ଭୁବନେଶ୍ୱର: ଚାଷୀଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ଚାଷୀଙ୍କ ଠାରୁ ଏବେ ଆଉ ଧାନ କିଣିବେନି ରାଜ୍ୟ ସରକାର । କେନ୍ଦ୍ର କୋଟ୍କୁ ବଲ ଗଡ଼େଇ ନିଜ ଧୂଳି ଝାଡ଼ିଦେଲେ ରାଜ୍ୟ ସରକାର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…
ଆବୁଧାବି: କରୋନା କଟକଣା ଭିତରେ ଧମାକାଦାର ଆରମ୍ଭ ହୋଇଛି IPL ୧୩ ତମ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଧୁଳି ଚଟାଇଛି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍। ଅମ୍ବାତି ରାୟୁଡୁ ଓ ଫାପ ଡୁପ୍ଲେସିସଙ୍କ ଦମଦାର ବ୍ୟାଟିଂ ବଳରେ ସିଏସକେ ୫ ୱିକେଟରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି।ଅନ୍ୟ ପକ୍ଷରେ ଟାଇଟଲ ଫେଭରିଟ୍ କୁହାଯାଉଥିବା ମୁମ୍ବାଇକୁ ନିରାଶ ହେବାକୁ ପଡିଛିା ୫ ୱିକେଟ ହରାଇ ୧୬୩ କରିଛି। […]
ରାୟଗଡ଼ା: ବର୍ଷା ହେବାରୁ ୩ଜଣ ଯୁବକ ଗଛତଳେ ଆଶ୍ରୟ ନେଇଥିଲେ। ହଠାତ୍ ଏହି ସମୟରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଇନ୍ଦିରାପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ- ନରେଶ ସୁନା ଓ ଅର୍ଜଲାଲ ପାଲକିଆ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହରିଜନ ସାହିର ଏହି ୩ ଯୁବକ ଗାଁ ନିକଟ ପଡ଼ିଆକୁ ଯାଇଥିଲେ। ହଠାତ୍ […]
ଭୁବନେଶ୍ୱର: ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ ହୋଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି। ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି। ଉତ୍କଳୀୟ ନୌବାଣିଜ୍ୟ…
ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା ପୋଲିସ୍ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ବୋହୂଙ୍କୁ ବିଜୟ ଏବଂ ପୁଅ ଯାମିନୀ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ଝିଅ ଘର ତଥା ଯାମିନୀଙ୍କ ଶ୍ୱଶୁର ଘର ଲୋକେ। ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଯାମିନୀଙ୍କ ଶ୍ୱଶୁର ଘର […]
ମୁମ୍ବାଇ: କିଛିଦିନ ତଳେ ବଲିଉଡ୍ ନିର୍ଦ୍ଦେଶକ ସାଜିଦ୍ ଖାନ୍ଙ୍କ ବିରୋଧରେ ଜଣେ ମଡେଲ୍ ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏବେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଜଣେ ବଲିଉଡ୍ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ଶନିବାର ଦିନ ପାୟଲ ଏକ ଟ୍ୱିଟ୍ […]
ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଛି। ଆଜି ଭୋର ୪ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ICUରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଦୁ ସୁଆର ନିଯୋଗର ସମ୍ପାଦକ ଥିଲେ। ପୂର୍ବରୁ ପ୍ରେମାନନ୍ଦ ଦାସମହାପାତ୍ର ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ଥିଲେ।
ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତାକାଲି ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ଏବଂ ୨୨ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୪,୩୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୫୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୭୭୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୦୧ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଓ ପୁରୀରୁ ୨ଜଣ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପଢ଼ନ୍ତୁ: ୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍ ଚିହ୍ନଟ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଟିପାଝର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ କଲରାପତରିଆ ବାଘର ଛାଲ, ବାଘର କଟା ମୁଣ୍ଡ ମିଳିଛି। କେବଳ ସେତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ୨୦ କିଲୋଗ୍ରାମ ଓଜନର ବାର୍ହା ମାଂସ, ବଜ୍ରକାପ୍ତା କାତି ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ନୂଆପଡା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ନୂଆପଡା ବନ ବିଭାଗ ଟିପାଝର ଗାଁର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ଏସବୁ ଜବତ କରିଛି। ଏହି ଘଟଣାରେ […]
କଟକ: ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ସୋସିଆଲ୍ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ଏହାସହ ଘଟଣାର ତଦନ୍ତ ଚାଲିଥିବା ନେଇ କଟକ ଡିସିପି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସ୍ବୁକ୍ ମାଧ୍ୟମରେ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ପୋଷ୍ଟ କରିଥିବା ଅପମାନଜନକ ପୋଷ୍ଟକୁ ଗଭୀରତାର ସହ ନେଇ ତଦନ୍ତ କରାଯାଉଥିବା କଟକ ଡିସିପି ସୂଚନା ଦେଇଛନ୍ତି। ଏଭଳି ପୋଷ୍ଟ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ କୃଷି ବିଲ୍ ଆଗତ କଲେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ବିଲ୍ ସପକ୍ଷରେ ରାଜ୍ୟସଭାରେ ଯୁକ୍ତି ଉପସ୍ଥାପନ କଲେ। ଏହି ୨ଟି ବିଲ୍ ଐତିହାସିକ ଏବଂ ଏହା ଚାଷୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ଏପରିକି ଚାଷୀ ନିଜ ଫସଲ ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ବିକିପାରିବେ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ବିଲ୍କୁ ନେଇ ଭୁଲ୍ ସୃଷ୍ଟି କରା ଯାଇ ବିରୋଧ କରାଯାଉଛି ଯାହାକି ଦୁର୍ଭାଗ୍ୟଜନକ […]
ନବରଙ୍ଗପୁର: ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ । ଖୋଦ ଶିକ୍ଷା ବିଭାଗ ପକ୍ଷରୁ ହୋଇଛି ଏଭଳି ଚିଠି । ଏଭଳି ତ୍ରୁଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ । ଡାବୁଗାଁ ବ୍ଲକ…
ମାଙ୍ଗାଲୋର: ବ୍ୟାନ୍ ହୋଇଥିବା ଡ୍ରଗ୍ସକୁ ବିକ୍ରି କରିବା ପାଇଁ ପ୍ରୟାସ କରିବା ଅଭିଯୋଗରେ ଅଭିନେତା କିଶୋର ଅମନ୍ ଶେଟ୍ଟୀଙ୍କୁ ପୋଲିସ୍ ଗିରଫ କରିଛି। ସେ ଜଣେ କୋରିଓଗ୍ରାଫର ଓ ଡ୍ୟାନ୍ସର ମଧ୍ୟ। କିଶୋରଙ୍କ ଜଣେ ସହଯୋଗୀ ଆକ୍ୱେଲ୍ ନୌଶିଲ୍ଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ବ୍ୟାନ୍ ହୋଇଥିବା ଡ୍ରଗ୍ MDMAକୁ କର୍ଣ୍ଣାଟକର ମାଙ୍ଗାଲୋରରେ ବିକ୍ରି କରିବା ଅଭିଯୋଗରେ ପୋଲିସ୍ ଏହି ୨ ଜଣଙ୍କୁ ଗତକାଲି ଗିରଫ କରିଛି। ସୂଚନା ଅନୁସାରେ, କିଶୋର ଓ ଆକ୍ୱେଲ୍ ବ୍ୟାନ୍ ହୋଇଥିବା […]
ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଯଥେଷ୍ଟ ଆଗରୁ ଶେଷ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଅକଟୋବର ୧ ତାରିଖରେ ସରିବାକୁ ଥିଲେ ବି କରୋନା ସଂକ୍ରମଣ କାରଣରୁ ଆସନ୍ତା ବୁଧବାର ହିଁ ସଂସଦର ସତ୍ର ଶେଷ କରିବାକୁ ବିଜ୍ନେସ୍ ଆଡ୍ଭାଇଜରି କମିଟି ବୈଠକରେ ଆଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ ବିରୋଧୀ ଦଳଙ୍କ ସହ ଆଲୋଚନା ପରେ ବିରୋଧୀ ବି ଅଧିବେଶନ ଶୀଘ୍ର ସାରିବା ନେଇ ସହମତି ହେବାରୁ […]
ଢେଙ୍କାନାଳ: ଡାକ୍ତରଖାନାର ଷ୍ଟ୍ରେଚରରେ ରୋଗୀଙ୍କୁ ରଖି ଢେଙ୍କାନାଳ ସହର ବୁଲିଲେ ସଂପର୍କୀୟ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଘଟିଛି ସ୍ଥାନୀୟ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁରେ। ଏହି ଗାଁର ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଢେଙ୍କାନାଳ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସଂପର୍କୀୟମାନେ ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ ଷ୍ଟ୍ରେଚରରେ ଧରି ଢେଙ୍କାନାଳ ଟାଉନରେ […]
ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ନୂଆ ନୂଆ ଖୁଲାସା ହେବା ସହ ଦିନକୁ ଦିନ ଏହି ମାମଲା ଆହୁରି ଜଟିଳ ହେବାରେ ଲାଗିଛି। ତାଜା ରିପୋର୍ଟ ଅନୁସାରେ, ବିହାର ମୁଜାଫର୍ପୁର ଜିଲ୍ଲା କୋର୍ଟ ବଲିଉଡ୍ ଇଣ୍ଡଷ୍ଟ୍ରିର ୮ ଜଣାଶୁଣା ବ୍ୟକ୍ତିଙ୍କୁ ସମନ୍ ଜାରି କରିଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ଅଛନ୍ତି। ଶୁଣାଣି ପାଇଁ କୋର୍ଟରେ ଉପସ୍ଥିତ ରହିବାକୁ ଏମାନଙ୍କୁ ସମନ […]
ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍। ଅଧିକ ଆଲୋଚନା ପାଇଁ ବିଲ୍କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ବିରୋଧୀ ଦଳ ଗୁଡ଼ିକ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ଅଗ୍ରାହ୍ୟ ହୋଇଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିବାରୁ ଏବେ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ଓ gazetteରେ ପ୍ରକାଶ ପାଇବା ପରେ ତାହା ଆଇନରେ ପରିଣତ ହେବ। ଏହି ବିଲ୍ ଉପରେ ଆଜି […]