ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଘନେବାରେ ଲାଗିଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ପକ୍ଷରୁ ମୁମ୍ବାଇ ନଆସିବାକୁ ଧମକ ଦେବା ପରେ କଙ୍ଗନା ଏବେ ପାଲଟା ଆକ୍ରମଣ କରିଛନ୍ତି। କଙ୍ଗନା ଶୁକ୍ରବାର ଆଉଏକ ଟୁଇଟ୍ କରି ଏହାର ଜବାବ ରଖିଛନ୍ତି। କଙ୍ଗନା ଟୁଇଟରରେ ଲେଖିଛନ୍ତି, ମୁଁ ଦେଖୁଛି କିଛି ଲୋକେ ମୋତେ ମୁମ୍ବାଇ ନଆସିବାକୁ ଧମକ ଦେଉଛନ୍ତି। ଏଥିପାଇଁ ମୁଁ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଆସିବାକୁ ନିଷ୍ପତ୍ତି […]
ବାଲେଶ୍ୱର: କୋଭିଡ୍ ଟେଷ୍ଟ ପାଇଁ ବାଲେଶ୍ୱରରୁ ସାମ୍ପୁଲ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟେଷ୍ଟ ସାମ୍ପୁଲ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ନିକଟରେ ଘଟିଛି ଏ ଦୁର୍ଘଟଣା। ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏହି ବସକୁ ସାମ୍ନାରୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ। ଦୁର୍ଘଟଣା ପରେ ଉଭୟ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ବସର ହେଲପରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିା ଏକ ଘରୋଇ ବସ୍ରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରୁ […]
ନୂଆଦିଲ୍ଲୀ: JEE ମେନ୍ ଏବଂ NEET ପରୀକ୍ଷାକୁ ସ୍ଥଗିତ କରିବା ଲାଗି ସୁପ୍ରିମ୍ କୋର୍ଟରେ କରାଯାଇଥିବା ଆବେଦନ ପୁଣି ଖାରଜ ହୋଇଛି। ସୁପ୍ରିମ୍ କୋର୍ଟ JEE ମେନ୍ ଏବଂ NEET ପରୀକ୍ଷା ଉପରେ ରୋକ୍ ଲଗାଇବାକୁ ସିଧାସଳଖ ମନା କରିଦେଇଛନ୍ତି। ଅଗଷ୍ଟ ୧୭ ତାରିଖରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ୬ଟି ଅଣ-ବିଜେପି ଶାସିତ ରାଜ୍ୟର ମନ୍ତ୍ରୀର ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ମୟଳ ଘାଟକ, ଝାଡ଼ଖଣ୍ଡର […]
ନୂଆଦିଲ୍ଲୀ: ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍ ଆପ୍। ଚୀନ ଗେମ୍ ପବି-ଜି ବ୍ୟାନ୍ ହେବା ପରେ ଲଞ୍ଚ ହେବାକୁ ଯାଉଛି Fearless and United Guards- FAU-G ଆପ୍। ଯାହାକୁ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳିରେ ନିର୍ମାଣ ହୋଇଥିବା ଏହି ଗେମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମ ନିର୍ଭର ଅଭିଯାନ ଅନୁସାରେ ଏହାକୁ ନିର୍ମାଣ କରାଯାଇଛି। ସବୁଠୁ ବଡ଼ କଥା […]
ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ଘରେ ରେଡ୍ କରିଛି ସେଣ୍ଟ୍ରାଲ କ୍ରାଇମ୍ବ୍ରାଚ। ଏହି ଅଭିନେତ୍ରୀ ଜଣକ ହେଲେ ରାଗିଣୀ ଦ୍ୱିବେଦୀ। ଏହି ଘଟଣାରେ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କନ୍ନଡ ସିନେମା ଶିଳ୍ପରେ କଳାକାର ଏବଂ ଗାୟକଙ୍କ ଦ୍ୱାରା ଡ୍ରଗ୍ସ ସେବନ ମାମଲାରେ ଛାନ୍ଭିନ୍ ଚଳାଇଛି ବେଙ୍ଗଳୁରୁର କେନ୍ଦ୍ରୀୟ ଅପରାଧ ଶାଖା। ପୂର୍ବରୁ ଏହି ମାମଲାରେ ପୋଲିସ ରବି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏବେ ସେ ୫ ଦିନିଆ ପୋଲିସ […]
ଜଗତସିଂହପୁର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ନେଇ ସ୍ପଷ୍ଟ କିରିଛନ୍ତି ନିଜେ ପ୍ରଶାନ୍ତ। ପଜିଟିଭ ଚିହ୍ନଟ ପରେ ହୋମ୍ ଆଇସୋଲେସନରେ ଥିବା କହିଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ। ଏହା ପୂର୍ବରୁ ନବରଙ୍ଗପୁର ବିଧାୟକ ରମେଶ ମାଝୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ବିଧାୟକ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ଗତକାଲି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ […]
ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସାରା ଦୁନିଆରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ ଏବେ ଦୁନିଆର ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି। ପ୍ରାୟ ସବୁ ଦେଶର ଅର୍ଥନୀତି ନିମ୍ନସ୍ତରକୁ ମଧ୍ୟ ଖସିବାରେ ଲାଗିଛି। ତେବେ ଅର୍ଥନୀତିକୁ ସାମାନ୍ୟ ସ୍ତରକୁ ଆଣିବା ପାଇଁ ଅନେକ ଦେଶରେ ସୁରକ୍ଷା ବ୍ୟବସ୍ଥା ସହ ବ୍ୟବସାୟ ପୁଣିଥରେ ଆରମ୍ଭ ହୋଇଛି। କିନ୍ତୁ ଏବେବି ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କରୋନା ଭ୍ୟାକସିନ୍ କେବେ ଆସିବ? ଏବେ ଏହି […]
TDA କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକଙ୍କ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ। ପ୍ରକାଶଙ୍କୁ ଗିରଫ କଲା ସଦର ଥାନା ପୁଲିସ। ବିଧାୟକଙ୍କ ବିରୋଧରେ ୨୯୪, ୩୪୧, ୩୨୩, ୫୦୬ ଦଫା ଲଗାଇ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ସୂଚନା ମୁତାବକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ତାଙ୍କୁ ଭେଟିବାକୁ ଫୋନ କରି ଡକାଇଥିଲେ। ତେବେ […]
ବଲାଙ୍ଗିର: ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ ମିଶ୍ର ସସ୍ପେଣ୍ଡ। ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ଉପଜିଲ୍ଲାପାଳଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ସସ୍ପେଣ୍ଡ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟାଳୟରେ ଜଣେ ମହିଳା କିରାଣୀ ଉପଜିଲ୍ଲାପାଳ ବିରୋଧରେ ଅଭିଯୋଗ କରିଥିଲେ। ଚାମ୍ବରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା କିରାଣୀ। ଘଟଣା ଅନୁସାରେ, ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି […]
ଭୁବନେଶ୍ୱର: ଦିନକରେ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୯୮୦ ଆକ୍ରାନ୍ତ। ସେଥିମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନ ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରେ ଖୋର୍ଦ୍ଧା-୨୬୩, ଗଞ୍ଜାମ-୨୧୨, ମୟୂରଭଞ୍ଜ-୨୦୭, ସମ୍ବଲପୁର-୧୩୩, ବଲାଙ୍ଗିର-୧୨୬, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୧୧୪ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ୱର-୧୧୧, କୋରାପୁଟ-୧୦୩, କେନ୍ଦ୍ରାପଡ଼ାରୁ ୯୧ ସୁସ୍ଥ ହୋଇଥିବା ବେଳେ ବରଗଡ଼-୮୭, ଅନୁଗୁଳ […]
ଭୁବନେଶ୍ୱର: ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ଆବେଦନର ଶେଷ ତାରିଖ ରହିବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୮ରେ ଛାତ୍ରଛାତ୍ରୀମାନେ ଆବେଦନ କରିବା ପରେ ସେପ୍ଟେମ୍ବର ୨୮ ତାରିଖରେ ଆବେଦନର ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେହି ୨୮ ତାରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିହେବ। ସେହିପରି […]
ଭୁବନେଶ୍ୱର: ଦିନକରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୫୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୫୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୦୭ ରହିଛି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ଗଣମାଧ୍ୟମ ସଂସ୍ଥାରୁ ୩୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବୀନ୍ଦ୍ରମଣ୍ଡପ ନିକଟ ଏକ ବ୍ୟାଙ୍କରୁ ୧୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମୁଡୁମାର […]
ମୁମ୍ବାଇ; ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହେଲେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ। ଶୁକ୍ରବାର ସୌଭିକ୍ଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡା ମଧ୍ୟ ଗିରଫ ହୋଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଡ୍ରଗ୍ସ କାରବାର ଘଟଣାରେ ତଦନ୍ତ ଚାଲିଥିବା ବେଳେ ସୌଭିକ୍ ଓ ମିରାଣ୍ଡାଙ୍କୁ ଗୁରିଫ କରିଛି ଏନ୍ସିବି। ଜାତୀୟ ଗଣମଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସୌଭିକ, ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ଡ୍ରଗ୍ସ କିଣିଥିବା […]
ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ଏହାର ରହସ୍ୟ ଭେଦ କରିପାରୁନି କ୍ରାଇମବ୍ରାଞ୍ଚ। ଏପଟେ କିନ୍ତୁ ଫେସ୍ବୁକ୍ ଫ୍ରେଣ୍ଡରୁ ଆଦିତ୍ୟଙ୍କ ପ୍ରେମିକା ବନିଥିବା ଚିନ୍ନୟୀ ମହାପାତ୍ର ମୁହଁ ଖୋଲିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଉଠିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ। ହେଲେ ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଚିନ୍ମୟୀ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗକୁ ଆଜି […]
କଟକ: କଟକ ମହାନଗରରୁ ଆଉ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୬୦, ହୋମ୍ କ୍ୱାରେଣ୍ଟିନରୁ ୮୨ ଓ ଲୋକାଲ କେସ୍ ୮୫ ରହିଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କ୍ୟାଣ୍ଟନମେଣ୍ଟ ରୋଡ଼ କିଲ୍ଲାପଡ଼ିଆ ଅଞ୍ଚଳରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାବଜାର ଅଞ୍ଚଳରୁ ୬, ମହାନଦୀ ବିହାର ଅଞ୍ଚଳରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଲେଜ ଛକ, ଜଗତପୁର, ଚାଉଳିଆଗଞ୍ଜ, ଶଙ୍କରପୁରରୁ ମଧ୍ୟ ୪ ଲେଖାଏଁ […]
ବାରିପଦା: ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମିଳିଛି। ଗିରଫ ହେବାର କେଇ ମିନିଟ ମଧ୍ୟରେ ବିଧାୟକଙ୍କୁ ଜାମିନ ମଂଜୁର ହୋଇଛି। ଜାମିନ ମଞ୍ଜୁର କରିଛନ୍ତି ବାରିପଦା ଏସ୍ଡିଜେଏମ୍। ଜଣେ ଜାମିନଦାର ଏବଂ ୩୦ ହଜାର ବେଲ୍ବଣ୍ଡ୍ରେ ଜାମିନ ମିଳିଛି। ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ନେଇ ଗିରଫ ହୋଇଥିଲେ ବିଧାୟକ ପ୍ରକାଶ ସୋରେନ୍। ଏହି ଘଟଣାରେ ଦଫା ୨୯୪, ୩୪୧, ୩୨୩, ୫୦୬ ଗିରଫ କରିଥିଲା ପୋଲିସ। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି […]
ଭୁବନେଶ୍ୱର: ଗଞ୍ଜାମର ଗୋପାଳପୁରରେ ପ୍ରତିଷ୍ଠା ହେବ ବୃହତ୍ ଔଷଧିୟ ପାର୍କ। ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ହଜାରେ ଏକର ଜମିରେ ଏହି ପାର୍କ ସୃଷ୍ଟି କରାଯିବ। ଭିତ୍ତିଭୂମି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୧୫ ଶହ କୋଟି ଟଙ୍କା ଦେଇଛନ୍ତି। ଏହି ପ୍ରକଳ୍ପରେ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏଥିରେ ୫ ହଜାର ଲୋକ ନିଯୁକ୍ତି ପାଇପାରିବେ। ସେପ୍ଟେମ୍ବେର ୨୫ ସୁଦ୍ଧା ପ୍ରକଳ୍ପର ପ୍ରସ୍ତାବ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଗୋପାଳପୁରସ୍ଥିତ ଟାଟା ସ୍ୱତନ୍ତ୍ର ଏସଇଜେଡଠାରେ […]
ଭୁବନେଶ୍ୱର: ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ। ବିଜ୍ଞାପନ ଲାଗି ରାଜ୍ୟପାଳଙ୍କ ସଚିବଙ୍କୁ ଅନୁମତି ପତ୍ର ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଅଧ୍ୟାଦେଶ ଜରିଆରେ ବିଶ୍ୱବିଦ୍ୟାଳୟ ଆଇନ୍-୧୯୮୯ର ସଂଶୋଧନ ହୋଇଛି। ସଂଶୋଧିତ ଆଇନ୍ରେ କୁଳପତିଙ୍କ ବୟସ, କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି। ତେଣୁ ଏହି ଅନୁସାରେ ପଦବୀ ପୂରଣ ପାଇଁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। କୁଳପତି ପଦବୀ ପୂରଣ ପାଇଁ ଗଠିତ ସର୍ଚ୍ଚ କମିଟିକୁ ଅନେକ ଆବେଦନପତ୍ର ଆସିଛି। ହସ୍ତଗତ […]
ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ ହୋଇଛନ୍ତି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ଏନେଇ ତାଙ୍କ ବାସଭବନରେ ରେଡ୍ କରିଥିଲେ ସେଣ୍ଟ୍ରାଲ କ୍ରାଇମ୍ବ୍ରାଞ୍ଚ(ସିସିବି)। ତା ସହିତ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। କନ୍ନଡ ସିନେମା ଶିଳ୍ପରେ କଳାକାର ଏବଂ ଗାୟକଙ୍କ ଦ୍ୱାରା ଡ୍ରଗ୍ସ ସେବନ ମାମଲାରେ ଛାନ୍ଭିନ୍ ଚଳାଇଛି ବେଙ୍ଗଳୁରୁର କେନ୍ଦ୍ରୀୟ ଅପରାଧ ଶାଖା। ପୂର୍ବରୁ ଏହି ମାମଲାରେ ପୋଲିସ ରବି ନାମକ ଜଣେ ବ୍ୟକ୍ତିଙ୍କୁ […]
ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ଯୁବତୀ ଚିନ୍ମୟୀ ମହାପାତ୍ର ଏକ ନୂଆ ଖୁଲାସା କରିଛନ୍ତି। ଚିନ୍ମୟୀ କହିଛନ୍ତି, ଆଦିତ୍ୟ ଓ ତାଙ୍କ ଭିତରେ ପ୍ରେମ ସଂପର୍କ ଥିଲା। ୨୦୧୯ ଡିସେମ୍ବର ଯାଏ ଆଦିତ୍ୟ ତାଙ୍କୁ ବିବାହ କରିବା ଲାଗି ରାଜି ହୋଇଥିଲେ। ହେଲେ ୨୦୨୦ ଜାନୁଆରୀରୁ ଆଦିତ୍ୟ ତାଙ୍କଠାରୁ ଦୂରେଇବାକୁ ଆରମ୍ଭ କରିଥିଲେ। ସେ ଆହୁରି କହିଛନ୍ତି, ପ୍ରଥମେ ଫେସବୁକ୍ରୁ ସେମାନଙ୍କର ବନ୍ଧୁତା ଓ ପରେ ଭଲ ପାଇବା ଆରମ୍ଭ […]