ଭୁବନେଶ୍ୱର: ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ସେହିପରି ବିଜ୍ଞାନ ଓ ବାଣିଜ୍ୟରେ ମଧ୍ୟ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। କଳାରେ କଟ୍ ଅଫ୍ ମାର୍କ ୭୨.୫% ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ୭୧.୮୩% ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ରହିଛି। ୬୭.୮୩% ସହ ୩ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି। ବିଜ୍ଞାନରେ […]
ଭୁବନେଶ୍ୱର: ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍। ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଥିବା ଘରେ ଆଜି CBI ରେଡ୍ କରିଥିବା ଜଣାପଡ଼ିଛି। ବହୁଚର୍ଚ୍ଚିତ ସି-ସୋର୍ ଚିଟ୍ଫଣ୍ଡ୍ ଲିଙ୍କ୍ରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି। ଦେବୀ ମିଶ୍ରଙ୍କ କଟକ ନରସିଂହପୁର ବାସଭବନରେ ବି ସିବିଆଇ ଟିମ୍ ପହଞ୍ଚି ଯାଞ୍ଚ କରିଛି। ଭୁବନେଶ୍ୱର ବାସଭବନରେ ୩ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଛି। ସିବିଆଇ ଟିମ୍ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର […]
ନୂଆଦିଲ୍ଲୀ: ଦେଶରେ ଦିନକରେ ୯୬ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ହଜାରେ ୧,୧୭୪ ଜଣଙ୍କ ମୃତ୍ଯୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ଯୁ ସଂଖ୍ୟା ୮୪,ହଜାର ୩୭୨ରେ ପହଞ୍ଚିଛି । ଦିନକରେ ୮୭, ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୮କୁ ବୃଦ୍ଧି ପାଇଛି । ମୋଟ ଆକ୍ଟିଭ୍ କେସ୍- ୧୦ଲକ୍ଷ ୧୭ହଜାର ୭୫୪ ରହିଥିବା ବେଳେ […]
ଭୁବନେଶ୍ୱର: ବୋଲେରୋର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ। କନ୍ଧମାଳରୁ ଭାୟା ଭୁବନେଶ୍ୱର ଦେଇ ଉତ୍ତରପ୍ରଦେଶ, ବିହାରକୁ ଲମ୍ବିଛି ଏହି ଚୋରା ଚାଲାଣର ଚେର ଲମ୍ବିଥିବା ସୂଚନା ମିଳିଛି। ଆଜି ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ୯୩ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଜଣକୁ ଗିରଫ କରିଛି। ଉକ୍ତ ବୋଲେରୋରେ ଏକାଧିକ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍ ବ୍ୟବହାର କରାଯାଇ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତ ବେଳେ […]
ନାଭି ମୁମ୍ବାଇ: ପତ୍ନୀଙ୍କୁ ଫୋନ୍ କରି କହିଲେ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି, ଏହାପରେ ହଠାତ୍ କେଉଁଆଡ଼େ ଗାଏବ୍ ହୋଇଗଲେ ସ୍ୱାମୀ। ଶେଷରେ ଗର୍ଲଫ୍ରେଣ୍ଡ୍ଙ୍କ ସହ ସମ୍ପୃକ୍ତ ବ୍ୟକ୍ତି ଜଣକ ଥିବା ପୋଲିସ୍ ଜାଣିବାକୁ ପାଇଥିଲା। ନାଭି ମୁମ୍ବାଇରେ ଏଭଳି କିଛି ଘଟଣା ଘଟିଛି, ଯାହାକୁ ନେଇ ଏବେ ଚର୍ଚ୍ଚା। ଚଳିତ ବର୍ଷ ଜୁଲାଇରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଖୋଜ ଥିଲେ। ଏହାପୂର୍ବରୁ ସେ ତାଙ୍କ ପତ୍ନୀଙ୍କୁ ଫୋନ୍ କରି କହିଥିଲେ ଯେ, ତାଙ୍କ କରୋନା […]
ନୂଆଦିଲ୍ଲୀ: ମୋଦି ସରକାର କୃଷି ସମ୍ବନ୍ଧିତ ବିଲ୍ ଗୁରୁବାର ଲୋକସଭାରେ ପାରିତ କରିଦେଲେ। ତେବେ ଏହି କୃଷି ବିଲ୍କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ବିରୋଧ କରିଛନ୍ତି। ଏପରିକି ଏନ୍ଡିଏର ସହଯୋଗୀ ଦଳ ଶିରୋମଣି ଅକାଳି ଦଳ ମଧ୍ୟ ଏହାକୁ ବିରୋଧ କରିଛି। ଏହାକୁ ବିରୋଧ କରି ଅକାଳି ଦଳରୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ହରସିମରତ୍ କୌର ବାଦଲ ଇସ୍ତଫା ଦେଇଛନ୍ତି। କୃଷକ ନେତାମାନେ ମଧ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ। ସେମାନେ ଅଭିଯୋଗ ଆଣିଛନ୍ତି, […]
ଭୁବନେଶ୍ୱର: ମେ ୨୦୧୪ରୁ ସି’ ସୋର ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ ସିବିଆଇ ଆରମ୍ଭ କରି ଆସୁଛି । ଦୀର୍ଘ ୬ ବର୍ଷ ଧରି ମାମଲାର ତଦନ୍ତ ଚାଲିଛି । ମହାନଦୀ ବୋଟିଂ ପ୍ରକଳ୍ପ ଓ ଅଟ୍ରି ଗେଷ୍ଟହାଉସ୍ ପ୍ରକଳ୍ପ ମାମଲାରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ର ତଦନ୍ତ ପରିସରଭୁକ୍ତ ଅଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସେ ଏହି ଦୁଇ ପ୍ରକଳ୍ପକୁ ସି’ ସୋରକୁ ଦେବା ପାଇଁ ମଞ୍ଜୁରୀ ଦେଇଥିଲେ । ଏହି […]
ନୟାଗଡ଼: ମରିଗଲା ମାନବିକତା। ବଞ୍ଚିଥିବା ବେଳେ ଗାଁ ରୁ ଏକଘରକିଆ କରି ଦେଇଥିଲେ। ଏବେ ମଲା ପରେ କେହି ଆସିଲେନି ଶବକୁ କାନ୍ଧ ଦେବାଲାଗି । ଆଉ ଗତକାଲି ରାତିରୁ ଗାଁ ମୁଣ୍ଡରେ ପଡିରହିଛି ଶବ। ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନା ଅନୁଯାୟୀ, ଗାଁର ପ୍ରଫୁଲ୍ଲ ଡାକୁଆଙ୍କ ପରିବାରକୁ ଵର୍ଷେ ତଳେ ଗାଁରୁ ବାସନ୍ଦ କରିଦେଇଥିଲେ। ଗାଁରେ କଙ୍ଗାରୁ କୋର୍ଟ ବସାଇ ଏପରି ନିଷ୍ପତି […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ ମୃତ୍ୟୁ ପୂର୍ବରୁ କାହାକୁ ଶେଷଥର ପାଇଁ କଲ୍ କରିଥିଲେ, ଏହାକୁ ନେଇ ଲାଗି ରହିଥିବା ସନ୍ଦେହକୁ ନେଇ ମୁମ୍ବାଇ ପୋଲିସ୍ ବୟାନ ରଖିଛି। ଦିଶା ଶେଷଥର ପାଇଁ ନିଜ ସାଙ୍ଗ ଅଙ୍କିତାଙ୍କୁ ଫୋନ୍ କରିଥିଲେ ବୋଲି ପୋଲିସ୍ କହିଛି। ଯେଉଁ ଦାବି ହେଉଥିଲା ଯେ, ଦିଶା ଶେଷଥର ପାଇଁ ୧୦୦ ନମ୍ବରକୁ ଡାଏଲ୍ କରିବା ପାଇଁ ଚେଷ୍ଟା କରିଥିଲା, ଏହା ମିଛ ବୋଲି ମୁମ୍ବାଇ […]
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଜି ଭୁବନେଶ୍ୱର ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି HR ମୁଖ୍ୟ। ପୂର୍ବରୁ ଓଟିଭିର ଦୁଇ ବରିଷ୍ଠ ସାମ୍ବାଦିକ ଓ HR ସହଯୋଗୀ ଥାନାରେ ହାଜର ହୋଇଥିଲେ। ପୋଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ହାଜର ହେଉଛନ୍ତି ଓଟିଭି କର୍ମଚାରୀ। ହେଲେ ମାମଲାରେ ଅଭିଯୁକ୍ତ ଥିବା ପୋଲିସ କର୍ମଚାରୀଙ୍କୁ ଏବେ ଯାଏ ଚିହ୍ନଟ କରିନି ପୋଲିସ୍। ଓଟିଭିକୁ ବାରମ୍ବାର ଡାକୁଥିଲେ ବି ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରିନି ପୋଲିସ। […]
ଭୁବନେଶ୍ୱର: ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେଥିପାଇଁ ସ୍ଥିତିକୁ ଦେଖି ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି SRC । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାମାନଙ୍କ ପ୍ରତି ସଜାଗ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବନ୍ୟା ଓ ମାଟି ଅତଡ଼ା ଧସିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ଏସ୍ଆର୍ସି ପରାମର୍ଶ […]
ଭୁବନେଶ୍ୱର: ଦିନକରେ ଆକ୍ରାନ୍ତ ହେଲେ ୩୦୫ କରୋନା ଆକ୍ରାନ୍ତ। ଏମାନଙ୍କୁ ମଧ୍ୟରୁ ୯୦ କ୍ୱାରେଣ୍ଟାଇନ୍ରୁ ହୋଇ ଥିବା ବେଳେ ୨୧୫ ଲୋକାଲ୍ କେସ ରହିଛି । ଏନେଇ ଟ୍ୱିଟ୍ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ସେହିପରି ଆଜି ୫୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Bhubaneswar Corona News ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ? ବଡ଼ଗଡ଼ ବ୍ରିଟ୍ କଲୋନୀରୁ ୩, ବାପୁଜୀ ନଗରରୁ ୪, ବମିଖାଲ୍ରୁ ୩, ବୁଦ୍ଧେଶ୍ୱର କଲୋନୀରୁ ୩, ଚନ୍ଦକାରରୁ ୫, ଚନ୍ଦ୍ରଶେଖରପୁର […]
ଆବୁ ଧାବି: ବାସ୍ ଆଉ କେଇ ଘଣ୍ଟାର ବ୍ୟବଧାନ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍। ବିଶ୍ୱର ସବୁଠାରୁ ମହଙ୍ଗା ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆସନ୍ତାକାଲିଠାରୁ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସାରା ଦୁନିଆରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଚଳିତ ସଂସ୍କରଣ ୟୁଏଇରେ ଆୟୋଜିତ ହେବ। ଆଇପିଏଲର ଆୟୋଜନ ପ୍ରଥମେ ଚଳିତ ବର୍ଷ ମାର୍ଚ୍ଚ ୨୯ […]
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ। ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ମୋଟ ୫୩ଟି ସେଣ୍ଟରରେ ହେବ OJEE ପରୀକ୍ଷା। ଏହି ପରୀକ୍ଷା ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ତେବେ ରାଜ୍ୟ ବାହାରେ ଯଥା ରାଞ୍ଚି, କୋଲକାତା, ପାଟନାରେ ହେବ ପରୀକ୍ଷା। OJEEର ସବୁ ପରୀକ୍ଷା କମ୍ପ୍ୟୁଟର ବେସଡ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଲୁଧିଆନା: କୁକୁରଙ୍କ ପାଇଁ ଖୋଲା ଗଲା ବ୍ଲଡ୍ ବ୍ୟାଙ୍କ୍। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ପଞ୍ଜାବ ଲୁଧିଆନାର ଗୁରୁ ଅଙ୍ଗଦ ଦେବ ଭେଟେରୀନାରୀ ଆଣ୍ଡ ଆନିମଲ୍ ସାଇନ୍ସ ୟୁନିଭର୍ସିଟିରେ କୁକୁରଙ୍କ ପାଇଁ ଏକ ବ୍ଲଡ୍ ବ୍ୟାଙ୍କ୍ ଖୋଲାଯାଇଛି। ନିକଟରେ ଏକ କୁକୁର ବ୍ଲଡ୍ ବ୍ୟାଙ୍କକୁ ରକ୍ତ ଦାନ କରିଛି। ପ୍ରତିବର୍ଷ ମେଡିକାଲକୁ ପ୍ରାୟ ୨୫ ହଜାରରୁ ଅଧିକ କୁକୁର ଚିକିତ୍ସା ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଶହରୁ ୬ ଶହ କୁକୁରଙ୍କଠାରେ […]
ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଏବେ ମୁମ୍ବାଇରେ ସୀମିତ ହୋଇ ରହିନାହିଁ। ଏହାର ଚେର ଏବେ ହିମାଚଳ ପ୍ରଦେଶ ଯାଏ ଲମ୍ବିଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉ ପେଡଲରଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ହିମାଚଳରୁ ଗିରଫ ହୋଇଥିବା ରାହିଲ୍ ବିଶ୍ରମଙ୍କ ନିକଟରୁ ଗୋଟିଏ କିଲୋ ଚରସ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହାସହ ସାଢ଼େ ୪ ଲକ୍ଷ ଟଙ୍କା ଜବତ ହୋଇଛି। ଏନ୍ସିବିରୁ ମିଳିଥିବା […]
ପୁରୀ: ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧା ମୂରତୀ, ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏବେ ଅନବସର ଘରେ ଥିବା ଶ୍ରୀଜୀଉଙ୍କ ଲାଗି ଦେଉଳି…