• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bjp
ବିଜେପି ଅଫିସକୁ ବୋମା ମାଡ଼

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାଯ୍ୟାଳୟ ଉପରେ ବୋମାମାଡ଼। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଆଜି ସନ୍ଧ୍ୟାରେ ଦୁଇ ଜଣ ଯୁବକ ପାର୍ଟି ଅଫିସକୁ ଆସି ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ ଖାରବେଳନଗର ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ପୋଲିସ ଘଟଣାସ୍ଥଳରୁ ସୁତୁଲି ଓ କିଛି ଲୁହା କଣ୍ଟା ଜବତ କରିଛି। ଅଭିଯୋଗ ଅନୁସାରେ ଏହି ଦୁଇ ଯୁବକ ପାର୍ଟି ଅଫିସକୁ ଲକ୍ଷ୍ୟ କରି ବୋମା […]

biswasghat
କଂଗ୍ରେସ ପାଳିଲା ‘ବିଶ୍ୱାସଘାତ ଦିବସ’

ଭୁବନେଶ୍ୱର : ୪ ବର୍ଷ ମୋଦି ଶାସନର ହିସାବ ନିକାଶ। ମୋଦିଙ୍କୁ ଶାହା ଦେଇଛନ୍ତି ଫୁଲ ମାର୍କ। ଆଉ ରାହୁଲ କରିଛନ୍ତି ଫେଲ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ମୋଦିଙ୍କୁ ବିଶ୍ୱାସଘାତକ ସହ ତୁଳନା କରି ସାରା ଦେଶରେ ହଲ୍ଲାବୋଲ କରିଛି କଂଗ୍ରେସ।ଚଣ୍ଡିଗଡରେ ଲଣ୍ଡା ହୋଇ ମୋଦିଙ୍କ ଶାସନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରିଛନ୍ତି କଂଗ୍ରେସ କର୍ମୀ। ଦିଲ୍ଲୀ, ଅମ୍ରିତସର, ବାଙ୍ଗାଲୋରରେ ଭିନ୍ନ ଭିନ୍ନ ଢଙ୍ଗରେ ମୋଦି ଶାସନକୁ ପ୍ରତିବାଦ କରି ରାସ୍ତାକୁ […]

yogianduddhavthakre
ଚପଲରେ ପିଟିବା ପ୍ରସଙ୍ଗ: ଉଦ୍ଧବଙ୍କୁ ଏମିତି ଜବାବ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଶିବସେନା ଓ ବିଜେପି ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି I ଚପଲ ଖୋଲି ପିଟିବାକୁ ଇଚ୍ଛା ହେଊଥିବା ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ। ଯୋଗୀ ଅଦିତ୍ୟନାଥ ଉଦ୍ଧବ ଥାକରେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ମୁଁ ଉଦ୍ଧବ ଠାକରେଙ୍କଠାରୁ ଅଧିକ ସଭ୍ୟ ଓ ସଂସ୍କାରୀ। ତେଣୁ ସେ ମୋତେ କିଛି ଶିକ୍ଷା ଦିଅନ୍ତୁ ନାହିଁ। ଶୁକ୍ରବାର ଶିବସେନା ମୁଖପତ୍ର […]

amit saha
ବଢ଼ିଲା ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି ପାଇଁ ସୋମବାର ଆଗତ କରିଥିବା ବିଲ ରାଜ୍ୟସଭାରେ ପାରିତ ହୋଇଛି। ଏଥିସହିତ ଆସନ୍ତା ୩ ତାରିଖଠାରୁ ଲାଗୁ ହେଲେ ରାଷ୍ଟ୍ରପତି ଶାସନ ଅବଧିରେ ଆଉ ୬ ମାସ ବୃଦ୍ଧି ହେବ। ପୂର୍ବରୁ ଲୋକସଭାରେ ମଧ୍ୟ ଏହି ବିଲ୍‌ ପାରିତ ହୋଇଥିଲା। ଅନ୍ୟପକ୍ଷରେ ଜମ୍ମୁକଶ୍ମୀର ଆରକ୍ଷଣ (ଆମେଣ୍ଡମେଣ୍ଟ) ବିଲ୍ ମଧ୍ୟ ପାରିତ ହୋଇଯାଇଛି। ଏହି ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କଶ୍ମୀରର ଏଲଓସି […]

cbse-1
ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ବହୁ ବାଦ ବିବାଦ ଏବଂ ନାନା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ସିବିଏସ୍ଇର ଦ୍ୱାଦଶ ରେଜଲ୍ଟ। ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ବିଳମ୍ବରେ ଆଜି ସିବିଏସ୍ଇର ୱେବସାଇଟ୍‌ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେପଟେ ରେଜଲ୍ଟ ଆସିବା ପରେ କୃତୀ ଛାତ୍ରଛାତ୍ରୀ କରିଛନ୍ତି ସେଲିବ୍ରେସନ୍। ଏଥର ମୋଟ ପାସ୍ ହାର ୮୩.୦୧ ପ୍ରତିଶତ ରହିଥିବା ବେଳେ ଗତବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର ୧ ପ୍ରତିଶତ ଅଧିକ ରହିଛି। ସର୍ବଭାରତୀୟ ସ୍ତରରେ […]

water
ଉତ୍କଟ ଜଳସଂକଟର ସମାଧାନ ଲାଗି ଜଳଶକ୍ତି ଅଭିଯାନ ଆରମ୍ଭ

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର : ଦିନକୁ ଦିନ ଉତ୍କଟ ହେଉଥିବା ଜଳ ସଂକଟର ସମାଧାନ ପାଇଁ ଆରମ୍ଭ ହେଲା ଜଳଶକ୍ତି ଅଭିଯାନ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ଏହାକୁ ମଧ୍ୟ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରାରମ୍ଭିକ ଭାବେ ସାରା ଦେଶର ୨୫୫ ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରୁ ସାମିଲ ହୋଇଛି କେନ୍ଦ୍ରାପଡ଼ା । ବିଭିନ୍ନ ବିଭାଗ ସହ ଆଲୋଚନା କରି ଜିଲ୍ଲାର ୯ଟି ବ୍ଲକରେ ଏହି […]

pm3
୪ ବର୍ଷ ଶାସନର ହିସାବ ଦେଲେ ମୋଦି

କଟକ : କିଲ୍ଲା ପଡିଆରୁ ଦେଶବାସୀଙ୍କୁ ନିଜ ସରକାରର ୪ ବର୍ଷର ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିରୋଧୀ ମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି। ହଜାର ହଜାର କୋଟି ଟଙ୍କାର ଦୁର୍ନୀତିରେ ଫସିଥିବା ଲୋକ ଦେଶ ବଞ୍ଚାଇବା ନୁହେଁ, ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ଲାଗି ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ସେ କହିଛନ୍ତି। କିଛି ଲୋକ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରଥିବା  ସେ ଅଭିଯୋଗ କରିଛନ୍ତି। ନିଜ […]

pradeep
ଫୋନି ଘରଭଙ୍ଗା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା!

ଭୁବନେଶ୍ୱର : ଫୋନିର ପାଖାପାଖି ଦୁଇମାସ ପରେ ବି ଅଣ୍ଟା ସଳଖି ନାହାଁନ୍ତି ବିପନ୍ନ। ବାତ୍ୟାରେ ସର୍ବସ୍ୱ ହରାଇଥିବା ଲୋକଙ୍କ ଜୀବନ କଟୁଛି ପଲିଥିନ ତଳେ। ଏପଟେ ଫୋନି ପୁନରୁଦ୍ଧାର ଓ ଥଇଥାନରେ ସରକାର ବିଫଳ ବୋଲି ଅଭିଯୋଗ କରି ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଘରଭଙ୍ଗା ତଦନ୍ତରେ ୬୦ରୁ ୭୦ ପ୍ରତିଶତ ଭୁଲ୍ ଥିବା ଅଭିଯୋଗ ଆଣି ସରକାରଙ୍କ ଗୁମର ଖୋଲିଥିଲେ ଖୋଦ୍ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ  ଉତ୍ତର ରଖିବା ବେଳେ […]

puri
ରଣାଙ୍ଗନ ପାଲଟିଲା ରଥଖଳା

ପୁରୀ : ପୁରୀରେ ରଥ ନିର୍ମାଣ କରୁଥିବା ଭୋଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପିଟାପିଟି। ଏଥିରେ ବାଲେଶ୍ୱରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଭୋଇ ସେବାୟତଙ୍କ ନାକ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁରୀ ସିଂହଦ୍ୱାର ଥାନାରେ ଉଭୟ ପକ୍ଷ ଏତଲା ଦେଇଛନ୍ତି। ବାଲେଶ୍ୱର ଅଞ୍ଚଳରୁ ଡାଲଟନ ନାମକ ଯୁବକ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ […]

layer strike
ଓକିଲ ଆନ୍ଦୋଳନ ଯୋଗୁଁ ଆଇନସେବା ଠପ୍‌

ଭୁବନେଶ୍ୱର :  କୁହାଯାଏ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ; ହେଲେ ଭିନ୍ନ ଭିନ୍ନ କାରଣରୁ ରାଜ୍ୟର ସର୍ବତ୍ର ଚାଲିଥିବା ଓକିଲ ଆନ୍ଦୋଳନ ଯୋଗୁଁ ବିଳମ୍ବ କଥା ଛାଡ଼ନ୍ତୁ, ବଲାଙ୍ଗିରର ରମେଶଙ୍କ ଭଳି ଅନେକ ସାଧାରଣ ଲୋକ ଜାମିନ ଆବେଦନ ବି କରିପାରୁନାହାଁନ୍ତି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଆଉ ଏପଟେ ହାଇକୋର୍ଟରେ ବି ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ବିଚାର ପ୍ରକ୍ରିୟା।  ହେଲେ ଏଠି କିନ୍ତୁ ପ୍ରସଙ୍ଗ ଅଲଗା। ହାଇକୋର୍ଟ […]

pm-1
ଦେଶରେ କନଫ୍ୟୁଜନ ନୁହେଁ, କମିଟମେଣ୍ଟ ସରକାର ଚାଲିଛି : ମୋଦି

କଟକ : କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଜନ କଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି। ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କରିବା ସହ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନମସ୍କାର କହିଲେ ମୋଦି। ପ୍ରଧାନମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି ‘ କଟକର ତାରକସୀ ,ଓଡ଼ିଶାର ସୂକ୍ଷ୍ମ କଳାର ପ୍ରତୀକ। ଦେଶର ଅନେକ ସ୍ୱତନ୍ତ୍ର ସେନାନୀଙ୍କ କର୍ମଭୂମି କଟକ। ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଏହି କଟକରେ। ଆପଣଙ୍କର ସ୍ନେହ , ଆଶୀର୍ବାଦ, ଆକାଂକ୍ଷା […]

tara3
ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର : ତୁହାକୁ ତୁହା ବର୍ଷାରେ ଭିଜୁଛି ଚାଷୀର ଝାଳବୁହା ପରିଶ୍ରମ। କାମ ଦେଉନି ପଲିଥିନ ଚଦର। କୋରାପୁଟ ଜୟପୁର ବଡ଼ଜିଉନା ମଣ୍ଡିରେ ବିକ୍ରି ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ୍ ଧାନ ଗତ ୪-୫ ଦିନ ହେଲା ବର୍ଷା ମାଡ଼ ସହୁଥିଲେ ବି, ସରକାରୀ ଅଧିକାରୀଙ୍କ ନିଘା ନାହିଁ। ରବି ମଣ୍ଡି ପାଇଁ ଟାର୍ଗେଟ୍ ପୂରଣ ହୋଇସାରିଥିବାରୁ, ଆଉ ଧାନ ଉଠାଉ ନାହିଁ ଜିଲ୍ଲା ଯୋଗାଣ ବିଭାଗ। କୋରାପୁଟ ଜିଲ୍ଲା ପାଇଁ ଏଥର ୧୦ ଲକ୍ଷ […]

litchi2
ଜାଣନ୍ତୁ ,ଲିଚୁ ଖାଇଲେ କ’ଣ ଉପକାର ମିଳେ

ଖରାଦିନେ ଲିଚୁର ଆଦର ଖୁବ୍‌ ବଢିଯାଇଥାଏ। ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏବେ ବଜାରରେ ଓ ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ଲିଚୁ ବିକ୍ରି ହେଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଳ ଖାଇବା ଦ୍ୱାର ଅନେକ  ରୋଗରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା ଏହାର ଉପକାରିତା ଗୁଣ ବିଷୟରେ – ୧- ଲିଚୁ ଖାଉଥିବା ଲୋକର କେଶ ମଜବୁତ୍‌ ରହେ। ଏହା କେଶ ବୃଦ୍ଧିରେ ସହାୟକ ହୋଇଥାଏ। […]

saroj
୫ ତାରିଖକୁ ଘୁଞ୍ଚିଲା ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର : ପାଟଣାଗଡ଼ରେ ଜଣେ ଜେଇଙ୍କୁ ଉଠ୍‌ବସ୍ ମାମଲାରେ ଫସିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ନିରାଶ। ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ଆସନ୍ତା ୫ ତାରିଖକୁ ଜାମିନ ଆବେଦନର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ସେପଟେ ସତ୍ୟପାଠ ଦାଖଲ ପାଇଁ ଉଭୟ ଜେଇ ଏବଂ ତାଙ୍କ ପତ୍ନୀ ସମୟ ମାଗିଛନ୍ତି। ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷଙ୍କ ଉପରେ କୋର୍ଟ ଛାଡ଼ିଛନ୍ତି। […]

pm modi
କେଉଁଠୁ ଲଢ଼ିବେ ମୋଦି?

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ କେଉଁଠୁ ଲଢ଼ିବେ ମୋଦି? ପୁରୀ ନା ଅନ୍ୟ କେଉଁଠୁ…ବର୍ତ୍ତମାନ ସୁଦ୍ଧା ତାହା କିଛି ବି ସ୍ପଷ୍ଟ ଜଣାପଡ଼ିନି। ତେବେ ଏହା ଭିତରେ ମୋଦି ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ମୋଦି କେଉଁଠୁ ନିର୍ବାଚନ ଲଢ଼ିବେ ସେନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ‘ବର୍ତ୍ତମାନ ଯାଏ ସାଧାରଣ ନିର୍ବାଚନରେ କିଏ କେଉଁଠୁ ପ୍ରାର୍ଥୀ ହେବ ସେ ନେଇ […]

student
ଛାତ୍ରୀ ଗର୍ଭବତୀ ଘଟଣା ; ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରରେ ଏସ୍‌ସି/ଏସ୍‌ଟି ହଷ୍ଟେଲ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି କମିଶନରେଟ ପୁଲିସ। ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ସାଲିଆସାହି ଅଞ୍ଚଳର। ଉଲ୍ଲେଖନୀୟ ଯେ,  ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗତ ୨୮ ତାରିଖରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳ ଏଇ ନିର୍ଦ୍ଦିଷ୍ଟ ହଷ୍ଟେଲରେ ୧୦୧ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ଆଉ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରୀଙ୍କ ପ୍ରେଗ୍ନାନ୍ସି […]

kalabaisakhi
ହୋଇପାରେ ଝଡ଼ବର୍ଷା, ୫ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଝଡ଼ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ମଧ୍ୟ ଅଛି। ଏଥିପାଇଁ ୫ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବଲାଙ୍ଗିର। ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ […]

୩
ମା’ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିପଡିଲା ନାକୁଆସି, ଆଉ ତା ପରେ…

୨୦୧୭ ଅକ୍ଟୋବର। ଦଶହରା ସମୟ। ଏକ ନିର୍ଦ୍ଦିଷ୍ଟ କାମରେ ମୁଁ ତାଳଚେରରେ ଥାଏ। ଦିନେ କାଇଁ କେଜାଣି ଇଚ୍ଛା ହେଲା କାଳିଆ ଦର୍ଶନ କରିବାକୁ। ହେଲେ ପୁରୀ ଯାଇ ଫେରିବା ସମ୍ଭବ ହେବନି, ଏ କଥା ଭାବି ମନ ଉଣା ହେଲା। କିନ୍ତୁ କାଳିଆ ମହନି ଲଗେଇଥିଲା ଯେ, ମନଟା ଖାଲି ଛାଟିପିଟି ହେଉଥାଏ। ଫୋନ୍ କଲା ଚଗୁଲୁ, ମୋର ଅତି ଅନ୍ତରଙ୍ଗ ପିଲାବେଳର ବନ୍ଧୁ। ଗୋଟିଏ ନିର୍ଦ୍ଦିଷ୍ଟ କାମ ଯାହା ସେଦିନ ହେବା କଥା ସେ […]

results
ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ  ଅନୀଲ ସ୍ୱରୂପ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। Results of Class 12 CBSE Exams declared. Can be accessed now through following modes: (On account of too many people accessing these sites initially, some of these sites may take time to respond. Kindly be patient) pic.twitter.com/po4Kx4lk43 — […]

DEADBODY
ଯୁବତୀଙ୍କ ମୁଣ୍ଡ ବିହୀନ ଗଳିତ ଶବ ଠାବ : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କେନ୍ଦୁଝର(ପ୍ରଣୟ ପାଣି ):କେନ୍ଦୁଝରରେ ଚାଞ୍ଚଲ୍ୟ। ସଦରଥାନା ମୈଦାନକେଲ ବାସୁଦେବପୁର ଜଙ୍ଗଲରୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୁଣ୍ଡ ବିହୀନ ଗଳିତ ଶବ ଠାବ କରାଯାଇଛି। ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଦେହଟିରେ ମୁଣ୍ଡ ନଥିବା ବେଳେ ଏହା ସମ୍ପୂର୍ଣ୍ଣ ପଚି ଯାଇଛି। ପାରିପାର୍ଶିକ ଅବସ୍ଥାରୁ ସମ୍ପୃକ୍ତ ଯୁବତୀଙ୍କୁ  ୪/୫ଦିନ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଏହା […]

toll tax
ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଆନ୍ଦୋଳନ

ସମ୍ବଲପୁର: ଆଜିଠାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେରେ ଥିବା ୩ଟି ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଆରମ୍ଭ ହୋଇଛି।   ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ପକ୍ଷରୁ ସୁନ୍ଦରଗଡ଼ର ମସନିକାନି, ସମ୍ବଲପୁରର ରେଙ୍ଗାଲି ଓ ରାଜଗାଙ୍ଗପୁରର ଲାଇଙ୍ଗରେ ଥିବା ତିନିଟି ଯାକ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଚାଲିଛି। ଏହାକୁ ବିଭିନ୍ନ ଓକିଲ ସଂଘ ଓ ସାଧାରଣ ଲୋକେ ମଧ୍ୟ ସମର୍ଥନ କରୁଛନ୍ତି।  ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଏହି ଆନ୍ଦୋଳନ ହେଉଛି । ଟୋଲ୍ ପ୍ଲାଜାରେ ସ୍ଥାନୀୟ ଅଞ୍ଚଳର ଚାରି […]