• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମାର୍ଲେନା ସିଂ। ଆଜି ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ରାଜନିବାସରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଆତିଶୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଉପରାଜ୍ୟପାଳ ଭିକେ ସକ୍ସେନା । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା ବିବାଦରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ ଅରବିନ୍ଦ କେଜରୀୱାଲ । ପରେ ବେଲ୍ ରେ ଆସିଥିବା କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଫଳରେ ସୁଷମା ସ୍ୱରାଜ ଓ ଶୀଲା ଦୀକ୍ଷିତଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ଏହା ସହ ଦିଲ୍ଲୀର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବାରେ ଗୌରବ ଅର୍ଜନ କରିଛନ୍ତି ଆତିଶୀ । ଆତିଶୀଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ନେଇଛି । ନୂଆ ମନ୍ତ୍ରିମଣ୍ଡଳରେ ଗୋପାଲ ରାୟ, ସୌରଭ ଭରଦ୍ୱାଜ, କୈଳାସ ଗେହଲଟ, ଇମ୍ରାନ ହୁସେନ, ମୁକେଶ ଅହଲାୱତ ସାମିଲ ହୋଇଛନ୍ତି ।

ଆପ୍ ନେତ୍ରୀ ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ସେ ସର୍ବକନିଷ୍ଠ ଭାବେ ଜାତୀୟ ରାଜଧାନୀର ସମ୍ମାନଜନକ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି । ସ୍ୱାଧୀନ ଭାରତର ସପ୍ତଦଶ ମହିଳା ଭାବେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।   

OTV is now on Whatsapp

Join and get latest news update delivered to you via whatsapp

Join Now