• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sweeps
ବେଳାଭୂମି ସଫେଇ କଲେ ଛାତ୍ରଛାତ୍ରୀ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ଛାତ୍ରଛାତ୍ରୀ। ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଏହି ପ୍ରୟାସରେ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏନସିସି କ୍ୟାଡେଟଙ୍କ ସମେତ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏକ ସମୟରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଚାନ୍ଦିପୁର ବିଚ୍‌ରୁ ଅଳିଆ ଆବର୍ଜନା ଉଠାଇଥିଲେ । ବେଳାଭୁମିକୁ ସ୍ୱଚ୍ଛ ରଖିବା ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ […]

rohit
ଜୟସୂରିୟାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ୍‌

କଟକ : ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ରୋହିତ୍ ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ୯ ରନ୍ କରିବା ମାତ୍ରକେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ସନତ ଜୟସୂରିୟା ୧୯୯୭ରେ ୨୩୮୭ ରନ୍ କରିଥିଲେ। ଅନ୍ୟପକ୍ଷରେ ରୋହିତ୍ ଏହି ମ୍ୟାଚ୍ […]

marriage
ଗଣ ବିବାହ ଉତ୍ସବ : ହାତକୁ ଦି’ହାତ ହେଲେ ୧୭ ଯୋଡ଼ି ବର କନ୍ୟା

ସମ୍ବଲପୁର  : ସମ୍ବଲପୁର ସୋନାପାଲି ସ୍ଥିତ ଶାହାଜାହାନ ପଡିଆରେ ଅନୁଷ୍ଠିତ ହୋଇଛି ଗଣ ବିବାହ ଉତ୍ସବ। ଆଲ୍ଲା ହଜରତ ୱେଲଫେୟାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୭ ଯୋଡ଼ି ବର କନ୍ୟା ସମୂହ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ  ୧୩ ଯୋଡ଼ି ମୁସଲମାନ ଓ ୪  ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର । ଏହି ଅବସରରେ ଅତିଥି ଭାବେ ସମ୍ବଲପୁରର ପୂର୍ବତନ ବିଧାୟିକା  ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଡି.ଏଫ.ଓ. ସଂଜିତ ମହାନ୍ତି  ଓ କବି ହୁସେନ […]

elephant
ସ୍କୁଲ ପିଲାଙ୍କୁ ହାତୀ ଭୟ

ଆଠଗଡ଼ : ଆଠଗଡ଼ ବନଖଣ୍ଡ ବଉଳ, ସାରକୋଳି ଅଞ୍ଚଳରେ ହାତୀ ଉପଦ୍ରବ। ଜନବସତି ଅଞ୍ଚଳରେ ହାତୀ ଉତ୍ପାତ କରୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ହାତୀପଲ ରାସ୍ତାରେ ବୁଲୁଥିବାରୁ ଯିବାଆସିବା କରିବାକୁ ଲୋକ ଭୟ କରୁଛନ୍ତି। ଏମିତି କି ଛାତ୍ରଛାତ୍ରୀ ହାତୀ ଭୟରେ ସ୍କୁଲ, କଲେଜ ଯାଉନଥିବା ଅଭିଯୋଗ ହୋଇଛି। ହାତୀ ଗାଁ ନିକଟରେ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ ହାତୀ ଘଉଡ଼େଇବା ଦିଗରେ କିଛି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

cricket
ଭାରତ ଆଗରେ ୩୧୬ ରନର ଟାର୍ଗେଟ୍

କଟକ  : ଐତିହାସିକ ବାରବାଟୀ ଷ୍ଟାଡିୟମରେ ବହୁପ୍ରତୀକ୍ଷିତ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଓ ନିକୋଲାସ୍ ପୁରନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୫ ରନ୍ କରିଛି। ଫଳରେ ବାରବାଟୀ ସିରିଜ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୩୧୬ ରନ୍ କରିବାକୁ ପଡ଼ିବ। ଇଣ୍ଡିଜ୍ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ […]

wall collapse
କାନ୍ଥ ପଡ଼ି ମାଆ, ଝିଅ ମୃତ

ସମ୍ବଲପୁର: ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ। ଆଉ ଚାଲିଗଲା ମାଆ, ଝିଅଙ୍କ ଜୀବନ। ସମ୍ବଲପୁରର ଡେଙ୍ଗସରଗି କେନାଲପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ୨ ଜଣ ହେଲେ ଚହଲା ପ୍ରଧାନ ଓ ତାଙ୍କ ଝିଅ ଭାଗ୍ୟ ପ୍ରଧାନ ।ରାତିରେ ଘରେ ଶୋଇଥିବାବେଳେ ଏହି ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। […]

minor rape
୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ରୂପ

ସାଲେପୁର : ସାଲେପୁରରେ ଲଜ୍ଜା । ୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ପ୍ରବୃତ୍ତି । ଜଣେ ୬ ବର୍ଷର ନାବାଳିକାଙ୍କୁ ଅସଦାଚରଣ।  ଏଭଳ ଏକ ସାଂଘାତିକ ଅଭିଯୋଗ ଆସିଛି । ସୂଚନା ମୁତାବକ ,ଘରେ କେହି ନଥିବାର ସୁଯୋଗ ନେଇ ଜଣେ ଏହି ୫୫ ବର୍ଷିୟ ବୟସ୍କ ବ୍ୟକ୍ତି  ଜଣକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ଅଭିଯୁକ୍ତକୁ ଥାନାରେ […]

eco village
ବିଦେଶର ମୋଟା ଅଙ୍କର ଟଙ୍କା ନୁହେଁ, ଗାଁ ମାଟିରେ ଥିଲା ତାଙ୍କର ଏହି ସ୍ୱପ୍ନ

ବିନିକା : ବାକ୍ ଶକ୍ତି ସିନା ନାହିଁ, କିନ୍ତୁ ମନରେ ସ୍ୱପ୍ନ ଢେର । ଆଉ ତାକୁ ସାକାର କରିବାକୁ ସେ ତିଆରି କରିଛନ୍ତି ଏହି ଇକୋ ଭିଲେଜ୍। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା । ମହାନଦୀ କୂଳରେ ଏହି ଇକୋ ଭିଲେଜର ଦୃଶ୍ୟ ଖୁବ୍‌ ମନୋରମ ସାଜିଛି। ପ୍ରକୃତିର କୋଳରେ ପ୍ରକୃତି ସହ ମିଶି କାମ କରୁଛନ୍ତି, ଚଳୁଛନ୍ତି ଶିବାଜୀ। ରାତି ପାହିଲେ ହାତରେ କୋଡି କୋଦାଳ […]

school punishment
ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବାର ଭିଡିଓ ଭାଇରାଲ୍

ଭଦ୍ରକ : ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ । ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇଲେ ପ୍ରଧାନ ଶିକ୍ଷୟିତ୍ରୀ । ଭଦ୍ରକ ଧାମନଗର ବ୍ଲକ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଛାତ୍ରୀ ଓ ଦୁଇ ଜଣ ଛାତ୍ର କାନ ଧରି ଆଣ୍ଠେଇ ଥିବାର ଦେଖିବାକୁ ମିଳିଛି । ଗତ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସମୟରେ କୌଣସି କାରଣରୁ ୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପ୍ରଧାନ ଶିକ୍ଷୟିତ୍ରୀ […]

boudh
ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ

ବୌଦ୍ଧ: ବୌଦ୍ଧ ପୁରୁଣା କଟକ ଜିରାଳ ଗାଁରେ ଅଭାବନୀୟ ଘଟଣା। ଜମିଜମା ବିବାଦକୁ କେନ୍ଦ୍ର କରି ସାନଭାଇକୁ ବଡ଼ଭାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଝିଆରୀ ଗୁରୁତର ହୋଇଛି।  ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଜମିଜମା ବିବାଦକୁ ନେଇ ଗାଁର ଆନନ୍ଦ ଓ ବିଭୀଷଣ ନାମକ ୨ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ପରେ ବଡ଼ଭାଇ ଆନନ୍ଦ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ସାନ […]

std
ଇ-ସାଇକେଲ୍‌ ତିଆରି କଲେ ଦୁଇ ସ୍କୁଲ୍‌ ଛାତ୍ର

ବ୍ରହ୍ମପୁର (ଜଗନ୍ନାଥ ସାହୁ) : କମ ଖର୍ଚ୍ଚରେ ଇ-ସାଇକେଲ। କିଛି ନୂଆ କରିବାକୁ ଯାଇ ଏଭଳି ଏକ ସାଇକେଲର ଉଦ୍ଭାବନ କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ର। ଘର ଠାରୁ ସ୍କୁଲ ପ୍ରାୟ ୧୫ରୁ ୨୦ କିଲୋମିଟର ଦୂରରେ ଥିବାବେଳେ ଏହାର ସମାଧାନ କରିବାକୁ ଯାଇ ଛାତ୍ରମାନେ ଏହି ପ୍ରୟାସ କରିଛନ୍ତି। ସ୍କୁଲର ଶିକ୍ଷୟିତ୍ରୀଙ୍କ ପରାମର୍ଶ ନେଇ ତିଆରି କରିଛନ୍ତି ଇ-ସାଇକେଲ୍। ଗଞ୍ଜାମ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଏହି ସାଇକେଲ ପ୍ରଦର୍ଶିତ ହୋଇଛି। ବେଗୁନିଆପଡ଼ା […]

jhili
ଝିଲ୍ଲି ଦଳବେହେରା ପାଇଲେ ଏକଲବ୍ୟ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲ୍ଲି ଦଳବେହେରାଙ୍କୁ ପ୍ରଦାନ କରାଯାଇଛି ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର । ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଉତ୍ସବରେ ଝିଲ୍ଲୀଙ୍କୁ ସମ୍ମାନିତ କରାଯାଇଛି । ପୁରସ୍କାର ବାବଦ ଝିଲ୍ଲୀଙ୍କୁ ନଗଦ ୫ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । କମନ୍‌ୱେଲଥ ସ୍ୱର୍ଣ୍ଣ ପଦକ ବିଜେତା ରେସଲର ବବିତା ଫୋଗଟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ତାଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ରାଜ୍ୟର ଅନ୍ୟ ଦୁଇ […]

tito house
ଆଜି ସରୁଛି ଟିଟୋର ରିମାଣ୍ଡ ଅବଧି

ଭୁବନେଶ୍ୱର: ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି। ଏନ୍‌କାଉଣ୍ଟର ପରେ ଟିଟୋକୁ ୫ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌।  ତେବେ ତଦନ୍ତକୁ ଆଖି ଆଗରେ ରଖି ଟିଟୋକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଥିବା ଜଣାପଡ଼ିଛି। ଯାଞ୍ଚ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର କ୍ରାଇମବ୍ରାଞ୍ଚ ଜବତ କରିଛି।  ଟିଟୋ ଘରୁ କାଶ୍ମୀର ସମ୍ବନ୍ଧୀୟ ପୁସ୍ତକ ମିଳିଥିବାରୁ କାଶ୍ମୀର ସହିତ କ’ଣ ଲିଙ୍କ୍ ରହିଛି ତା’ର ମଧ୍ୟ […]

heavy rainfall
ଆଜିଠୁ ୩ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜିଠୁ ୩ଦିନ ଧରି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ୍‌ ମାସରେ କମ୍‌ ବର୍ଷା ହେବା ସହିତ ଜୁଲାଇ ମାସରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ଆଗାମୀ ୩ […]

bjp
ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର : ଦୁଇଦିନ ଧରି ବିଭିନ୍ନ ସ୍ତରରେ ବିଚାରବିମର୍ଶ ପରେ ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଦଳର ୩୬ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ କେବଳ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଂଗଠନକୁ ନେଇ ଅଡ଼ୁଆ ଲାଗି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁୂମୋଦନ ପରେ ଦଳର ରାଜ୍ୟ ସହନିର୍ବାଚନ ଅଧିକାରୀ ସୁଦୀପ୍ତ ରାଏ କହିଛନ୍ତି ଯେ, ଓଡ଼ିଶା […]