/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726919481.jpg)
Student films women in Bengaluru college bathroom
ବେଙ୍ଗାଲୁରୁରେ ପୁଣି ଲଜ୍ଜା । ଏକ କଲେଜର ବାଥରୁମରେ ଯୁବତୀଙ୍କ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କଲେଜରେ ଏପରି ଘଟଣାକୁ ନେଇ ଆନ୍ଦୋଳନ ତେଜିଥିବାବେଳେ ଅଭିଯୁକ୍ତର ମୋବାଇଲ ପରୀକ୍ଷା ପାଇଁ ପଠାଯାଇଛି ।
ଖବର ଅନୁସାରେ କଲେଜର ବାଥରୁମରେ ମହିଳାଙ୍କ ଭିଡିଓ ରେକର୍ଡିଂ କରିଛି ୨୧ ବର୍ଷୀୟ ଛାତ୍ର ଜଣଙ୍କ । ଏହାପରେ ରେକର୍ଡିଂ ସମୟରେ ଧରା ପଡ଼ିଯିବାରୁ ଅଭିଯୋଗକାରୀଙ୍କୁ ଧମକ ଦେଇଛି ଅଭିଯୁକ୍ତ । ଯୁବତୀ ଜଣଙ୍କ ଯଦି ଏହି ଘଟଣା ବିଷୟରେ କାହାରିକୁ କୁହନ୍ତି କିମ୍ବା ଅଭିଯୋଗ କରନ୍ତି, ଜୀବନରୁ ମାରିଦେବାକୁ ଧମକ ଦେଇଛି ଅଭିଯୁକ୍ତ । ଅଭିଯୋଗ ଅନୁଯାୟୀ, ନିଜ ଫୋନରେ ଅଭିଯୁକ୍ତ ଭିଡିଓ ରେକର୍ଡ କରୁଥିଲା ଓ ସୋସିଆଲ ମିଡିଆରେ ଏହାକୁ ଅନ୍ୟମାନଙ୍କୁ ପଠାଉଥିଲା ।
ଘଟଣା ସାମ୍ନାକୁ ଆସିବା ପରେ କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି ଓ ଆନ୍ଦୋଳନ ତେଜିବାରେ ଲାଗିଛି । ଉଭୟ ପୁରୁଷ ଓ ମହିଳା ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି ।
ସ୍ଥିତିକୁ ଦେଖି ସେପ୍ଟେମ୍ବର ୧୯ ପରଠୁ କ୍ଳାସ୍ ସସପେଣ୍ଡ କରାଯାଇଛି । ଛାତ୍ରଜଣଙ୍କ ନିଜ ମୋବାଇଲରେ ପ୍ରାୟ ୮ଟି ଭିଡିଓ ରେକର୍ଡ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅଭିଯୁକ୍ତ ଛାତ୍ର ଅଭ୍ୟାସଗତ ଅପରାଧୀ ହୋଇଥାଇପାରେ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)