• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pipili
ପିପିଲିରେ ଏନ୍‌କାଉଣ୍ଟର

ପୁରୀ: ପୁରୀ ଜିଲ୍ଲା ପିପିଲିରେ ପୋଲିସର ଏନ୍‌କାଉଣ୍ଟର। କଣ୍ଟେଇ ନିଜିଗଡ଼ ନିକଟରେ ଏନ୍‌କାଉଣ୍ଟରରେ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି।  ସର୍ବେଶ୍ୱରର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବତନ ମହିଳା କାଉନସିଲର ସତ୍ୟଭାମା ବେହେରାଙ୍କୁ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତି ସହ ସର୍ବେଶ୍ୱର ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି । ସର୍ବେଶ୍ୱରଙ୍କ ସହଯୋଗୀ ରାଜେଶ ପାତ୍ରକୁ ମଧ୍ୟ ପୋଲିସ […]

SAROJ MEHER
ଓକିଲ ଆସିଲେନି ! ନିଜ ପାଇଁ ନିଜେ ଲଢ଼ିଲେ ବିଧାୟକ

ଭୁବନେଶ୍ୱର : କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠବସ୍ କରାଇବା ମାମଲାରେ ନିଜ ପାଇଁ ନିଜେ ଲଢ଼ିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର। ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଥିଲା। ତେବେ ଆନ୍ଦୋଳନ ଚାଲିଥିବା ଯୋଗୁ କୌଣସି ଓକିଲ ନଆସିବାରୁ ଭୁବନେଶ୍ୱର ସ୍ପେଶାଲ ଏଡିଜେ କୋର୍ଟରେ ସେ ନିଜ ପାଇଁ ନିଜେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ପ୍ରତିପକ୍ଷ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ମଧ୍ୟ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷର […]

balasore
ଦେହ ତୁଳନାରେ ବଢ଼ୁଛି ମୁଣ୍ଡ

ବାଲେଶ୍ୱର: ବୟସ ଅନୁସାରେ ନୁହେଁ, ଅପ୍ରାକୃତିକ ଭାବେ ବଢୁଛି ମୁଣ୍ଡ। ଚିକିତ୍ସା ପାଇଁ ଅର୍ଥ ନାହିଁ। ପ୍ରଶାସନକୁ ଅନେକ ଗୁହାରି ପରେ ବି ସାହାଯ୍ୟ ସହଯୋଗ ମିଳୁନି। ଏହା ହେଉଛି ବାଲେଶ୍ୱର ଜିଲ୍ଲା ପଦ୍ମପୁରର ପ୍ରକାଶ ପାତ୍ରଙ୍କ ପରିବାରର କରୁଣ କାହାଣୀ। ପ୍ରକାଶଙ୍କ ସାନ ଝିଅ ଝିଅ ଗାୟତ୍ରୀଙ୍କ ଅବସ୍ଥା ଯିଏ ବି ଦେଖିବ କାହାର ବି ଆଖିରେ ଲୁହ ଆସିଯିବ।  ଗାୟତ୍ରୀଙ୍କୁ ମାତ୍ର ୫ବର୍ଷ ବୟସ । ତାଙ୍କ ବୟସ ବଢିବା ସହିତ ଆଶ୍ଚର୍ଯ୍ୟଜନକ ଭାବେ […]

teacher2
ଶ୍ରେଣୀ ଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ

କଟକ : ଶ୍ରେଣୀଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ହାଣିଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଆମ୍ବପଡ଼ା ଏମ.ଇ. ସ୍କୁଲରେ। ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଶ୍ରେଣୀ ଗୃହକୁ ପଶି ଶିକ୍ଷୟିତ୍ରୀଙ୍କୁ ଅଚାନକ କଟୁରୀରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ନିଆଳି ଏବଂ ପରେ ସଙ୍କଟଜନକ ଅବସ୍ଥାରେ କଟକ ବଡ଼ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେପଟେ ଜଣେ ଦୁର୍ବୃତ୍ତଙ୍କୁ ପୁଲିସ ଅଟକ ରଖିଥିବାବେଳେ କାହିଁକି ଶିକ୍ଷୟିତ୍ରୀଙ୍କୁ […]

sundergarh
ଦୋକାନ ଘର ଉପରକୁ ମାଡ଼ିଗଲା ଟ୍ରକ୍, ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼: ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି। ଏମିତି ହଠାତ୍‌ ମୃତ୍ୟୁର ଶିକାର ହୋଇଛନ୍ତି ୩ଜଣ ବ୍ୟକ୍ତି। ଶୋଇଥିବା ଅବସ୍ଥାରେ ଟ୍ରକ୍‌ ମାଡ଼ି ଯିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ କୁତ୍ରା ବଜାର ନିକଟରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଥିବା ଜୁସ୍ ଦୋକାନ ଘରେ ୩ଜଣ ଶୋଇଥିବାବେଳେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଦୋକାନ ଘର ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା […]

twin son dkl
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ

ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : କନ୍ଧମାଳ ଘଟଣା ଭଳି ଢେଙ୍କାନାଳରେ ଜନ୍ମନେଇଛନ୍ତି ଯୋଡ଼ା ଶିଶୁ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହି ଦୁଇ ନବଜାତ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ କଟକ […]

england
ବିଶ୍ୱକପ୍ କ୍ରିକେଟ୍‌ରେ ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ୍

ବର୍ମିଂହାମ: ବିଶ୍ୱକପ୍ କ୍ରିକେଟ୍‌ରେ ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ୍। ଆଜିର ଲିଗ୍ ମ୍ୟାଟ୍‌ରେ ଘରୋଇ ଦଳ ଇଂଲଣ୍ଡ ଠାରୁ ୩୧ ରନ୍‌ରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ। ପରାଜୟ ସତ୍ତ୍ୱେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ରହିଛି। ଅପରପକ୍ଷରେ ଏହି ପରାଜୟ ପାକିସ୍ତାନ ଓ ବାଂଲଦେଶକୁ ନିରାଶ କରିଛି। କାରଣ ଭାରତ ମ୍ୟାଚ୍ ଜିତିଥିଲେ, ପାକିସ୍ତାନ ଓ ବାଂଲାଦେଶର ସେମିଫାଇନାଲ୍ ଆଶା ବଳବତ୍ତର ରହିଥାନ୍ତା। କିନ୍ତୁ ଏବେ ପାକିସ୍ତାନକୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ […]

rohit
ଗାଙ୍ଗୁଲିଙ୍କ ରେକର୍ଡର ସମକକ୍ଷ ହେଲେ ରୋହିତ୍

ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ବିରାଟ୍ କୋହଲି ନୂଆ ରେକର୍ଡ କରିଛନ୍ତି। ରୋହିତ୍ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ରେକର୍ଡ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ତୃତୀୟ ଶତକ ଥିଲା। ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପର ଗୋଟିଏ ସଂସ୍କରଣରେ ତିନୋଟି ଶତକ ମାରିଛନ୍ତି। ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ତିନୋଟି ଶତକ […]

lpg
ରାତି ପାହିଲେ ୧୦୦ ଟଙ୍କା ଶସ୍ତାରେ ମିଳିବ ଏଲପିଜି

ନୂଆଦିଲ୍ଲୀ: ଆସନ୍ତାକାଲି ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍‌ ଏଣିକି ସିଲିଣ୍ଡର ପିଛା ୭୩୭.୫୦ ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଏଭଳି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ୍‌ ସିଲିଣ୍ଡରକୁ ୪୯୪.୩୫ ଟଙ୍କାରେ […]

water
ବର୍ଷା ଦିନ ଆରମ୍ଭ ହେଉହେଉ ରାଜଧାନୀରେ ଜଳ ନିଷ୍କାସନ ସମସ୍ୟା

ଭୁବନେଶ୍ୱର :ବର୍ଷା ଆରମ୍ଭ ହେଉ ହେଉ ରାଜଧାନୀରେ ଦେଖାଦେଲାଣି ଜଳ ନିଷ୍କାସନ ସମସ୍ୟା। ଲଘୁଚାପ ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ରାଜଧାନୀର ବହୁ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୀର୍ଘ ସମୟ ଧରି ଜମି ରହିଥିବା ଦେଖିବାକୁ ମିଳିଥିଲା। ଏପରିକି ଜୟଦେବ ବିହାର-ସିଆର୍‌ପି ଛକ ଫ୍ଲାଏ ଓଭର୍ ଉପରେ ମଧ୍ୟ ପାଣି ଲହଡ଼ି ଭାଙ୍ଗିଥିଲା। ଜାତୀୟ ରାଜପଥ ଉପରେ ପାଣି ଜମି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା […]

aparajita
ପ୍ରଭୁ ଜଗନ୍ନାଥଙ୍କୁ ନେଇ ନିଜ ଅନୁଭୂତି ବାଣ୍ଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ- ‘ଅନୁଭୂତିରେ ଜଗନ୍ନାଥ’ ଆଜି ଅନୁଭୂତି ବାଣ୍ଟିବାକୁ ଆମ ସହ ସାମିଲ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଭକ୍ତି ଭାବରେ ବଖାଣଇଛନ୍ତି ନିଜ ମନର ଅନେକ ଅକୁହା କଥା- ‘ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋ ଜୀବନର ମେରୁଦଣ୍ଡ। ଆଜି ପର୍ଯ୍ୟନ୍ତ ମୋର ଯେଉଁ ସବୁ ଉପଲବ୍ଧି ହୋଇଛି , […]

mother suicide
ଅଭାବ ଅନଟନର ଜ୍ୱାଳା ; ବାପ ଛେଉଣ୍ଡ ପିଲାଙ୍କୁ ବିଷ ପିଆଇ ଜୀବନ ହାରିଲା ମା'

ମାଲକାନଗିରି(ବିକ୍ରମ ପାଢ଼ୀ) : ଉପାନ୍ତରେ ଉପହାସ ସାଜିଛି ଗରୀବଙ୍କ ପାଇଁ ସରକାରୀ ଯୋଜନା । ଦିନ ଦରିଦ୍ରଙ୍କ ଭୋକିଲା ପେଟକୁ ନା ଯୁଟୁଛି ଦାନା, ନା ମିଳୁଛି ମୁଠାଏ ଆହାରର ସନ୍ଧାନ। ଶେଷରେ ଅନ୍ନ ଚିନ୍ତାରେ ଜୀବନ ହାରୁଛି ଗରୀବ ମଣିଷଟିଏ। ଦାରିଦ୍ର୍ୟର କରୁଣ କାହାଣୀର ଏମିତି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଗୋରିଗୁଡ଼ା ଗାଁରୁ । ସ୍ୱାମୀ ଚାଲିଯିବା ପରଠୁ ଦୁଇ କଅଁଳ ଶିଶୁଙ୍କୁ ନେଇ ଦୁର୍ଦ୍ଦିନରେ ଜୀବନ ଜୀଉଁଥିବା ବିଧବା ମା’ଟିଏ […]

std pregnant
ରାଜଧାନୀରେ ହଷ୍ଟେଲ୍‌ ଛାତ୍ରୀ ଗର୍ଭବତୀ ଖବରକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଛାତ୍ରୀ ନିବାସ।  ହେଲେ ଏଥର ଆଦିବାସୀ ଅଧ୍ୟୁଷିତ ଇଲାକା ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଥିବା ଛାତ୍ରୀନିବାସକୁ ନେଇ ଚର୍ଚ୍ଚା । କାହିଁକି ନା ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କ ଠାରେ ରିପୋର୍ଟ ପଜିଟିଭ୍ ବାହାରିଛି। ତେବେ ହଷ୍ଟେଲ୍ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କନ୍ଧମାଳ, ମୟୂରଭଞ୍ଜ ହେଉ ଅବା ଢେଙ୍କାନାଳ। […]

congress
କଣ୍ଟ ପୁରିଲା, ହେଲେ ସରିଲାନି ତଥ୍ୟ ଅନୁସନ୍ଧାନ କାମ

ଭୁବନେଶ୍ୱର : କଣ୍ଟ ପୁରିଲା, କିନ୍ତୁ ରିପୋର୍ଟ ଆସିଲାନି। ଯାଜପୁରରେ ଦଳୀୟ ପରାଜୟର ସମୀକ୍ଷା କରୁଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟା କାହିଁକି ଜିଲାର ସମସ୍ତ କଂଗ୍ରେସ୍ ପ୍ରାର୍ଥୀ ପରାଜିତ ହେଲେ ? ଆଗାମୀ ଦିନରେ କର୍ମୀମାନଙ୍କ  ପାଇଁ କଣ ରହିବ କାର୍ଯ୍ୟକ୍ରମ? ଏ ସମସ୍ତ ବିଷୟରେ ବ୍ଲକ୍ ସଭାପତିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସଭାପତି, ସାଧାରଣ ଲୋକଙ୍କ ସହ ଅନୁଧ୍ୟାନ କରୁଛି ଟିମ୍‌। ସୁରେଶ ରାଉତରାୟଙ୍କ ଆବାହକତ୍ୱରେ ଗଠିତ ଟିମ୍ ଆଜି ସୁଦ୍ଧା ରିପୋର୍ଟ […]

puri
ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀଜୀଉ

ପୁରୀ :  ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କୁ ଅବଗତ କରାଇଛନ୍ତି ଦଇତାପତି ସେବାୟତମାନେ। ସେପଟେ ରଥଯାତ୍ରାକୁ ଆଉ ଖୁବ୍ କମ୍‌ ଦିନ ଥିବାରୁ ମହାରଣା, ଭୋଇ, ରୂପକାର, ଚିତ୍ରକର ସେବାୟତମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ। ଘଣ୍ଟଘଣ୍ଟା, କାହାଳୀ, ମୃଦଙ୍ଗ ଶଦ୍ଦରେ ପୂରି ଉଠୁଛି ଶ୍ରୀମନ୍ଦିର। ଉତ୍ସବ ମୁଖରିତ ହୋଇଛଠିଛି ବଡଦାଣ୍ଡ। ଦଇତା ସେବାୟତ, ପତି ମହାପାତ୍ର ସେବାୟତଙ୍କ ସହ କୁନି କୁନି ଦଇତାପତି […]

u turn
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ୟୁ ଟର୍ଣ୍ଣ

ପୁରୀ : ସ୍ନାନବେଦୀ ଦିନ ବ୍ୟବସ୍ଥାବଳୀ ଉଲ୍ଲଘଂନ ନେଇ ବିଧାୟକଙ୍କୁ ନୋଟିସ ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏ ସର୍ମ୍ପକରେ ଗଣମାଧ୍ୟମ ପ୍ରତିନିଧଙ୍କ ପ୍ରଶ୍ନକୁ ଏଡାଇଦେଇ ବିଧାୟକଙ୍କୁ ନୋଟିସ ଜାରି କରାଯାଇ ନଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଭକ୍ତ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ନୋଟିସ୍ କରାଯାଇଛି, ବିଧାୟକ ଶବ୍ଦ ବ୍ୟବହାର କରାଯାଇନାହିଁ। ଗଣମାଧ୍ୟମରେ ସେ ମଧ୍ୟ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଧୀରେ […]

khurda
ଖୋର୍ଦ୍ଧା LIC ପଡ଼ିଆ ନିକଟରେ ଏନ୍‌କାଉଣ୍ଟର ଘଟଣା ; ଅପରାଧୀ ଜନ୍ ଖୁଣ୍ଟିଆ ଗିରଫ

ଖୋର୍ଦ୍ଧା  : ଖୋର୍ଦ୍ଧା LIC ପଡ଼ିଆ ନିକଟରେ ଏନ୍‌କାଉଣ୍ଟର ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଖୋଳତାଡ଼। ଖଣି ଓ ଡ୍ରଗ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ ବେଳେ ଗିରଫ ହୋଇଛି ଅପରାଧୀ ଜନ୍ ଖୁଣ୍ଟିଆ। ଏହି ଘଟଣାରେ ୩ରୁ ୪ ଜଣ ଖସି ପଳାଇଛନ୍ତି। ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ସଂଜୟ ପ୍ରଧାନ ଫେରାର ହୋଇଯାଇଛି। ସେ ବ୍ରାଉନ୍‌ସୁଗାର କାରବାର କରେ ବୋଲି ଗିରଫ ଜନ୍ ଖୁଣ୍ଟିଆ କହିଛି। ଅପରାଧୀମାନେ ଆଖପାଖରେ ଲୁଚି […]