• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Decomposed Dead Body
ଶରୀରଠୁ ୨୦୦ ମିଟର ଦୂରରେ ପଡ଼ିଛି ମୁଣ୍ଡ ଓ ହାତ

ବିଲ ମଝିରେ ଗଳିତ ମୃତଦେହ ଉଦ୍ଧାର। ଗୋଟିଏ ସ୍ଥାନରେ ଶରୀରର କିଛି ଅଂଶ ପଡ଼ିଥିବା ବେଳେ ଅନ୍ୟ ସ୍ଥାନରେ ପଡ଼ିଛି ଆଉ କିଛି ଅଂଶ। ଶରୀର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ପଡ଼ି ରହିଛି ମୁଣ୍ଡ ଓ ୨ଟି ହାତ। 

musarf
ମୁଶାରଫ୍‌ଙ୍କ ପରିଚୟପତ୍ର ଓ ପାସପୋର୍ଟ ସସ୍‌ପେଣ୍ଡ ପାଇଁ ପାକ୍ ବିଦେଶ ମନ୍ତ୍ରାଳୟର ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁଶାରଫ୍‌ଙ୍କ ଜାତୀୟ ପରିଚୟପତ୍ର ଓ ପାସପୋର୍ଟ ସସ୍‌ପେଣ୍ଡ କରିବାକୁ ବିଦେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ନ୍ୟାସନାଲ ଡାଟାବେସ୍ ଓ ପଞ୍ଜୀକରଣ ପ୍ରାଧିକରଣ ଏବଂ ଇମିଗ୍ରେସନ ବିଭାଗକୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା ପାକିସ୍ତାନର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଦେଶ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି। ମୁଶାରଫଙ୍କ […]

maoist
ଥାନା ଉଡ଼ାଇ ଦେବାକୁ ମାଓବାଦୀଙ୍କ ଧମକ

ବଲାଙ୍ଗିର: ବେଲପଡ଼ା ଥାନା ରେଙ୍ଗାଲି ଗାଁରେ ମାଓ ପୋଷ୍ଟର ଲାଗିଛି। ଓଡ଼ିଆ ଭାଷାରେ ଲେଖା ହୋଇଥିବା ଏହି ପୋଷ୍ଟରରେ ଡୁଡୁକାମାଲ ଏନ୍‌କାଉଣ୍ଟରକୁ ବିରୋଧ କରାଯାଇଛି। ଏହାସହ ମାସେ ଭିତରେ ବେଲପଡ଼ା ଥାନା ଉଡ଼ାଇବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୋଲିସ ସୂଚନାକାରୀଙ୍କୁ ହତ୍ୟା କରିବାକୁ ମଧ୍ୟ ପୋଷ୍ଟରରେ ଚେତାବନୀ ଦିଆଯାଇଛି। କେଉଁ ଡିଭିଜନ ତରଫରୁ ଏଭଳି ଧମକ ଦିଆଯାଇଛି ତାହା ମାଓ ପୋଷ୍ଟରରେ ଉଲ୍ଲେଖ ନ ଥିବା ବେଳେ  ପୋଷ୍ଟର ଉପରେ କେବଳ ଲାଲ୍ ସଲାମ ଲେଖାଯାଇଥିବା ଦେଖିବାକୁ […]

labour union leader
ରାତି ଅଧରେ ଘରେ ପଶି ଶ୍ରମିକ ନେତାଙ୍କୁ ପିଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର : ରାତି ଅଧରେ ଘରେ ପଶି ଶ୍ରମିକ ନେତାଙ୍କୁ ପିଟିଲେ ଦୁବୃର୍ତ୍ତ। ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ରାଜଧାନୀ ଭୁବନେଶ୍ୱରରେ। ପାରାଦୀପ ଡକ୍ ଏଣ୍ଡ କନଷ୍ଟ୍ରକସନ ୟୁନିୟନ ସଂପାଦକ ଜତିକାନ୍ତ ବେହେରାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଜତିକାନ୍ତଙ୍କ କଳାରାହାଙ୍ଗ ଘରେ ପଶି ୭ରୁ ୮ ଜଣ ଦୁବୃର୍ତ୍ତ ଛୁରି ଓ ରଡ୍‌ରେ ଆକ୍ରମଣ କରିଛନ୍ତି। ଜତିକାନ୍ତ ଏବଂ ତାଙ୍କ ପୁଅକୁ ନିର୍ଧୁମ ପିଟି […]

thunderstorm
କାଳବୈଶୀଖୀ ବର୍ଷା ନେଇ ୧୩ଟି ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ୧୩ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଢେଙ୍କାନାଳ ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ାବାସୀଙ୍କୁ ସନ୍ଧ୍ୟା ୬ଟା ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି କାଳ ବୈଶାଖୀର ପ୍ରଭାବରେ ଏହିସବୁ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ […]

rape--
୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସଂପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ

ମୟୂରଭଞ୍ଜ : ମୟୂରଭଞ୍ଜରେ ଲଜ୍ଜା। ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟକାଣ୍ଡ। ୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇଯିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଶିଶୁର ପରିବାର ଲୋକେ। ପରିବାର ଲୋକଙ୍କ ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ଅଭିଯୁକ୍ତ […]

alick chakraborty
ସିଜେଏମ୍‌ କୋର୍ଟରେ ହାଜର ହେଲେ ମୋଷ୍ଟ ୱାଣ୍ଟେଡ ଅଲିକ ଚକ୍ରବର୍ତ୍ତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ପଶ୍ଚିମବଙ୍ଗର ମୋଷ୍ଟ ୱାଣ୍ଟେଡ ଅଲିକ ଚକ୍ରବର୍ତ୍ତୀଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ପୋଲିସ। ଏଥିପାଇଁ ଆଜି ପୋଲିସ ପକ୍ଷରୁ ତାଙ୍କୁ ଭୁବନେଶ୍ୱର CJM କୋର୍ଟରେ ହାଜର କରାଯାଇଛିା ଏଥିସହିତ ଅଲିକଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ ମଧ୍ୟ ଆବେଦନ କରିଛି ପଶ୍ଚିମବଙ୍ଗ ପୋଲିସ।  ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିବା ବେଳେ ଗତକାଲି ପୋଲିସ ଗିରଫ ଅଲିଙ୍କୁ କରିଥିଲା । ଅଲିକ୍ ଚକ୍ରବର୍ତ୍ତୀ ହେଉଛନ୍ତି ସିପିଆଇଏମ୍ଏଲ୍ ରେଡ୍ ଷ୍ଟାର ପଲିଟି […]

punjilal
ପାର୍ସଲବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ୍ ମେହେରର ଜାମିନ ଆବେଦନ ଖାରଜ

ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାମଲାରେ ମାଷ୍ଟରମାଇଣ୍ଡ୍ ପୁଞ୍ଜିଲାଲ୍ ମେହେରର ଜାମିନ ଆବେଦନ ଖାରଜ ହୋଇଯାଇଛି। ମାମଲାର ବିଚାର କରି ବଲାଙ୍ଗିର ଏଡିଜେ କୋର୍ଟ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି। ଗତକାଲି ଜାମିନ ଆବେଦନର ଶୁଣାଣି ଶେଷ କରି ବଲାଙ୍ଗିର ଏଡିଜେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପୁଞ୍ଜିଲାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବାରୁ କୋର୍ଟ ଜାମିନ ଆବେଦନ ଖାରଜ କରିଥିବା ସରକାରୀ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଓକିଲ କହିଛନ୍ତି, ହାଇକୋର୍ଟର ଆଶ୍ରୟ ନିଆଯିବ। […]

encounter
ଛତିଶଗଡ଼ ପୁଲିସ୍‌କୁ ବଡ଼ ସଫଳତା ; ଏନ୍‌କାଉଣ୍ଟରରେ ୪ ନକ୍ସଲ ନିପାତ, ମାରଣାସ୍ତ୍ର ଜବତ

ମାଲକାନଗିରି ( ଜିତେନ୍ଦ୍ର ବେଉରା) : ଛତିଶଗଡ଼ ପୁଲିସ୍‌କୁ ବଡ଼ ସଫଳତା। ଛତିଶଗଡ଼ ଧମତାରୀ ଜିଲ୍ଲା କଳହରି ଜଙ୍ଗଲରେ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡ଼ିଛି। ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା  ପୁଲିସର STF ଟିମ୍। ତେବେ ଏହି ସମୟରେ ପୁଲିସ୍ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ। ଯାହାର କଡ଼ା ଜବାବ ଦେଇଥିଲା ଫୋର୍ସ। ଘଟଣାସ୍ଥଳରେ ବହୁ […]

haning
ଝୁଳନ୍ତା ଅବସ୍ଥାରେ ମିଳିଲା ନବବଧୂଙ୍କ ମୃତଦେହ

କଳାହାଣ୍ଡି ( ରାଜ କୁମାର ସିଂହଦେଓ ): ବିବାହର ୩ ମାସ ନପୁରୁଣୁ ଝୁଲନ୍ତା ଅବସ୍ଥାରେ ମିଳିଲା ନବ ବିବାହିତାଙ୍କ ମୃତଦେହ। ଭବାନୀପାଟଣା ସଦର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଯୌତୁକ ପାଇଁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ କରଲାସୋଡ଼ା ଗାଁର ବେଣୁଧର ରଣାଙ୍କ ପୁଅ ଜିତେନ୍ଦ୍ର ସହ ବରଗାଁର ଭାଗ୍ୟବାନ ରଣାଙ୍କ ଝିଅ ସହିତ ଗତ ମାର୍ଚ୍ଚରେ ବିବାହ ହୋଇଥିଲା। ତେବେ ବିବାହ ପର […]

modi baranasi
ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

ବାରଣାସୀ : ଭାରତୀୟ ଜନତା ପାର୍ଟି-BJP ପକ୍ଷରୁ ଆଜିଠୁ ପୁଣି ଆରମ୍ଭ ହୋଇଛି ମେଗା ସଦସ୍ୟତା ଅଭିଯାନ। ଦେଶର ସବୁଠୁ ବଡ଼ ରାଜନୈତିକ ଦଳ ବିଜେପି ଏଥର ନିଜ ସଦସ୍ୟଙ୍କ ସଂଖ୍ୟାଙ୍କୁ ୧୧ କୋଟିରୁ ୨୦ କୋଟିକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଆଜି ଏହି ଅଭିଯାନ ଆରମ୍ଭ କରିଛନ୍ତି। ବାରଣାସୀରେ ପହଞ୍ଚିବା ପରେ ମୋଦି ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହାପରେ କର୍ମୀଙ୍କୁ ସମ୍ଭୋଧନ କରି ଏହି […]

cbse
ବଦଳିପାରେ CBSE ଗଣିତ ପରୀକ୍ଷା ଢାଞ୍ଚା

ନୂଆଦିଲ୍ଲୀ: ବଦଳିପାରେ CBSE ଗଣିତ ପରୀକ୍ଷା ଢାଞ୍ଚା। କାରଣ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ପ୍ରକାର ପ୍ରଶ୍ନପତ୍ର କରିବାକୁ CBSE ଯୋଜନା କରୁଛି। ଗୋଟିଏ ସରଳ ଏବଂ ଅନ୍ୟଟି ଜଟିଳ। ଭବିଷ୍ୟତରେ ଗଣିତ ବିହୀନ ଉଚ୍ଚଶିକ୍ଷା କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଗଣିତ ପରୀକ୍ଷାରେ ସରଳ ପ୍ରଶ୍ନପତ୍ରକୁ ବାଛିପାରିବେ। ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରାଯାଉଥିବାର ଜଣାପଡ଼ିଛି। ସିବିଏସ୍ଇ ଆଭ୍ୟନ୍ତରୀଣ ଭାବେ ଏହି ପ୍ରସ୍ତାବକୁ […]

soraj meher
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ପାଟଣାଗଡ଼ରେ ଜଣେ ଜେଇଙ୍କୁ ଉଠ୍‌ବସ୍ ମାମଲାରେ ଫସିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍‌। ୨୫ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ। ଉଲ୍ଲେଖନୀୟ ଯେ,ଗତ ୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ଗତ ୧ ତାରିଖରେ ସତ୍ୟପାଠ ଦାଖଲ ପାଇଁ ଉଭୟ ଜେଇ ଏବଂ ତାଙ୍କ […]

scb
ଗଛରୁ ଖସି ପଡ଼ିଲେ, ବେକରେ ପଶିଗଲା ଡ଼ାଳ

କଟକ: ବେକରେ ଗଛ ଡାଳ ପଶି ଯୁବକ ଗୁରୁତର। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଡାଙ୍ଗର ଡିହା ଗାଁରେ ଏହି ଅଘଟଣ ଘଟିଛି।  ଏହି ଗାଁର ବିଷ୍ଣୁ ମହାକୁଡ଼ ଜାମୁ ଗଛରେ ଚଢ଼ି ଥିବା ବେଳେ ତଳକୁ ଖସି ପଡିଥିଲେ। ତଳେ ପଡ଼ିବା ବେଳେ ଏକ ଡାଳ ତାଙ୍କ ବେକରେ ପଶି ଯାଇଥିଲା। ଗୁରୁତର ଯୁବକଙ୍କୁ ପ୍ରଥମେ ଘଟଗାଁ ମେଡ଼ିକାଲ୍‌ ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତଥାପି ଡାଳକୁ ବାହାର କରାଯାଇ ପାରିନଥିବାରୁ […]

lpg cylindar
ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବା ପରେ ଏବେ ଏଲ୍‌ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍‌ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ସେହିପରି ଅଣ ସବ୍‌ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଥିବା ବେଳେ  ନୂଆ ଦର ଆଜିଠୁ ଲାଗୁ ହୋଇଛି। ନୂଆ ଦର ଅନୁସାରେ ଦିଲ୍ଳୀରେ ଖାଉଟି ସବ୍‌ସିଡ଼ି ସିଲିଣ୍ଡରକୁ ୪୯୩ ଟଙ୍କା ୫୫ ପଇସାରେ କିଣିବେ ଏବଂ ଅଣ […]