• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

covid
ଏଣିକି ଅଧଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ଖୁବଶୀଘ୍ର କମ୍ ଖର୍ଚ୍ଚରେ ମାତ୍ର ଅଧଘଣ୍ଟାରେ ହୋଇପାରିବ କୋଭିଡ୍ ଟେଷ୍ଟ୍। ଦେଶର ପ୍ରଥମ ସ୍ୱଦେଶୀ କୋଭିଡ୍ CRISPR ଟେଷ୍ଟ କିଟ୍ ଫେଲୁଦାକୁ DCGI ଅନୁମୋଦନ ପ୍ରଦାନ କରିଛି। ଟାଟା ଗ୍ରୁପ୍ ଓ ସିଏସଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ୍ କିଟର କମର୍ସିଆଲ୍ ଲଞ୍ଚ୍ ପାଇଁ ଅନୁମତି ମିଳିଛି। ଏହା ପାରମ୍ପାରିକ RTPCR ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ RTPCR ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ ଏହି ଟେଷ୍ଟ୍ ହୋଇପାରିବ। ଏଥିସହ […]

covid19
ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ାଉଛି ବିଳମ୍ବିତ ଟେଷ୍ଟ୍ ରିପୋର୍ଟ। କରୋନା ଟେଷ୍ଟ୍ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଆସିମ୍ପଟମେଟିକ୍ ବା ଲକ୍ଷଣହୀନ ଆକ୍ରାନ୍ତ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତ ମାନେ ବାହାରେ ବୁଲିବା ଦ୍ୱାରା ମଧ୍ୟ ସଂକ୍ରମଣ ବଢୁଛି। ତେଣୁ କୋଭିଡ୍ ଟେଷ୍ଟ ରିପୋର୍ଟ କିପରି ଶୀଘ୍ର ଆସି ପାରିବ ସେ ନେଇ […]

covisheild
ସୋମବାରଠାରୁ ଆରମ୍ଭ ହେବ 'କୋଭିସିଲ୍ଡ'ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଏବଂ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ୍ ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ପୁଣେର ସାସୁନ ଜେନେରାଲ ହସ୍ପିଟାଲରେ ପରୀକ୍ଷଣ କରାଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମ୍ଭବତ ଆସନ୍ତାକାଲି ଅର୍ଥାତ୍ ସୋମବଠାରୁ ଆରମ୍ଭ ହୋଇପାରେ। ଏନେଇ ହସ୍ପିଟାଲର ଡିନ୍ ଡକ୍ଟର ମୁରଲୀଧର ତାମ୍ବେ ସୂଚନା ଦେଇଛନ୍ତି। ପରୀକ୍ଷଣରେ ଅଂଶଗ୍ରହଣ ଲାଗି ବହୁ ସ୍ୱେଚ୍ଛାସେବୀ ନାମ ପଞ୍ଜୀକରଣ କରିଥିବା […]

murder
ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୂଆଗାଁର ଲକ୍ଷ୍ମୀଧର ମଲ୍ଲିକକୁ ପୋଲିସ ଗିରଫ କରିଛି। ଗିରଫ ପରେ ସେ ଅନ୍ଧବିଶ୍ୱାସ ଯୋଗୁଁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି ବୋଲି ପୋଲିସ କହିଛି। ଧଇଁଆସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇ ଯାଇଥିଲା। ଖୋଜାଖୋଜି କରି ନ ପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପରଦିନ ୧୪ ତାରିଖରେ […]

sri krushna
ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

ବାଲେଶ୍ୱର:  ବର୍ଷେ ତଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଇ ସୁଦୂର ରଷିଆରୁ ଓଡିଶା ଆସିଥିଲେ ଋଷିଆନ୍ ଦଂପତି। ବାଲେଶ୍ୱରକୁ ଆସିବା ପରେ ଏଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଜ୍ଜିଗଲେ। ରେମୁଣାରେ ପ୍ରଭୁ କ୍ଷୀରଚୋରାଙ୍କ ମନ୍ଦିରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ବ୍ରତୀ ହେବାପରେ ଏବେ ଆଉ ନିଜ ଦେଶକୁ ଯିବାକୁ ଇଚ୍ଛା କରୁନାହାଁନ୍ତି। ଏହି ଦୁଇ ରଷିଆ ଦମ୍ପତ୍ତି ଶକ୍ତିତବ ଦାସ ଓ ତାଙ୍କ ସ୍ତ୍ରୀ ତେଜସ୍ଵିନୀ ଦାସ ଓଡିଶାାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। […]

suresh-pujari
'ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍'

ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଧେୟକ ବିଲ୍। ତେବେ ଏହି ବିଲକୁ ବିରୋଧ କରି ବିଜେଡି। ତେବେ କୃଷି ବିଲକୁ ବିଜେଡି କାହିଁକି ବିରୋଧ କଲା, ତାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ବିଜେଡିକୁ କଟାକ୍ଷ କରି ସୁରେଶ ପୂଜାରୀ କହିଛନ୍ତି, ‘କହିଁ ପେ ନିଗାହେଁ, କହିଁ ପେ ନିଶାନା। ଏହାଛଡ଼ା ସେ ବିଜେଡି ଟାର୍ଗେଟ୍‌ କରି ଆହୁରି କହିଛନ୍ତି, ସିବିଆଇର ଚିଟଫଣ୍ଡ ରେଡକୁ ନେଇ ଡିଲ୍ କରିବାକୁ ଚାହୁଁଥିଲା […]

tiktok
ଆମେରିକାରେ ଚୀନ୍ କମ୍ପାନୀ Tiktokକୁ କିଣିବ Oracle

ୱାଶିଂଟନ୍‌‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆମେରିକାର ସଫ୍ଟୱେର କମ୍ପାନୀ ଓରାକଲକୁ ଭିଡିଓ ଶେୟାରିଂ ଆପ୍‌ କମ୍ପାନୀ ବାଇଟ୍‌‌ଡାନ୍ସ (ByteDance) କୁ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଟ୍ରମ୍ପ ରବିବାର ସାମ୍ବାଦିକମାନଙ୍କୁ କହିଛନ୍ତି, ୱାଲମାର୍ଟ ବି ଏହି ବୁଝାମଣାରେ ଏକ ଅଂଶୀଦାର ରହିଛି। ଏହା ଟେକ୍ସାସରେ ଥିବା ନୂଆ କମ୍ପାନୀର ନିର୍ମାଣ ଦେଖିବ। ଆମେରିକା ଟିକଟିକ୍‌‌ର ପରିଚାଳନା କରିବ। ସେ ଆହୁରି କହିଛନ୍ତି, ଏହି ବୁଝାମଣାରେ ଏକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଦାନ ସୂତ୍ରରେ ମିଳିଥିବା ପାଞ୍ଚ […]

bhubaneswar
Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହିକ୍ରମରେ ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୭ ଜଣ କ୍ୱାରେଣ୍ଟିନ୍‌ରୁ ଓ ୨୧୮ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୩୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Bhubaneswar Corona News: କେଉଁ ଅଞ୍ଚଳରୁ କେତେ?  CRPF କ୍ୟାମ୍ପସରୁ ୧୮, ଡୁମୁଡୁମାରୁ ୬, ଚନ୍ଦ୍ରଶେଖରପୁର BDA କଲୋନୀରୁ […]

puri srimandir
ଶ୍ରୀମନ୍ଦିର ରତ୍ନ ସିଂହାସନର ହେବ ଲେଜର୍‌ ସ୍କାନିଂ

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନର ଅବସ୍ଥା କିପରି ଅଛି ? ଏନେଇ ହେବ ଲେଜର ସ୍କାନିଂ । ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନ ସିଂହାସନର ଡକ୍ୟୁମେଣ୍ଟେସନ୍ ହେବ । ଲେଜର ସ୍କାନିଂ ଦ୍ୱାରା ଗର୍ଭଗୃହ ଓ ଜଗମୋହନର ମରାମତି…

nabaz
ରାଜନୀତିକୁ ଫେରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ !

ନୂଆଦିଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଦୀର୍ଘ ଏକ ବର୍ଷ ଅନ୍ତର୍ଦ୍ଧାନ ରହିବା ପରେ ଦେଶର ରାଜନୀତିକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ଇମ୍ରାନ ଖାଁ ସରକାର ବିରୋଧରେ ଆନ୍ଦୋଳନ କରିବା ପାଇଁ ରବିବାର ଡିଜିଟାଲ ସମ୍ମେଳନର ଅୟୋଜନ କରିଛନ୍ତି । ଦେଶର ତିନି ବିରୋଧୀ ଦଳକୁ ନେଇ ଏହି ସମ୍ମେଳନ କରାଯାଇଥିଲା । ଏହି ସମ୍ମେଳନରେ ଭାଗ ନେବା ପାଇଁ ସେ ନବାଜ ସରିଫଙ୍କୁ ଆମନ୍ତ୍ରଣ […]

barsa namita
କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

କଟକ: ପୂରଣ ହେଲା ସୁଦୁର କୋରାପୁଟିଆ ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ। ନିଜ ସୁମଧୁର କଣ୍ଠ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚିତ କୋରାପୁଟ ବନ୍ଧୁଗାଁର ନମିତା ମେଲକା ଆଜି କଟକର ଏକ ଷ୍ଟୁଡିଓରେ ଗୀତ ଗାଇଛନ୍ତି।  ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତାଙ୍କ କଣ୍ଠରେ ଗୀତ ରେକର୍ଡିଂ କରାଯାଇଛି। ବନ୍ଧୁଗା ବ୍ଲକ ଚିନ୍ତାଗୁଡ଼ା ଗାଁର ନମିତାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ […]

106-years
କରୋନାକୁ ହରାଇଲେ ୧୦୬ ବର୍ଷର ବୃଦ୍ଧା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେବେ ଆଶ୍ୱସ୍ତିକର କଥା ହେଉଛି ଦେଶରେ ସୁସ୍ଥ ସଂଖ୍ୟା ମଧ୍ୟ ଲଗାତର ସୁଧାର ହେଉଛି। ଏଥିରେ ପିଲାଠାରୁ ଆରମ୍ଭ କରି ଯୁବ ଏବଂ ବୟସ୍କ ଆଦି ସାମିଲ୍‌ ଅଛନ୍ତି। ତେବେ ଏହି କରୋନା ଲଢ଼େଇରେ ବାଜିମାତ୍ କରିଛନ୍ତି ଜଣେ ୧୦୬ ବର୍ଷର ବୃଦ୍ଧା। ଏହି ବୃଦ୍ଧା ଜଣକ ମହାରାଷ୍ଟ୍ରରେ ରୁହନ୍ତି। ସୁସ୍ଥ ହୋଇଥିବା ମହିଳାଙ୍କ ନାଁ ଆନନ୍ଦୀବାଇ ପଟେଲ। ସେ ପୂରା ସୁସ୍ଥ […]

corona1
ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ବଡ଼ କଥା ହେଉଛି ଦୈନିକ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୪୫୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 33 from Malkangiri17 from Deogarh15 from Gajapati204 from State […]

syrup
ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

ଭୁବନେଶ୍ଵର: ରାଜ୍ୟରେ ବଢ଼ି ଚାଲିଛି ବେଆଇନ କଫ୍ ସିରପ୍ କାରବାର। ବଲାଙ୍ଗିର ସହର ମାଲପଡ଼ାରୁ ୧୮ ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଏହା ଆଗରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବେଆଇନ କଫ୍ ସିରପ୍ ଜବତ ହୋଇଥିଲା। ବଲାଙ୍ଗିର ସହର ଭିତରେ ଚାଲିଥିଲା କଫସିରଫର କଳା କାରନାମା । କଫସିରଫ ମାଫିଆ ଜଗବନ୍ଧୁ ମେହେର ଓରଫ […]

school
ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଭିତରେ ଶିକ୍ଷା ମନ୍ତ୍ରାଳୟ ସେପ୍ଟେମ୍ବର ୨୧ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏବେବି କିଛି ରାଜ୍ୟରେ ସ୍କୁଲ୍ ଖୋଲିବା ନେଇ ସହମତି ହୋଇନାହିଁ। କିଛି ରାଜ୍ୟରେ ଲକଡାଉନ୍ ପୁନର୍ବାର ଲାଗୁ କରାଯାଇଛି। ଅନ୍ୟପକ୍ଷରେ କିଛି ରାଜ୍ୟରେ ଲଗାତର ମାମଲା ବଢ଼ୁଥିବାର ଦେଖି ସରକାର ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି। ଏଭଳି ସ୍ଥିତିରେ ସେପ୍ଟେମ୍ବର ୨୧ ତାରିଖରୁ କିଛି […]

IPL 2020 News in Odia
IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ଦୁବାଇ: ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନର ସମ୍ମାନଜନକ ସ୍କୋର ଛିଡ଼ା କରିପାରିଛି। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ପଞ୍ଜାବକୁ ୧୫୮ ରନ୍ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟୋଇନିସ୍ ମାତ୍ର ୨୧ ବଲରେ ୫୩ […]

gayle
ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

ଦୁବାଇ: କରୋନା ମହାମାରୀ ଯୋଗୁ ଏଥର ଭାରତ ବଦଳରେ ୟୁଏଇରେ ଖେଳାଯାଉଛି ଆଇପିଏଲର ୧୩ଶ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଅର୍ଥାତ୍ ରବିବାର ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ତେବେ ମ୍ୟାଚ୍ ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଅଫିସିଆଲ୍‌ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ବସ୍ ଭିତରେ ଭୋଜପୁରୀ ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି। […]

building collapsed
ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା: ୧୦ ମୃତ

ମୁମ୍ବାଇ: ମୁମ୍ବାଇ ନିକଟ ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡ଼ି ପଡ଼ିବା ଯିବା ଯୋଗୁ ୧୦ଜଣଙ୍କ ମୃତ୍ୟୁ ଘଟିଛି।ଗତକାଲି ବିଳମ୍ବିତ ରାତି ୩ଟା ୪୦ମିନିଟ୍‌ ସମୟରେ ଭିୱାଣ୍ଡିର ପଟେଲ୍‌ କମ୍ପାଉଣ୍ଡ୍‌ରେ ଅଞ୍ଚଳରେ ଥିବା ଏହି ୩ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳୁ ୩୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।ଉଦ୍ଧାର କାର୍ଯ୍ୟରେ NDRF ଟିମ୍, ଦମକଳ ବାହିନୀ ଓ ପୋଲିସ୍‌ ଟିମ୍‌ ସାମିଲ ହୋଇଛନ୍ତି।

orissa high court
୨ ଦିନ ଓଡ଼ିଶା ହାଇକୋର୍ଟ ବନ୍ଦ

କଟକ: ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। ହାଇକୋର୍ଟର କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଥିବାରୁ ଆଜି ଓ ଆସନ୍ତାକାଲି କୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ। ଏହି ଦୁଇ ଦିନ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଏହି ସମୟରେ ହାଇକୋର୍ଟର ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ। ଆଜି ପ୍ରକାଶିତ କଜ୍ ଲିଷ୍ଟକୁ ୨୩ ତାରିଖରେ ଶୁଣାଣି ସହ ୨୨, ୨୩, ୨୪, ୨୫ […]

admission 1
ଆଜିଠୁ +୨ ଆଡମିଶନ୍‌

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହେବ। ପ୍ରଥମ କଟ୍ ଅଫ୍ ମାର୍କ ପାଇଁ ଆଜିଠାରୁ ହାୟର ସେକେଣ୍ଡାରୀ ସ୍କୁଲ ଗୁଡ଼ିକରେ ନାମ ଲେଖାଯିବ। ଆସନ୍ତା ୨୬ ତାରିଖ ଯାଏ ଆଡମିଶନ ପ୍ରକ୍ରିୟା ଚାଲିବ। କୋଭିଡ୍ ଗାଇଡଲାଇନ୍ସ ପାଳନ କରି ଆଡମିଶନ୍‌ କରାଇବାକୁ କ୍ୟାମ୍ପସରେ ବ୍ୟବସ୍ଥା କରାଯାଇଛି। ଏହାସହ ଯେଉଁ ଛାତ୍ରଛାତ୍ରୀ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହିଁବେ ସେମାନେ ଆଡମିଶନ୍‌ ପରେ ୨୧ରୁ ୨୯ ତାରିଖ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। […]

marriage
ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

ରାଜଗାଙ୍ଗପୁର: ଦିଅର-ଭାଉଜ ବିବାହ କରିବାରୁ ଗାଁ ଲୋକେ ଏହାକୁ ବିରୋଧ କରି ସେମାନଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଫକିରପଡ଼ା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, କିଛି ଦିନ ତଳେ ପୋଲିସ୍‌ ଉପସ୍ଥିତିରେ ଉଭୟ ଭାଉଜ-ଦିଅର ପରସ୍ପରକୁ ବାହା ହୋଇଥିଲେ। କିନ୍ତୁ ଗାଁ ଲୋକ ଏହାକୁ ବିରୋଧ କରି ଉଭୟଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇ ଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ […]

taj mahal
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ତାଜମହଲ

ଆଗ୍ରା: ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି। ଆଗ୍ରା ଦୁର୍ଗ ମଧ୍ୟ ଆଜିଠୁ ଖୋଲିଛି। ମହାମାରୀ କରୋନା ଯୋଗୁ ମାର୍ଚ୍ଚ ୧୭ରୁ ଉଭୟ ବିଶ୍ୱ ଐତିହ୍ୟ ସ୍ଥଳ ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ସୁରକ୍ଷା ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାସହ ସାମାଜିକ ଦୂରତା ବଜାୟ ରଖିବା […]