ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ। କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ। ତେଣେ ସେବାୟତ କହିଲେଣି ଇତିହାସ ତର୍ଜମା କରି ନୀତିକାନ୍ତି କରିବୁ।
କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି।
ନୂଆ ବିଧାୟକ..ନୂଆ ଉତ୍ସାହ। ସପ୍ତଦଶ ବିଧାନସଭାରେ ଶପଥ ସମାରୋହରେ ଅନେକ ନୂଆ ଚେହେରା। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ବିଧାନସଭାରେ ହେଉଛି ଗୃହ ପ୍ରବେଶ।
ବରଗଡ଼ରେ ସିଏମ୍ ମୋହନ ମାଝୀ ଦେଲେ ସହାୟତା । ବଦଳିବ କି କାଳିଆ ଯୋଜନା, ବଢ଼ିଲା ଚର୍ଚ୍ଚା।
ପାଣ୍ଡିଆନଙ୍କ ବାବଦରେ ପଚାରିବାରୁ ଏଡାଇଗଲେ ନେତା । କାଲି ବିଜେଡି ବିଧାୟକ ଦଳ ବୈଠକ ଉପରେ ନଜର ।
ଯବାନଙ୍କ ପରିବାରର ପିଲାମାନେ ବାପାଙ୍କ ବାଟକୁ ସବୁଦିନ ଅପେକ୍ଷା କରି ରହିଥାନ୍ତି । କେତେବେଳେ ବାପା ଆସିବେ... ।
ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ଆସିବ।
BOBରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ବ୍ୟାଙ୍କ ଅଫ୍ ବରୋଦାର କର୍ପୋରେଟ୍ ଏବଂ ଆନୁଷ୍ଠାନିକ କ୍ରେଡିଟ୍ ବିଭାଗରେ ଅନେକ ପଦବୀ ଖାଲି ଅଛି। ଏହାକୁ ପୂରଣ କରିବା ନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ବାଲିଡିହା ଗାଁ ଦେବୀ ନଦୀରେ ଗାଧୋଇବା ବେଳେ ଅଘଟଣ । ସମସ୍ତ ମୃତକ ବାଲିଡିହା ଗାଁର, ବୟସ ୧୩ରୁ ୧୫ ବର୍ଷ ବୋଲି ସୂଚନା ମିଳିଛି ।
ଗମ୍ଗମ୍ ହୋଇ ଝାଳ ବୋହୁଥିଲା। ତେବେ ଅପରାହ୍ନରେ ହଠାତ୍ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ଧୂଳି ଝଡ଼ ହେବା ସହିତ ଘଡ଼ଘଡ଼ି ମାରିଥିଲା। ପବନ ସହିତ ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିଥିଲା।
ଘରେ ଶାନ୍ତି ଓ ସମୃଦ୍ଧି ରହିବା ପାଇଁ ସମସ୍ତେ ଚାହାନ୍ତି । ବାସ୍ତୁ ଓ ପୌରାଣିକ ଶାସ୍ତ୍ର ଅନୁଯାୟୀ ନିଜ ଗୃହରେ ବିଭିନ୍ନ ପବିତ୍ର ଦ୍ରବ୍ୟ ବା ଜିନିଷ ବ୍ୟବହାର କରିବା ଦ୍ୱାରା ସବୁବେଳେ ଘରେ ଶାନ୍ତି ବଜାୟ ରହିଥାଏ ।
ନିର୍ବାଚନରୁ ଅବସର ମିଳିବା ମାତ୍ରେ କଙ୍ଗନା ନିଜ ପରିବାର ସହିତ ଉତ୍ସବ ପାଳନ କରୁଛନ୍ତି ଏବଂ ବହୁ କ୍ୱାଲିଟି ଟାଇମ୍ ବିତାଉଛନ୍ତି। ତେବେ ସବୁଠାରୁ କୌତୁହଳର କଥା ହେଲା କଙ୍ଗନା ସାଂସଦ ହେଉ ହେଉ ନବ ବିବାହିତ ଦମ୍ପତିଙ୍କୁ ଚଣ୍ଡିଗଡ଼ରେ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି।
ଉପାସନା ଆହୁରି କହିଥିଲେ, ସେ ବିଧାନସଭାର ପବିତ୍ର ଗୃହ ଭିତରକୁ ପ୍ରବେଶ କରିବା ବେଳେ ସାରା ବ୍ରହ୍ମଗିରିବାସୀଙ୍କ ସାହସ ତାଙ୍କ ସାଥୀରେ ଅଛି। ଏକଥା ମଧ୍ୟ ସେ ନିର୍ବାଚନ ପୂର୍ବରୁ ବ୍ରହ୍ମଗିରିବାସୀଙ୍କୁ ଜଣାଇଦେଇଛନ୍ତି।
ବ୍ରହ୍ମପୁରରୁ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତ ଏଥର ହାଇପ୍ରୋଫାଇଲ୍ ଦିଗପହଣ୍ଡି ସିଟରୁ ବିଧାୟକ ବନିଛନ୍ତି। ଓଡ଼ିଆ ସିନେମା ଜଗତର ବଡ଼ ଷ୍ଟାର୍ ସିଦ୍ଧାନ୍ତ ନିଜ ଫିଲ୍ମ କ୍ୟାରିୟରରେ ବି ‘ସରପଞ୍ଚ ବାବୁ’ ନାଁରେ ଏକ ବଡ଼ ହିଟ୍ ଫିଲ୍ମ ଦେଇଛନ୍ତି।
ଯେଉଁ ଗୃହକୁ ସେ ମୁଖ୍ୟମନ୍ତ୍ରୀ ଥାଟ୍ଟରେ ଏଣ୍ଟ୍ରି କରୁଥିଲେ, ସେହି ଗୃହକୁ ଆଜି କେବଳ ବିଧାୟକ ହୋଇଯାଇଛନ୍ତି । ଯେଉଁ ଗୃହରେ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ଦଳ ରାଜ କରୁଥିଲା ଆଉ ସେ ଥିଲେ ଦଳର ମୁଖିଆ, ଆଜି ସେ ବିଧାୟକ ଭାବେ ଗୃହ ଭିତରକୁ ପ୍ରବେଶ କରିଛନ୍ତି।
ଆଜିକାଲି ବକ୍ସ ଅଫିସରେ ଅଭୟ ବର୍ମା ଏବଂ ଶରବଭାରୀ ବାଘଙ୍କ ହରର-କମେଡି ଫିଲ୍ମ 'ମୁଞ୍ଜ୍ୟା' ପ୍ରାଧାନ୍ୟ ବିସ୍ତାର କରିଛି। ମାତ୍ର ୧୧ ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ୫୫ କୋଟି ଟଙ୍କା ଅତିକ୍ରମ କରିସାରିଛି। ଅନ୍ୟପକ୍ଷରେ ଗତ ଶୁକ୍ରବାର ମୁକ୍ତିଲାଭ କରିଥିବା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ରୀଡ଼ା-ଡ୍ରାମା ଚଳଚ୍ଚିତ୍ର 'ଚନ୍ଦୁ ଚମ୍ପିଅନ୍' ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରୁଛି।
ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଲାଣି ଡିପଥେରିଆ । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ସଂକ୍ରମିତ ଚିହ୍ନଟ ହେଲେଣି । ତେବେ କଣ ଏହି ଡିପଥେରିଆ ରୋଗ ?
ମାନବୀୟ ଲୀଳାରେ ଅବର୍ତ୍ତୀର୍ଣ୍ଣ ଆମ ବଡ଼ ଠାକୁର। ଆଜି ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ। ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ବିବାହ ଉତ୍ସବ।
ଆପଣ କେବେ ‘ଚିକେନ୍ ପୋସ୍ତ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ପୋସ୍ତ’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ ପୋସ୍ତକୁ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ପୁଅର ସଫଳତା ଦେଖି ମା ହୋଇଯାଇଛନ୍ତି ଭାବବିହ୍ୱଳ । ବୟସ ଯେତେବେଳେ ମାତ୍ର ୧୭ବର୍ଷ ହୋଇଥିଲା, ସେତେବେଳେ ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ବୋଲି କହିଛନ୍ତି ମାଆ ।
ନେଦରଲ୍ୟାଣ୍ଡରେ ବିବାହ କଲେ ନବୀନଙ୍କ ପୁତୁରା ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ।
ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାର ଶୁଣାଣି କରି ମେରିଟ୍ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ ।
ଶପଥ ନେଉଛନ୍ତି ରାଜ୍ୟର ନବନିର୍ବାଚିତ ବିଧାୟକ । ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।