କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରୁ ମଧ୍ୟ ପ୍ରତିଦିନ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଦେଓମାଳିକୁ ଆସୁଛନ୍ତି। ହେଲେ କୁନ୍ଦୁଲି ହାଟ ଠାରୁ ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତାକୁ ଦେଖି ସେମାନେ ମୁହଁ ଫେରୁଛନ୍ତି।
ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ ପୋଲିସ ଅଧିକାରୀ ।
ଶତାଧିକ ପରିବାର ଏବେବି ନିଜ ଘରକୁ ଫେରିପାରି ନାହାଁନ୍ତି । କିଏ ନଦୀ ବନ୍ଧରେ ଖୋଲା ଆକାଶ ତଳେ ଜରିପାଲ ଟାଣି ପଡିଛି ତ ଆଉ କିଏ ପିଲା ଛୁଆଙ୍କୁ ଧରି ସ୍କୁଲ ଘରେ ପଡ଼ିରହିଛନ୍ତି ।
ବାଲେଶ୍ବର ପୌରପାଳିକା ଅନ୍ତର୍ଗତ ବାଲିଘାଟ ବସ୍ତିରେ ୨୦୨୩ରୁ ନିର୍ମାଣ ହେଉଥିବା ‘ଆମ ଶୌଚାଳୟ’ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ନିକଟରେ ସହର ତଳି ଅଞ୍ଚଳରେ ବନ୍ୟା ସ୍ଥିତି ଯୋଗୁଁ ଶୌଚ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଅଭିଯୋଗ ହୋଇଛି।
କ୍ବାଡ ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କ ଆମେରିକା ଗସ୍ତ ବେଳେ ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ପରେ ଏଭଳି ଉକ୍ତି ସହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ବାଇଡେନ୍।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓ।
ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ଶରୀରକୁ ୩୦ ଖଣ୍ଡ କରି ୧୬୫ ଲିଟର୍ ସିଙ୍ଗିଲ୍ ଡୋର୍ ବାଲା ଫ୍ରିଜରେ ରଖିଥିଲା ଦୁର୍ବୃତ୍ତ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର। ଚନ୍ଦ୍ର- ମେଷ ପ୍ରାତଃ ୦୬.୦୯ ଗତେ ବୃଷ । ତିଥି- ୫ମୀ ଦିବା ୦୩.୪୩ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୦୯ ଗତେ ବିଛା ରାଶିର।
ଆଜିର ଭେଜାଲ ବଜାରରେ ଶୁଦ୍ଧ ଘିଅ ପାଇବା କଷ୍ଟକର ହୋଇପଡିଛି। ନକଲି ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଘିଅର ଶୁଦ୍ଧତା ଯାଞ୍ଚ କରିବା ଜରୁରୀ ଅଟେ।
ଉପବାସ ସମୟରେ ଅନେକ ଲୋକ ଭୋକିଲା ଅନୁଭବ କରନ୍ତି। ଫଳରେ ଭୋଜନ ବିନା ରହି ହୁଏନି। ଅତ୍ୟଧିକ ଭୋକ ଯୋଗୁଁ ଓଜନ ବୃଦ୍ଧି ହେବାର ଆଶଙ୍କା ମଧ୍ୟ ଥାଏ। ଏଭଳି କ୍ଷେତ୍ରରେ କ୍ଷୁଧାକୁ ନିୟନ୍ତ୍ରଣ କରିବା ପାଇଁ କିଛି ଯୋଗାସନ ହିଁ ବିଶେଷ ଉପକାରୀ ହେବ।
ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଗତ ୩ ବର୍ଷ ଧରି ସ୍କଲାରସିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି ।
ଉଦଘାଟନରେ ସୀମିତ ରହିଗଲା ବରଗଡ଼ କ୍ୟାନସର ହସ୍ପିଟାଲ । ରୋଗୀ ପାଉ ନାହାନ୍ତି ଉପଯୁକ୍ତ ଚିକିତ୍ସା। ଡାକ୍ତର ଅଭାବ। ନାହାନ୍ତି ଷ୍ଟାଫ୍ କି ଟେକ୍ନିସିଆନ୍ ।
ଭରତପୁର ଥାନା ଘଟଣା ଏବେ ରାଜନୀତିର ମୁଖ୍ୟ ମୁଦ୍ଦା। ରାଜ୍ୟଠୁ ଆରମ୍ଭ କରି ଜାତୀୟ ସ୍ତରଯାଏ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା।
ବାରମ୍ବାର ବିଏମ୍ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।
ଦେବାଶିଷ ଆହୁରି ମଧ୍ୟ କହିଛନ୍ତି ଯେ, ହାଇକୋର୍ଟରେ ୭ଟି କେସ୍ ଫାଇଲ ହୋଇଛି। ସେଠି ଯେଉଁ ବାଇ-ଇଲେକ୍ସନ ହେବ, ସେଥିରେ ନବୀନ ବାବୁ କେବଳ ହାତ ହଲେଇଦେଇ ଆସିଗଲେ, ଆମେ ଜିତିଯିବୁ।
ନବୀନ ସରକାର ଉପରେ ଲଗାଇଥିବା ଚାର୍ଜସିଟ୍ ଉପରେ ଆକ୍ସନ କେବେ ? ଶହେ ଦିନର ମୋହନ ସରକାରରେ ପୂରା ହୋଇଛି ବହୁ ପ୍ରତିଶ୍ରୁତି।୧୦୦ ଦିନର ଉପଲବ୍ଧି ଜାଣିଲେ ଲୋକେ, ଏବେ ଆକ୍ସନକୁ ଅପେକ୍ଷା।
କାହିଁକି ଏକପାଖିଆ ଭାଇରାଲ କରାଯାଉଛି ପୀଡ଼ିତାଙ୍କ ଭିଡ଼ିଓ ? କୁଆଡ଼େ ଗଲା ପୀଡ଼ିତା ସୁଟ୍ କରିଥିବା ଥାନା ପରିସରର ଭିଡ଼ିଓ ? ପୀଡ଼ିତାଙ୍କ ଚରିତ୍ର ସଂହାର ସହ ବଦନାମ୍ ପାଇଁ କରାଯାଉଛି କି ଭାଇରାଲ୍ ?
ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ମିଳିଲା ବେଲ୍ । ୧୫ ତାରିଖ ରାତି ୨ଟାରେ ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଝମେଲା କରିଥିଲେ ୭ ଜଣ ।
ସର୍ବକନିଷ୍ଠ ନେତ୍ରୀ ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ସ୍ୱାଧୀନ ଭାରତର ସପ୍ତଦଶ ମହିଳା ଭାବେ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।
ବାଂଲାଦେଶ ସାମ୍ନାରେ ୫୧୫ ରନର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ରହିଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୫୮ ରନରେ ୪ଟି ୱିକେଟ ହରାଇ ସାରିଛି ଭ୍ରମଣକାରୀ ଟିମ ।
ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି କି? ଯଦି ହଁ, ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି ।
ବେଙ୍ଗାଲୁରୁରେ ଏକ କଲେଜରେ ଚାଞ୍ଚଲ୍ୟ । କଲେଜ ବାଥରୁମରେ ଯୁବତୀଙ୍କ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଗିରଫ ।
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ତେଜିଛି ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି ।