• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rafeil
ଆସନ୍ତାକାଲିଠୁ ଆହୁରି ଶକ୍ତିଶାଳି ହେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆହୁରି ଶକ୍ତିଶାଳି ହେବ ଭାରତର ବାୟୁସେନା। କାରଣ ଆସନ୍ତାକାଲି ଆଉ ୩ ରାଫେଲ୍‌ ଯୁଦ୍ଧ ବିମାନ ବାୟୁସେନାକୁ ମିଳିବ। ବୁଧବାର ସନ୍ଧ୍ୟା ସୁଦ୍ଧା ହରିୟାଣାର ଅମ୍ବାଲ ଏୟାର ବେଶ୍‌ରେ ଅବତର କରିବ ଏହି ୩ ଯୁଦ୍ଧ ବିମାନ। ଜୁଲାଇ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍‌ ଜେଟ୍ସ ଭାରତୀୟ ବାୟୁସେନାକୁ ମିଳିଥିଲା। ସେପ୍ଟେମ୍ବର ୨୮ ତାରିଖରେ ଏଗୁଡ଼ିକୁ ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ କରାଯାଇଥିଲା। ତେବେ ଆସନ୍ତାକାଲି ଆସୁଥିବା ୩ ରାଫେଲ୍‌ ଜେଟ୍‌କୁ […]

car
ନଦୀକୁ ଖସି ପଡ଼ିଲା ଅଟୋ ଓ କାର୍

କୋରାପୁଟ: ମୁହାଁମୁହିଁ ଧକ୍କା ହେବା ପରେ ନଦୀକୁ ଖସି ପଡ଼ିଲା ଅଟୋ ଓ କାର୍। କୋରାପୁଟ ପାଡୁଆ ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ କାର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଟୋରେ ଥିବା ସମସ୍ତ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପରସ୍ପରକୁ ଧକ୍କା ଦେବା ପରେ କାର୍ ଓ ଅଟୋ ଉଭୟ ପାତାଳୀ ନଦୀ ଭିତରକୁ ଖସି ପଡ଼ିଥିଲେ। ଏବେ ବି କାର୍‌ଟି […]

puri-nagarjuna
ଭକ୍ତର ଭାବକୁ ବୁଝିଲେ କି ଭାବଗ୍ରାହୀ ?

ପୁରୀ: ଭକ୍ତର ଭାବକୁ ଯେ ଭଲ କରି ଜାଣନ୍ତି ଭାବଗ୍ରାହୀ, ସେ କଥା ପୁଣି ପ୍ରମାଣିତ ହେବା ଭଳି ମନେ ହେଉଛି। କରୋନା କଟକଣା ଯୋଗୁଁ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଥିବା ପ୍ରତିଟି ଜଗନ୍ନାଥ ଆଶ୍ରିତଙ୍କୁ ନିରାଶ ନହେବାକୁ ମିଳିଲାଣି ପରାମର୍ଶ। କାରଣ ଆସନ୍ତାବର୍ଷ ପୁଣି ପଡ଼ିପାରେ ଠାକୁରଙ୍କ ଏହି ଅଲଭ୍ୟ ବେଶ। ପାଞ୍ଜି ଗଣନାକାରୀଙ୍କ ଏଭଳି ସ୍ପଷ୍ଟ ସଙ୍କେତ ପରେ ଉତ୍କଣ୍ଠିତ ହେଲାଣି ଭକ୍ତଙ୍କ ମନ। ନୟନ […]

police
ମହଙ୍ଗା ପଡ଼ିଲା ବାବୁଙ୍କ ଦାଦାଗିରି: ଚା' ଦୋକାନୀକୁ ମାଡ଼ ମାରିଲେ ଏବେ ନିଲମ୍ବନ ହେଲେ

ମହଙ୍ଗା ପଡ଼ିଲା ନାବାଳକ ଚା ଦୋକାନୀଙ୍କୁ ମାଡ଼ ମାରିବା। କମିଶନରେଟ୍ ପୋଲିସର ଅଭିଯୁକ୍ତ ପିସିଆର କର୍ମଚାରୀ ଏକେ ବିଶ୍ୱାଳଙ୍କୁ କରାଯାଇଛି ନିଲମ୍ବନ

ଦ୍ରୁତ ଗତିରେ ଆସୁଥିଲା ପିକ୍‌ଅପ୍‌ ଭ୍ୟାନ୍, ଚେକିଂ ବେଳେ ଗାଡ଼ି ଭିତରୁ ମିଳିଲା ଏହିସବୁ ଜିନିଷ

ଲମତାପୁଟ: କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ଏକ  ପିକ୍‌ଅପ୍‌ ଭ୍ୟାନ୍‌‌ ଜବତ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ ମାଛକୁଣ୍ଡ ସ୍ଥିତ ୧୫ ବାଟାଲିଅନ୍‌ ବିଏସ୍ଏଫ୍ ଓ କୋରାପୁଟ ପୋଲିସ୍‌ ହନୁମାଲ ଗାଁ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ଏକ ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗତିରେ […]

dark circle
ଆଖି ତଳେ କଳା ଦାଗ ପଡ଼ିଯାଇଛି କି ? ଜାଣନ୍ତୁ କେମିତି ଦୂର କରିବେ

ଆଖି ତଳେ କଳା ଦାଗ ପଡିଥିଲେ, ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁ ଏହି ସମସ୍ୟା ଦେଖା ଦେଇଥାଏ। ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ୍‌ ହେବା, ଭଲରେ ନିଦ ନ ହେବା ଓ ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର […]

accident
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍‌

ଅନୁଗୁଳ: ପୋଲ ତଳକୁ ବାଇକ୍‌ ଖସି ପଡ଼ିବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ବିନୋଦ ପାଣ୍ଡେ ଓ ଗୁରୁତରଙ୍କ ନାଁ ଭୀମସେନ ମଲିକ। ଉଭୟ ଆଠମଲ୍ଲିକ ଅଞ୍ଚଳର। ଆଜି ସକାଳେ ବିନୋଦ ଓ ଭୀମସେନ ବାଇକ୍‌ରେ କିଶୋରନଗରରୁ ମାଧପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ଟି ରାଇବାହାଳ ପୋଲ ତଳକୁ ଖସି […]

arnab
ଜୋର ଦବରଦସ୍ତ ଘର ଭିତରେ ପଶି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଙ୍କୁ ମୁମ୍ବାଇ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଆଜି ସକାଳେ ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୋଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଏପରିକି ଅର୍ଣ୍ଣବଙ୍କୁ ଔଷଧ ଖାଇବାକୁ ମଧ୍ୟ ଦିଆଯାଇ ନ ଥିବା ସୂଚନା ମିଳିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବାଇ ପୋଲିସ୍‌ ପାଖରେ କୌଣସି ସମନ୍ କିମ୍ବା କୋର୍ଟ ଦସ୍ତାବିଜ ନ ଥିବା ସୂଚନା ମିଳିଛି। ମୁମ୍ବାଇ […]

arnab goswami
ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ମୁମ୍ବାଇ: ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଏ ନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ପ୍ରକାଶ। ପିଟିଆଇର ସୂଚନା ଅନୁସାରେ, ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ପୋଲିସ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ୨୦୧୮ରେ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା। Mumbai: Republic TV Editor-in-Chief Arnab Goswami arrested for allegedly abetting suicide of a […]

sushil shinde
ଦଳକୁ ନେଇ କ୍ଷୋଭ ପ୍ରକାଶ କଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ

ମୁମ୍ବାଇ: ନିଜ ଦଳ କଂଗ୍ରେସ ବିରୁଦ୍ଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେଙ୍କ କ୍ଷୋଭ । ଦଳରେ ବିତର୍କ ଓ ବାର୍ତ୍ତାର ଯୁଗ ଶେଷ ହୋଇଯାଇଛି । ଦଲ ଭିତରେ ବିତର୍କ ଏବଂ ବାର୍ତ୍ତା…

america
ଆମେରିକାରେ ଚାଲିଛି ଭୋଟ୍ ଗଣତି: ଟ୍ରମ୍ପ-ବାଇଡେନ୍ ମଧ୍ୟରେ କଡ଼ା ଟକ୍କର

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋଲାନ୍ସ ଟ୍ରମ୍ପ ଏବଂ ଡେମୋକ୍ରୋଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡା ମୁକାବିଲା ହେଉଛି। ଭୋଟ ଗଣତିରେ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୧୬ଟି ରାଜ୍ୟରେ ବିଜୟୀ ହୋଇଥିବାବେଳେ ଜୋ ବାଇଡେନ୍ ୧୩ଟି ରାଜ୍ୟରେ ବିଜୟୀ ହୋଇଛନ୍ତି। ଭୋଟ ଗଣତିରେ ବର୍ତ୍ତମାନ ସୁଦ୍ଧା ବାଇଡେନଙ୍କ ସପକ୍ଷରେ ୨୩୮ ଓ ଟ୍ରମ୍ପଙ୍କ ସପକ୍ଷରେ ୨୦୯ […]

bus
ରାଜ୍ୟ ବସ୍ ଭଡ଼ା ବଢିଛି କି ? ସ୍ପଷ୍ଟ କଲେ ପରିବହନ କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜ୍ୟରେ କିଛି ବସ୍ ଅଧିକ ଭଡା ଆଦାୟ କରୁଥିବା ନଜରକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଯାତ୍ରୀମାନଙ୍କ ଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କରିବା ପରମିଟ୍ ସର୍ତ୍ତର ଖୋଲାଖୋଲି ଉଲ୍ଲଂଘନ କରୁଛି। ଗତ ଜୁଲାଇ ପହିଲାରେ ଯେଉଁ ବସ ଭଡା ରାଜ୍ୟ ସରକାର ସ୍ଥିର କରିଥିଲେ ତାହା ଅପରିବର୍ତ୍ତିତ ରହିଛି। ତେଣୁ ନିର୍ଦ୍ଧାରିତ ଭଡା ଆଦାୟ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ନିର୍ଦ୍ଦେଶନାମା […]

train accident 1
ହ୍ୱେଲ୍‌ ଟେଲ୍ ଲାଗି ବର୍ତ୍ତିଗଲା ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା

ନେଦରଲ୍ୟାଣ୍ଡ୍‌: ନେଦରଲ୍ୟାଣ୍ଡ୍‌ରେ ଏକ ଟ୍ରେନ୍‌ ପ୍ଲାଟ୍‌ଫର୍ମରୁ କିଛି ମିଟର ଦୂରକୁ ଗଡ଼ିବା ପରେ ଚମତ୍କାର ଭାବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ହ୍ୱେଲ୍‌ ଟେଲ୍‌ର ଏକ ମୂର୍ତ୍ତିକଳା (Sculpture Of Whale’s Tail) ଯୋଗୁ ଏହି ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଛି। ABC ନ୍ୟୁଜ୍‌ର ସୂଚନା ଅନୁସାରେ, ସୋମବାର ଭୋର ସମୟରେ ନେଦରଲ୍ୟାଣ୍ଡ୍‌ର Spijkenisseରେ ଏହି ଘଟଣା ଘଟିଥିଲା। ରୋଟ୍ଟେରଡ୍ୟାମ୍‌‌ ସ୍ଥିତ De Akkers ଷ୍ଟେସନରେ ଏକ ମେଟ୍ରୋ ଟ୍ରେନ୍‌ ରେଲ୍‌ୱେ […]

anmol
ସୁନ୍ଦରୀ ପ୍ରତିଯୋଗିତାରେ ବ୍ରହ୍ମପୁରର କୁନି ଝିଅ ହେଲେ ପ୍ରଥମ

ବ୍ରହ୍ମପୁର: ଗ୍ଲୋବାଲ ବିଉଟି ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଜୁନିଅର ବିଉଟି ପ୍ରତିଯୋଗିତାରେ ବ୍ରହ୍ମପୁରର କୁନି ଝିଅ ଅନମୋଲ ଭାରତରେ ପ୍ରଥମ ସ୍ଥାନ ଅଧତ୍କାର କରିଛନ୍ତି। ଅନ୍‌ମୋଲଙ୍କ ଘର ବ୍ରହ୍ମପୁର ରାମକୃଷ୍ଣ ନଗରରେ ତାଙ୍କର ଓଡ଼ିଶୀ ଡ୍ୟାନ୍ସ ଓ କ୍ୟାଟ୍ ୱାକ୍‌ର ଭିଡିଓ ଅନଲାଇନ୍ ମାଧ୍ୟମରେ ଦେଖିବା ପରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଫଳାଫଳ ପ୍ରକାଶ ପାଇଛି। ସାରା ଭାରତରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସଂସ୍ଥା ପକ୍ଷରୁ ଆୟୋଜିତ ଅନଲାଇନ୍ ପ୍ରତିଯୋଗିତାରେ ୩୫ଟି ଦେଶର […]

୨୪ ଘଣ୍ଟାରେ ଓଡ଼ିଶାରେ ୧, ୪୭୪ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୪୭୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୫  ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧, ୪୭୪  ଆକ୍ରାନ୍ତଙ୍କ ମଧ୍ୟରୁ ୮୫୫  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଛି। Covid-19 Report For […]

patients
କରୋନା ନେଲା ୧୨ ଜଣଙ୍କ ଜୀବନ

ଭୁବନେଶ୍ୱର: କରୋନା ନେଲା ଆଉ ୧୨ ଜଣଙ୍କ ଜୀବନ। ଗତକାଲି ମଧ୍ୟ ୧୨ ଜଣ କରୋନାରେ ପ୍ରାଣ ହରାଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୬୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret to inform the demise of twelve #COVID19 positive patients while under treatment in hospitals. 1.A 65-year-old female of Malkangiri district […]

raid
କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସରେ ଭିଜିଲାନ୍ସ ରେଡ୍‌। ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। କଟକ ଡିଭିଜନ ଏସ୍‌ପି ଶଶି ଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି। ଏହା ସହ ନିଆଳିର ସିଠାଳୋ ସ୍ଥିତ ପୈତୃକ ବାସଭବନ, ଶ୍ୱଶୁର ଘର ସମେତ  ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି। ତେବେ କେତେ […]

BONDA
ବଣ୍ଡାଘାଟିରେ ମାସ ମାସ ଧରି ଦିଆଯାଉନାହିଁ ବାର୍ଦ୍ଧକ୍ୟ ଭତ୍ତା

ମାଲକାନାଗିରି: ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ଆସିଛି ସାଂଘାତିକ ଅଭିଯୋଗ। କରୋନା କଟକଣା ଯୋଗୁଁ ସରକାର ଆଗୁଆ ଭତ୍ତା ଦେବା ପାଇଁ ଘୋଷଣା କରିଥିବା ବେଳେ ବଣ୍ଡାଘାଟିରେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି। ବଣ୍ଡାଘାଟିରେ ମାସ ମାସ ଧରି ଦିଆଯାଉନାହିଁ ବାର୍ଦ୍ଧକ୍ୟ ଭତ୍ତା। ବିଶେଷ କରି ଅଣ୍ଡ୍ରାହାଲ ପଞ୍ଚାୟତର ଅନେକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶହ ଶହ ବୃଦ୍ଧ ଓ ବୃଦ୍ଧାଙ୍କର ଭତ୍ତା ହଡପ ହୋଇଥିବା ଅଭିଯୋଗ ଆସିଛି। ଭତ୍ତା […]

vote
ଆମେରିକା ନିର୍ବାଚନ: ୧୦୦ ବର୍ଷ ଭିତରେ ସବୁଠାରୁ ଅଧିକ ମତଦାନ

ୱାଶଂଟନ:ଗତକାଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତାଦାନ ସରିବା ପରେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି।  ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋଲାନ୍ସ ଟ୍ରମ୍ପ ଏବଂ ଡେମୋକ୍ରୋଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡା ମୁକାବିଲା ହେଉଛି। ଭୋଟ ଗଣତିରେ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୧୬ଟି ରାଜ୍ୟରେ ବିଜୟୀ ହୋଇଥିବାବେଳେ ଜୋ ବାଇଡେନ୍ ୧୩ଟି ରାଜ୍ୟରେ ବିଜୟୀ ହୋଇଛନ୍ତି। ଯାହା ଜଣାପଡ଼ିଛି, ଏଥର ନିର୍ବାଚନରେ ୧୬୦ ମିଲିୟନରୁ ଅଧିକ ଲୋକ […]

sonu-sood
ବୁର୍ଜ ଖଲିଫାରେ ଜନ୍ମଦିନ ମନାଇବାକୁ ସୋନୁଙ୍କୁ ଅନୁରୋଧ କଲେ ବ୍ୟକ୍ତି, ମିଳିଲା ଏମିତି ଉତ୍ତର

ମୁମ୍ବାଇ: ଲକ୍‌ଡାଉନ୍‌ରେ ଲୋକଙ୍କ ପାଇଁ ପ୍ରକୃତରେ ହିରୋ ପାଲଟି ଯାଇଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମିତି କି ସୋନୁ କେମିତି ଗରିବ ଲୋକ ରୋଜଗାର କରିବ ପିଲା ପାଠ ପଢିବ ସେଥିପ୍ରତି ଧ୍ୟାନ ଦେଇଥିଲେ। କିଛି ଲୋକଙ୍କୁ ସେ ଚାଷ ପାଇଁ ଗାଡି ଉପହାର କରିଥିଲେ ଏବଂ ଅନ୍‌ଲାଇନ୍‌ କ୍ସାସ୍‌ ପାଇଁ ପିଲାଙ୍କୁ ମୋବାଇଲ୍‌ ଫୋନ୍‌ ଉପହାର କରିଥିଲେ। ସାହାଯ୍ୟ କରିବାପାଇଁ […]

twitter
ପର୍ଣ୍ଣୋଗ୍ରାଫି ପ୍ରସଙ୍ଗରେ ଟୁଇଟରକୁ ଜାତୀୟ ମହିଳା କମିଶନଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫି ପ୍ରସଙ୍ଗରେ ଟୁଇଟରକୁ ଜାତୀୟ ମହିଳା କମିଶନଙ୍କ କଡ଼ା ଚେତାବନୀ । ୭ ଦିନ ମଧ୍ୟରେ ଟୁଇଟରକୁ ସମସ୍ତ ଶିଶୁ ଏବଂ ଅନ୍ୟ ପର୍ଣ୍ଣୋଗ୍ରାଫି ସମ୍ପର୍କିତ ବିଷୟବସ୍ତକୁ ନିଜ ସାଇଟରୁ ହଟାଇବାକୁ କମିଶନ ପକ୍ଷରୁ କୁହାଯାଇଛି । ଯଦି ଟୁଇଟ୍‌ର…