ ନୁହେଁ, ବରଂ ଏକ କାର୍ଯ୍ୟକ୍ରମରେ ଯୁବରାଜ ଏଭଳି ଅଭିନୟ କରିଛନ୍ତି। ଯୁବରାଜ ‘ହଟଷ୍ଟାର’ରେ ପ୍ରସାରଣ ହେଉଥିବା ୱେବ୍‌ ସିରିଜ୍‌ ‘ଦି ଅଫିସ ଇଣ୍ଡିଆ’ରେ ଅଭିନୟ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଚଢାଜୀଙ୍କ […]

mines
୨ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି

କେନ୍ଦୁଝର : ବେଆଇନ୍‌ ଖଣି ଖନନ ନେଇ ୨ ଜଣ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ। ସେହି ଦୁଇ ଖଣି ମାଲିକ ହେଲେ ଏମ୍‌.ଆର୍‌ ଦାଶ ଓ ଅର୍ଜୁନ ଲୋଧା। ମାସେ ଭିତରେ ଉଭୟଙ୍କ ସଂପତ୍ତି ଜବତ କରିବା ପାଇଁ ପୁଲିସ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ନିକଟରେ ହାଜର ହେବାକୁ ୭ ଜଣ ଖଣି ମାଲିକଙ୍କୁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ବିଡି ପଟ୍ଟନାୟକ […]

college
ସାବାଡ଼ ହେବେ ଡ୍ୟୁଟି ଖିଲାପକାରୀ ଅଧ୍ୟାପକ ; ଏଣିକି ୭ ଘଣ୍ଟା ହେବ ଅଧ୍ୟାପକଙ୍କ ଓ୍ୱାର୍କିଂ ଆଓ୍ୱାର

ଭୁବନେଶ୍ୱର : ଆକ୍ସନମୁଡ୍‌ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଆଉ ୫ ଘଣ୍ଟା ନୁହେଁ, ସରକାରୀ କଲେଜରେ ଅଧ୍ୟାପକଙ୍କ ପାଇଁ ଏଣିକି ଓ୍ୱାର୍କିଂ ଆଓ୍ୱାର ରହିବ ୭ ଘଣ୍ଟା। ଅଧ୍ୟାପକଙ୍କ ଉପସ୍ଥାନ ବି ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ।  ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁଣାତ୍ମକ ଶିକ୍ଷା ଓ ଡ୍ୟୁଟିର ଖିଲାପ କରୁଥିବା ଅଧ୍ୟାପକଙ୍କୁ ସାବାଡ଼ କରିବା ଲାଗି ଏଭଳି […]

car loot
ବନ୍ଧୁକ ମୁନରେ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟିଲେ କାର୍‌

ଭୁବନେଶ୍ୱର : କମିଶନରେଟ୍‌ ପୁଲିସକୁ ଲୁଟେରା କରିଛନ୍ତି ଖୋଲା ଚ୍ୟାଲେଞ୍ଜ। ନିର୍ଭୟରେ ରାଜଧାନୀ ଭୁବନେଶ୍ୱରରୁ ଖୁଲମଖୁଲା କାର୍‌ ଲୁଟୁଛନ୍ତି। ରାସ୍ତାରେ ନୁହେଁ, ସିଧା ନିଜ ଘର ପାଖରେ ବନ୍ଧୁକ ମୁନରେ ପୋଖରୀପୁଟ ଅନନ୍ତବିହାର ଫେଜ-୨ରେ ଡ୍ରାଇଭର ମକରଧ୍ୱଜ ନାୟକଙ୍କୁ ଲହୁ ଲୁହାଣ କରି କାର ଲୁଟ କରିଛନ୍ତି ଲୁଟେରା। ଯାହା ସିସିଟିଭିରେ କଏଦ ହୋଇଛି। ଗତକାଲି ରାତିରେ ଡ୍ରାଇଭର ମକରଧ୍ୱଜ କାର ରଖି ଘର ଭିତରକୁ ଯାଉଥିଲେ। ଠିକ୍‌ ଏତିକି ବେଳେ ବାଇକରେ ଲୁଟେରାମାନେ ଆସି ତାଙ୍କୁ […]

airport
ମୁଁ ନିଶା କାରବାର କରିବାକୁ ଚାହୁଁଛି... ମୋ ପାଇଁ ତୁରନ୍ତ ଟିକଟ ବୁକିଂ କର... ନହେଲେ...

ଭୁବନେଶ୍ୱର: କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ମିଳିଛି ଧମକ। କେହି ଜଣେ ଅଜଣା ବ୍ୟକ୍ତି ଏୟାରପୋର୍ଟକୁ ଟେଲିଫୋନ୍‌ରେ ଧମକ ଦେଇଥିବା ଖବର ମିଳିଛି। ଏ ସଂପର୍କରେ ଏୟାରପୋର୍ଟ ପକ୍ଷରୁ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଏୟାରପୋର୍ଟର ଏକ ନମ୍ବର ଟର୍ମିନାଲକୁ କେହିଜଣେ ବ୍ୟକ୍ତି ଫୋନ୍‌ କରିଥିଲେ। ଫୋନ୍ ଆରପଟୁ ବ୍ୟକ୍ତି ଜଣକ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଏୟାରପୋର୍ଟ ପକ୍ଷରୁ କୁହାଯାଇଛି। […]

petrol
୧୧ ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ୧୧ ଦିନ ପାଇଁ ବଢ଼ିଛି ତୈଳ ଦର। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୫ଟଙ୍କା ୨୯ ପଇସା ହୋଇଥିବାବେଳେ ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା। ସେହିପରି ଡିଜେଲ ଦର ମୁମ୍ବାଇରେ ୭୨ଟଙ୍କା ୯୬ ପଇସା ହୋଇଥିବାବେଳେ ଦିଲ୍ଲୀରେ ୬୮ଟଙ୍କା ୫୩ ପଇସା। ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତୈଳ […]

naveen
ଆୟ ନଥାଇ ବଜେଟରେ ଅଧିକ ବ୍ୟୟ ବରାଦକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର : ରାଜ୍ୟ ବଜେଟରେ ହୋଇଥିବା ବ୍ୟୟ ବରାଦର ଅଧା ଟଙ୍କା ଦେବ କେନ୍ଦ୍ର। ନିଜସ୍ୱ ଆୟ ଆଖିଦୃଶିଆ ବଢୁନଥିବାରୁ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଋଣ ଉପରେ ଭରସା କରିବେ ସରକାର। ଚଳିତ ବର୍ଷ ପାଇଁ ଆଗତ ହୋଇଥିବା ବଜେଟର ଆୟବ୍ୟୟକୁ ଦେଖି ଏପରି ନିଷ୍କର୍ସ ବାହାର କରିଛନ୍ତି ଅର୍ଥନୈତିକ ବିଷେଷଜ୍ଞ।  ବଡ଼କଥା ହେଉଛି ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ମୁଣ୍ଡପିଛା ଋଣ ଭାର ୨୫ ହଜାର ଟଙ୍କାରେ ପହଞ୍ଚିବ। ଗୋଟିଏ ପଟେ ସରକାର […]

maoists called bandh
୪ ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପାରେ ପୋଲିସ ଏନ୍‌କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁର ପ୍ରତିବାଦରେ ଆଜି ବନ୍ଦ ଡାକରା ଦେଇଛନ୍ତି ସିପିଆଇ (ମାଓବାଦୀ)ର କେକେବିଏନ୍‌ ଡ଼ିଭିଜନ୍‌। କନ୍ଧମାଳ ସମେତ କଳାହାଣ୍ଡି, ବୌଦ୍ଧ ଏବଂ ନୟାଗଡ଼ରେ ମଧ୍ୟ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏହି ମାଓ ସଂଗଠନ। ତେବେ ବର୍ତ୍ତମାନ ସୁଦ୍ଧା ଏହି ବନ୍ଦର କୌଣସି ପ୍ରଭାବ ଦେଖିବାକୁ ମିଳିନି। ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସୁଡ୍ରା ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରାଯିବା ସହ ପୋଷ୍ଟର […]

women's college
ସରକାରୀ ମହିଳା ବିଜ୍ଞାନ କଲେଜରେ ବିନା ଅଧ୍ୟାପକରେ ଚାଲିଛି ପାଠପଢା

ବଲାଙ୍ଗିର : ବିନା ଅଧ୍ୟାପକରେ ଚାଲିଛି ପାଠପଢା। ବଲାଙ୍ଗିରର ଏକମାତ୍ର ସରକାରୀ ମହିଳା ବିଜ୍ଞାନ କଲେଜରେ ଏମିତି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା। ୨୦୧୫ ମସିହାରେ ବିଜ୍ଞାନ ପାଠ୍ୟକ୍ରମ ଲାଗି କଲେଜକୁ ଅନୁମତି ମିଲିଥିଲା। ହେଲେ ୪ ବର୍ଷ ବିତି ଯାଇଥିଲେ ବି ବିନା ଅଧ୍ୟାପକ ଓ କର୍ମଚାରୀରେ ଚାଲିଛି କଲେଜ। ଯେଉଁଥିପାଇଁ ନିଜ ଭବିଷ୍ୟତକୁ ନେଇ କରି ଆଶଙ୍କାରେ ବିଜ୍ଞାନ ଛାତ୍ରୀ। ବର୍ଷର ଅଧା ଦିନ କଲେଜ ଗେଟରେ ତାଲା ଝୁଲୁଛି। ଉଚ୍ଚ ଶିକ୍ଷା ବିଭାଗର ସ୍ୱୀକୃତି […]

representational image
IED ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ, ଆଉ ଜଣେ ଯବାନ ଗୁରୁତର ଆହତ

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓହିଂସା। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଯବାନ ମାନେ ୨୦୬ କୋବ୍ରା ବାଟାଲିୟନରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ଛତିଶଗଡର ପୁଶ୍‌ୱାଡ଼ାରେ ସୁରକ୍ଷାକର୍ମୀ ମାନେ ପାଟ୍ରୋଲିଂରେ ଯାଉଥିବା ବେଳେ ମାଓବାଦୀ ମାନେ ସେମାନଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିଥିଲେ।