• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

love
ଆସ କମ୍ପ୍ରମାଇଜ କରିବା...ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କଲେ ଯୁବକଙ୍କୁ

ଭୁବନେଶ୍ୱର : ଅଭିନେତ୍ରୀଙ୍କ ପ୍ରେମ, ପ୍ରତାରଣା ଘଟଣାର ନୂଆ ମୋଡ଼ । ଶେଷରେ ଲାପଟପ୍‌ ଫେରାଇବା ପାଇଁ ଓଲିଉଡ ଅଭିନେତ୍ରୀ ଯୁବକଙ୍କୁ ଭୁବନେଶ୍ୱର ଡାକିଛନ୍ତି। ଏହି ଘଟଣାର କମ୍ପ୍ରମାଇଜ କରିବାକୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କରି ଯୁବକଙ୍କୁ ଡାକିଛନ୍ତି। ଆଉ ଦେଇଥିବା ଜିନିଷ ନେଇଯିବାକୁ ମଧ୍ୟ କହିଛନ୍ତି । ଗତକାଲି କିଛି ନେଇନଥିଲେ ବୋଲି କହୁଥିବା ଅଭିନେତ୍ରୀ ଆଜି ଯୁବକଙ୍କୁ ଡାକିବା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଉପସ୍ଥିତିରେ ନିଜେ ଦେଇଥିବା ସବୁ ସାମଗ୍ରୀ ନେବେ […]

bangadehi girl
ରାଜଧାନୀରେ ବାଂଲାଦେଶୀ ରୂପଜୀବୀଙ୍କ ଭିଡ଼ !

ଭୁବନେଶ୍ୱର : ରାଜଧାନୀରେ ବାଂଲାଦେଶୀ ରୂପଜୀବୀ । ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣିବା ପଛରେ ଅଛନ୍ତି ଲେଡି ଦଲାଲ। ଅଫିସରେ କାମ ଦେବାକୁ କହି ଆଣିବା ପରେ ଏଠି ସେକ୍ସ୍ ବିଜନେସ୍‌ରେ ଲଗାଉଛନ୍ତି । କିଙ୍ଗପିନ ଦଲାଲ ଜଣେ ବାଂଲାଦେଶୀ ଲେଡି ଦଲାଲ ହୋଇଥିବାରୁ ଯୁବତୀଙ୍କୁ ପ୍ରଥମେ କୋଲକତା ପରେ ଭୁବନେଶ୍ୱରକୁ ଆଣି ଚଳାଇଛନ୍ତି ଦେହର ପସରା। ଯାହାର ସାମାନ୍ୟ ଟେର ପାଉନି ପୁଲିସ। ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ […]

atal
ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ରାଉରକେଲା  : ରାଉରକେଲା ଆମ୍ବବାଗାନ ଛକ ନିକଟରେ ଆଜି ଉନ୍ମୋଚିତ ହୋଇଛି ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚନ କରିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଅଟଳ ବିହାରୀଙ୍କ ଜନ୍ମ ଦିବସ ଅବସରରେ ଏ କାର୍ଯ୍ୟକ୍ରମ ହାତକୁ ନେଇଛି ଆରଏସପି । ଏ ଉତ୍ସବରେ ରାଉରକେଲା ବିଧାୟକ, ରଘୁନାଥପାଲି ବିଧାୟକ, ବିରମିତ୍ରପୁର ବିଧାୟକଙ୍କ ସମେତ ଆରଏସପି ସିଇଓ ଓ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ତେବେ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି ଅଟଳଙ୍କ […]

Jio-The-Indian-Wire-800x556
jio ୟୁଜରଙ୍କ ପାଇଁ ସୁଯୋଗ ; ପୁରୁଣା ପ୍ଲାନ୍‌କୁ ବି ଆକ୍ଟିଭେଟ୍‌ କରିପାରିବେ

ଏୟାରଟେଲ୍‌ ଠୁ ନେଇ ରିଲିଏନ୍ସ ଜିଓ ଯାଏ , ସବୁ ଟେଲିକମ୍‌ କଂପାନୀ ନିଜର ତାରିଫ୍‌ ପ୍ଲାନ୍‌ର ଦାମ ବଢାଇଦେଇଛନ୍ତି । ଯଦ୍ୱାରା ଗ୍ରାହକମାନେ ପୂର୍ବରୁ ସବୁ ସୁବିଧା ପାଇଁବା ପାଇଁ ଅଧିକ ଶୁଳ୍କ ଦେବାକୁ ପଡୁଛି । ଆଉ ଏହାକୁ ନେଇ ଖୁବ୍‌ ଚିନ୍ତିତ ଗ୍ରାହକମାନେ । ହେଲେ ଏହା ଭିତରେ ଏମିତି ଏକ ଉପାୟ ଅଛି , ଯାହାକି ଜିଓ ୟୁଜର ମାନେ ଚାହିଁଲେ ପୁରୁଣା ପ୍ୟାକ୍‌କୁ ବର୍ତ୍ତମାନ ମଧ୍ୟ ଆକ୍ଟିଭେଟ କରିପାରିବେ । […]

solar
କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ

ଭୁବନେଶ୍ୱର : ସୂର୍ଯ୍ୟୋପରାଗ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି । ତେଣୁ ପରୋକ୍ଷରେ କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ ବତାଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିମ୍ ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।  ୧-ଘରେ ବ୍ୟବହାର ହେଉଥିବା ସାଧାରଣ ଦର୍ପଣ ନିଅନ୍ତୁ । ୨-ଏକ କଳା କାଗଜକୁ […]

death
ଟ୍ରେନରେ ଯାଉଥିବାବେଳେ ଚାଲିଗଲା ଜୀବନ !

ଟିଟିଲାଗଡ଼ : ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଅସୁସ୍ଥ ହୋଇ ଯାତ୍ରୀ ମୃତ। ଗତକାଲି ରାତିରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏଲ୍. କାମେଶ୍ୱର ରାଓ ନାମକ ଜଣେ ଯାତ୍ରୀ ରାୟପୁରରୁ ପଲାସା ଯାଉଥିଲେ । କଣ୍ଟାବାଞ୍ଜି ଠାରେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ରେଲୱେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସେତବେଳକୁ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା।  ହୃଦ୍‌ଘାତରେ ଯାତ୍ରୀଙ୍କ […]

fire in bus
ରାଜଧାନୀରେ ଜଳିଗଲା ବସ୍

ଭୁବନେଶ୍ୱର : ରାଜଧାନୀରେ ଜଳିଗଲା ବସ୍ । ଭୁବନେଶ୍ୱର ସହିଦ ନଗରରେ ରଖାଯାଇଥିବା ଏକ ବସ୍‌ରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ବସ୍‌ଟି ହୁତ୍ ହୁତ୍ ହୋଇ ଜଳିଯାଇଥିଲା । ଭୁବନେଶ୍ୱର ଅଗ୍ନିଶମ ବାହିନୀ ଆସି ନିଆଁକୁ ଲିଭାଇଥିଲେ। ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ବାହନ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ ନମ୍ବରର ଏହି ବସ୍‌ଟି  ବାଙ୍ଗାଲୋର ସେଣ୍ଟ୍ରାଲ RTOରେ ରେଜିଷ୍ଟ୍ରେସନ୍ ହୋଇଥିଲା। ଆଉ […]

amit sha
NPR ବୁଝାଇବାକୁ ଯାଇ ଓଡ଼ିଶାର ଉଦାହରଣ ଦେଲେ ଅମିତ ଶାହ

ନୂଆଦିଲ୍ଲୀ  : NPR ବୁଝାଇବାକୁ ଯାଇ ଓଡ଼ିଶାର ଉଦାହରଣ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ବହୁ ଲୋକ ବସବାସ କରୁଛନ୍ତି।  ଗୁଜରାଟରେ ଓଡ଼ିଶା, ଦିଲ୍ଲୀ, ୟୁପିରୁ ଆସି ବହୁ ଲୋକ ରହୁଛନ୍ତି। ଗୁଜରାଟରେ କେତେ ଓଡ଼ିଆ ରହୁଛନ୍ତି ଜାଣିଲେ ତ କିଛି କରିହେବ । ଓଡ଼ିଆ ଲୋକଙ୍କ ସଂଖ୍ୟା ଜାଣିଲେ ସେମାନଙ୍କ ଭାଷା ପଢ଼ାଇହେବ ଏବଂ ସ୍କୁଲରେ ପଢ଼ାଇବା ବ୍ୟବସ୍ଥା କରିହେବ ବୋଲି ଅମିତ ଶାହା କହିଛନ୍ତି । […]

barsha
ବର୍ଷା ପ୍ରିୟଦର୍ଶିନୀଙ୍କ ଆତ୍ମହତ୍ୟା ! ସାନ ଭଉଣୀଙ୍କୁ ଥିଲା ଶେଷ କଲ୍‌...

ବେଙ୍ଗାଲୁରୁ : ବେଙ୍ଗାଲୁରୁ ମାଡିବାଲା ଅଂଚଳରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ।  ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ୩୦ ବର୍ଷୀୟା ବର୍ଷା ପ୍ରିୟଦର୍ଶିନୀ। ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ତେବେ ପାରିବାରିକ କଳହକୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସାନ ଭଉଣୀଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ।  କଳହ ପରେ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ ମାଡ଼ […]

ll
ଆସନ୍ତା ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ ; ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ

ପୁରୀ / ଭୁବନେଶ୍ୱର : ଆସନ୍ତା ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ। ଆକାଶରେ ୩ଘଣ୍ଟା ୯ମିନିଟ୍ ଧରି ଚାଲିବ ଛାଇ ଆଲୁଅର ଖେଳ। ସେହିଦିନ ସକାଳ ଠିକ୍ ୮ଟା ୨୦ ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେବ। ସର୍ବମୋକ୍ଷ ସମୟ ରହିଛି ଦିନ ୧୧ଟା ୨୯ମିନିଟ୍ ୧୦ ସେକେଣ୍ଡ। ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ କରାଯିବ। ଏହି ସମୟରେ ସମ୍ପୂର୍ଣ୍ଣ ନିଷେଧ ଅନ୍ନ ଭୋଜନ ସାଙ୍ଗକୁ ଦେବନୀତି । […]

dhoni-kohali
ୱିଜଡେନ୍ ଟିମରେ କୋହଲି ଓ ଧୋନି

ଲଣ୍ଡନ: କ୍ରିକେଟର ‘ବାଇବଲ୍‌’ କୁହାଯାଉଥିବା ୱିଜଡେନ ତା’ର ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଟିମ୍ ଚୟନ କରିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇଛି। ଏହି ତାଲିକାରେ ବିଶ୍ୱର ଅନେକ କ୍ରିକେଟର୍ ସ୍ଥାନ ପାଇଛନ୍ତି। କୋହଲି ୮୪ ଟେଷ୍ଟରେ ୫୪.୯୭ ହାରରେ ୭୨୦୨ ରନ୍ କରିଛନ୍ତି, ଯେଉଁଥିରେ ୨୭ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ୍ ଅଛି। ୱିଜଡେନ୍ ଟେଷ୍ଟ ଟିମରେ ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ […]

dadagiri
ଥାନା ବାବୁଙ୍କ ଦାଦାଗିରି !

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଆଇଆଇସି ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ରାଜ୍ୟ ମହିଳା କମିଶନଙ୍କୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ। ବିଂଝାରପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କିଛି ଅସାଧୁ ବେଆଇନ ବାଣ ବ୍ୟବସାୟୀ ଜଣେ ନାବାଳିକାଙ୍କୁ କୌଣସି ଏକ କାରଣରୁ ମାଡ ମାରିଥିଲେ। ପରେ ନାବାଳିକା ଜଣଙ୍କ ଥାନାରେ  ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ। ହେଲେ ଥାନାର ଆଇଆଇସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା […]

onion-3
ଇଜିପ୍ଟରୁ ପିଆଜ ଆସିବା ପରେ ଦର କମିବା ଆଶା

ଭୁବନେଶ୍ୱର : ଆକାଶ ଛୁଆଁ ଆଳୁ ପିଆଜ। ପିଆଜ ପରେ ଏବେ ଆଳୁରେ ବି ହାତ ମାରି ପାରୁନାହାନ୍ତି ଖାଉଟି। ସପ୍ତାହେ ଭିତରେ କିଲୋ ପ୍ରତି ପ୍ରାୟ ୧୦ଟଙ୍କା ବଢି ପାଖାପାଖି ୩୦ରେ ପହଞ୍ଚିଲାଣି। ତେବେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ ନିର୍ଭର କରୁଥିବା ଓଡ଼ିଶା ବ୍ୟବସାୟୀ କହିଛନ୍ତି ମାସ ଶେଷ ସୁଦ୍ଧା କମି ପାରେ ଦର।  ନୂଆ ଆଳୁ ବାହାରିଲେ ଦର ଉପରେ ଏହାର ପ୍ରଭାବ ପଡ଼ିବ। ସ୍ଥାନୀୟ ଆଳୁ ଓ ପଶ୍ଚିମବଙ୍ଗରୁ ଆଳୁ ବଜାରରେ […]

accident
ପିକ୍‌ନିକ୍ ଋତୁରେ କାହିଁକି ବଢୁଛି ଦୁର୍ଘଟଣା ? ପଢ଼ନ୍ତୁ ଏହି ରିପୋର୍ଟ

ମୋହନା /ଅନୁଗୋଳ /ଭୁବନେଶ୍ୱର : ପିକ୍‌ନିକ୍ ଋତୁରେ କାହିଁକି ବଢୁଛି ରାସ୍ତା ଦୁର୍ଘଟଣା ? ଜୋସ୍‌ରେ ହୋସ୍ ହରାଉଛନ୍ତି କି ଗାଡ଼ି ଚାଳକ ? ଯାହାର ପରିଣାମ ଭୋଗୁଛନ୍ତି ନିରୀହ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜରପଡ଼ାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ଚାରି ଚାରିଟି ଜୀବନ । ରାୟପୁରରୁ ପୁରୀ ଯିବାବାଟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଥିବା ୧୦ଜଣଙ୍କ ମଧ୍ୟରୁ ଆଉ ୬ଜଣ ଗୁରୁତର ଅଛନ୍ତି । ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା […]

love
ଯୁବକଙ୍କୁ ଧୋକାଦେଲେ ଓଲିଉଡ ଅଭିନେତ୍ରୀ ; ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲେ !

ଭୁବନେଶ୍ୱର : ପ୍ରେମ ଓ ବିବାହର କଥା ଦେଇ ଓଲିଉଡ ଅଭିନେତ୍ରୀ ଠକି ଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ନାମକ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ପ୍ରେମ ଜାଲରେ ଫସି ଏବେ ଧୋକା ଖାଇଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ଯୁବକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ସେ ଅଭିନେତ୍ରୀଙ୍କୁ ଲାପଟପ, ୨ଲକ୍ଷ ଟଙ୍କା ସହ ଚେନ୍‌ ଦେଇଥିଲେ। ପରେ ଅଭିନେତ୍ରୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ଠକିଥିବା କମିଶନରେଟ ପୁଲିସ ନିକଟରେ ଅଭିଯୋଗ […]

bear attack
ଶୌଚ ପାଇଁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଗାଁରେ ଆଜି ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ କ୍ଷୀରୋଦ ନାଏକ, ଜାମଗାଁର ଫୁଲମତୀ ନାଗ ଓ ରୋକାଲ ଗାଁର କରୁଣା ମାଝୀ। ଆଜି ସକାଳେ ପୋଖରୀକୁ ଶୌଚ ପାଇଁ ଯାଇ ଥିବା ବେଳେ ତିନି ଜଣ ଭାଲୁ ହାବଡ଼ରେ ପଡ଼ିଯାଇଥିଲେ। ସେମାନଙ୍କୁ ଭାଲୁ ଆକ୍ରମଣ କରିଥିଲା।

student
ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ କମାଲ : ଅନ୍ଧ ଓ ବଧିରଙ୍କ ଲାଗି ଉଦ୍ଭାବନ କଲେ ସ୍ୱତନ୍ତ୍ର ଚଷମା

ଯାଜପୁର ( ଗୁଲାମ ଗସ୍) : କୁନି ବାଳକର କମାଲ। ବୟସ ସିନା କମ୍‌ ହେଲେ ଚିନ୍ତାଧାରା ମହାନ । ଦୃଷ୍ଟିହୀନ ଓ ବଧୀରଙ୍କ ଲାଗି ସେ ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ଚଷମା। ଯାହା ଦିବ୍ୟାଙ୍ଗଙ୍କ ଦୁଃଖ ଦୂର କରିପାରିବ । ଯାହାଫଳରେ ସେମାନେ ରାସ୍ତାରେ ଭଲଭାବେ ଚାଲିପାରିବେ । ଯାଜପୁର ଖଇରାବାଦ ପଞ୍ଚାୟତର ପିସିବି ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଙ୍କ ନାଁ ପ୍ରିୟବ୍ରତ ସାହୁ । ନିଜ ଗାଁର ଜଣେ ଦୃଷ୍ଟିହୀନ […]

spine
୨ ବର୍ଷ ହେଲା ଅଣ୍ଟା ଯନ୍ତ୍ରଣା ହେଉଥିଲା, ଯୁବତୀଙ୍କ ମେରୁଦଣ୍ଡ ହାଡ଼ରୁ ବାହାରିଲା ବୁଲେଟ୍‌ !

ହାଇଦ୍ରାବାଦ : ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଥିବା NIMS ଡାକ୍ତରଖାନାରେ ଡାକ୍ତରମାନେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ମେରୁଦଣ୍ଡର ହାଡ଼ରୁ ଏକ ବୁଲେଟ୍‌ (ଗୁଳି) ବାହାର କରିଛନ୍ତି। ଯାହାକୁ ନେଇ ଏବ ଚର୍ଚ୍ଚା ଜୋର ଧରିଛି । ଡାକ୍ତରଙ୍କ କହିବା ମୁତାବକ ଅସମା ବେଗମ ନାମକ ଏହି ଯୁବତୀଙ୍କ ଗତ ୨ ବର୍ଷ ହେଲା ବହୁତ ଅଣ୍ଟା ବିନ୍ଧା ହେଉଥିଲା । ସେ ବହୁତ କଷ୍ଟ ଅନୁଭବ କରୁଥିଲେ । ଯନ୍ତ୍ରଣା […]

dhoni
୧୫ ବର୍ଷ ପୂରଣ କଲେ ଧୋନି

ନୂଆଦିଲ୍ଲୀ: ଭାରତକୁ ଦୁଇଟି ବିଶ୍ୱକପ୍ ଜିତାଇଥିବା ପୂର୍ବତନ କ୍ୟାପଟେନ୍ ଏବଂ ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ବିଶ୍ୱ କ୍ରିକେଟରେ ଧୋନି ଏକମାତ୍ର କ୍ୟାପଟେନ୍‌, ଯିଏ ଆଇସିସିର ତିନି ବଡ଼ ଟ୍ରଫି ଉପରେ କବଜା କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ଆଇସିସି ଟି-୨୦ ବିଶ୍ୱକପ୍ (୨୦୦୭), କ୍ରିକେଟ୍ ବିଶ୍ୱକପ୍ (୨୦୧୧) ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି (୨୦୧୩) ଟାଇଟଲ୍ ଜିତିସାରିଛି। ଏହାବ୍ୟତୀତ ଭାରତ ୨୦୦୯ରେ ପ୍ରଥମଥର ଟେଷ୍ଟରେ […]