Advertisment

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜେଲଦଣ୍ଡ; ମାନହାନୀ ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ

ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ମେଧା ସୋମାୟା ଦାଖଲ କରିଥିବା ମାନହାନୀ ମକଦମାର ଶୁଣାଣି କରି ସଞ୍ଜୟଙ୍କୁ ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇ ମାଜାଗାଓଁର ମେଟ୍ରୋପଲିଟାନ କୋର୍ଟ।

author-image
Sujit kumar Swain
ଅଦ୍ୟତନ ହୋଇଛି
Sanjay Raut

Sanjay Raut

ଜେଲ୍ ଯିବେ ଶିବସେନା ନେତା (ଉଦ୍ଧବ ଗୋଷ୍ଠୀ) ସାଂସଦ ସଞ୍ଜୟ ରାଉତ। ମାନହାନୀ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ୧୫ ଦିନ ଜେଲଦଣ୍ଡାଦେଶ ହୋଇଛି। ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ମେଧା ସୋମାୟା ଦାଖଲ କରିଥିବା ମାନହାନୀ ମକଦମାର ଶୁଣାଣି କରି ସଞ୍ଜୟଙ୍କୁ ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇ ମାଜାଗାଓଁର ମେଟ୍ରୋପଲିଟାନ କୋର୍ଟ। 

Advertisment

ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଭରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସଞ୍ଜୟ ରାଉତ ମେଧାଙ୍କ ବିରୋଧରେ ଓ ତାଙ୍କ ଏନ୍‌ଜିଓ ଯୁବା ପ୍ରତିଷ୍ଠାନ ଉପରେ ୧୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଆଣିଥିଲେ। 

ଗତ ବର୍ଷ ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦ କୋଟି ଟଙ୍କାର ଦୁର୍ନୀତିରେ ବିଜେପି ନେତା କିରୀଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧାଙ୍କ ଏନଜିଓ ସମ୍ପୃକ୍ତ ଥିଲା। 

Advertisment

ତେବେ ବିଜେପି ନେତା କିରୀଟ ସୌମ୍ୟା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲେ। ଏହା ପରେ ପତ୍ନୀ ମେଧା କିରୀଟ ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। 

Sanjay Raut Jail
Advertisment
Advertisment