/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726981378.jpg)
Public Toilet
ଶୌଚାଳୟ ପାଇଁ ତାତିଲେ ବସ୍ତି ମହିଳା । ବାଲେଶ୍ବର ପୌରପାଳିକା ଅନ୍ତର୍ଗତ ବାଲିଘାଟ ବସ୍ତିରେ ୨୦୨୩ରୁ ନିର୍ମାଣ ହେଉଥିବା ‘ଆମ ଶୌଚାଳୟ’ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ନିକଟରେ ସହର ତଳି ଅଞ୍ଚଳରେ ବନ୍ୟା ସ୍ଥିତି ଯୋଗୁଁ ଶୌଚ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ବସ୍ତିର ମହିଳାମାନେ ଉତ୍କ୍ଷିପ୍ତ ହୋଇ ପୌରପାଳିକାଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି।
ବାଲିଘାଟ ବସ୍ତିରେ ଆମ ଶୌଚାଳୟ ନିର୍ମାଣ ବାବଦରେ ବସ୍ତି କମିଟିକୁ ୧୩ ଲକ୍ଷ ୫ ହାଜର ୪ ଶହ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହାକୁ ଦେଢ ବର୍ଷ ବିତିବାକୁ ବସିଥିବା ବେଳେ ଶୌଚାଳୟର କାର୍ଯ୍ୟ ଅଧାରୁ ବନ୍ଦ ହୋଇ ପଡିଛି ।
ନିର୍ମାଣ କାର୍ଯ୍ୟ ଯାହା ହୋଇଛି, ପୌରପାଳିକା ପକ୍ଷରୁ ତାହାର ବିଲ୍ ପୈଠ କରାଯାଉନଥିବା ବସ୍ତି କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସବିତା ସାହୁଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟ ପାଇଁ ସେ ଅନୁମୋଦନ ଦେଇନାହାନ୍ତି ବୋଲି କହିବା ସହ ଯେଉଁ ଜମିରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ବିବାଦୀୟ ଜମି ବୋଲି କହିଛନ୍ତି। ତଦନ୍ତ ରିପୋର୍ଟ ଆସିଲେ ପଦକ୍ଷେପ ହେବ କହିଛନ୍ତି ପୌରାଧ୍ୟକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)