• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

monsoon
ଜୁନ୍ ୫ରୁ ୮ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଜୁନ୍ ୫ରୁ ୮ ମଧ୍ୟରେ ଓଡ଼ିଶାକୁ ଛୁଇଁପାରେ ମୌସୁମୀ। ଏହାର ପ୍ରଭାବରେ ଆଜିଠାରୁ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ।  ଏଥିସହ ପବନର ବେଗ ୨୫ରୁ ୩୦ କିଲୋମିଟର ମଧ୍ୟରେ ରହିବ। ଫଳରେ ଏନେଇ ମତ୍ସଜୀବୀ ମାନଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜୁନ ୪ କିମ୍ବା ୫ରେ ରେ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ମୌସୁମୀ ବର୍ଷା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। […]

srijiu
ଆଡ଼ପ ମଣ୍ଡପରେ ଶ୍ରୀଜିଉ, ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଠାକୁର

ପୁରୀ : ଆଡ଼ପ ମଣ୍ଡପରେ ଶ୍ରୀଜିଉ। ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏନେଇ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଜନସମାଗମ । ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଥିଲେ ଚତୁର୍ଦ୍ଧା ମୂର୍ତ୍ତି।  ଶୁକ୍ରବାର ସଂଧ୍ୟାରେ ଠାକୁର ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଇଥିଲେ। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ […]

koraput
ପଥର ଖୋଳିବା ବେଳେ ଧସିଲା ପାହାଡ: ପଥର ତଳେ ୨ଜଣ ଚାପି ରହିଥିବା ସନ୍ଦେହ

କୋରାପୁଟ: କୋରାପୁଟର ଜିଲ୍ଲା ବରିପୁଟରେ ପଥର ଖୋଳିବା ବେଳେ ପାହାଡ ଧସି ୨ଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଗତକାଲି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପଥର ଖୋଳାଯାଉଥିବା ବେଳେ ହଠାତ ପାହାଡ ଧସି ଯାଇଥିଲା। ଖବର ପାଇଁ ବୋରିଗୁମ୍ମା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।  କିନ୍ତୁ ବଡ ବଡ ପଥର ଖଣ୍ଡ ଖସି ପଡିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା।  […]

baijayanta
ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ଯୋଗୁଁ ବିଜେଡି ଭିତରେ ଭିତରେ ଘୁଣ ଖାଇ ଗଲାଣି: ବୈଜୟନ୍ତ

ଭୁବନେଶ୍ୱର : ବିଜେଡି ଛାଡ଼ିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁହଁ ଖୋଲି ନଥିଲେ ମଧ୍ୟ ତାଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଥମୁନି। ଗତକାଲି ଜାତୀୟ ପତ୍ରିକା ସ୍ୱରାଜ୍ୟରେ ପ୍ରକାଶିତ ସାକ୍ଷାତକାରରେ ରାଜ୍ୟ ରାଜନୀତିକୁ ନେଇ ଖୋଲା ମତବ୍ୟକ୍ତ କରିଛନ୍ତି ବୈଜୟନ୍ତ। କ୍ଷମତାକୁ ଆସିବା ଲାଗି ବିଜେଡିର ସଂଘର୍ଷଠୁ ଆରମ୍ଭ କରି ପ୍ୟାରୀଙ୍କ ବିଦ୍ରୋହ, ପାଣ୍ଡିଆନଙ୍କ ଉତ୍ଥାନ, ନବୀନଙ୍କ ଭାବମୂର୍ତ୍ତି ଓ ଦଳର ଭବିଷ୍ୟତ ଉପରେ ସେ ଆଲୋକପାତ କରିଛନ୍ତି। ୨୦୧୨ର ବିବାଦୀୟ ମିଡ୍‌ନାଇଟ୍ ଅପରେସନ୍ […]

petrol pump
ବଢ଼ିଲା ପେଟ୍ରୋଲ ଦାମ ; ପେଟ୍ରୋଲ ୨ଟଙ୍କା ୫୦ ଓ ଡିଜେଲ ୨ଟଙ୍କା ୩୦ ପଇସା ବୃଦ୍ଧି

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ ଆସୁ ଆସୁ ବଢ଼ିଲା ପେଟ୍ରୋଲ ଦାମ। ଲୋକେ ଆଶା କରିଥିଲେ ମହଙ୍ଗା ମାଡ଼ରୁ ତ୍ରାହି ମିଳିବ। ହେଲେ ତାର ଓଲଟା ହୋଇଛି। ତେଲ ପାଇଁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ପେଟ୍ରୋଲ ଦାମ ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଛି। ବଜେଟ୍‌ରେ ପେଟ୍ରୋଲ ଓ ଡିଜେଲ୍ ଉପରେ […]

thai-2
୮ ଥାଇ ଯୁବତୀଙ୍କୁ ବିଦା କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : ଟୁରିଷ୍ଟ ଭିସାରେ ଆସି ଭୁବନେଶ୍ୱରରେ ସେକ୍ସ କାରବାରରେ ଲିପ୍ତ ଥିବା ଥାଇଲ୍ୟାଣ୍ଡର ୮ ଯୁବତୀଙ୍କୁ ଆଜି ବିଦା କରିଛି କମିଶନରେଟ ପୋଲିସ। ‘କୁଇଟ୍ ଇଣ୍ଡିଆ’ ନୋଟିସ ଜାରି ହେବାର ୪୮ ଘଣ୍ଟା ଭିତରେ ଆଜି ସମସ୍ତେ ସ୍ୱଦେଶ ଫେରିଯାଇଛନ୍ତି। ସଂପୃକ୍ତ ଯୁବତୀମାନେ ଟୁରିଷ୍ଟ ଓ ବ୍ୟବସାୟ ଭିସାରେ ଆସିଥିଲେ ଓଡ଼ିଶା। ଆଉ ସମସ୍ତ ଆଇନକୁ ଉଲଂଘନ କରି ଜାରି ରଖିଥିଲେ ଦେହ ବ୍ୟବସାୟ। କିଛି ଦିନ ତଳେ ଭୁବନେଶ୍ୱର ବାପୁଜୀନଗର ଅଞ୍ଚଳର ଏକ ସ୍ପା […]

chanda-kochhar
ଭିଡିଓକନ୍ ଗ୍ରୁପ୍‌କୁ ଋଣ ମାମଲା: ଆଇସିଆଇସିଆଇ ବ୍ୟାଙ୍କ ସିଇଓଙ୍କ ବିରୋଧରେ ତଦନ୍ତ ହେବ

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ତଦନ୍ତ ଲାଗି ବ୍ୟାଙ୍କ ବୋର୍ଡ ବୁଧବାର ନିର୍ଦ୍ଦେଶ ଦେଇଛି। ଚନ୍ଦାଙ୍କ ବିରୋଧରେ ତଦନ୍ତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମାମଲାରେ ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅଭିଯୋଗ ମୁତାବକ, ଚନ୍ଦାଙ୍କ ସ୍ୱାମୀଙ୍କ ପରିଚାଳିତ କମ୍ପାନୀରେ ଭିଡିଓକନ କମ୍ପାନୀର ପ୍ରମୋଟର ନିବେଶ କରିଛନ୍ତି । ତେଣୁ ସେ ଅନୁକମ୍ପା ପ୍ରଦର୍ଶନ କରି ଭିଡିଓକୋନ୍‌କୁ ଏତେ ବଡ଼ […]

dev-3
ଫିଟୁଛି ଦେବ ପ୍ରସାଦ ଦାଶଙ୍କ ଆକସ୍ମିକ ନିଲମ୍ବନ ପଛର ଗୁମର

ଭୁବନେଶ୍ୱର : ୭ ମାର୍ଚ୍ଚ ୨୦୧୫। ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିବାକୁ ଆଗକୁ ଆସି ହିରୋ ହୋଇଥିଲେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଦେବ ପ୍ରସାଦ ଦାଶ। ମଠ ସିନା ଭାଙ୍ଗିଗଲା ,ହେଲେ ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ। ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇଆସିଥିବା ଏହି ଅଧିକାରୀଙ୍କୁ ଗତ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। ପାଟ୍ଟଶାଣୀ ମଠ […]

rain
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ; ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ ବର୍ଷା। ବିଶେଷ କରି କଳାହାଣ୍ଡି, ଗଂଜାମ, ପୁରୀ, ବରଗଡ଼, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ନବରଙ୍ଗପୁର, କୋରାପୁଟ, ଗଜପତି, କନ୍ଧମାଳ, ଯାଜପୁର, କଟକ, ଢେଙ୍କାନାଳ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୌସୁମୀ ପ୍ରବାହ ବୃଦ୍ଧି ସହ ଉଚ୍ଚ […]

by election
ବାଜିମାରିଲେ ମହାମେଣ୍ଟ : ବିଜେପିଠୁ ଛଡ଼ାଇନେଲେ ଦୁଇଟି ଆସନ

ନୂଆଦିଲ୍ଲୀ: ଉପନିର୍ବାଚନରେ ବିଜେପିକୁ ବଡ଼ ଧରଣର ଝଟ୍‌କା । ବିଜେପି ବିରୋଧୀ ମହାମେଣ୍ଟ ବିଜେପିଠୁ ଛଡ଼ାଇ ନେଇଛନ୍ତି ଦୁଇଟି ଲୋକସଭା ଆସନ। ବିଶେଷ କରି ୟୁପିର ହାଇପ୍ରୋଫାଇଲ କାଇରାନା ଆସନରେ ହାରିବା ବିଜେପିକୁ ଦେଇଛି ଶକ୍ତ ଧକ୍କା । ଏଠାରେ ଆରଏଲଡି ପ୍ରାର୍ଥୀ ତବସୁମ୍ ହସନ ବିଜୟୀ ହୋଇଛନ୍ତି। ତବସୁମ୍ ହସନଙ୍କୁ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମର୍ଥନ ମିଳିଥିଲା। ବିଏସପି ମଧ୍ୟ ଭିତିରିଆ ଭାବେ ତାଙ୍କୁ ସମର୍ଥନ କରିଥିଲା। ଏକାଠି ହୋଇ ବିଜେପିଠାରୁ ଏହି ଆସନକୁ […]

soab mallik
ଦିନିକିଆ କ୍ରିକେଟରୁ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ଅବସର

ନୂଆଦିଲ୍ଲୀ : ବିଶ୍ୱକପ୍ ସହ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ପାକିସ୍ତାନ କ୍ରିକେଟର ଟପ୍ ଅଲରାଉଣ୍ଡର ସୋଏବ ମଲ୍ଲିକ୍। ଏଥିନେଇ ସେ ଶୁକ୍ରବାର ଘୋଷଣା କରିଛନ୍ତି। ତେବେ ଟି-ଟ୍ୱିଣ୍ଟି ଫର୍ମାଟରେ ନିଜ ଖେଳ ଜାରି ରଖିବେ ବୋଲି କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ସୋଏବ ମଲ୍ଲିକ ତିନିଟି ମ୍ୟାଚ ଖେଳିଥିଲେ। A legend leaves the ODI field for the final time. Thank you Shoaib Malik ?#CWC19 | #PAKvBAN pic.twitter.com/g1tlIsPEK0 — Cricket […]

film
ଚଳଚ୍ଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ପ୍ରମୁଖ ଚଳଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ବୁଧବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଆ ନାଟକ ରଚନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହା ସହିତ ଓଡିଶାର କଳା, ସାହିତ୍ୟ, ଚଳଚିତ୍ର,ଯାତ୍ରା, ନୃତ୍ୟ, ସଂଗୀତ, ଟିଭି ସିରିଏଲ ଓ ସମାଜସେବା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୭ […]

beauty
ଚେହେରାକୁ ସୁନ୍ଦର କରିବାକୁ ଚାହୁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଉତ୍ତମ ସ୍ୱାସ୍ଥ୍ୟ ଓ ସୁନ୍ଦର ଚେହେରାର ହେବାକୁ ସମସ୍ତେ ଇଚ୍ଛା କରିଥାନ୍ତି। ଏହା ସବୁ ଝିଅଙ୍କର ପସନ୍ଦ। କିନ୍ତୁ ଅନେକ ଏମିତି ଝିଅ ଅଛନ୍ତି ଯେଉଁମାନେ ସମୟ ଅଭାବରୁ ତ୍ୱଚାକୁ ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। ଯାହା ଦ୍ୱାରା ସେମାନଙ୍କ ତ୍ୱଚା ଫିକା ପଡିଯାଏ। ଆଉ ଏହାକୁ ନେଇ ଅନେକ ଚିନ୍ତିତ ଥାଆନ୍ତି। ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କିଛି ଘରୋଇ ଉପାୟ ଆପଣାଇ ତ୍ୱଚାର ଯତ୍ନ ନେଇପାରିବେ। ଆସନ୍ତୁ ସେହି ବିଷୟରେ ଜାଣିବା […]

son killed mother
ରୋଗଗ୍ରସ୍ତ ମା’କୁ ମାରି ପୋତି ଦେଲା ପୁଅ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗାଁରେ ଅଭାବନୀୟ ଘଟଣା। ରୋଗଗ୍ରସ୍ତ ମା’କୁ ଚିକିତ୍ସା ନକରି କୁରାଢିରେ ହାଣି ହତ୍ୟା କରିଛି ପୁଅ। ମୃତକ ଜଣକ ହେଲେ ଝାମ୍ପି ଦାସ। ମିଳିଥିବା ସୂଚନା ଅନୁସାରେ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଝାମ୍ପି। ତାଙ୍କର ଦେହ ଦିନକୁ ଦିନ ବେଶି ଖରାପ ହେବରେ ଲାଗିଥିଲା। ସେ ଚଲାବୁଲା କରିପାରୁନଥିଲେ। ଏପରି ଅବସ୍ଥାରେ ମା’ର ଚିକିତ୍ସା ନକରି ପୁଅ ତାଙ୍କୁ ମାରିବା ପରେ ଗାଁ […]

punjilal
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା ; ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଶୁଣାଣି ଶେଷ

ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଶେଷ ହୋଇଛି। ବଲାଙ୍ଗିର ଏଡିଜେ କୋର୍ଟରେ ଏନେଇ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ବେଳେ ଏବେ ସେ ଜେଲରେ ଅଛନ୍ତି। ଗତ ଏପ୍ରିଲ ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଆଇଟି। ତାପରେ ପର୍ଯ୍ୟାୟକ୍ରମେ ରାଜ୍ୟ ଓ ରାଜ୍ୟ […]

sambalpur student
ପଶ୍ଚିମ ଓଡ଼ିଶାର ବଳସିଂହା ଗାଁରୁ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ସାଧାରଣ ପରିବାରରୁ ଆସିଥିବା ଶେଷା କିଶାନ୍ ନାମକ ଜଣେ ଯୁବକ ଆଜି ଜର୍ମାନୀର ଗଟିନ୍‌ଜେନ୍‌ ସ୍ଥିତ ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସୋସିଏଟ୍। ତାଙ୍କର ଅସାଧାରଣ ପ୍ରତିଭା, ଦୃଢ଼ ମନୋବଳ ଓ ସାଧନା ଯୋଗୁ ଏକ ଚାଟଶାଳୀରୁ ପାଠପଢ଼ି ଆଜି ସେ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବେ ଯୋଗଦାନ କରିପାରିଛନ୍ତି। ତେବେ ପଢ଼ନ୍ତୁ ସମ୍ବଲପୁରର ବଳସିଂହା ଗାଁରୁ ଜର୍ମାନୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶେଷାଙ୍କ ସାଧନା ଓ ତପସ୍ୟାର ପ୍ରେରଣାଦାୟକ କାହାଣୀ… ବାଲ୍ୟକାଳରୁ ବାପା-ମାଆଙ୍କୁ ହରାଇଥିବା […]

+2 admission date
ବଢ଼ିଲା ଯୁକ୍ତ ଦୁଇ ନାମଲେଖାର ଅବଧି

ଭୁବନେଶ୍ୱର : ବଢ଼ିଲା ଯୁକ୍ତ ଦୁଇ ନାମଲେଖାର ଅବଧି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ। ପୂର୍ବରୁ ଜୁଲାଇ ୩ରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା। ତେବେ ସର୍ଭରଜନିତ ତ୍ରୁଟି ପାଇଁ ଆହୁରି ୨ ଦିନ ସମୟ ଦେଇଛି ଗଣଶିକ୍ଷା ବିଭାଗ। ୭ ତାରିଖ ଛୁଟି ପଡୁଥିବାରୁ ୮ ଓ ୯ ତାରିଖରେ ମଧ୍ୟ ଛାତ୍ରଛାତ୍ରୀ ନାଁ ଲେଖାଇ […]