ନୂଆଦିଲ୍ଲୀ: ଏବେ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ତାଳ ଦେଇ ବଢ଼ି ଚାଲିଛି। ଆଜି ଦେଶରେ ଦିନକରେ ୫୨,୦୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି। ମୋଟ […]
ଭୁବନେଶ୍ୱର:ରାଜ୍ୟରେ ଆଜି ୯ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬ ଛୁଇଁଲା। ସୂଚନାନୁସାରେ, ଗଞ୍ଜାମରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୪ଜଣ ଯାକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯତାକ୍ରମେ ୪୦, ୫୦, ୪୬ ଓ ୬୦ ବର୍ଷ। ସେହିଭଳି ଗଞ୍ଜାମର ଅନ୍ୟ ୨ ମୃତକ ହେଲେ ମହିଳା ଓ ସେମାନଙ୍କର ବୟସ […]
ଭୁବନେଶ୍ୱର: ଜୁଲାଇ ୬ ତାରିଖରୁ ସମସ୍ତେ କଲେଜ ଓ ବିଶ୍ୱବିଦ୍ୟାଳୟ ଟିଚିଂ ଓ ନନଟିଚିଂ ଷ୍ଟାଫଙ୍କୁ କଲେଜ ଆସିବାକୁ ନିର୍ଦ୍ଦେଶ ପୂର୍ବରୁଦନମରଂ କୋଭିଡ ପାଇଁ ଜାରି ୫୦% ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର ଆଗକୁ UG/PG ପରୀକ୍ଷା ଥିବାରୁ ସମସ୍ତ…
ଗଞ୍ଜାମ: ଗଂଜାମ ବୁଗୁଡ଼ାରେ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁ ଦୀର୍ଘ ୫ ଘଣ୍ଟା ବେଡ୍ରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ। ବୁଗୁଡା ହସ୍ପିଟାଲକୁ ନେଇ ଏଭଳି ଅଭିଯୋଗ ଆସିଛି। ସ୍ଥାନୀୟ କେନାଲ ସାହିର ୬୦ ବର୍ଷୀୟ ନିରଂଜନ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅକ୍ସିଜେନ୍ ଲଗାଇବା ସହ ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ ୧୦୮ […]
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଲଘୁଚାପ। ବର୍ତ୍ତମାନ ପାଇଁ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ ହିଁ ରହିଛି। ଏହି ଲଘୁଚାପ ସମୁଦ୍ରପତ୍ତନ ଠାରୁ ୭. ୬ କିଲୋମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳରୁ ଲମ୍ବିଛି ଏହି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ବାଲିପାଟଣାରେ ୧୨୪ ମିଲିମିଟର ଏବଂ ଚାନ୍ଦବାଲିରେ ୯୬ ମିମି ବର୍ଷା ରେକର୍ଡ ହୋଇଛି। ଆଜିଠାରୁ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, ବୌଦ, ଢେଙ୍ଗାନାଳ, କଳାହାଣ୍ଡି, […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ମାମଲାର ସିବିଆଇ ଯାଞ୍ଚ ଦାବି ଜୋର ଧରିଛି। ବିଭିନ୍ନ ଆଡୁ ଚାପ ପଡ଼ିବା ପରେ ବିହାର ସରକାର CBI ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି। ନୀତିଶ କୁମାର ମଙ୍ଗଳବାର କହିଛନ୍ତି, ସୁଶାନ୍ତଙ୍କ ପରିବାର ଲୋକ ଏବଂ ତାଙ୍କର ବାପା ମାମଲାର CBI ଯାଞ୍ଚ ପାଇଁ ଅନୁରୋଧ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଯାଞ୍ଚ ଭାର ସିବିଆଇକୁ ଦିଆଯାଉ […]
ଉମ୍ବାଇ: ପୁଣିଥରେ ଜଳମଗ୍ନ ହେଲା ମୁମ୍ବାଇ ସହର। ପ୍ରବଳ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। ତଳିଆ ଅଞ୍ଚଳରେ ଅଣ୍ଟା ଯାଏ ପାଣି ଚାଲୁଥିବାରୁ ଲୋକେ ଯାଆସ କରିବାରେ ସମସ୍ୟା ଭୋଗୁଛନ୍ତି। ବିଗତ ୧୦ ଘଣ୍ଟା ଧରି ମୁମ୍ବାଇରେ ମୁଶଳ ଧାରାରେ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ଓ ଥାନେ ପାଇଁ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆହୁରି ଦୁଇଦିନ ଧରି ବର୍ଷା ଲାଗି […]
କଟକ: ଅନଲାଇନ ପାଠପଢ଼ା ଚାଲିଥିବାବେଳେ ଅଶ୍ଳୀଳ ଲିଙ୍କ୍ ଆସିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନଶିକ୍ଷକ। ସ୍ମାର୍ଟଫୋନ୍ ବ୍ୟବହାର ଜାଣିନଥିବାରୁ ଏଭଳି ଭୁଲ୍ ହୋଇଥିବା ସେ କହିଛନ୍ତି। ତେବେ ସେ ଏଥିପାଇଁ ଦାୟୀ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ତାଙ୍କ କାମ ହେଲା, ପାଠପଢ଼ାଇବା ପାଇଁ ଯେଉଁସବୁ ଲିଙ୍କ୍ ଆସିଥାଏ, ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଇଥାନ୍ତି। ହେଲେ ସେ ଲିଙ୍କର କଣ୍ଟେଣ୍ଟ ଦେଖିନଥିଲେ, ଯାହା ଆସିଥିଲା ଫରଓ୍ୱାର୍ଡ କରି ଦେଇଥିଲେ […]
ଅଯୋଧ୍ୟା : ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ଚଳଚଞ୍ଚଳ ସାରା ଅଯୋଧ୍ୟା। ଆଜିଠାରୁ ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସକାଳରୁ ୮ଟାରୁ ରାମ ଅର୍ଚ୍ଚନା ପୂଜା କାର୍ଯ୍ୟକ୍ରମ ସହ ହନୁମାନଗଡ଼ି ମନ୍ଦିରରୁ ପୂଜା ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯେଉଁମାନଙ୍କୁ […]
ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ ୨୦୧୯। ଏଥିରେ ପ୍ରଦୀପ ସିଂହ IAS ଟପ୍ପର ହୋଇଛନ୍ତି। ସେହିପରି ଯତୀନ କିଶୋର ଦ୍ୱିତୀୟ, ପ୍ରତିଭା ବର୍ମାଙ୍କୁ ତୃତୀୟ ସ୍ଥାନ ମିଳିଛି। ସୂଚନାଥାଉ କି, ୨୦୧୯ରେ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ରାଙ୍କ ମିଳିଥିବାବେଳେ ସଂଜିତା ମହାପାତ୍ରଙ୍କୁ ଦଶମ ସ୍ଥାନରେ ଅଛନ୍ତି। ସେହିପରି ୧୦୭ ସ୍ଥାନରେ ଅଂଶୁମାନ ରାଜ, ୧୨୦ ସ୍ଥାନରେ ଅନୁପ ଦାସ, ୧୨୫ରେ ନବଲ କୁମାର ଜୈନ, ୧୯୦ରେ […]
ଭୁବନେଶ୍ୱର: ଚଳିତ ମାସ ବାହାରିବ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି। ଟାବୁଲେସନ ଚାଲିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ଫଳ ପ୍ରକାଶ ପାଇବ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି। […]
ଛତିଶଗଡ଼: ଛତିଶଗଡ଼ରେ ପୋଲିସର ନିର୍ଦ୍ଦୟତା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପୋଲିସ ଛାଡ଼ିନଥିଲା। ଯାହାଦ୍ୱାରା ରାସ୍ତାରେ ହିଁ ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଛତିଶଗଡ଼ର ବଳରାମପୁରର ଜଣେ ବ୍ୟକ୍ତି ନିଜ ପତ୍ନୀର ଦେହ ଖରାପ କହି ପୋଲିସ ଆଗରେ ବାରମ୍ୱାର ନିବେଦନ କରିଥିଲେ। ଏମିତିକି ବ୍ୟକ୍ତି ଜଣଙ୍କ ହସ୍ପିଟାଲର ସ୍ଲିପ୍ ମଧ୍ୟ ଦେଖାଇଥିଲେ, ତଥାପି ପୋଲିସ ବ୍ୟକ୍ତିଙ୍କ ଗାଡ଼ିକୁ ଆଗକୁ ଛାଡ଼ିନଥିଲା। ପୋଲିସି ବ୍ୟକ୍ତିଙ୍କୁ ପାସ୍ ମାଗିଥିଲା। ପାସ୍ ନ ଦେଇପରିବା […]
ରେଢ଼ାଖୋଲ: ଜାତିପ୍ରଥାର ଯାତନା ଯେ କେତେ ହୃଦୟ ବିଦାରକ ହୁଏ ତାହା ରେଢ଼ାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନ୍ୟଜାତିରେ ଦ୍ୱିତୀୟ ବିହାହ କରିଥିବାରୁ ଜଣେ ବୟସ୍କଙ୍କ ଶବକୁ ଗ୍ରହଣ କଲେନି ପରିବାର ଓ ଆତ୍ମୀୟ ଲୋକେ। ଶେଷରେ ବାଧ୍ୟ ହୋଇ ଦ୍ୱିତୀୟ ପତ୍ନୀ ଏକ ଗଛ ମୂଳେ କିଛି ସମାଜସେବୀଙ୍କ ସହାୟତାରେ ଶବ ସତ୍କାର କରିଛନ୍ତି। ରେଢ଼ାଖୋଲ ବ୍ଲକ ଶିଶୁପନ୍ନ ଗାଁର ୬୫ ବର୍ଷୀୟ ଅଭିରାମ ବେହେରା ଘରୋଇ କଳିରୁ ପ୍ରଥମ ସ୍ତ୍ରୀ ଓ ତିନି ପୁଅ,ଝିଅଙ୍କୁ […]
ମୁମ୍ବାଇ: ମୁମ୍ବାଇରେ ଜୋର ଜବରଦସ୍ତି କ୍ୱାରେଣ୍ଟିନ୍ରେ ରଖାଯାଇଥିବା ପାଟନା ଏସ୍ପି ବିନୟ ତିଓ୍ୱାରୀଙ୍କୁ ତୁରନ୍ତ ଛଡ଼ା ଯାଉ ବୋଲି ବିଏମ୍ସିକୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି । ବିଏମ୍ସି କମିଶନର ଇକବାଲ ସିଂ ଚହଲଙ୍କୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି ସଞ୍ଜୟ ସିଂହ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜୁଛି। ଗତକାଲି ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମୁମ୍ବାଇରେ ପାଟ୍ନା ଏସ୍ପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ରେ […]
ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନ୍ ଜିଲ୍ଲାରେ ୧୦୩ ବର୍ଷର ଜଣେ ବୃଦ୍ଧା କରୋନାକୁ ମାତ୍ ଦେଇଛନ୍ତି। ବୃଦ୍ଧା ଜଣଙ୍କ ଆଗରୁ ଗର୍ଭାଶୟ କ୍ୟାନ୍ସର ରୋଗରେ ପୀଡ଼ିତ ମଧ୍ୟ ଥିଲେ। ଚିକିତ୍ସିତ ହେଉଥିବା ବୃଦ୍ଧାଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, ‘ବଦୱା ସହରରେ ରହୁଥିବା ବୃଦ୍ଧା ରୁକ୍ମିଣୀ ଚୌହାନ ଗତ ଜୁଲାଇ ୨୧ରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବୃଦ୍ଧାଙ୍କ ଶରୀରରେ ମହାମାରୀର କୌଣସି ଲକ୍ଷଣ ଦେଖାଯାଇନଥିଲା। ଏନେଇ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହୋମ୍ ଆଇସୋଲେସନ୍ରେ ରଖା ଯାଇଥିଲା।’ ରୁକ୍ମିଣୀଙ୍କ […]
ଭୁବନେଶ୍ୱର: ଅଗଷ୍ଟରେ କରୋନା ସ୍ଥିତି ଦ୍ରୁତ ଗତିରେ ମାଡ଼ି ପୁଣି ସ୍ଥିର ହେବ। କିନ୍ତୁ ଏହି ଭାଇରସ ଭିନ୍ନ ପ୍ରକାର ହେଉଥିବାରୁ ର୍ନିଦ୍ଧିଷ୍ଟ ଆକଳନ ଲଗାଇ ହେଉନି। କିନ୍ତୁ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଆଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେହିଭଳି ରାଜ୍ୟରେ ଘଟୁଥିବା କରୋନା ଜନିତ ମୃତ୍ୟ ସଂଖ୍ୟାକୁ ନେଇ ସେ କହିଛନ୍ତି ଯେ ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ ଅଧିକ ମୃତ୍ୟୁ […]
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ସୀମାନ୍ତରେ ମାଇନ ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ କେନ୍ଦୁରୁମ ଗାଁର ମୋହନ ରାଓ ଓ ଚୁନ୍ତାଳବେଦୀ ଗାଁର ଅଜୟ କୁମାର । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିଛାଇଥିଲେ ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲେ। ଶୀକାର ହେଲେ ସାଧାରଣ ନୀରିହ ଜନତା। ଏବେ ଚାଲିଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ। ତେଣୁ ସୁରକ୍ଷାକର୍ମୀମାନେ ଏବେ ମାଓବାଦୀଙ୍କ ଟାର୍ଗେଟରେ। ଆନ୍ଧ୍ରପ୍ରଦେଶ ପୋଡେରୁ ଥାନା ଇଂଜିରି […]
ବ୍ରିଟିଶ୍ ସମୁଦ୍ର କୂଳରେ ପଡ଼ିଛି ଏକ ରହସ୍ୟମୟ ଜୀବର ଦେହାବଶେଷ। ହି ବିରାଟ ଜୀବକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଜୁଲାଇ ୨୯ ତାରିଖ ଜଣେ ବ୍ୟକ୍ତି ଦେଖିଲେ, ଏନ୍ସଡାଲେ ସମୁଦ୍ର କୂଳରେ ଏକ ଶବ ଦେଖିବାକୁ ପାଇଥିଲେ। ଦୀର୍ଘଦିନ ଧରି ପଡ଼ି ରହିଥିବାରୁ ଶବଟିରୁ ଦୁର୍ଗନ୍ଧ ବାହାରୁଥିଲା। ପାଖକୁ ଯାଇ ଯେତେବେଳେ ଦେଖିଲେ ତାଙ୍କର ହୋସ ଉଡିଗଲା। ଜୀବଟିର ଲମ୍ବ ପ୍ରାୟ ୧୫ ଫୁଟ। ଜୀବଟିର ଡେଣା ପରି ଏକ ଅଙ୍ଗ ରହିଛି ଯାହାକୁ […]
ଶ୍ରୀଲଙ୍କା: ଗୁରୁତର ଅପରାଧ ଯୋଗୁ ଏକ ବିଲେଇକୁ ଗିରଫ କରାଯାଇ ତା’କୁ ଜେଲକୁ ପଠାଯାଇଥିଲା। କିନ୍ତୁ ପରେ ବିଲେଇଟି ଜେଲରୁ ଖସି ଯିବାରେ ସଫଳ ହୋଇଥିଲା। ଘଟଣାଟି ଶ୍ରୀଲଙ୍କାରେ ଘଟିଛି। ରିପୋର୍ଟ ଅନୁଯାୟୀ, ବିଲେଇକୁ ଡ୍ରଗ୍ସ ଓ ସିମ୍ କାର୍ଡ ଚୋରା ଚାଲାଣ କାର୍ଯ୍ୟରେ ବ୍ୟବହୃତ କରାଯାଉଥିଲା। ଶ୍ରୀଲଙ୍କା ହାଇ ସିକ୍ୟୁରିଟି ସ୍ଥିତ ଭେଲିକଡା ଜିଲ୍ଲାର ଗୁପ୍ତଚର ଅଧିକାରୀମାନେ ଗତ ଶନିବାର ଦିନ ଏକ ବିଲେଇ ମାଧ୍ୟମରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇଥିଲେ। ସ୍ଥାନୀୟ ପୋଲିସ […]
ରୋମ୍: ପର୍ତ୍ତୁଗାଲ୍ ଟିମର ଷ୍ଟାର୍ ଫୁଟବଲର ତଥା ନାମୀ ଫୁଟବଲ୍ କ୍ଲବ୍ ଜୁଭେଣ୍ଟସର ମୁଖ୍ୟ ଖେଳାଳି କ୍ରିଷ୍ଟିଆନୋ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଥାନ୍ତି। ଏବେ ରୋନାଲ୍ଡୋ ଏବେ ଦୁନିଆର ସବୁଠାରୁ ମହଙ୍ଗା କାର୍ Bugatti La Voiture Noire କିଣିଛନ୍ତି। ରୋନାଲ୍ଡୋ ଯେଉଁ କ୍ଲବ୍ ପକ୍ଷରୁ ଫୁଟବଲ୍ ଖେଳନ୍ତି, ସେହି କ୍ଲବ୍ ନିକଟରେ ୩୬ତମ ସିରି-ଏ ଚାମ୍ପିୟନଶିପରେ ବିଜେତା ହୋଇଥିଲା। ଏହା ପରେ ସେ ନିଜ ପାଇଁ ଉପହାର ସ୍ୱରୂପ ଏହି କାର୍ […]
ସମ୍ବଲପୁର: ବୁର୍ଲା ଭୀମସାରରେ ୯ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି। ପଜିଟିଭ୍ ଚିହ୍ନଟ ପରେ ମେଡିସିନ୍ ବିଭାଗର OPD ଆଜି ପାଇଁ ବନ୍ଦ କରାଯାଇଥିବା ସେ କହିଛନ୍ତି। ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧, ୩୮୪ କରୋନା ପଜିଟିଭ। ୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଜୋର୍ ଧରିଛି। କିନ୍ତୁ ସିବିଆଇ ତଦନ୍ତ ସୁପାରିଶକୁ ରିଆ ଚକ୍ରବର୍ତ୍ତିଙ୍କ ଓକିଲ ସତୀଶ ମାନସିନ୍ଦେ ବିରୋଧ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇପାରିବନି ବୋଲି ରିଆଙ୍କ ଓକିଲ କହିଛନ୍ତି। ସତୀଶ କହିଛନ୍ତି, କୌଣସି ଆଇନଗତ ଦିଗ ନାହିଁ, ଯାହା ଦ୍ୱାରା ବିହାର ପୋଲିସ୍ ସିବିଆଇକୁ ମାମଲା ହସ୍ତାନ୍ତର କରିବ। ମୁମ୍ବାଇରେ ମୃତ୍ୟୁ ହୋଇଥିବାରୁ ଏନେଇ କେବଳ ମୁମ୍ବାଇ ପୋଲିସ୍ ହିଁ ଏହି […]