• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Capture
ତିନି ବର୍ଷ ହେଲାଣି ବନ୍ଦ ପଡ଼ିଛି ରେଶମ ବିକାଶ କେନ୍ଦ୍ର, ଚାଷରୁ ମୁହଁ ଫେରାଇଲେଣି ଚାଷୀ

ମୋହନା: ରେଶମ ଶିଳ୍ପର ବିକାଶ ସହ ଚାଷୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । କିନ୍ତୁ ସରକାରୀ ପ୍ରତ୍ସାହନ ଅଭାବରୁ ଏବେ ବହୁ ରେଶମ ଚାଷୀ ଚାଷ…

ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବ ବାଇକ୍‌ ଆମ୍ବୁଲାନ୍ସ

କୋରାପୁଟ: କୋରାପୁଟ ଜିଲ୍ଲାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ  ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ। ଲୋକଙ୍କ ନିକଟରେ ତ୍ୱରିତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ କୋରାପୁଟ ଜିଲ୍ଲା ପାଇଁ ୮ଟି ବାଇକ୍ ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଆମ୍ବୁଲାନ୍ସ ସେବାକୁ ଆହୁରି ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଏହି ବାଇକ୍‌ ଆମ୍ବୁଲାନ୍ସ ଆସିଛି। ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଛି। କୋରାପୁଟ ଜିଲ୍ଲାରେ […]

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

କୋରାପୁଟ: କଣ୍ଠରେ ତାଙ୍କର ଯାଦୁ। ସୁମଧୁର ଗୀତ ଗାଇ ସମସ୍ତଙ୍କ ମନ ମୋହି ନେଇଛନ୍ତି କୋରାପୁଟର ଝିଅ ନମିତା। ଏପରିକି କୋରାପୁଟ ଜିଲ୍ଲାପାଳ ମଧ୍ୟ ତାଙ୍କ କଣ୍ଠରେ ମନ୍ତ୍ରମୁଗ୍ଧ। ସେଥିପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।  ଭୁବନେଶ୍ୱରରେ ପାଠ ପଢ଼ିବାର ବ୍ୟବସ୍ଥା କରିଛନ୍ତି। କୋରାପୁଟ ଉପାନ୍ତ ଅଞ୍ଚଳ ବନ୍ଧୁଗାଁର ଝିଅ ନମିତା ମେଲେକା। ସୁମଧୁର ଗୀତ ଗାଇ  ଏବେ ଚର୍ଚ୍ଚାର ପରିସରରେ। ସୁଲଳିତ ଗୀତ ପାଇଁ ଚିନ୍ତାଗୁଡି ଗାଁର ଆଦିବାସୀ ଝିଅ ନମିତା ମେଲକାଙ୍କୁ ଛୁଟୁଛି ଏବେ […]

କଟକରେ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ‌

କଟକ: କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଆଜି ଅପରାହ୍ଣରେ ଏକ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ‌ ହୋଇଥିବା ସୂଚନା ମିଳିଛି। ମାଲ୍‌ବାହୀ ଟ୍ରେନ୍‌ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ୧୦ ନମ୍ବର ଟ୍ରାକ୍‌ରେ ଏହା ଲାଇନ୍‌ଚ୍ୟୁତ‌ ହୋଇଛି। ରେଲ୍‌ୱେର ଟେକ୍ନିକାଲ ଟିମ୍‌ ଓ RPF ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ଯିବା ଆସିବାରେ […]

tropical cyclone
ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍‌

ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍‌। ଆଣ୍ଟଲାଟିକ୍ ମହାସାଗରରେ ଏହି ଟ୍ରପିକାଲ୍‌ ସାଇକ୍ଲୋନ୍ ଗୁଡ଼ିକ ସୃଷ୍ଟି ହୋଇଛି। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍ ସୃଷ୍ଟି ହୋଇଛି। ଏହାପୂର୍ବରୁ ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା। ସାଟେଲାଇଟ ଇମେଜରେ ଏବେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ୍‌ ସାଇକ୍ଲୋନ୍ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଏହି ୫ ଟ୍ରପିକାଲ୍‌ ସାଇକ୍ଲୋନ୍ […]

trump
ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା- ଟ୍ରମ୍ପ

ନୂଆଦିଲ୍ଲୀ:ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି। କରୋନା ଟିକାକୁ ନେଇ ବିଭିନ୍ନ ଦେଶରେ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ନୂଆ ଆଶା ସୃଷ୍ଟି କରିଛି। ଆମେରିକାର ପେନସିଲଭାନିଆରେ ଭୋଟରମାନଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି ଯେ, ଟିକା ପ୍ରସ୍ତୁତି ନେଇ ଆମେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଟିକା ଆସିପାରେ ବୋଲି ଟ୍ରମ୍ପ କହିଛନ୍ତି। […]

ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ।  ଏ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ସ ଜାରି ହୋଇଛି। ବିଧାୟକଙ୍କ ସହ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରମାନଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ। ବିଧାୟକ, ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କର RT-PCR ଟେଷ୍ଟ ହେବ। ଏଥିପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ବିଧାନସଭା ପରିସରରେ ସ୍ୱତନ୍ତ୍ର କ୍ୟାମ୍ପରେ ଟେଷ୍ଟ କରାଯିବ। ବିଧାନସଭା ଅଧିବେଶନର ପଞ୍ଚମ ଦିନ ଅର୍ଥାତ୍ ୪ ତାରିଖ […]

boat capsized
ଭଗବାନଙ୍କ ଦର୍ଶନ ପାଇଁ ବାହାରିଥିଲେ, ନଦୀରେ ବୁଡ଼ିଗଲା ଡଙ୍ଗା; ୧୪ ମୃତ

କୋଟା: ରାଜସ୍ଥାନର କୋଟା ଜିଲ୍ଲା ଖାଟୋଲି ନିକଟ ଚାମ୍ବଲ ନଦୀରେ ଡଙ୍ଗା ବୁଡ଼ି ୧୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀ ଓ ପୋଲିସ୍‌ କର୍ମୀ ସାମିଲ ହୋଇଥିବା ବେଳେ State Disaster Response Forceର ଏକ ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲା ଇନ୍ଦରଗଡ଼ ସ୍ଥିତ କମଲେଶ୍ୱର ମହାଦେବ ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ଗୋଥଡା କାଲା […]

highcourt
ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ ଡିସିପିଙ୍କୁ ଜଣାଅ: ହାଇକୋର୍ଟ

କଟକ: ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଅ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି ସଂଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ଜଣାଇବାକୁ କୁହାଯାଇଛି। ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ। ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ବୁଲି ଦେଖିବେ। କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ। ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି […]

corona patient
ଡାକ୍ତରଖାନା ସ୍ଥାନାନ୍ତର କରୁଥିବା କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରକୁ ଆସୁଥିବା କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାର ଦେଲେ ଏମିତି ପରାମର୍ଶ । ଯେଉଁ ଆକ୍ରାନ୍ତ କଟକ ଓ ଭୁବନେଶ୍ୱର ଆସୁଛନ୍ତି, ସେମାନେ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ସୁବିଧା ସହ ଆସିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ବିଭିନ୍ନ ଜିଲ୍ଲାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆସୁଥିବା ଆକ୍ରାନ୍ତମାନେ ଉପଯୁକ୍ତ ଚିକିତ୍ସା ଉପକରଣ, ଅକ୍ସିଜେନ୍ ସିଲିଣ୍ଡର ଆଶିବା ଆବଶ୍ୟକ । ଅନ୍ୟ ଜିଲ୍ଲାର ରୋଗୀଙ୍କ ପାଇଁ ଭୁବନେଶ୍ୱର ଓ କଟକରେ […]

chhatara
ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା

ଭବାନୀପାଟଣା: କରୋନା ପାଇଁ ଫିକା ପଡିବ ଛତର ଯାତ୍ରା। ଏଥର ବିନା ଭକ୍ତରେ ପାଳନ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। କରୋନା ମାର୍ଗଦର୍ଶିକା ଅନୁସାରେ ପୂଜାରୀ ଓ ସହଯୋଗୀଙ୍କୁ ନେଇ ମାଆଙ୍କ ଛତର ନିର୍ଧାରିତ ସମୟରେ ମନ୍ଦିରରେ ପହଞ୍ଚିବ। ଏନେଇ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି। ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ସେଥିପାଇଁ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆଜି ଏକ […]

ada70857964a18c6a0aeb1f1723155c8
ସ୍କୁଲ ପରିସରରେ ଆରମ୍ଭ ହେବ ପରିବା ଚାଷ

ଭୁବନେଶ୍ୱର: ରାଜ୍ୟ ସରକାର ସ୍କୁଲରେ ଆରମ୍ଭ କରିବାକୁ ଯାଉଛନ୍ତି Kitchen Garden Concept।ଭୋଜନ ଯୋଜନା ଅଧିନରେ ଏହି ଯୋଜନା ଆରମ୍ଭ ହେବ। ଏ ନେଇ ରାଜ୍ୟର ୪୩ହଜାର ସ୍କୁଲକୁ  ୫ ହଜାର ଲେଖାଏଁ ଟଙ୍କା ଦିଆଯାଇଛି। ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ୍ ଦେବ। ପରିସରରେ ବିଭିନ୍ନ ପନିପରିବା ଲଗାଯିବ। ସ୍କୁଲ ଖୋଲିଲେ ସେହି ପନିପରିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ। ବର୍ତ୍ତମାନ କେବଳ ସ୍କୁଲ କର୍ତ୍ତୃପକ୍ଷ ଏହି ଚାଷ ସ୍କୁଲ ପରିସରରେ କରିବେ। ସ୍କୁଲ […]

sushanta
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଏନସିବିର ପଚରାଉଚରା ସ୍ଥଗିତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଏନସିବିର ପଚରାଉଚରା ସ୍ଥଗିତ କରାଯାଇଛି। ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଭାଇ ସୌଭିକଙ୍କ ସମେତ ଅନ୍ୟମାନଙ୍କ ଗିରଫ ପରେ ଶ୍ରୁତିଙ୍କୁ ଜେରା କରିବା ଲାଗି ଏନସିବି ସମନ କରିଥିଲା। ଏଥିପାଇଁ ତାଜ ହୋଟେଲ ପାଖ ଏଭଲିନ୍ ହାଉସରେ ଥିବା ଏନସିବିର ଏଆଇଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶ୍ରୁତି ମୋଦି। ତେବେ ତାଙ୍କୁ ଜେରା କରିବାକୁ ଥିବା ଏନସିବି ଟିମର ଜଣେ […]

china firing
ସୀମାରେ ଉତ୍ତେଜନା: ୨୦ ଦିନ ମଧ୍ୟରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ୩ ଥର ଗୁଳି ବିନିମୟ

ନୂଆଦିଲ୍ଲୀ: ସୀମାନ୍ତରେ ଦେଖା ଦେଇଛି ଯୁଦ୍ଧ ପରିସ୍ଥିତି। ଭାରତ ଓ ଚୀନ୍ ଯବାନଙ୍କ ଗୁଳି ବର୍ଷଣ ଚାଲିଥିବା ସୂଚନା ମିଳିଛି। ଗତ ୨୦ ଦିନ ମଧ୍ୟରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ୩ ଥର ଗୁଳି ବିନିମୟ ଘଟିଥିବା ଜଣାଯାଇଛି। ପ୍ରଥମ ଘଟଣା ଅଗଷ୍ଟ ୨୯-୩୧ ତାରିଖ ମଧ୍ୟରେ ଘଟିଥିବା ବେଳେ ୨ୟ ଘଟଣା ସେପ୍ଟେମ୍ବର ୭ରେ ଏବଂ ତୃତୀୟ ଘଟଣା ସେପ୍ଟେମ୍ବର ୮ରେ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ଆରମ୍ଭରେ ବାସ୍ତବ ନିୟନ୍ତ୍ରଣ ରେଖାରେ […]

Bhubaneswar Corona News: ୩୬୨ କରୋନା ପଜିଟିଭ ଚିହ୍ନଟ, ୨୮୬ ଲୋକାଲ୍‌ କେସ

ଭୁବନେଶ୍ୱର: ଦିନକରେ ଆକ୍ରାନ୍ତ ହେଲେ ୩୬୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମଧ୍ୟରୁ ୭୬ କ୍ୱାରେଣ୍ଟାଇନ୍‌ରୁ ହୋଇ ଥିବା ବେଳେ ୨୮୬ ଲୋକାଲ୍‌ କେସ ରହିଛି । ଏନେଇ ଟ୍ୱିଟ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସେହିପରି ଆଜି ୪୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Bhubaneswar Corona News ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ?  ବଡ଼ଗଡ଼ ବ୍ରିଟ୍‌ କଲୋନୀରୁ ୪, ବରମୁଣ୍ଡାରୁ ୮, ଆଇଆର୍‌ସି ଭିଲେଜରୁ ୪, ବିଜେବି ନଗରରୁ ୩, ବ୍ରହ୍ମେଶ୍ୱର ପାଟଣାରୁ ୩, […]

acs
'ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ'

ଭୁବନେଶ୍ୱର: କୌଣସି ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ। ଏଠାରେ ଚିକିତ୍ସା ହେବା ପାଇଁ ସମସ୍ତଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କଟକ, ଭୁବନେଶ୍ୱରକୁ ବାହାର ଜିଲ୍ଲାର ରୋଗୀଙ୍କୁ ବ୍ୟାନ୍ ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି  ସ୍ବାସ୍ଥ୍ୟ ବିଭାଗ ଏସିଏସ୍। ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, କଟକ, ଭୁବନେଶ୍ୱରକୁ ବାହାର ଜିଲ୍ଲାର ରୋଗୀଙ୍କୁ ବ୍ୟାନ୍ କରାଯାଇନାହିଁ।  କୌଣସି ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ। କଟକ, ଭୁବନେଶ୍ୱରରେ ସର୍ବୋତ୍କୃଷ୍ଟ ଚିକିତ୍ସା ସୁବିଧା […]