Advertisment

ଅଚେତ କାଉକୁ CPR ଦେଇ ନୂଆ ଜୀବନ ଦେଲେ ଅଗ୍ନିଶମ କର୍ମଚାରୀ ! ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Crow CPR

Crow CPR

ମଣିଷକୁ CPR ଦେବା କଥା ଆମେ ଜାଣୁ। ହେଲେ ପକ୍ଷୀକୁ କଣ CPR ଦେଇ ବଞ୍ଚେଇ ହେବ ? ତେବେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି । ତାମିଲନାଡୁର କୋଏମ୍ବାଟୁରରେ ଅଚେତ୍ ହୋଇପଡିଥିବା ଏକ କାଉକୁ ଅଗ୍ନିଶମ ବାହିନୀ ଜଣକ CPR ଦେଇ ନୂଆ ଜୀବନ ଦେଇଛନ୍ତି। ଯାହାକୁ ୟୁଜର୍ସ ବେଶ୍ ପ୍ରଶଂସା କରିଛନ୍ତି।

Advertisment

ଭାଇରାଲ୍ ଭିଡିଓଟି ତାମିଲନାଡୁର କୋଏମ୍ବାଟୁରର ବୋଲି ଜଣାପଡିଛି। ଗୋଟିଏ କାଉ ଉଡି ଉଡି ଆସି ଟ୍ରାନ୍ସଫର୍ମର ଉପରେ ବସି ପଡିଲା। ଶକ୍ତିଶାଳୀ ବିଦ୍ୟୁତ ଆଘାତ ପାଇ ଚେତାଶୂନ୍ୟ ହୋଇଗଲା। ଏହା ଦେଖି ଅଗ୍ନିଶମ ବାହିନୀ କର୍ମଚାରୀ ଭି ଭେଲାଦୁରାଇ CPR ଦେଇ ଏକ ନୂତନ ଜୀବନ ଦେଇଥିଲେ। ଭାଇରାଲ ଭିଡିଓରେ ଭି ଭେଲାଦୁରାଇ କାଉର ପାଟିରେ CPR ଦେଇ ଜୀବନ ରକ୍ଷା କରୁଥିବା ନଜର ଆସିଛନ୍ତି।

Advertisment

ଅଗ୍ନିଶମ ବାହନୀ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ କାଉଟି କିଛି ସମୟ ପରେ ଚେତା ଫେରିପାଇଲା ଓ ଉଡ଼ିବାକୁ ଆରମ୍ଭ କଲା। କାଉର ଜୀବନ ବଞ୍ଚାଇବା ପାଇଁ ଏପରି ଉଦ୍ୟମକୁ ଲୋକମାନେ ପ୍ରଶଂସା କରୁଛନ୍ତି। ଏହି ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ସମ୍ମାନିତ କରିବାକୁ ମଧ୍ୟ ଦାବି ହୋଇଛି।

କିଛିଦିନ ତେଳେ ଉତ୍ତରପ୍ରଦେଶର ବୁଲନ୍ଦଶାହରରେ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା ​​ଯେଉଁଠାରେ ଜଣେ ପୋଲିସ ଛୁଆ ମାଙ୍କଡ଼ର ଜୀବନ ରକ୍ଷା କରିଥିଲେ। ଅତ୍ୟଧିକ ଗରମ ହେତୁ ଛୁଆ ମାଙ୍କଡ଼ଟି ଡିହାଇଡ୍ରେସନରେ ପୀଡିତ ହୋଇ ଚେତାଶୂନ୍ୟ ହୋଇଯାଇ ଥିଲା। ଛତାରି ପୋଲିସ ଷ୍ଟେସନର ହେଡ କନଷ୍ଟେବଳ ବିକାଶ ତୋମାର ତାକୁ ଦେଇ CPR ଦେଇ ଜୀବନ ରକ୍ଷା କରିଥିଲେ। ଏହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Viral Video CPR
Advertisment
Advertisment