• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

tito house
ଆଜି ସରୁଛି ଟିଟୋର ରିମାଣ୍ଡ ଅବଧି

ଭୁବନେଶ୍ୱର: ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି। ଏନ୍‌କାଉଣ୍ଟର ପରେ ଟିଟୋକୁ ୫ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌।  ତେବେ ତଦନ୍ତକୁ ଆଖି ଆଗରେ ରଖି ଟିଟୋକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଥିବା ଜଣାପଡ଼ିଛି। ଯାଞ୍ଚ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର କ୍ରାଇମବ୍ରାଞ୍ଚ ଜବତ କରିଛି।  ଟିଟୋ ଘରୁ କାଶ୍ମୀର ସମ୍ବନ୍ଧୀୟ ପୁସ୍ତକ ମିଳିଥିବାରୁ କାଶ୍ମୀର ସହିତ କ’ଣ ଲିଙ୍କ୍ ରହିଛି ତା’ର ମଧ୍ୟ […]

heavy rainfall
ଆଜିଠୁ ୩ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜିଠୁ ୩ଦିନ ଧରି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ୍‌ ମାସରେ କମ୍‌ ବର୍ଷା ହେବା ସହିତ ଜୁଲାଇ ମାସରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ଆଗାମୀ ୩ […]

bjp
ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର : ଦୁଇଦିନ ଧରି ବିଭିନ୍ନ ସ୍ତରରେ ବିଚାରବିମର୍ଶ ପରେ ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଦଳର ୩୬ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ କେବଳ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଂଗଠନକୁ ନେଇ ଅଡ଼ୁଆ ଲାଗି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁୂମୋଦନ ପରେ ଦଳର ରାଜ୍ୟ ସହନିର୍ବାଚନ ଅଧିକାରୀ ସୁଦୀପ୍ତ ରାଏ କହିଛନ୍ତି ଯେ, ଓଡ଼ିଶା […]

13
ସମସ୍ୟାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ

ଭୁବନେଶ୍ୱର: ଉତ୍ସାହୀ ଶିଳ୍ପଦ୍ୟୋଗୀଙ୍କୁ ଭୁଆଁ ବୁଲାଇଲେ ସରକାର। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ରହେଳିକା ସାଜିଲା କେନ୍ଦ୍ରର ସବ୍‌ସିଡି ଯୋଜନା। କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ମିଶନ-୨୦୧୨ରେ କେବିକେ ଜିଲ୍ଲାରେ ୧୨ଜଣ ଶିଳ୍ପଦ୍ୟୋଗୀ ରାଇସ ମିଲ୍ ଓ ଜଣେ ଆଇସକ୍ରିମ୍ ୟୁନିଟ୍ ବସାଇଥିଲେ। ହେଲେ କେନ୍ଦ୍ର ସରକାର ହଠାତ୍ ୨୦୧୫ରେ ସ୍କିମ୍ ବନ୍ଦ କରିଦେବାରୁ ଏହାର ମାଲିକଙ୍କ ମୁଣ୍ଡରେ ବଜ୍ର ପଡିଛି। ୟୁନିଟ୍ ମାଲିକଙ୍କୁ ସବସିଡି ଆକାରରେ ମିଳିବାକୁ ଥିବା ୨୫ରୁ ୩୦ ଲକ୍ଷ […]

bomb
ଫୁଟିଲା ପାର୍ସଲ ବୋମା

ବରଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପରେ ବରଗଡ଼ରେ ଫୁଟିଲା ପାର୍ସଲ ବୋମା। ଅତାବିରା ଭାଲୁପତ୍ରା ଗାଁର ଜଣଙ୍କ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ଘର ସାମ୍ନାରେ ଥୁଆ ହୋଇଥିବା ଏକ ଅଜଣା ପ୍ୟାକେଟ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ସି.ଏଚ୍. ନାଗଭୂଷଣ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବରଗଡ଼ ଏସ୍‌ପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ […]

caa
ସିଏଏ ବିରୋଧ ଆନ୍ଦୋଳନ : ଉତ୍ତରପ୍ରଦେଶରେ ୬ ମୃତ

ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍‌ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।” ପୁଲିସ୍‌ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍‌ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ […]

vlcsnap-error113
ବୁରାଡ଼ି ଗଣ ଆତ୍ମହତ୍ୟା ଉପରୁ ହଟୁଛି ପରଦା

ନୂଆଦିଲ୍ଲୀ: ବୁରାଡ଼ି ଗଣ ଆତ୍ମହତ୍ୟା ପଛରେ ମହିଳା ତାନ୍ତ୍ରିକଙ୍କ ସଂପୃକ୍ତି। ଗୋଟିଏ ଇସାରାରେ ଭାଟିଆ ପରିବାରର ୧୧ ଜଣ କଲେ କି ଆତ୍ମହତ୍ୟା? ତନ୍ତ୍ର ବିଦ୍ୟା ଯୋଗୁ ଗଲା କି ଭାଟିଆ ପରିବାରର ଜୀବନ ? ଏସମସ୍ତ ଖିଅକୁ ନେଇ ଏବେ ତଦନ୍ତ ଆଗକୁ ବଢ଼ାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ଏହାରି ଭିତରେ ମାମଲାରେ ପ୍ରଥମ ଗିରଫଦାରୀ ହୋଇଛି। ମହିଳା ତାନ୍ତ୍ରିକ ଗୀତା ମାତାକୁ ଗିରଫ କରି ପଚରାଉଚରା କରୁଛି ଦିଲ୍ଳୀ କ୍ରାଇମବ୍ରାଞ୍ଚ। ଏହି ମହିଳା ତାନ୍ତ୍ରିକଙ୍କ ଇସାରାରେ […]

baijayanta
ଆଇନକୁ ନବୁଝି ଅନେକ ଏହାକୁ ବିରୋଧ କରୁୁଛନ୍ତି : ବୈଜୟନ୍ତ

ଭୁବନେଶ୍ୱର : CAA ଓ NRCକୁ ନେଇ ମତ ରଖିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନକୁ ନବୁଝି ଅନେକ ଏହାକୁ ବିରୋଧ କରୁଛନ୍ତି। ଉଦ୍‌ବେଗର କଥା ହେଉଛି ଅସାମାଜିକ ଲୋକ ଆନ୍ଦୋଳନରେ ସାମିଲ ହୋଇ ଏହାକୁ ହିଂସାର ରୂପ ଦେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ CAA ଓ NRC ନେହରୁଙ୍କ ଠାରୁ ଆରମ୍ଭ […]

electric
ଖତ ଖାଉଛି ବିଦ୍ୟୁତ୍‌ ଉପକରଣ

ଉଦଳା: ଖତ ଖାଉଛି ବିଦ୍ୟୁତ୍‌ ଉପକରଣ। ଅଚଳ ହୋଇ ପଡ଼ରହିଛି ଇଲେକ୍‌ଟ୍ରିକ୍‌ ଟାୱାର ସହ ଟ୍ରାନ୍ସଫର୍ମର। ୨୦୧୨ ମସିହାରେ କପ୍ତିପଦା ବ୍ଲକର ୮ ପଞ୍ଚାୟତବାସୀଙ୍କ ଲୋ ଭୋଲଟେଜ ସମସ୍ୟା ଦୂର ଲାଗି ଏଠାରେ ସବ୍‌ ଷ୍ଟେସନ ନିର୍ମାଣ ହୋଇଥିଲା। ହେଲେ ଏଯାଏଁ କାର୍ଯ୍ୟକାରୀ ହୋଇପାରୁନାହିଁ। ସେପଟେ ସବ୍ ଷ୍ଟେସନର ଘରଗୁଡ଼ିକର କାନ୍ଥ ଫାଟି ଆଁ କଲାଣି। ଏହି ସବ୍‌ ଷ୍ଟେସନ ନିର୍ମାଣ ଲାଗି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ପ୍ରଶାସନିକ ଉଦାସିନତା ଯୋଗୁଁ ଏହା […]

snake -1
ବିଷଧର ନାଗକୁ ଦୋକାନରେ ପଶିବାକୁ ଦେଲାନୀ ରାଣୀ

ବ୍ରହ୍ମପୁର : ବିଷଧର ନାଗ ଓ ପୋଷା କୁକୁର ମଧ୍ୟରେ ଘମାଘୋଟ ଲଢେଇ । ପରସ୍ପର ଆକ୍ରମଣରେ ଉଭୟଙ୍କ ମୃତ୍ୟୁ। ଗଞ୍ଜାମ ଗୋଳନ୍ଥରା ଥାନା ରଣ୍ଡା ଗାଁରେ ଆଜି ଦେଖବାକୁ ମିଳିଛି ଏଭଳି ଦୃଶ୍ୟ । ଏ ଗାଁରେ ଥିବା ଏକ ସପିଙ୍ଗ କଂପ୍ଲେକ୍ସ ଭିତରକୁ ଆଜି ମଧ୍ୟାନ୍ନରେ ଏକ ବିଷଧର ନାଗ ପଶିବାକୁ ଚେଷ୍ଟା କରିଥିଲା । ତେବେ ଏ କଂପ୍ଲେକ୍ସରେ ରହୁଥିବା ପୋଷା କୁକୁର ରାଣୀ ନଜରରେ ପଡ଼ିଥିଲା। ସେ  ସାପଟି କଂପ୍ଲେକ୍ସକୁ ପଶିବା […]

kendrapara
ବାହାଘର ଭୋଜି ଖାଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗଦରପୁର ବ୍ଲକ ପାଖଡ଼ ପଞ୍ଚାୟତର ନୂଆପଡ଼ା ଗ୍ରାମରେ ବାହାଘର ଭୋଜି ଖାଇ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ଥ ଅସୁସ୍ଥଙ୍କୁ ପାଟକୁରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଗାଁରେ ଏକ ମେଡ଼ିକାଲ ଟିମ୍‌ ପହଞ୍ଚି ସ୍ଥିତି ପରଖିଛନ୍ତି। ପାଟକୁରା ମେଡ଼ିକାଲରେ ୨୦ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଅାଉ କିଛି ଲୋକଙ୍କୁ ମେଡ଼ିକାଲକୁ ପଠାଯାଇଥିବା ସୂଚନା ରହିଛି ।

fifa
ବ୍ରାଜିଲ୍‌କୁ ହରାଇ ସେମିରେ ବେଲଜିୟମ୍‌

କାଜାନ: ୫ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲ୍‌କୁ ୨-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍‌। ମ୍ୟାଚ ଆରମ୍ଭରୁ ବେଲଜିୟମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ମାତ୍ର ୧୩ ମିନିଟ ମଧ୍ୟରେ ଦଳ ଅଗ୍ରଣୀ ହାସଲ କରିନେଇଥିଲା। ବ୍ରାଜିଲ୍‌ ଡିଫେଣ୍ଡର ପର୍ଣ୍ଣାଣ୍ଡିନୋଙ୍କ ତ୍ରୁଟି ଯୋଗୁ ବେଲଜିୟମ୍‌ ପ୍ରଥମ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ସେହିପରି ଗତକାଲି ଫ୍ରାନ୍ସ ଓ ଉରୁଗୁଏ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଉରୁଗୁଏକୁ ୨-୦ ଗୋଲରେ ହରାଇ ସେମି ଫାଇନାଲରେ ପ୍ରବେଶ […]

jail
ଜେଲରୁ ଭିଡିଓ କଲ୍‌ରେ ମଗାଯାଉଛି ଦାଦାବଟି !

କଟକ : କଟକ ଚୌଦ୍ୱାର ସର୍କଲ ଜେଲ୍ ପୁଣି ଚର୍ଚ୍ଚାରେ। ସର୍କଲ୍‌ ଜେଲ ପରିସରରୁ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍‌ ନାମକ ଜଣେ ଅପରାଧୀ ହ୍ୱାଟ୍ସଆପ୍‌ରେ ଭିଡିଓ କଲ୍‌ କରି ବକ୍ସିବଜାରରେ ଥିବା ଜଣେ ଦୋକାନୀଙ୍କୁ ଦାଦାବଟି ମାଗିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜେଲ୍‌ ପରିସରର ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ମୋବାଇଲ୍‌ ନେଟ୍‌ୱର୍କ ଜାମ କରିବା ପାଇଁ ଜେଲ ପରିସରରେ ଜାମର୍‌ ଲଗାଯାଇଛି। ଏହା ସତ୍ତ୍ୱେ ଜଣେ ଅପରାଧୀ ଜେଲ୍‌ ଭିତରୁ କେମିତି […]

auto
ଅଟୋରେ ପ୍ରସବ କଲେ ପ୍ରସୂତୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଗାଡ଼ାଖୁଣ୍ଟାରେ ଅଭାବନୀୟ ଘଟଣା।  ଆମ୍ବୁଲାନ୍ସ ନଆସିବାରୁ ଅଟୋରେ ପ୍ରସବ କଲେ ପ୍ରସୂତୀ। ଡଙ୍ଗରା ଗାଁର ଏହି ପ୍ରସୂତୀଙ୍କ ପାଇଁ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ ସମ୍ଭବ ନ ହେବାରୁ ୧୦୨କୁ ଫୋନ୍ କରାଯାଇଥିଲା । ୧୦୨ ଆମ୍ବୁଲାନ୍ସ ଆସୁଛି ବୋଲି କହି ଅାସିନଥିବା ଅଭିଯୋଗ ହୋଇଛି । ଫଳରେ ଅଟୋରେ ଯିବା ବିଳମ୍ବ ହେବାରୁ ପ୍ରସୂତି ଜଣକ ବାଟରେ ପ୍ରସବ କରିଥିଲେ । ପ୍ରସବ ପରେ ସେ ନବଜାତ […]

girl
ବିନା ଆଙ୍ଗୁଠିରେ ଆଇଫୋନ୍‌ ଚଳାଉଛନ୍ତି ଯୁବତୀ  !

ସବାନା : ଫୋନ୍‌କୁ ଅନ୍‌ଲକ୍‌ କରିବା ପାଇଁ ଆପଣ ଅନେକ ଉପାୟ ଜାଣିଥିବେ। ସୋଶାଲ୍‌ ମିଡ଼ିଆ ଆପ୍‌ରେ ଏଥିପାଇଁ ଅନେକ ପ୍ରକାରର ଭିଡ଼ିଓ ଅଛି, ଯେଉଁଥିରେ ବିଭିନ୍ନ ପ୍ରକାରର ମୋବାଇଲ୍‌କୁ ଅନ୍‌ଲକ୍‌ କରିବାର ଉପାୟ କୁହାଯାଇଛି। ହେଲେ ଆପଣ ଏହି ଯୁବତୀଙ୍କ ମୋବାଇଲ୍‌ ଖୋଲିବାର ତରିକାକୁ ଦେଖିବେ ତ ଆପଣ ନାକ ଟେକିବେ। କିଛି ମସୟ ପାଇଁ ଆପଣ ଆଶ୍ଚର୍ଯ୍ୟରେ ଚାହିଁବେ ଯେ ସେ ଯୁବତୀ ଜଣକ ଏମିତି କାହିଁକି କରୁଛନ୍ତି। ଏହି ଟିକ୍‌ଟକ୍‌ ଭିଡ଼ିଓକୁ ଦେଖିଲେ […]

bijaya
ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର : ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର। ଏହା ପଛରେ ଓଡ଼ିଶା ବାହାର ଲୋକଙ୍କ ହାତ ରହିଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହି ପ୍ରସ୍ତାବ ନୂଆ ସଂକଟ ତିଆରି କରିବ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ, ସେବାୟତଙ୍କୁ ସେମାନଙ୍କ ପାରମ୍ପରିକ ସେବାରୁ ଉଚ୍ଛେଦ କରାଯାଇପାରିବ ନାହିଁ। ମହାପ୍ରଭୁଙ୍କର ୧୨୦ ପ୍ରକାର ସେବା ରହିଛି ଯାହା […]

auto
ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍

ସୁବର୍ଣ୍ଣପୁର  : ଅଟୋ ଚାଳକଙ୍କୁ ହେଲମେଟ୍ ଫାଇନ୍ । କଥାଟା ଅଡୁଆ ଲାଗୁଥିଲେ ବି ସତ। ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ହୋଇଛି ଏହି ଫାଇନ। ବରଗଡ଼ ଜିଲ୍ଲାର ନିଳବନ୍ଧପଡ଼ାର ରାମ ବଂଛୋରକୁ ଦିଆଯାଇଛି ଏହି ଫାଇନ୍‌ ନୋଟିସ। ଯାହାଙ୍କ ତିନି ଚକିଆ ଅଟୋ ଡାଲା ଗାଡ଼ି ନମ୍ବର ହେଉଛି  OR 17H 5743 । ଯେଉଁଥିରେ ସେ କେବଳ ବରଗଡ ସହର ଏବଂ ଆଖପାଖରେ ଲୋକଙ୍କ ଜିନିଷ ନେବା ଆଣିବା କରନ୍ତି। ରାମଙ୍କ କହିବା […]

lawyer1
ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି

ସମ୍ବଲପୁର : ସମ୍ବଲପୁରରେ ଓକିଲ-ପୋଲିସ ଧସ୍ତାଧସ୍ତି । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ ପାଇଁ କଳା ପତାକା ଧରି ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି।  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦାସୀନ ମନୋଭାବ ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଓ ରାଜ୍ୟର ସବୁ ମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ସମ୍ବଲପୁର ଓକିଲ ସଂଘ ନିଷ୍ପତ୍ତି ନେଇଥିଲା। ଏହି […]

musarap
ଅଜବ ରାୟ : ଫାଶି ପୂର୍ବରୁ ମରିଗଲେ ବି ସର୍ବସାଧାରଣରେ ୩ ଦିନ ଝୁଲିବେ ମୁଶାରଫ୍‌ !

ଇସ୍‌ଲାମାବାଦ୍‌: ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ଦେଇଛନ୍ତି। ଭାରତ ପାଇଁ ନୂଆ ମନେ ହେଉଥିବା ଏହି ରାୟରେ ପାକିସ୍ତାନର କୋର୍ଟ କହିଛନ୍ତି, ଯଦି ମଧ୍ୟ ଫାଶି  ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍‌ଲାମାବାଦ୍‌ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ […]

puri collector
ସତ୍ୟବାଦୀ ବନ ବିଦ୍ୟାଳୟରେ କ୍ଲାସ୍‌ ନେଲେ ଜିଲ୍ଲାପାଳ

ପୁରୀ: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସାକ୍ଷୀଗୋପାଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟରେ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଗତକାଲି ଜିଲ୍ଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସ୍କୁଲରେ ପାଠପଢା ଚାଲିଥିବାବେଳେ, ଜିଲ୍ଲାପାଳ ମଧ୍ୟ ସେଥିରେ ସାମିଲ ହୋଇଥିଲେ।  ଆଉ ପିଲାଙ୍କୁ ରାମାୟଣର କଥାବସ୍ତୁ ପଢାଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହିତ ହୋଇଥିଲେ। ପରେ ନିଜେ ପଢାଇଥିବା ପାଠରୁ କିଛି ପ୍ରଶ୍ନ ମଧ୍ୟ ପିଲାଙ୍କୁ ପଚାରିଥିଲେ।  ଛାତ୍ରଛାତ୍ରୀ ପ୍ରଶ୍ନର […]

song dcp
ଡିସିପିଙ୍କ ଅଭିନବ ଉପାୟ ; ଜାତୀୟ ସଙ୍ଗୀତ ଗାଇ ଲିଭାଇଦେଲେ ସିଏଏ ନିଆଁ

ବେଙ୍ଗାଲୁରୁ: ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରିଛନ୍ତି। #WATCH Karnataka: DCP of Bengaluru(Central),Chetan […]

award
ସମ୍ମାନ ଜନକ ଜୟଦେବ ପୁରସ୍କାର ପାଇଲେ ବିଜୟ ମିଶ୍ର

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଗୁରୁବାର ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଟିତ ହୋଇଛି। ଏହି ଅବସରରେ ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି।  ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନରେ ସମ୍ମାନିତ କରାଯାଇଛି। ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା […]