• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sand
ବିଶ୍ୱକପ୍ ଫୁଟବଲ ଫାଇନାଲକୁ ନେଇ ବାଲୁକା କଳା

ପୁରୀ : ଆଜି ହେବାକୁ ଥିବା ବିଶ୍ୱକପ୍‌ ଫୁଟବଲ ଫାଇନାଲ ମ୍ୟାଚ ପାଇଁ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି। ଏହି ଅବସରରେ ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ବାଲୁକ ଶିଳ୍ପୀ ମାନସ ସାହୁ ଫ୍ରାନ୍ସ ଓ କ୍ରୋଏସିଅାର ଜାତୀୟ ପତାକାର ବାଲୁକାକଳା କରିଛନ୍ତି। ୧୫ ଫୁଟ ଓସାରରେ ଏହି ବାଲୁକ କଳା ନିର୍ମାଣ କରିବାକୁ ପାଖାପାଖି ୧୫ ଟନ ବାଲି ବ୍ୟବହାର କରାଯାଇଛି। ବାଲୁକା ଶିଳ୍ପୀ ମାନସ ସାହୁ ଓ ତାଙ୍କର ଛାତ୍ରଛାତ୍ରୀ ମାନେ […]

std
ପ୍ରଥମ ଶ୍ରେଣୀ ପିଲା ଶିଖିବେ ସ୍ପୋକନ୍ ଇଙ୍ଗଲିସ୍

ଭୁବନେଶ୍ୱର : ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜି ଭାଷାରେ ପ୍ରାଧାନ୍ୟ ଦେବାକୁ ଅଭିଭାବକମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍‌ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା […]

fifa
ଅାଜି ଫିଫା ବିଶ୍ୱକପ୍ ଫାଇନାଲ

ମସ୍କୋ : ଫିଫା ବିଶ୍ୱକପ୍ ଫାଇନାଲ୍‌କୁ ନେଇ ବଢୁଛି ଉତ୍କଣ୍ଠା। ଅାଉ ଫାଇନାଲରେ ଖେଳିବାକୁ ଥିବା ଦୁଇ  ଦେଶ ଫ୍ରାନ୍ସ ଓ କ୍ରୋଏସିଅାରେ ଏବେ ପୁରା ଫୁଟବଲ୍ ମାନିଅା। କ୍ରୋଏସିଅାରେ ଏବେ କେବଳ ଫୁଟବଲର ଚର୍ଚ୍ଚା। ଏଥିରୁ ବାଦ ପଡିନାହାନ୍ତି ରାଷ୍ଟ୍ରପତି କୋଲିନ୍ଦା ଗ୍ରାବର। ସେ ନିଜେ ମ୍ୟାଚ୍ ବେଳେ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି। ଋଷିଅା ବିିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଯେତେବେଳ କ୍ରୋଏସିଅା ବିଜୟୀ ହେଲା ,ସେତେବେଳ ଗ୍ରାବର୍ ଖୁସିରେ ନାଚି […]

school problem
ଭଙ୍ଗା ଦଦରା ସ୍କୁଲ୍‌ ଘରେ ଚାଲିଛି ପାଠପଢ଼ା

କଟକ : ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢା। କଟକର ନିଶ୍ଚିନ୍ତକୋଇଲି ପ୍ରାଥମିକ ବିଦ୍ୟାଳୟରେ କେଉଁଠି ଅାଜବେଷ୍ଟସ ଫାଟି ଆଁ କରିଛି ତ ଅାଉ କେଉଁଠି କବାଟ ଝରକା ନାହିଁ। କେତେବେଳେ ଯେ ଛାତ ଖସିପଡି ଅଘଟଣ ଘଟିବ ତାହା କହିବା ମୁସ୍କିଲ।  ଅାଉ ବର୍ଷା ହେଲେ କଥା ସରିଲା। ସ୍କୁଲ ଭିତରେ ଜମେ ଅାଣ୍ଠୁଏ ଉଚ୍ଚର ପାଣି। ସ୍କୁଲର ୬ଟି ଗୃହରୁ ୪ଟି ସଂପୂର୍ଣ୍ଣ ବିପଦସଙ୍କୁଳ ଥିବାରୁ ୨ଟି ଗୃହରେ ଚାଲିଛି ୫ ଟି ଶ୍ରେଣୀ। ସ୍କୁଲର […]

babula
ସବୁଠି ଚର୍ଚ୍ଚାରେ ଏବେ କଟକର ବାବୁଲା ସାହୁଙ୍କ ଦହିବରା ଆଳୁଦମ୍

କଟକ : କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏବେ ଖାଲି କଟକ କି ଓଡ଼ିଶା ନୁହେଁ, ସାରା ଦେଶରେ ଖ୍ୟାତି ଅର୍ଜନ କରିଛି । କାହିଁକି ଜାଣିଛନ୍ତି ? ବିଭିନ୍ନ ରାଜ୍ୟର ଷ୍ଟ୍ରିଟ୍‌ଫୁଡ୍‌କୁ ନେଇ ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି ଆମ ସଭିଙ୍କ ପ୍ରିୟ ଦହିବରା ଆଳୁଦମ । କଟକର ଦହିବରା ବ୍ୟବସାୟୀ ବାବୁଲା ସାହୁ ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ଭାଗ ନେଇ ସମସ୍ତଙ୍କୁ ପଛରେ ପକାଇବା ପରେ ଏବେ […]

SUICIDE
୫ ଜଣ ବେକରେ ଦଉଡ଼ି ଲଗାଇ, ଜଣେ ଛାତରୁ ଡେଇଁ ଆତ୍ମହତ୍ୟା

ଝାଡ଼ଖଣ୍ଡ : ଦିଲ୍ଲୀ ବୁରାଡି ପରେ ଏବେ ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି ଗଣଅାତ୍ମହତ୍ୟା। ଗୋଟିଏ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଋଣବୋଝ ସହିନପାରି ସମସ୍ତେ ଅାତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପରିବାରର ୫ ଜଣ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବାବେଳେ ଜଣେ ଛାତରୁ ଡେଇଁ ଅାତ୍ମହତ୍ୟା କରିଥିବା ଜଣାପଡିଛି।  ଘଟଣାର ତଦନ୍ତ କରୁଛି ପୋଲିସ।  

jp
ଜେପି ନଡ୍ଡାଙ୍କୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ଓ ବୈଜୟନ୍ତ

ଭୁବନେଶ୍ୱର : ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସ୍ୱାଗତ ଜଣାଇଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଶ୍ରୀ ନଡ୍ଡାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୀର୍ଘବର୍ଷର ସଂଗଠନାତ୍ମକ ଅନୁଭବ ଓ କୁଶଳ କାର୍ଯ୍ୟଶୈଳୀ ଯୋଗୁ ଶ୍ରୀ […]

son
ପୁଅର ଛୁରାମାଡ଼ରେ ବାପାର ମୃତ୍ୟୁ

ଝାରସୁଗୁଡ଼ା : ବାପାକୁ ମାରିଲା ପୁଅ। ଝାରସୁଗୁଡ଼ା ବେଦାନ୍ତ ବିସ୍ଥାପିତ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଶିକେଶନ ରୋହିଦାସ ଭଗବାନଙ୍କୁ ତାଙ୍କ ପୁଅ ରୋହିଦାସ ଛୁରାମାଡ଼ କରିଥିବା ଜଣାପଡିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ । ଖବର ପାଇଁ ବଡମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।  […]

rupa ganguli
ଆସନ୍ତାକାଲି ଓଡ଼ିଶା ଆସିବେ ରୂପା ଗାଙ୍ଗୁଲୀ

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବିଜେପି ନେତ୍ରୀ ରୂପା ଗାଙ୍ଗୁଲୀ ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଶ୍ରୀମତୀ ଗାଙ୍ଗୁଲୀ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଗାଙ୍ଗୁଲୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ। ଶ୍ରୀମତୀ ଗାଙ୍ଗୁଲୀ ରାଇଘର ମିନି […]

atanu
ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ ହେଲେ ଜଣେ ଓଡ଼ିଆ

ଭୁବନେଶ୍ୱର :  ଓଡ଼ିଶାକୁ ଗର୍ବିତ କଲେ ଆଉ ଜଣେ ଓଡ଼ିଆ । ଅତନୁ କୁମାର ଦାସଙ୍କୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ସିଇଓ ପଦରେ ନିଯୁକ୍ତ କଲେ କେନ୍ଦ୍ର ସରକାର। ଆଜି ଏକ ପ୍ରେସ୍‌ ରିଲିଜ୍‌ରେ ଏଇ ସୂଚନା ଦେଇଛନ୍ତି ଭାରତ ସରକାର। ଅତନୁ କୁମାର ଦାସ ଭୁବନେଶ୍ୱରର ୟୁନିଟ୍‌ ୧ ବାଳକ ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ବିଜେବି କଲେଜରେ ପଢ଼ିଥିଲେ। ତାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇକୋନୋମିକ୍ସରେ ଏମ୍‌ଏ କରିଛନ୍ତି।  ଶ୍ରୀଯୁକ୍ତ ଦାସ ୨ ଫେବ୍ରୁଆରୀ୨୦୧୭ […]

rain 6
ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହି ଲଘୁଚାପ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍‌ ମାର୍କ ରୂପ ନେଇପାରେ। ଫଳରେ ଅାଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଅାହୁରି ଅଧିକ ବର୍ଷା ହେବ ବୋଲି ଅାଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ସେହିଭଳି ଅାସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଅାଞ୍ଚଳିକ ପାଣିପାଗ ବିଭାଗ। […]

kandhamala
ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ବାଲିଗୁଡ଼ା (ଅଜିତ୍ କୁମାର ନାୟକ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଧମାଳ ଜିଲ୍ଲା। ଜିଲ୍ଲାର ଅନେକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି। ସେଥି ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲ୍ଲାର ମଣ୍ଡାସରୁ ପର୍ଯ୍ୟଟସ୍ଥଳୀ। ଯାହାକି ଅତି ମନଲୋଭା ଓ ଆର୍କଷଣୀୟ ମଧ୍ୟ। ଯିଏ ଥରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିଛି, ତାରି ପ୍ରେମରେ ବାନ୍ଧି ହୋଇଯାଇଛି। ପ୍ରକୃତି କୋଳରେ ଥିବା ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଜୈବ ବିବିଧତାରେ ପରିପୂର୍ଣ୍ଣ ଥିବା ନେଇ ଏହାକୁ ଐତିହ୍ୟ ସ୍ଥଳୀର ମାନ୍ୟତା […]

juel
ବିଜୟ ମାଲ୍ୟାଙ୍କୁ ସ୍ମାର୍ଟ କହି କ୍ଷମା ମାଗିଲେ ଜୁଏଲ ଓରାମ୍

ଭୁବନେଶ୍ୱର : ଅାଦିବାସୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ଅଭିଭାଷଣ ଦେବା ବେଳେ ବିଜୟ ମାଲ୍ୟାଙ୍କୁ  ସ୍ମାର୍ଟ ବୋଲି କହିଥିବାରୁ କ୍ଷମା ମାଗିଲେ କେନ୍ଦ୍ର ଅାଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍। ଜୁଏଲ ଗତକାଲି ଏ ସମ୍ପର୍କରେ ଗଣମାଧ୍ୟକୁ ସ୍ପଷ୍ଟୀକରଣ ଦେଇ ମାଲ୍ୟାଙ୍କ ନାଁ ଭୁଲ୍‌ କ୍ରମେ ଉଚ୍ଚାରଣ କରିଥିବା କହିଛନ୍ତି। ମାଲ୍ୟାଙ୍କ ବଦଳରେ ସେ ଟାଟା, କିମ୍ବା ବିର୍ଲାଙ୍କ ନାମ ନେବା କଥା, ହେଲେ ଭୁଲ୍‌ କ୍ରମେ ସେ ମାଲ୍ୟାଙ୍କ ନାଁ ନେଇଥିବାରୁ ଏଥିପାଇଁ ସେ […]

baripaDA RATHA
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ହେବ ରଥ ଟଣା

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ହେବ ରଥ ଟଣା। ଆଜି ଅପରାହ୍ନରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣାଯିବ। ପରମ୍ପରା ଅନୁସାରେ ଆସନ୍ତାକାଲି ଟଣାଯିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ।  ଏଠାରେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ହିଁ ଟାଣିବାର ପରମ୍ପରା ରହିଛି। ଗତକାଲି ଛେରାପହଁରା ଓ ଦିଅଁଙ୍କ ପହଣ୍ଡି ବିଜେ ହୋଇ ସାରିଛି । ତିନି ଠାକୁର ରଥାରୁଢ ହୋଇଛନ୍ତି। ରଥ ଉପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଆଜି ରଥଟଣା ପାଇଁ ବାରିପଦାରେ […]

park
ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

ଭୁବନେଶ୍ୱର  : ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା। ବାଇକ୍‌ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ମାଲିକ। କେବଳ ସିଙ୍ଗଲ୍ ଲେନ୍‌ରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍‌ ଗୁଡ଼ିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଆଜି ଠାରୁ ଏନେଇ ଡିସିପି ଟ୍ରାଫିକ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ରାସ୍ତାକଡ଼ରେ […]

nadighosha
ବଳଗଣ୍ଡି ଛକରୁ ପୁଣି ଟଣାଯିବ ନନ୍ଦିଘୋଷ ରଥ

ପୁରୀ : ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଶ୍ରୀଜୀଉ। ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା କାଳିଆ ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।  ଗତକାଲି ନୀଳକନ୍ଦରରୁ ବାହାରି ଆସିଥିବା ଚତୁର୍ଦ୍ଧା ମୂରତିଙ୍କ ତିନି ରଥ ମଧ୍ୟରୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ସାରିଛି। ତେବେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିନ୍ତୁ ବଳଗଣ୍ଡି ଛକରେ ଅଟକି ଯାଇଛି। ଜଗନ୍ନାଥଙ୍କ ରଥକୁ ଭକ୍ତମାନେ ଆଜି […]

bus
ଏମିତି ବି ଆସେ ମୃତ୍ୟୁ ; ତଳେ ବସିଥିବାବେଳେ ଚଢ଼ିଗଲା ବସ୍‌

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ଅଭିରାମ ପରମ ହଂସଙ୍କ ଶାନ୍ତି ଆନନ୍ଦ ଆଶ୍ରମରେ ଜଗଦଗୁରୁ ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ ଦୁଇ ସମୁଦୁଣୀ। ହେଲେ ଠାକୁରଙ୍କୁ ଦର୍ଶନ କରିବା ପୂର୍ବରୁ ବସ୍‌ ଧକ୍କାରେ ଚାଲି ଗଲା ଜଣଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଏମିତି ଦୁର୍ଘଟଣା ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ରତାତିରା ଗାଁର କେତେକ ଅଭିରାମ ଭକ୍ତ ପୁରୀ ଜିଲ୍ଲା କଣାସ […]