ନୂଆଦିଲ୍ଲୀ: ବିଶୃଙ୍ଖଳ ଆଚରଣ ପାଇଁ ୮ ସାଂସଦଙ୍କୁ ରାଜ୍ୟସଭାରୁ ସସ୍ପେଣ୍ଡ୍ କରାଯାଇଛି। କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ଏହି ୮ ସାଂସଦଙ୍କୁ ସପ୍ତାହେ ପାଇଁ ସସ୍ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଏମାନଙ୍କୁ ସସ୍ପେଣ୍ଡ୍ କରିଛନ୍ତି। ସସ୍ପେଣ୍ଡ୍ ହୋଇଥିବା ଏହି ୮ ସାଂସଦ ହେଲେ- ଡେରେକ୍ ଓବ୍ରାଏନ୍,ସଞ୍ଜୟ ସିଂ, ରାଜୁ ସତାଭ୍,କେକେ ରାଗେଶ,ରିପୁନ ବୋରା,ଡୋଲା ସେନ୍, ସୟଦ୍ ନାଜିର୍ ହୁସେନ୍ ଓ ଏଲାମରନ୍ କରିମ୍। ସୂଚନାଥାଉ କି, ଗତକାଲି […]
ଶ୍ରୀନଗର: ଜାମ୍ମୁକାଶ୍ମୀରରେ ବଦଳି ଯିବ ୧୫୦ ବର୍ଷ ଧରି ଚାଲି ଆସୁଥିବା ପ୍ରଥା। ଆଉ ପ୍ରତି ୬ ମାସରେ ଜମ୍ମୁ କାଶ୍ମୀରରେ ହେବନି ଦରବାର ସ୍ଥାନାନ୍ତର। ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ ବୁଧବାର ଏହି ପ୍ରଥାକୁ ବନ୍ଦ କରି ଦିଆଯାଇଛି।…
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୯ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୧୦ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁଝର ଜିଲ୍ଲାରୁ ୨, ବାଲେଶ୍ୱର, ଜଗତସିଂହପୁର, ଢେଙ୍କାନାଳ, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୪,୨୪୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୨୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୪,୨୪୨ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୦୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୭୩୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ଅନ୍ଲକ୍ ୪ ଗାଇଡ୍ଲାଇନ୍ସ ସହ ଆଜିଠୁ କିଛି ରାଜ୍ୟରେ ଆଂଶିକ ଭାବେ ସ୍କୁଲ୍ ଖୋଲିଛି। ଅନ୍ଲକ୍ ୪ରେ ଆଂଶିକ ଭାବେ ସ୍କୁଲ୍ ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ମିଳିଛି। ଅଭିଭାବକଙ୍କ ପରାମର୍ଶ ଏବଂ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ହିଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ ବୋଲି କୁହାଯାଇଛି। ହରିୟାଣା, ଜମ୍ମୁ ଓ କଶ୍ମୀର, ପଞ୍ଜାବ, ହିମାଚଳପ୍ରଦେଶ, ତାମିଲନାଡୁ, […]
ପଟ୍ଟାମୁଣ୍ଡାଇ: ମା’ ନିଖୋଜ ହେବାର ପରଦିନ ମିଳିଲା ଝିଅର ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମାଣପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଁର ପ୍ରମିଳା ନାଥ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ମୋବାଇଲ ଓ ଚପଲ ନିକଟସ୍ଥ ହଂସୁଆ ନଦୀଘାଟରୁ ମିଳିଥିଲା। ଏନେଇ ସଂପୃକ୍ତ ମହିଳାଙ୍କ ଝିଅ ରାଜନଗର ଥାନାରେ ଅଭିଯୋଗ କରିଥିଲେ। ଆଶ୍ଚର୍ଯ୍ୟର କଥା, ମା’ଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା […]
ମୁମ୍ବାଇ: ଏବେ Narcotics Control Bureau(NCB) ରାଡାର୍ରେ ଆଉ ୨ଜଣ ବଲିଉଡ୍ ଷ୍ଟାର ଥିବା ଚର୍ଚ୍ଚା ହେଉଛି। ବଲିଉଡ୍-ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ NCB ସମନ୍ କରିପାରେ ବୋଲି ସୂଚନା ମିଳିଛି। ଡ୍ରଗ୍ସ ଲିଙ୍କ୍ ମାମଲାରେ NCB ଏହି ୨ ଷ୍ଟାରଙ୍କୁ ସମନ୍ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। ଖାଲି ଏହି ଦୁଇ ଷ୍ଟାର ନୁହଁନ୍ତି ଅଭିନେତ୍ରୀ ରକୁଲ ପ୍ରୀତ୍, ଫ୍ୟାଶନ୍ ଡିଜାଇନର୍ ସିମୋନ୍ […]
କଟକ: କଟକ ଜଗତପୁର ସ୍ଥିତ ସଦ୍ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ଅପରାହ୍ଣରେ ହସ୍ପିଟାଲ୍ର ଗ୍ରାଉଣ୍ଡ୍ଫ୍ଲୋର୍ ICUରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ, ସିଏମ୍ସି କମିଶନର ଓ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହସ୍ପିଟାଲ୍ରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲ୍ରେ ନିଆଁ ଲାଗିବା ଘଟଣାକୁ ନେଇ ଚିଫ୍ ଫାୟର ଅଫିସର […]
କେନ୍ଦ୍ରାପଡ଼ା: ମୃତଦେହକୁ ମିଳିଲାନି ଷ୍ଟ୍ରେଚର । ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡେରାବିଶ ଥାନା ବରାହିଲୋ ଗାଁର ୮୨ ବର୍ଷୀୟା ବୃଦ୍ଧା ଦୁଖୀ ପଣ୍ଡାଙ୍କ…
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଓଟିଭି ଏମ୍ଡି ଆଜି ହାଜର ହୋଇଛନ୍ତି। ପୂର୍ବରୁ ଓଟିଭିର ୨ ବରିଷ୍ଠ ସାମ୍ବାଦିକ, HR ମୁଖ୍ୟ ଓ ସହଯୋଗୀ ମହିଳା ଥାନାରେ ହାଜର ହୋଇଥିଲେ। ପୋଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ହାଜର ହେଉଛନ୍ତି ଓଟିଭି କର୍ମଚାରୀ। ତେବେ ଏଥିରେ ଅଭିଯୁକ୍ତ ଥିବା ପୋଲିସ୍ କର୍ମଚାରୀଙ୍କୁ ଏଯାଏ ଚିହ୍ନଟ କରାଯାଇ ନ ଥିବା ଜଣାପଡ଼ିଛି। ଗତ ୧୫ ତାରିଖରେ ଭୁବନେଶ୍ୱର ଡିସିପି କହିଥିଲେ ନାଁ […]
ମାଲକାନଗିରି : କରୋନା କଟକଣା ପ୍ରଭାବ ଶୂନ୍ୟ। ଆଦିମ ଜନଜାତି ବଣ୍ଡା ଏହି ମହାମାରି ବିଷୟରେ ନା କଣ ଜାଣିଛନ୍ତି ନା ସଚେତନତା ଅବଲମ୍ବନ କରିଛନ୍ତି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡାରେ ବାସ କରୁଥିବା ୩୨ଟି ଗାଁର ୭ ହଜାର ଲୋକଙ୍କୁ ଆଜି ପଯର୍ୟନ୍ତ କରୋନା ଆକ୍ରାନ୍ତ କରିପାରିନାହିଁ। ଘାଟିରେ ଆଦିମ ଜନଜାତି ଏହି ରୋଗ ସଂପର୍କରେ ଜାଣିନଥିବାରୁ ସେମାନେ ନା ମୁହଁରେ ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତାକୁ ରକ୍ଷା କରୁଛନ୍ତି। […]
ଭୁବନେଶ୍ଵର: ଓଡ଼ିଶାରେ କରୋନା ନେଇ ଲୋକସଭାରେ ସମାଲୋଚନା କଲେ ସାଂସଦ ସୁରେଶ ପୂଜାରୀ। ରବିବାର ଲୋକସଭା ଆଲୋଚନାରେ ଭାଗ ନେଇ ଓଡ଼ିଶାରେ ସ୍ଵାସ୍ଥ୍ୟବସ୍ଥା ନେଇ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି ବୋଲି କହିଥିଲେ ସୁରେଶ ପୂଜାରୀ। ଓ୍ବାଶିଂଟନ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଜାନୁଆରୀ ସୁଦ୍ଧା ଓଡ଼ିଶାରେ ୧୧ ହଜାର ମୃତ୍ୟୁ ଆଶଙ୍କା ରହିଛି। ଦିଲ୍ଲୀରେ ଯେପରି କେନ୍ଦ୍ର ସରକାର ଦାୟିତ୍ୱ ନେଇ ସ୍ଥିତି ସମ୍ଭାଳଥିଲେ ଓଡ଼ିଶାରେ ସେପରି ହେଉ ବୋଲି ସେ […]
ବାଲେଶ୍ଵର: ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଫୁଲା଼ଡ଼ି ଷ୍ଟ୍ରକଚରରେ କାମ କରୁଥିବା ୬ ବିଦ୍ୟୁତ କର୍ମଚାରୀ ଆହତ। ଗତ ସପ୍ତାହରେ କିଛି ସମୟ ଲାଇନ୍ କଟିବା ପରେ ବିଦ୍ୟୁତ କର୍ମଚାରୀମାନେ ବିଜୁଳି କାଟ କରି ଅଫିସ ନିକଟ ଟ୍ରାନ୍ସଫର ମରାମତି କରୁଥିଲେ। ଏହି ସମୟରେ ସ୍ଥାନୀୟ କଣ୍ଟାବଣିଆ ସମେତ ଆଉ କିଛି ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ତେବେ କିଛି ଲୋକ ଫୋନ୍ କରି ବିଦ୍ୟୁତ କର୍ମଚାରୀଙ୍କୁ […]
ନୂଆଦିଲ୍ଲୀ: ଶତ୍ରୁକୁ ଏବେ କଡ଼ା ଜବାବ୍ ଦେବ ଭାରତର ନାରୀ ଶକ୍ତି। ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍। ସପ୍ତଦଶ ସ୍କ୍ୱାଡ୍ରନରେ ମହିଳା ପାଇଲଟ ସାମିଲ ହେବାକୁ ଯାଉଛନ୍ତି। ରାଫେଲ ଉଡ଼ାଇବାକୁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି। ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲ୍ ବାୟୁସେନାରେ ସାମିଲ ହେବା ପରେ ବହୁଗୁଣିତ ହୋଇଛି ଭାରତର ବାୟୁ ଶକ୍ତି। ଚଳିତ ମାସ ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେଭେଣ୍ଟିନ୍ […]
ମାଲକାନଗିରି: ବନ୍ୟା ପାଣିରେ ପୋଲ ତଳକୁ ଖସିପଡ଼ିଲା ବସ୍। ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଯବାନ। ମାଲକାନଗିର ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ଏ ଦୁର୍ଘଟଣା। DRG ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାଣିର ସୁଅରେ ପୋଲ ତଳକୁ ଖସିପଡିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କାହାରିକୁ କ୍ଷତି ହୋଇନାହିଁ। ମାଓ ଅପରେସନରେ ଯାଇ ଯବାନମାନେ ଫେରୁଥିଲେ। ଏହି ସମୟରେ ବିଜାପୁର ଜିଲ୍ଲାର ଏକ ପୋଲ ଉପରେ ବନ୍ୟା ଜଳ ଚାଲି୍ଲିା। ପୋଲ ଉପରେ […]