• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାର୍ ଉପରେ ଅବକାରୀ ଟିମର ରେଡ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା SR ବାର ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୧୦ ଜଣିଆ ଟିମ ସାମିଲ ଥିଲା । ବାରରୁ ବ୍ୟାପକ ବେଆଇନ ମଦ, ଠିପି, ଷ୍ଟିକର ଜବତ ହୋଇଛି । ବାରରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ଆଧାରରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

ସେପଟେ ଅବକାରୀ ବିଭାଗ ଡେପୁଟି କମିଶନର ଅରୂପା ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଭଦ୍ରେଶ୍ୱର ଥାନା ଅଧୀନ ଝାଡ଼େଶ୍ୱରପୁର ଗାଁରେ ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା । ଏହି ଘଟଣାରେ ୩ଜଣକୁ ଅଟକ ରଖି ଅବକାରୀ ବିଭାଗ ପଚରା ଉଚରା କରୁଛି । ସେପଟେ ଗତ କିଛିଦିନ ତଳେ ଏପରି ଏକ ଘଟଣା ରାଜଧାନୀରେ ମଧ୍ୟ ଘଟିଥିଲା ।

ବ୍ରାଣ୍ଡ ଅସଲି ଥିବା ବେଳେ ମଦ ନକଲି ଥିଲା । ନକଲି ମଦକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା । ଗତ କିଛିଦିନ ତଳେ ବରମୁଣ୍ଡା ସ୍ଥିତ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ୍ ହୋଇଥିଲା ବିପୁଳ ପରିମାଣର ନକଲି ମଦ । ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା ।

ରାଜ୍ୟରେ ପୂର୍ବରୁ କେବେ ଘଟି ନଥିଲା ଏଭଳି ଘଟଣା । ଅସଲି ବ୍ରାଣ୍ଡର ମଦ ବୋତଲରେ ନକଲି ମଦ ପୂରାଇ ହେଲାଣି ବିକ୍ରି । ଅସଲି ବୋତଲରେ ନକଲି ମଦ ଭରି ମଦ୍ୟପଙ୍କୁ ଚକମା ଦେଉଥିଲେ ସରକାରୀ ମଦ ଦୋକାନୀ । ନକଲି ଠିପି, ନକଲି ସରକାରୀ ଲୋଗୋ । ଏଠି ସବୁ ଜାଲି.. ଖୋଦ୍ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡାରେ ଥିବା ଏକ ସରକାରୀ ମଦ କାଉଣ୍ଟରରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ମଦ ବୋତଲରେ ସିଲ ସହ ଠିପି ରହିଛି । ହେଲେ ତାହା ଆପଣା ଛାଏଁ ବାହାରି ଯାଉଛି । ଏପରିକି ସରକାରଙ୍କ ପକ୍ଷରୁ ଲଗାଯାଇଥିବା ସିଲ୍ ମଧ୍ୟ ସଂପୂର୍ଣ୍ଣ ନକଲି ।

ମଦ ଅପମିଶ୍ରଣ ପାଇଁ ସଂପୃକ୍ତ ମଦ ଦୋକାନକୁ ସିଲ୍ କରାଯିବା ସହ ଲାଇସେନ୍ସ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅପରପକ୍ଷେ କେବେଠୁ ଏଠି ଏମିତି ନକଲି ମଦ କାରବାର ଚାଲିଥିଲା, ବ୍ରାଣ୍ଡେଡ୍ ମଦରେ କେବଳ ପାଣି ନା ଅନ୍ୟ କୌଣସି କେମିକାଲ ମିଶା ଯାଉଥିଲା, ଜାଣିବା ପାଇଁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି ।

ଦୋକାନରେ କାମ କରୁଥିବା ସମସ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ମାଲିକ କିନ୍ତୁ ଫେରାର ଅଛନ୍ତି । ଖୋଦ୍ ରାଜଧାନୀର ଏକ ସରକାରୀ ମଦ ଦୋକାନରୁ ନକଲି ମଦ ଠାବ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ବେଳେ, ଏକ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now