ବଲାଙ୍ଗିର: କ୍ଷମତାର ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିଥିବା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ସାଲେଭଟ୍ଟା ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯିବା ସହ ନାଏବ ସରପଞ୍ଚଙ୍କୁ ପଞ୍ଚାୟତ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସୂଚନାଥାଉ କି, ଗତ ଅଗଷ୍ଟ ୧୧ ତାରିଖରେ ହେମକାନ୍ତି ମୁଣ୍ଡା ନିଜ ସ୍ୱାମୀ ମୋହନ ମୁଣ୍ଡା ଏବଂ ଗାଁର କିଛି ଲୋକଙ୍କ […]
ମୁମ୍ବାଇ: ଏବେବି ରହସ୍ୟ ଘେର ଭିତରେ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ। ଏହା ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ Narcotics Control Bureau (NCB) ମଧ୍ୟ ଖୋଳତାଡ଼ କରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ସୁଶାନ୍ତଙ୍କୁ ହତ୍ୟା କରାଯାଇପାରେ ବୋଲି […]
ସୁନ୍ଦରଗଡ: ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ନିର୍ଯାତନା। ଅଧ୍ୟାପକ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ ବୀରମିତ୍ରପୁର ଥାନା IIC। ବିବାହ ପରଠୁ ଆଇଆଇସିଙ୍କ ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ଭଳି ଅଭିଯୋଗ ଆଣିଛନ୍ତି ମହିଳା ଆଇଆଇସି। ରଘୁନାଥପାଲି ଥାନାରେ ଗତ ୧୭ତାରିଖରେ ଏତଲା ଦେବା ପରେ ୪୯୮ ଓ ୩୦୭ ଦଫା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ରାଉରକେଲା ସରକାରୀ […]
ଭୁବନେଶ୍ୱର: ଆଗକୁ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଲଟିବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ (ISBT)। ନୂଆ ବସ୍ ଟର୍ମିନାଲ ହେବାକୁ ଥିବାରୁ ଆଜିଠାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ବିଡିଏ ପକ୍ଷରୁ ଏହି ଉଚ୍ଛେଦ କାମ କରାଯାଉଛି। ୧୫.୦୫ ଏକର ସ୍ଥାନରେ ଇଣ୍ଟରଷ୍ଟେଟ୍ ବସ ଟର୍ମିନାଲ ନିର୍ମାଣ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ରିଜ୍ ଆଣ୍ଡ ରୁଫସ କମ୍ପାନୀ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ଟର୍ମିନାଲ ତିଆରି ହେବ। ନୂଆ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନାର ଭୟାବହ ରୂପ ଦେଖି ବୈଜ୍ଞାନିକମାନେ ଚିନ୍ତାରେ ପଡିଲେଣି। ଏପରି ସ୍ଥିତିରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପୁଣି ଥରେ ଆକ୍ରାନ୍ତ ହେଉଥିବା ନୂଆ ଖବର ଆସିଛି। କରୋନାରେ ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହେବା ଘଟଣା ପ୍ରଥମେ ହଂକଂରେ ଦେଖା ଯାଇଥିଲା। ହେଲେ ଏହା ଏବେ ଭାରତରେ ଦେଖିବାକୁ ମିଳିଥିବା ଗବେଷକମାନେ କହିଛନ୍ତି। ଭାରତୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଚଳିତ ସପ୍ତାହର […]
କୋରାପୁଟ: ଭାରାରେ ବୁହାହେଲେ ଆସନ୍ନ ପ୍ରସବା। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିଲାନି। ଫଳରେ ରାସ୍ତା ମଝିରେ ଅନ୍ଧାର ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା। କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ କାଳିଆମ୍ବରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଗତକାଲି ରାତିର କାଳିଆମ୍ବର କୈଳାଶ ସାହୁଙ୍କ ସ୍ତ୍ରୀ କବିତାଙ୍କ ପ୍ରସବ ବେଦନା ହେବାରୁ ୧୦୨କୁ ଫୋନ କରିଥିଲେ ପରିବାର ଲୋକେ। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ […]
ଭୁବନେଶ୍ୱର: ବଙ୍ଗୋପସାଗରର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଯେଉଁଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା- ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଦେବଗଡ଼ ଓ କଳାହାଣ୍ଡି। ସେହିପରି ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା […]
ପୁରୀ: ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ର ଶେଖର କଲେଜର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲର ଭଙ୍ଗା ଯାଇଥିବା ପ୍ରାଚୀରକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାକୁ […]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜଣେ ସାମ୍ବାଦିକଙ୍କ ସହ ଜଣେ ଚୀନ ମହିଳା ଓ ଜଣେ ନେପାଳ ନାଗରିକଙ୍କୁ ଗିରଫ କରିଛି । ଗିରପ ସାମ୍ବାଦିକଙ୍କ ନାମ ରାଜୀବ ଶର୍ମା । ରାଜୀବ ଚୀନ ଇନ୍ଟେଲିଜେନ୍ସକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଚୀନ ମହିଳା କିଂଗ ଶୀ ଏବଂ ନେପାଳ ନାଗରିକ ଶେର ସିଂ ଏଥିପାଇଁ କମ୍ପାନୀ ପକ୍ଷରୁ ରାଜୀବଙ୍କୁ ବିପୁଳ ଟଙ୍କା ଦେଉଥିଲେ । ଚୀନ୍ ଗୁଇନ୍ଦା ସଂସ୍ଥା ଟଙ୍କା […]
ନୂଆଦିଲ୍ଲ: ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି। କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ହୋଇଥିବା ଲକ୍ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲ କରାଯାଇଥିଲା ସ୍ୱତନ୍ତ୍ର ଟ୍ରେନ। ଲକ୍ଷ୍ୟଥିଲା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ସୁବିଧାରେ ପହଞ୍ଚାଇ ଦେବା। ତେବେ ସ୍ୱତନ୍ତ୍ର ଟ୍ରେନ୍ରେ ଯାତ୍ରା ସମୟରେ ୯୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିଜେ ଏହି କଥାକୁ ସଂସଦ […]
ଭଞ୍ଜନଗର: ଲକ୍ ଡାଉନରେ ସମ୍ପୂର୍ଣ୍ଣ ଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର ତିଆରି କରିଛନ୍ତି Btech ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଛାତ୍ର ଅନନ୍ୟ ଅପ୍ରମ୍ୟ। ଅନ୍ୟନ୍ୟ ଏବେ Btech ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ଅନନ୍ୟ ଭୁବନେଶ୍ୱରରେ ଏକ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଲକ୍ ଡାଉନ ପରଠାରୁ ସେ ନିଜ ଘର ଭଞ୍ଜନଗରରେ ରହୁଛନ୍ତି। ଏହି ସମୟରେ ନିଜ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଅଧ୍ୟାପକଙ୍କ ପରାମର୍ଶ କ୍ରମେ କରୋନା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭେଣ୍ଟିଲେଟର […]
ଭୁବନେଶ୍ୱର: ପୁଣି ରାଜଧାନୀରେ ୩୦୦ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୪ କ୍ୱାରେଣ୍ଟିନ୍ରୁ ଓ ୨୩୮ ଲୋକାଲ କେସ ରହିଛି। ଏହାଛଡ଼ା ୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected & cured #COVID19 cases in the last 24 hrs […]
ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହେବାରେ ଭାରତ ବିଶ୍ୱସ୍ତରରେ ରେକର୍ଡ କରିଛି । ଏପରିକି ବ୍ରାଜିଲ, ଆମେରିକାକୁ ପଛରେ ପକାଇଛି ଭାରତ । ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଶନିବାର ସୂଚନା ଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୪୨, ୦୮, ୪୩୧ ରୋଗୀ ସୁସ୍ଥ ହେଲେଣି । ଦେଶରେ ସଂକ୍ରମଣ ମୁକ୍ତ ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ । ଅନ୍ୟପକ୍ଷେ ସଂକ୍ରମଣ ଜନ୍ଖଚ୍ଛ ମୃତ୍ୟୁ ସଂଖ୍ୟା ହ୍ରାସ […]
ଆବୁ ଧାବି: କରୋନା କଟକଣା ଭିତରେ ବାଜିଛି ଆଇପିଏଲର ୧୩ଶ ସଂସ୍କରଣର ବିଗୁଲ୍। ଶନିବାର ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ଚେନ୍ନାଇ ଦଳରେ ଧୋନି ଚାରି ବିଦେଶୀ ଖେଳାଳି ଭାବେ ଶେନ୍ ୱାଟସନ୍, ଫାଫ୍ […]
ଭୁବନେଶ୍ୱର: କରୋନାରୁ ଥରେ ଆରୋଗ୍ୟ ପରେ ବି ପୁଣି ହୋଇପାରେ ସଂକ୍ରମଣ। ଇମ୍ୟୁନିଟି ବା ରୋଗ ପ୍ରତିଷେଧକ କ୍ଷମତା କମିବା ବ୍ୟକ୍ତି ପୁଣି ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଜି ସତର୍କ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏ ସମ୍ପର୍କରେ ସୂଚନା ଦେଇ ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି, ଦେହରେ ରୋଗ ପ୍ରତିରୋଧ ଶକ୍ତି କମ୍ ଥିଲେ ରୋଗ ପୁଣି ଫେରିବା ଆଶଙ୍କା ରହିଛି। ଇମ୍ୟୁନିଟି ବେଶୀ ଥିଲେ ଲକ୍ଷଣ ପ୍ରକାଶ ପାଇବନି। ହେଲେ ଯାହାଙ୍କଠାରେ ଅନ୍ୟ […]
ଭୁବନେଶ୍ୱର: ରାଜ୍ୟରେ ଲଗାତର ବୃଦ୍ଧି ପାଇବାରେ କରୋନା ସୁସ୍ଥ ସଂଖ୍ୟା। ଆଜି ମହାମାରୀ କରୋନାରୁ ୪୦୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୧୬୫୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 121 from Jagatsinghpur120 from Koraput115 from Mayurbhanj110 from Sonepur104 from Bhadrak99 from Sambalpur93 from Jharsuguda92 from Keonjhar91 from Baleswar83 […]
ନୂଆଦିଲ୍ଲୀ: ଭାରତରେ ଦୀର୍ଘବର୍ଷ ଧରି ସେବାରେ ନିୟୋଜିତ ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଜାହାଜ INS ବିରାଟ ଆରମ୍ଭ କରିଛି ନିଜର ଅନ୍ତିମ ଯାତ୍ରା। ଆଇଏନଏସ ବିରାଟକୁ ନୌସେନା ସେବାରୁ ଅବ୍ୟାହତି ଦିଆଯାଇଥିଲା। ଏବେ ଏହାକୁ ମୁମ୍ବାଇର ନୌସେନା ୟାର୍ଡରୁ ଗୁଜରାଟ ଅଲଙ୍ଗସ୍ଥିତ ଜାହାଜ ଭଙ୍ଗା ୟାର୍ଡକୁ ନିଆଯାଉଛି। ଯେଉଁଠିକି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ସ୍କ୍ରାପ ଭାବେ ବିକ୍ରି କରାଯିବ। ପ୍ରାୟ ୩୦ ବର୍ଷ ଧରି ଭାରତୀୟ ନୌସେନାକୁ ସେବା ଯୋଗାଇ ଆସିଥିବା INS […]
ଆବୁ ଧାବି: କରୋନା କଟକଣା ଭିତରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ବିଗୁଲ୍ ବାଜି ସାରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୨ ରନ୍ କରିଛି। ଫଳରେ ଉଦଘାଟନୀ ମ୍ୟାଚ୍ ଜିତିବା ଲାଗି ଧୋନିଙ୍କ ଟିମକୁ ୧୬୩ ରନ୍ […]
ଭୁବନେଶ୍ୱର: ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି ଓଡ଼ିଆ ପୁଅ। ବରଗଡ଼ ଜିଲ୍ଲା କଣ୍ଟାପାଲିର ଅନୀଲ ମେହେର୍ ଚଳିତ ଆଇପିଏଲର ବ୍ରଡକାଷ୍ଟ ସ୍କୋରର ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ କୌଣସି ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍କୋରରେ ଭାବେ କାମ କରି ଅନୀଲ ଓଡ଼ିଶାକୁ ନୂଆ ପରିଚୟ ଦେଇଛନ୍ତି। ଆଜି ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଅନୀଲ ପଦାର୍ପଣ କରିଛନ୍ତି। ଏ ନେଇ ଅନୀଲ୍ କହିଛନ୍ତି, ଦୀର୍ଘ ବର୍ଷେ-ଦୁଇ ବର୍ଷ […]