ବିନାଭକ୍ତରେ ରଥଯାତ୍ରା ପାଇଁ ପୁରୀରେ ପ୍ରାଣପଣେ ଲାଗିଛି ପ୍ରଶାସନ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଲାବର୍ଷ ଭଳି ଏଥର ବି ସ୍ଥିର ହେଉଛି ଗୋଟିଏ ପରେ ଗୋଟିଏ କଡ଼ା କଟକଣା
ନୂଆଦିଲ୍ଲୀ: ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି କରୋନା ଭାଇରସ୍। ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ନିୟନ୍ତ୍ରଣକୁ ଆସୁନି କରୋନା। ଏବେ ବି ମଣିଷ ମନରେ ଗୋଟିଏ ପ୍ରଶ୍ନ। କେଉଁଠୁ ଆସିଲା ଏହି କରୋନା ଭାଇରସ୍ ? ଉହାନ ସହର ସ୍ଥିତ ମାଂସ ମାର୍କେଟରୁ ଏହି ଭାଇରସ୍ର ଉତ୍ପତ୍ତି ବୋଲି କୁହାଯାଉଥିବାବେଳେ ଚୀନ ସରକାର ଏହାକୁ ଖଣ୍ଡନ କରି ଆସୁଛନ୍ତି। ହେଲେ ଚୀନର ଜଣେ ବିଶେଷଜ୍ଞ କରୋନା ଭୂତାଣୁ ଉତ୍ପତ୍ତିର ରହସ୍ୟ […]
ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର । ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା । ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଥମ ବଙ୍ଗଳା ପ୍ରତୀକ୍ଷାର କିଛି ଅଂଶ ଭାଙ୍ଗିବାକୁ ଯାଉଛି ବିଏମସି । ବିଗ ବି’ଙ୍କ ବଙ୍ଗଳା ଥିବା ସନ୍ଥ ଜ୍ଞାନେଶ୍ୱର…
କୋଚି: ସେଲୁନ୍ରେ ଚୁଟି କାଟିବାକୁ ଚାହୁଁଛନ୍ତି ? ତା’ବି ପୁଣି ମାଗଣାରେ। ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ଆମେ ଆପଣଙ୍କୁ ଏମିତି ଏକ ସେଲୁନ୍ ବିଷୟରେ କହିବୁ ଯେଉଁଠି ଆପଣ ମାଗଣାରେ ଚୁଟି କାଟି ପାରିବେ। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ, ଘଟଣାଟି ସତ। କେରଳ କୋଚିରେ ଏମିତି ଏକ ସେଲୁନ୍ ଅଛି, ଯେଉଁଠି ଲୋକମାନେ ମାଗଣାରେ ଚୁଟି କାଟିଥାନ୍ତି। ସୂଚନା ଅନୁସାରେ, କୋଚିର କାଥ୍ରିକାଡାଭୁରେ ଗୋପୀ ନାମକ ଜଣେ […]
ନୂଆଦିଲ୍ଲୀ: ଭାରତରେ ୪୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୮୩ ହଜାର ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧ ହଜାର ୫୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଛି। ଦେଶରେ ୮୦ ହଜାର ୭୭୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୯ […]
ମୁମ୍ବାଇ: ବଲିଉଡ୍ର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗରେ ରାଜ୍ୟ ସଭାରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। କେବଳ କିଛି ଲୋକଙ୍କ ପାଇଁ ବଲିଉଡ୍କୁ ବଦନାମ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ମୋତେ ଲଜ୍ଜା ଲାଗୁଛି, ଗତକାଲି ସଂସଦରେ ଜଣେ ସାଂସଦ ଯିଏକି ଫିଲ୍ମ ଇଣ୍ଟଷ୍ଟ୍ରିରୁ ଆସିଛନ୍ତି, ସେ ଏହି ଇଣ୍ଡଷ୍ଟ୍ରି ବିରୋଧରେ ମନ୍ତବ୍ୟ ଦେଇଥିଲେ। ହେଲେ ଏପରି ମନ୍ତବ୍ୟ ଲଜ୍ଜାଜନକ ବୋଲି ଜୟା କହିଛନ୍ତି। ଜୟା ବଚ୍ଚନ କହିଛନ୍ତି, କିଛି ଲୋକଙ୍କ ଯୋଗୁ ପୂରା ଇଣ୍ଡଷ୍ଟ୍ରିକୁ […]
ନୟାଗଡ଼: ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲେ ଯୁବକ। ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ରଙ୍ଗମାଟିଆରେ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଶବର କଲୋନୀର ଅନୁରାଗ ନାୟକ। ସୂଚନା ଅନୁସାରେ, ଅନୁରାଗ ଫୁଲବାଣୀ ଯାଉଥିଲେ। ଏହି ସମୟରେ ରଙ୍ଗମାଟିଆ ନିକଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହେବାପରେ ବାଇକ୍ ସହ ଜଳି ଯାଇଥିଲେ ଅନୁରାଗ। ଘଟଣାସ୍ଥଳରେ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।
ଭୁବନେଶ୍ୱର: ଓଡ଼ିଆ ଅଭିନେତା ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବାରୁ ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି। ସମସ୍ତେ ସତର୍କ ରହିବା ସହ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଶ୍ରୀତମ କହିଛନ୍ତି। ବର୍ତ୍ତମାନ ପାଇଁ ସେ ଶୁଟିଂ କାର୍ଯ୍ୟ ବନ୍ଦ ରଖିବା ସହ କୌଣସି ସାମାଜିକ ସମାବେଶରେ ଯୋଗଦେବେ ନାହିଁ […]
ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ୍ରେ ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ । ମୋଦି ସରକାରର ଦ୍ୱିତୀୟ ପାଳିକୁ ୟା ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭିଡିଓ କନଫରେନ୍ସିଂରେ ଏହି ବୈଠକ ହୋଇଥିଲା। ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଫଳରେ ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ। ସେହିପରି ସୁବର୍ଣ୍ଣରେଖା ନଦୀରେ Highlevel ବ୍ରିଜ୍ ନିର୍ମାଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର […]
ମୁମ୍ବାଇ: ମୁମ୍ବାଇରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା ଏବେ ଜେତିବାରେ ଲାଗିଛି। ଏବେ ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଛନ୍ତି। ଆକ୍ରମଣ ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ କୋହଳ ଦଫା ଲଗାଯାଇଥିବା ରାଜ୍ୟପାଳଙ୍କୁ ଜଣାଇଛନ୍ତି। ମଦନ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବାରୁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି […]
ଭୁବନେଶ୍ଵର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ବିଧାନସଭା ଅଧିବେଶନ ନେଇ ସଚିବ ଯେଉଁ ଚିଠି ପଠାଇଛନ୍ତି, ସେଥିରୁ କିଛି ସ୍ପଷ୍ଟ ଜଣାପଡୁନି ପ୍ରଶ୍ନକାଳ ବନ୍ଦ ରହିବ ଶୂନ୍ୟକାଳ ରହିବ କି ନାହିଁ, ମୁଲତବୀ ଆଲୋଚନା ହେବ କି ନାହିଁ, ତାହା ମଧ୍ୟ ଜଣାପଡୁନି। ପ୍ରଶ୍ନକାଳ ବନ୍ଦକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ତାରା। କୋଭିଡ ମୁକାବିଲାକୁ ନେଇ […]
ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍। ଭାରତରେ ଥିବା ବିଭିନ୍ନ ବିମାନବନ୍ଦରର ଉନ୍ନତିକରଣ ସହ ଘରୋଇକରଣ ପାଇଁ ବିଲରେ ବ୍ୟବସ୍ଥା ରହିଛି। ସେପଟେ ରାଜ୍ୟସଭାରେ ଉଠିଛି ଚୀନ୍ ସରକାରଙ୍କ ଗୁଇନ୍ଦାଗିରି ପ୍ରସଙ୍ଗ। ଦେଶର ୧୦ ହଜାର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷଣ ନଜର ରଖିବା ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ନୋଟିସ ଆଣିଥିଲେ। କଂଗ୍ରେସ ସାଂସଦ ମାଣିକମ୍ ଟାଗୋର କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା […]
କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ସତ ହେଲେ ଏହା ପଛରେ ଥିବା ଆଉ ଏକ ଗୁମର ହେଲା ରାଜ୍ୟରେ ପ୍ରଥମ ଲହର ସମୟରେ ଡ୍ରପ୍ ଆଉଟ୍ ହାର ବେଶ୍ ଆଗରେ ରହିଛି। ହାଇସ୍କୁଲ ଶିକ୍ଷା ପରେ ୨୪ % ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଉଛି
ପୁରୀ: ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୋଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ, ଗତକାଲି ବଳିଆପଣ୍ଡା ଥାନାକୁ ଏକ ଫୋନ କଲ ଆସିଥିଲା। ଏକ ଆପାର୍ଟମେଣ୍ଟରେ ଦୁଇ ଯୁବକଙ୍କୁ ବନ୍ଧକ ରଖାଯାଇଥିବା […]