Advertisment

ବଡ଼ ମଞ୍ଚରେ ବାଉଳା ହେଲେ ବାଇଡେନ୍; କହିଲେ ଏମିତି...

ଦ୍ୱନ୍ଦ୍ୱରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ମାନସିକ ଓ ଶାରିରୀକ ସ୍ତରରେ ଅସୁସ୍ଥ କାରଣରୁ ସେ ରାଷ୍ଟ୍ରପତି ଦୌଡରୁ ବାହାରିଥିଲେ। ଆଉ ଏବେ ବାଉଳାରେ ନ୍ୟୁୟର୍କକୁ ୱାସିଂଟନ୍ କହିଦେଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Joe Biden forgets he’s in Midtown Manhattan while addressing world leaders

Biden forgets

ଦ୍ୱନ୍ଦ୍ୱରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ମାନସିକ ଓ ଶାରିରୀକ ସ୍ତରରେ ଅସୁସ୍ଥ କାରଣରୁ ସେ ରାଷ୍ଟ୍ରପତି ଦୌଡରୁ ବାହାରିଥିଲେ। ଆଉ ଏବେ ବାଉଳାରେ ନ୍ୟୁୟର୍କକୁ ୱାସିଂଟନ୍ କହିଦେଲେ। ନ୍ୟୁୟର୍କରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବା ଅବସରରେ ସେ କଣ କହିବେ ଜାଣି ପାରିଲେନି। ଏହାକୁ ନେଇ ତାଙ୍କୁ ଟ୍ରୋଲ୍ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ମଞ୍ଚ ଉପରେ ଫ୍ରିଜ୍‌ ହୋଇଗଲେ ବାଇଡେନ୍‌, ଓବାମା ଡାକିବାରୁ ଚମକି ପଡ଼ିଲେ...

ଇଣ୍ଟରକଣ୍ଟିନେଣ୍ଟାଲ ନ୍ୟୁୟର୍କ ବାର୍କଲେ ହୋଟେଲରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥିଲେ ବାଇଡେନ୍। ସେଠାରେ ବିଶ୍ୱ ନେତାଙ୍କୁ ସମ୍ବୋଧିତ କରିବାକୁ ଯାଇ ବାଇଡେନ କହିଛନ୍ତି, ‘ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ୱାଶିଂଟନକୁ ସ୍ୱାଗତ...’ ନ୍ୟୁୟର୍କରେ ଥାଇ ୱାଶିଂଟନକୁ ସ୍ୱାଗତ କରିବା ପରେ ସେଠାରେ ଥିବା ଲୋକ ଏହାକୁ ଟ୍ରୋଲ୍ କରିଥିଲେ। ସେ ରୁଷ ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ୯୪୪ଦିନ ଦେବ ଏହି ଯୁଦ୍ଧ ଚାଲିଛି। ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହ ଦୁଇ ଦେଶ ମଧ୍ୟରେ ଏବେବି ଲଢେଇ ଚାଲିଛି। ସେ ୟୁକ୍ରେନ୍‌କୁ ସମର୍ଥନ କରୁଥିବା କଥାକୁ ଦୋହରାଇ ଥିଲେ।

Advertisment

ତେବେ ଏହି କାର୍ଯ୍ୟକ୍ରମକୁ ନ୍ୟୁୟର୍କରେ ବାର୍ଷିକ ସଂଯୁକ୍ତ ରାଷ୍ଟ୍ର ମହାସଭା ସହ ଆୟୋଜନ କରାଯାଇଥିଲା।ଯେଉଁଠାରେ ବାଇଡେନ୍ ଉଦବୋଧନ ଦେଇଥିଲେ। ବାଇଡେନ୍ ଜେଲେନସ୍କିଙ୍କୁ ମିଷ୍ଟର ପ୍ରେସିଡେଣ୍ଟ ବୋଲି କହି ସମ୍ୱୋଧିତ କରିଥିଲେ। ଜୁଲାଇରେ ନାଟୋ ଶିଖର ସମ୍ମିଳନୀରେ ବାଇଡେନ ଜେଲେନସ୍କିଙ୍କୁ "ରାଷ୍ଟ୍ରପତି ପୁଟିନ" ବୋଲି କହି ଉପସ୍ଥିତ ଲୋକଙ୍କୁ ଚକିତ କରିଥିଲେ। ଭୁଲରେ କମଲା ହାରିସଙ୍କୁ "ଉପରାଷ୍ଟ୍ରପତି ଟ୍ରମ୍ପ" ବୋଲି ମଧ୍ୟ କହିଥିଲେ । ବାଇଡେନଙ୍କ ସମେତ ଜେଲେନସ୍କି, ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାରମର୍ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଭିସି ଯୋଗେ ସମ୍ବୋଧିତ କରିଥିଲେ।

ଅଧିକ ପଢ଼ନ୍ତୁ: ପତ୍ନୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ଯାଏଁ, ବାଇଡେନ୍‌ଙ୍କ ଭାଷଣ ଶୁଣି ସମସ୍ତେ କାନ୍ଦିଲେ

Joe Biden
Advertisment
Advertisment