• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

air-qulaity
କଥା ନମାନି ବାଣ ଫୁଟାଇବାରୁ ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ନଡ଼ା ଜାଳିବା ଓ ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ବାୟୁର ମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ବାଣ ଫୁଟାଇବାକୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ବାଣ ଫୁଟିଥିବାରୁ ଦିଲ୍ଲୀରେ ବାୟୁର ମାନ ନିମ୍ନ ସ୍ତରକୁ ଖସିଛି। ସକାଳୁ ଏକ ପତଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ବାୟୁରମାନ ଆନନ୍ଦ ବିହାରରେ ୪୮୧, ଲୋଧି ରୋଡରେ ୪୧୪, […]

କମୁଛି କରୋନା କୋପ: ଆଜି ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡ଼ରୁ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୭୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୪୩୪ ଓ୩୧୯. ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୩୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲାରୁ । ଏଠାରେ ଆଜି ୭୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ଖୋର୍ଦ୍ଧା । ଏଠାରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

images
ଆଖି ବୁଜିଲେ ୧୭ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୫୨୭ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭଗ ପକ୍ଷରୁ କୁହାଯାଇଛି। ଆଜି ସୁନ୍ଦରଗଡ ଓ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଲେଖାଏ କରୋନାରେ ଆଖି ବୁଜିଥିବାବେଳେ ବରଗଡରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ସମ୍ବଲପୁରରୁ ୩ ଜଣ ଲେଖାଏ ରୋଗୀଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡରୁ ଜଣେ ଲେଖାଏ […]

mahadev-1
ସତ ହେଲା ଲୋକକଥା: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ

ଭଦ୍ରକ: କଥା ଛଳରେ ଆମେ କହୁ ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ହେଲେ ଭଦ୍ରକରେ ଏଇ କଥା ଯେମିତି ସତ ହୋଇ ଯାଇଛି। ପାର୍କ ପାଇଁ ପଡ଼ିଆ ସମତୁଲ କରିବାବେଳେ ବାହାରିଛନ୍ତି ମହାଦେବ। ତା‘ ପୁଣି ଦୀପାବଳି ଅମାବାସ୍ୟା ରାତିରେ।  ମାଟିତଳୁ ଶିବଲିଙ୍ଗ ବାହାରିଥିବା ଦେଖି ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଟଣା ଘଟିଛି ଭଦ୍ରକ ବ୍ଲକର ଗୋରାମାଟି ପଞ୍ଚାୟତ ବଳଦିଆ ପଦାରେ। ପାର୍କ ନିର୍ମାଣ ଲାଗି ମାଟି ଖୋଳି ସମତୁଲ କରାଯାଉଥିଲା। ଟ୍ରାକ୍ଟରରେ […]

beef
ଗୋମାଂସ ଓ ଚିଙ୍ଗୁଡ଼ି ପ୍ୟାକେଟ୍‌ରେ କରୋନା ଭାଇରସ; ଚାଇନାରେ ସତର୍କତା

ବେଜିଂ: ପ୍ୟାକେଟ୍‌ ଗୋମାଂସ ଓ ଚିଙ୍ଗୁଡ଼ିରେ କରୋନା ଭାଇରସ ଥିବା ଜଣାପଡ଼ିବା ପରେ ଚାଇନା ସତର୍କତା ଦେଖାଇଛି। ବ୍ରାଜିଲ୍‌ରୁ ଆସିଥିବା ବିଫ୍‌ ଓ ସାଉଦି ଆରବରୁ ଆସିଥିବା ଚିଙ୍ଗୁଡ଼ିରେ ଏହି ଭାଇରସ ଥିବା ଜଣାପଡ଼ିଛି। ଯଦିଓ ଥଣ୍ଡା ଖାଦ୍ୟରେ କରୋନା ବିପଦ କମ୍‌ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି, ତେବେ ବିଦେଶରୁ ଶୀତଳ ଯନ୍ତ୍ରରେ ରହି ଆସୁଥିବା ମାଂସରେ ପଜିଟିଭ୍ ଚିହ୍ନଟ ହୋଇଛି। ରୟଟର୍ସର ଖବର ଅନୁସାରେ ବ୍ରାଜିଲ୍‌ରୁ ଉହାନ ସହରକୁ ଆସିଥିବା ବରଫ ଦିଆ […]

zydys
ଶିଶୁଙ୍କୁ ଟିକାକରଣ ନେଇ ଆଉ ପାଦେ ଆଗେଇଲା ଜାଇଡସ୍ କାଡିଲା : ୧୨ରୁ ୧୮ ବର୍ଷ ପିଲାଙ୍କୁ ଟିକା ପାଇଁ ଜରୁରୀକାଳୀନ ଆବେଦନ

DCGI ଆବେଦନ କଲା ଜାଇକୋଭ-ଡି ଦେଶର ୫୦ଟି ସେଣ୍ଟରରେ ହୋଇଛି ଟ୍ରାଏଲ ସବୁଠୁ ବଡ଼ କ୍ଲିନିକାଲ୍ ଟ୍ରାଏଲ ଜାଇଡସ୍ କରିଛି ଜାଇକୋଭ୍-ଡି ଟିକା ଶିଶୁଙ୍କ ପାଖରେ ଟ୍ରାଏଲ ହୋଇଛି କରୋନା ବିରୋଧରେ ପ୍ରଭାବଶାଳୀ DNA ଟିକା ନୂଆଦିଲ୍ଲୀ : କରୋନା ବିରୋଧୀ…

heavy rainfall
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

coronavirus
ଶନିବାର ସୁଦ୍ଧା ଦେଶରେ କରୋନା ସୁସ୍ଥ ହାର ୯୩.୦୯ %

ନୂଆଦିଲ୍ଲୀ: ଶନିବାର ଦେଶରେ ୪୧,୧୦୦ କରୋନା ଭାଇରସ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍‌ୟା ୮୮,୧୪,୫୭୯ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧,୨୯,୬୩୫ ହୋଇଛି। ସେହିପରି ସକ୍ରିୟ ସଂଖ୍ୟାରୁ ଦିନକରେ ୧୫୦୩ କମିଥିବାରୁ ମୋଟ ସକ୍ରିୟ ସଂଖ୍ୟା ୪, ୭୯, ୨୧୬ ହୋଇଛି। ସେହିଭଳି ୨୪ ଘଣ୍ଟାରେ ୪୨,୧୫୮ ସୁସ୍ଥ […]

death-1
ପାଣି ଗରମ କରୁଥିଲେ, ଚାଲିଗଲା ମା’-ଝିଅଙ୍କ ଜୀବନ

ରାୟଗଡ଼ା: ରାୟଗଡା ଜିଲ୍ଲା ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ମା‘ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦୁଇ ଜଣଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁହିଁଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶୀତଦିନ ହୋଇଥିବାରୁ ପାଣି ଗରମ କରିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

trump march
ରାସ୍ତାକୁ ଓହ୍ଲାଇଲେ ଟ୍ରମ୍ପଙ୍କ ସମର୍ଥକ, ମାଗିଲେ ଆଉ ୪ ବର୍ଷ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ସମର୍ଥନ କରି ରାଜଧାନୀ ଓ୍ୱାଶିଂଟନ ଡିସିରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି।  ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ପ୍ଲାକାର୍ଡ ଧରି ହ୍ୱାଇଟ୍ ହାଉସ ଓ ଓ୍ୱାଶିଂଟନ ଡିସିର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ଗତ ରାଷ୍ଟ୍ରପତି ନିର୍ବାଚନରେ ତ୍ରୁଟି ଥିବା ଅଭିଯୋଗ କରିବା ସହ ଟ୍ରମ୍ପଙ୍କୁ ଆଉ ୪ ବର୍ଷ ପାଇଁ ରାଷ୍ଟ୍ରପତି ଭାବେ ସୁଯୋଗ ଦେବାକୁ ସମର୍ଥକମାନେ ଶୋଭାଯାତ୍ରା କରିଛନ୍ତି । ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଶ୍ୱେତାଙ୍ଗ […]

soumitra-charajee
ପ୍ରଖ୍ୟାତ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା: ବର୍ଷ ୨୦୨୦ ପୁଣି ଜଣେ କିମ୍ବଦନ୍ତି କଳାକାରଙ୍କୁ ଆମ ଗହଣରୁ ଛଡ଼ାଇ ନେଇଛି। ସେ ହେଲେ ପ୍ରଖ୍ୟାତ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀ। କୋଲକାତାରେ ଘରୋଇ ନର୍ସିଂ ହୋମ୍‌ ବେଲ୍ଲେ ଭ୍ୟୁ କ୍ଲିନ୍‌କରେ ଚିକିତ୍ସା ଚାଲିଥିବା ବେଳେ ଆଜି ଦିନ ୧୨: ୧୫ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ନେଇ ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ଅକ୍ଟୋବର ୬ ତାରିଖରେ ସୌମିତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। […]

bhupesh
ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼। କଥାଟି ଶୁଣି ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଏହି ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ତେବେ ଦୋଷ କରି ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲଙ୍କୁ ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ଖବର ଅନୁସାରେ ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି ଏବର୍ଷ ମର୍ଧ୍ୟ ଦୁର୍ଗ ଜିଲ୍ଲାର ଜଂଜଗିରି ଗାଁରେ ପହଞ୍ଚି ଗୋମାତାଙ୍କୁ ପୂଜା କରିବା ସହ ଖାଇବାକୁ ଦେଇଥିଲେ। ଏହାପରେ […]

assembly
ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ଆସନ୍ତା ୧୮ରେ ବସିବ ସର୍ବଦଳୀୟ ବୈଠକ। କରୋନା ମହାମାରୀ ସମୟ ହୋଇଥିବାରୁ ଏଥର ଶୀତ ଅଧିବେଶନ ପରିଚାଳନା କିପରି ହେବ, ସେନେଇ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବୁଧବାର ଦିନ ବିଧାନସଭା ପରିସରରେ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବାଚସ୍ପତି। ଶୀତ ଅଧିବେଶନରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ କି ନାହିଁ, ସେନେଇ ମତ ନିଆଯିବ। ତେବେ ଆସନ୍ତା ଅଧିବେଶନରେ ଗୋଟିଏ ପ୍ରସଙ୍ଗରେ ୨ଟି […]

nitish-mura
ଏଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ ନୀତୀଶ କୁମାର

ପାଟନା: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର। ପାଟନାରେ ଅନୁଷ୍ଠିତ ଏନ୍‌ଡିଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ। ମିଳିଥିବା ସୂଚନା ଅନୁସାରେ ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ରଖିବେ ନୀତୀଶ। ପୂର୍ବରୁ ଜେଡିୟୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଜେପିର ସମସ୍ତ […]

amlan
ମହାନଦୀକୁ ଖସିପଡ଼ିଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ

କଟକ:  ମହାନଦୀରୁ ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଉଦ୍ଧାର। କଟକ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ୍ ତାଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି।  ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଖସିପଡ଼ିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର କରାଯିବା ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଳାନଙ୍କ ସହ ନଦୀରୁ ଉଦ୍ଧାର ହୋଇଥିବା ତାଙ୍କ ପତ୍ନୀ। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ସେନେଇ ପୋଲିସ୍ ତଦନ୍ତ […]

birn-sing
ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏ ନେଇ ସେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରୁହନ୍ତୁ।” I have tested positive for COVID-19. I request all those who came in close contact with […]

police station
ଭୁବନେଶ୍ୱରରୁ ଚୋରି ହୋଇଥିବା ବସ୍‌ ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍ ବ୍ରହ୍ମପୁରରୁ ଠାବ ହୋଇଛି। ବଡ଼ ବଜାର ପୋଲିସ ବସ୍‌କୁ ଠାବ କରିଥିଲେ ବି ଚୋର ଧରା ପଡ଼ି ନାହିଁ। ବ୍ରହ୍ମପୁର ପୋଲିସ ଗାଡ଼ିକୁ ଜଗି ରହିଛି। ତେବେ ବସ୍‌ଟିକୁ କିଏ ଚୋରି କରିଛି, କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା, ତାହାର ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ବରମୁଣ୍ଡାରୁ ବାରମ୍ବାର ବସ୍ ଚୋରି କରି ଦୂର ଦୂରାନ୍ତ ଜାଗାରେ ଛାଡ଼ି ପଳାଉଥିବା ସେହି ଦୁର୍ବୃତ୍ତର କାମ କି ଅନ୍ୟ ଚୋରି କରିଥିଲା […]

corona
ଚିନ୍ତା ବଢାଇଲା ଦିଲ୍ଲୀରେ କରୋନା ସଂକ୍ରମଣ, ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୩ ହଜାର ୨୩୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଦିନକରେ ୯୫ […]

ahamda-patel
ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ

ନୂଆଦିଲ୍ଲୀ: ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ। ଅକ୍ଟୋବର ପ୍ରଥମ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବେଠାରୁ ଡାକ୍ତରଙ୍କ ଚିକିତ୍ସାରେ ରହୁଥିଲେ ଅହମଦ। କିନ୍ତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗରୁତର ହେବାରୁ ତାଙ୍କୁ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଆଜି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୭୧ ବର୍ଷୀୟ ଅହମଦ ଅକ୍ଟୋବର ୧ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟ୍ୱିଟ୍ କରି […]

court-oredre
ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା। କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କଲା ମାଲକାନଗିରି ପୋଲିସ। ଜିଲ୍ଲାପାଳଙ୍କ ସହ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। IPCର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାମଲା ହୋଇଛି। ଏଇଠୁ ମିଳିଥିଲା ମୃତଦେହ: ଗତ ୨୮ ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର […]

examination
ବିନା ଟେଷ୍ଟ ପରୀକ୍ଷାରେ ଛାତ୍ରଛାତ୍ରୀ ଦେବେ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

ଭୁବନେଶ୍ୱର: ୨୦୨୦ରେ ଖୋଲିବନି ସ୍କୁଲ୍। ଶିକ୍ଷା ବର୍ଷ ସରିବାକୁ ଆଉ ମାତ୍ର ଦୁଇ ମାସ ହେଲେ ଏଯାଏ ମିଳୁନି ସମାଧାନର ବାଟ। ଚିନ୍ତାରେ ମାଟ୍ରିକ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ। ମାଟ୍ରିକ୍ ବୋର୍ଡ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ ନା ନାହିଁ? କେଉଁ ମାସରେ ହେବ ପରୀକ୍ଷା? ଏଭଳି ଅନେକ ପ୍ରଶ୍ନ ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଙ୍କି ମାରୁଛି। ଅନ୍ ଲାଇନ୍ ଶିକ୍ଷା କେବେଳ କିଛି ବର୍ଗକୁ […]