• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

school 1
ଏଇ ମାସରେ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର: ଚଳିତ ମାସରେ ଖୋଲିବ ସ୍କୁଲ୍‌। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ। ଯଦି ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନ ହୁଅନ୍ତି, ତା’ହେଲେ ଅନ୍‌ଲାଇନ୍‌ କ୍ଲାସ୍‌ ବ୍ୟବସ୍ଥା କରାଯିବ। ସ୍କୁଲ ଖୋଲିବା ନେଇ SOP ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏ ନେଇ ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। ମନ୍ତ୍ରୀ ଆହୁରି କହିଛନ୍ତି, କରୋନା ପାଇଁ ୩୦% […]

evm-vvpat
କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍‌ରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍‌ରେ। ଗତକାଲି ବାଲେଶ୍ୱର ଖ୍ରିଷ୍ଟିଆନ ହାଇସ୍କୁଲ ପରିସରରେ ପୋଲିଂ ପାର୍ଟି ସେମାନଙ୍କର ଇଭିଏମ୍‌ଙ୍କୁ ହସ୍ତାନ୍ତର କରିଥିଲେ। ରାତି ୧୦ଟା ସୁଦ୍ଧା ସମସ୍ତ ଇଭିଏମ୍ ଓ ଭିଭିପାଟ୍ ରିସିଭିଙ୍ଗ ସେଣ୍ଟରରେ ପହଞ୍ଚିଥିଲା। ପରେ ଏଗୁଡିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ […]

poonam
ପୁନମ୍‌ଙ୍କ ଅଶ୍ଲୀଳ ଭିଡିଓ ଶୁଟ୍‌ କରୁଥିଲେ ବ୍ୟକ୍ତି, ଥାନାରେ ପହଞ୍ଚିଲେ ଅଭିନେତ୍ରୀ

ମୁମ୍ବାଇ: ସେନ୍‌ସେନାଲ୍ ଭିଡ଼ିଓ ଶେଆର କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ୍‌ ପାଣ୍ଡେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗୋଆର କୋଙ୍କଣ ପୋଲିସ୍‌ ଷ୍ଟେସନ୍‌ର ଏକ ଅଜଣା ବ୍ୟକ୍ତିଙ୍କ ନାଁରେ ପୁନମ୍‌ ମାମଲା ରୁଜୁ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ପୁନମ୍‌ଙ୍କର ଅଶ୍ଲାଳ ଭିଡିଓ ଶୁଟ୍‌ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଗୋଆ ଫରୱାର୍ଡ ପାର୍ଟିର ମହିଳା ଅଧ୍ୟକ୍ଷ ପୁନମ୍‌ଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। ପୁନମ୍‌ ଚପୋଲି ଡ୍ୟାମ୍‌ରେ ଏକ ଅଶ୍ଲୀଳ […]

123
ବିଭିନ୍ନ ସ୍ତରରେ ଅର୍ଣ୍ଣବଙ୍କ ଗିରଫଦାରୀକୁ ନିନ୍ଦା: ସମସ୍ତେ କହିଲେ-ଏମର୍ଜେନ୍ସି ସମୟ ପରି ଲାଗୁଛି

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସର ଦାଦାଗିରି ଜୁଲମ । ନୋଟିସ୍ ନାହିଁ କି ସମନ୍ ନାହିଁ । ତଥାପି ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜୋରଜବରଦସ୍ତି ଉଠାଇ ନେଲା ମହାରାଷ୍ଟ୍ର ପୋଲିସ । ଯେମିତି ଭାବେ ତାଙ୍କୁ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଉଠାଇ ନେଲା, ତାକୁ ନେଇ ଉଠିଛି ପ୍ରଶ୍ନ। ଆଜି ସକାଳେ ମହାରାଷ୍ଟ୍ରର ରାୟଗଡ଼ ପୋଲିସ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନକୁ ଆସିଥିଲା । କୋର୍ଟ କି ଅନ୍ୟ ଆଇନଗତ କାଗଜପତ୍ର ଦେଖାଇନଥିଲା ପୋଲିସ ଏବଂ […]

faraaz khan 1
୫୦ ବର୍ଷରେ ଆଖି ବୁଜିଲେ ଅଭିନେତା ଫରାଜ ଖାନ୍‌

ବେଙ୍ଗାଲୁରୁ: ବଲିଉଡ୍‌ ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ହୋଇଯାଇଛି। ଅକ୍ଟୋବର ୮ରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ଫରାଜଙ୍କ ପରଲୋକ ସମ୍ପର୍କରେ ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଫରାଜଙ୍କ ଦେହାନ୍ତରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘଦିନ ଧରି ଫରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ଫଳରେ […]

marriage
୩ ମାସରେ ୩ ଜଣ ପୁରୁଷଙ୍କୁ ବିବାହ କରିଛନ୍ତି ମହିଳା, ଜାଣନ୍ତୁ କାରଣ

ମୁମ୍ବାଇ: ମହାରାଷ୍ଟ୍ରର ଜଣେ ୨୭ ବର୍ଷୀୟା ମହିଳାଙ୍କୁ ପୁଲିସ ଗିରଫ କରିଛି। ସେ ୩ ମାସରେ ୩ ଜଣ ପୁରୁଷଙ୍କୁ ବିବାହ କରିଛନ୍ତି । ତାଙ୍କ ବିରୋଧରେ ଅଭିଯୋଗ ହୋଇଛି, ସେ ବିବାହ ପରେ ସୁନାଗହଣା ଧରି ଫେରାର ହୋଇଯାଇଥିଲେ। ଔରଙ୍ଗାବାଦରେ ଏହି ଘଟଣା ଘଟିଛି। ଏହା ପଛରେ ଏକ ରାକେଟ କାମ କରୁଥିବା ପୁଲିସ୍ କହିଛି। ପୁଲିସର କହିବା ଅନୁସାରେ ମୁକୁନ୍ଦୱାଡିର ବାସିନ୍ଦା ବିଜୟା ଅମୃତେ ନାମ୍ନୀ ଏହି ମହିଳାଙ୍କୁ ଗିରଫ କରାଯାଇଛି। ନାସିକର ଯୋଗେଶ […]

arnaba
ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା କଲେ ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ କ଼ଡ଼ା ଭାଷାରେ ନିନ୍ଦା କରିଛି ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ। ଏକ ବିବୃତିରେ ଏଡିଟର ଗିଲ୍‌ଡ ଅଫ୍ ଇଣ୍ଡିଆ କହିଛି, ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଉଦ୍‌ବେଗଜନକ । ଯେଉଁଭଳି ଭାବେ ତାଙ୍କୁ ଗିରଫ କରାଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ । ଯେଉଁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ରିପୋର୍ଟିଂ କରୁଛନ୍ତି, ସେମାନଙ୍କ ବିରୋଧରେ ସରକାରୀ ବଳ ପ୍ରୟୋଗ କରାନଯାଉ ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କ କ୍ଷେତ୍ରରେ ନିରପେକ୍ଷ ଭାବେ ବିଚାର କରାଯାଉ ବୋଲି ମହାରାଷ୍ଟ୍ର […]

donald-trump
ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଜାରି ରହିଥିବା ବେଳେ ନିଜ ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେ ନିଶ୍ଚିତ ଭାବେ ଜିତିବୁ ବୋଲି ସେ କହିଛନ୍ତି। କିଛି କୁଚକ୍ରୀ ଭୋଟ ଚୋରି କରିଥିବା ସେ ଅଭିଯୋଗ କରିଛି ଟ୍ରମ୍ପ। ଯଦି କିଛି ଗଡ଼ବଡ଼ ଜଣାପଡ଼େ, ସୁପ୍ରିମକୋର୍ଟ ଯିବୁ ବୋଲି ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ତଥା ରିପବ୍ଲିକାନ […]

gold price
ଦୀପାବଳି ପୂର୍ବରୁ କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି Domestic futures marketରେ ସୁନା ଓ ରୂପା ଦର ପାଇଥିବା ହ୍ରାସ ଦେଖିବାକୁ ମିଳିଛି। ସକାଳେ MCXରେ କାରବାର ୦.୭୨% ହ୍ରାସ ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୨୨୬ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୨.୧୦% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୧,୩୬୮ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ […]

aditya das
ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦେଇପାରିଲାନି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦେଇ ପାରିଲାନି କ୍ରାଇମ୍‌ବ୍ରାଞ୍ଚ। ଷ୍ଟାଟସ୍‌ ରିପୋର୍ଟ ଦେଇନପାରିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର। ଜୁଲାଇ‌ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ […]

poojqq
ବଲିଉଡ୍‌ ଅଭିନେତ୍ରୀ ଆମେରିକାରେ ଦେଲେ ଭୋଟ୍‌, ଲୋକେ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟ୍ ଗଣନା ଚାଲିଛି। ଅନେକ ରାଜ୍ୟରୁ ଫଳାଫଳ ଆସିଥିବାବେଳେ ଅନେକ ରାଜ୍ୟ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ କଡ଼ା ସଂଘର୍ଷ କରୁଛନ୍ତି। ଏଥି ସହିତ ବଲିଉଡ ଅଭିନେତ୍ରୀ ପୂଜା ବତ୍ରା ମଧ୍ୟ ଆମେରିକା ନିର୍ବାଚନରେ ​​ନିଜର ଭୋଟ୍ ଦେଇଛନ୍ତି। ଅଭିନେତ୍ରୀ ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପୂଜା ବତ୍ରା ତାଙ୍କ ଫଟୋ […]

puri
ରାମଚଣ୍ଡୀରେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ପାଇଁ ପ୍ରସ୍ତୁତି; ବାହାର ଲୋକଙ୍କୁ ପ୍ରବେଶ ମନା

କୋଣାର୍କ: କରୋନା କଟକଣା ସତ୍ତ୍ୱେ ଚଳିତବର୍ଷ ରାମଚଣ୍ଡୀର କୁଶଭଦ୍ରା ମୁହାଣ ନିକଟରେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆରମ୍ଭ ହେବ। ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ଥିବା ଏହି ଫେଷ୍ଟିଭାଲ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସମୀକ୍ଷା କରିଛନ୍ତି। ଗୁଜରାଟର କଚ୍ଛଠାରେ ହେଉଥିବା ରେନ୍ ଉତ୍ସବ ଶୈଳୀରେ ଗତବର୍ଷଠାରୁ ଆୟୋଜିତ ଏହି ଉତ୍ସବ ସଫଳ […]

train
ଚଳନ୍ତା ଟ୍ରେନ୍‌ରେ ପିଲା ଜଣଙ୍କ କଲେ ଚମତ୍କାର ସ୍ଟଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଶିଶୁର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ପିଲାଟି ଚାଲୁଥିବା ଟ୍ରେନ୍ ଭିତରେ ଏକ ଚମତ୍କାର ଷ୍ଟଣ୍ଟ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ସେ ଏକ ଚମତ୍କାର ଶୈଳୀରେ ଚଳନ୍ତା ଟ୍ରେନ୍ ଭିତରେ ବ୍ୟାକଫ୍ଲିପ୍ ମାରୁଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଶେଆର ହେବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଲୋକମାନେ ପିଲାଟିକୁ ବହୁତ ପ୍ରଶଂସା କରୁଛନ୍ତି। ଆରିଫ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ […]

matric results
ଜୁଲାଇ ୩୦ରୁ ମାଟ୍ରିକ୍ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୩୦ରୁ ମାଟ୍ରିକ୍ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । ଏହା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟକ ଦିନ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ହେଲେ କେବଳ ଗଣିତ…

Vaccine-1
ଏଇ ଦେଶରେ ପ୍ରସ୍ତୁତ ହେଉଛି ସବୁଠାରୁ ପ୍ରଭାବଶାଳୀ କରୋନା ଭାକ୍ସିନ

ନୂଆଦିଲ୍ଲୀ: କରୋନା ସହ ସାରା ବିଶ୍ୱ ଲଢୁଛି। ଭାକ୍ସିନକୁ ନେଇ ସେପରି କୌଣସି ସଫଳତା ମିଳିନାହିଁ। ଯଦିଓ ଋଷ ପ୍ରଥମ କରୋନା ଟିକା ବାହାର କରିପାରିଛି ବୋଲି ଦାବି କରୁଛି ତେବେ ଏହାର ସାଇଡ୍‌ ଇଫେକ୍ଟ ନେଇ ପ୍ରଶ୍ନ ଉଠିଛି। ଇତିମଧ୍ୟରେ ଆମେରିକା ସବୁଠାରୁ ପ୍ରଭାବଶାଳୀ ଭାକ୍ସିନ ବାହାର କରିଛି ବୋଲି ଦାବି କରିଛି। ଏଇ ଭାକ୍ସିନର ପ୍ରୟୋଗ ପଶୁମାନଙ୍କ ଶରୀରରେ ହୋଇ ସାରିଲାଣି। ଏହି ଭାକ୍ସିନ ପ୍ରସ୍ତୁତ କରୁଥିବା ଗବେଷକଙ୍କ ମଧ୍ୟରେ ୟୁନିଭର୍ସିଟି ଅଫ ୱାଶିଂଟନର […]

arnab-goswami
ଅର୍ଣ୍ଣବଙ୍କୁ ଗିରଫ ପରେ ଏମିତି ପ୍ରତିକ୍ରିୟା ରଖିଲେ ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ

ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ ଅକ୍ଷିତା ନାୟକ। ବିଳମ୍ବରେ ହେଲେ ବି ଏବେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ଅନଭୟ ନାୟକଙ୍କ ପତ୍ନୀ। ୨୦୧୮ ମସିହାରେ ଇଣ୍ଟେରିୟର ଡିଜାଇନର ଓ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଅର୍ଥ ପ୍ରଦାନରେ ବିଳମ୍ବ ହେବାରୁ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସେହି […]