ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେପ୍ଟେମ୍ବର ୨୦୧୯ ଯାଏ ସୁଶାନ୍ତ କୌଣସି ବି ରୋଗ ପାଇଁ ଔଷଧ ନେଉନଥିଲେ। ବିହାର ପୋଲିସ୍କୁ ଏପରି କିଛି ବୟାନ ରଖିଛନ୍ତି ସୁଶାନ୍ତଙ୍କ ପୂର୍ବତନ ରୋଷେୟା ଅଶୋକ କୁମାର ଖାସୁ। ସୁଶାନ୍ତ ଅନ୍ୟଙ୍କ ପାଇଁ ଉଦାହରଣ ଥିଲେ। ଅବସାଦରେ ରହୁଥିବା ଲୋକଙ୍କ ସାହସ ବଢ଼ାଉଥିଲେ। ଏପରି ବ୍ୟକ୍ତି ଆତ୍ମହତ୍ୟା କରିବ ଏହା ବିଶ୍ୱାସ ବି କରିହେଉନି ବୋଲି କହିଛନ୍ତି ଅଶୋକ। ସେ ଆହୁରି ମଧ୍ୟ କହିଛନ୍ତି ଯେ […]
ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଗୁରବାର ସନ୍ଧ୍ୟାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭାର୍ତ୍ତି ହୋଇଥିଲେ ସୋନିଆ। ଆଜି ତାଙ୍କୁ ଦିନ ଗୋଟାଏ ବେଳେ ଡିସ୍ଚାର୍ଜ କରାଯାଇଥିବା ହସ୍ପିଟାଲ୍ର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଗୁରବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ଅଧ୍ୟକ୍ଷ ଡା.ଡିଏସ ରାଣା କହିଥିଲେ। ସେ ନିୟମିତ ଟେଷ୍ଟ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିଲେ ବୋଲି […]
ଭଦ୍ରକ: ଋଣ ଶୁଝିବା ଲାଗି ଫାଇନାନ୍ସ କର୍ମଚାରୀ ବାଧ୍ୟ କରିବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ ରାଜୁଆଳି ବିନ୍ଧା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ରାଜୁଆଳି ବିନ୍ଧା ଗ୍ରାମର ମହେନ୍ଦ୍ର ଦାସ। ମହେନ୍ଦ୍ରଙ୍କ ସ୍ତ୍ରୀ ୪ଟି ଘରୋଇ ଅର୍ଥ ଲଗାଣ ସଂସ୍ଥା ଠାରୁ ୫୦ ହଜାର ଟଙ୍କାରୁ ଅଧିକ ଋଣ ଆଣିଥିଲେ। କରୋନା କଟକଣା ଯୋଗୁଁ କୌଣସି ରୋଜଗାର ନଥିବା ବେଳେ ଫାଇନାନ୍ସ କର୍ମଚାରୀ ଋଣ ଶୁଝିବା […]
କଟକ: କଟକ ସହରରେ ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭ ହୋମ୍ କ୍ୱାରେଣ୍ଟିନ୍ ରହିଛି। ୨ ଟି ସରକାରୀ କ୍ୱାରେଣ୍ଟିନ୍ ଓ ୬ ଟି ଲୋକାଲ କଣ୍ଟାକ୍ଟ ରହିଛି। ଏମାନଙ୍କୁ ୫୫କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ମାଲଗୋଦାମ ବେହେରାସାହି କଣ୍ଟେନମେଣ୍ଟରୁ ୨୨ ଆକ୍ରାନ୍ତ ଚିହ୍ନଟ ପୁରୁଣା ରାଉସାପାଟଣାରୁ ୧୧ […]
ଭୁବନେଶ୍ୱର: ଭୁବନେଶ୍ୱରେ ପୁଣି ମାତିଲେ ଲୁଟେରା। ଆଜି ୟୁନିଟ ୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଛି। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ। ଲକ୍ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। ଘରେ ଲୁଟିବା […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଖୋଦ୍ ଅମିତ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଲକ୍ଷଣ ଦେଖା ଯିବା ପରେ ଶାହ ନିଜର ଟେଷ୍ଟ କରାଇଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟ୍ୱିଟ୍ରେ ସୂଚନା ଦେଇଛନ୍ତି। कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है परन्तु डॉक्टर्स की […]
ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ ତଥା ଅଭିନେତା ଅଭିଷେକ ବଚ୍ଚନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଅମିତାଭଙ୍କ ସୁସ୍ଥ ହେବା ଦ୍ୱାରା ତାଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରି ଖେଳିଯାଇଛି। 🙏🏽 my father, thankfully, has tested negative on his latest Covid-19 test and has been discharged from the hospital. He will now be at home […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିନାହିଁ। ସୁଶାନ୍ତଙ୍କ ପିତା କେକେ ସିଂ ରିଆ ଚକ୍ରବର୍ତ୍ତୀ ତାଙ୍କ ପରିବାର ନାଁରେ ଏଫଆଇଆର୍ ଦାଖଲ କରିଥିଲେ ଏବଂ କିଛି ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ। ସେହି ଏଫଆଇଆର୍ ପରେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ନିଜର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଶେଆର୍ କରିଥିଲେ ଏବଂ ଲେଖିଥିଲେ ଯେ ସତ୍ୟର ସର୍ବଦା […]
ଭୁବନେଶ୍ୱର: ବଢ଼ୁଥିବା ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ ।…
ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୯ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ୍ ରହିଚି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ଏକ ଘରୋଇ ହସ୍ପିଟାଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଳାସପଲ୍ଲୀରୁ ୬ ଓ ଜାଗମରାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩ ପୋଲିସ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। Update on […]
ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ କରୋନା ସମ୍ପର୍କିତ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍ ଦ୍ୱାରା ଜାରି ହୋଇଥିବା ମେଡିକାଲ୍ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଆସିବା ପୂର୍ବରୁ ବନୱାରୀଲାଲ୍ ଏକ ଘରୋଇ ହସ୍ପିଟାଲ୍କୁ ଯାଇଥିଲେ। ଗତ ସପ୍ତାହର ତାମିଲନାଡୁ ତାମିଲନାଡୁ ରାଜଭବନରେ ୮୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ସିକ୍ୟୁରିଟି ଗାର୍ଡ ଓ ଅଗ୍ନିଶମ କର୍ମଚାରୀ ଥିଲେ। […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ବିହାର ପୋଲିସ୍ ପଚରାଉଚୁରା କରିପାରେ। ଏନେଇ ବିହାର ପୋଲିସ୍ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଦିଶାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ୍ ରହିଛି କି, ସେ ନେଇ ଖୋଳତାଡ଼ ହେବ। ଦିଶା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଥିଲେ। ସୁଶାନ୍ତଙ୍କ ମୃତ୍ୟୁର ଠିକ୍ […]
ବ୍ରହ୍ମପୁର: ଖେଳୁ ଖେଳୁ ଛୋଟ ପିଲାର ପାଟିରେ ପଶିଗଲା ରଡ୍। ଏଭଳି ଅଭାବନୀୟ ଘଟଣା ଘଟିଛି କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ। ଏହି ଗ୍ରାମର ଯଜ୍ଞସିନୀ ଗୌଡ଼ ନାମକ ଜଣେ ମହିଳାଙ୍କ ୪ ବର୍ଷର ପୁଅ ଖେଳୁଥିଲେ। ଖେଳୁଥିବା ସମୟରେ ଅସାବଧାନତା ବଶତଃ ପାଟିରେ ଲୁହା ରଡ୍ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବେକରେ ଲୁହା ରଡ୍ ପଶିଥିବା ଶିଶୁର ସରିଛି ଅପରେସନ୍। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଶିଶୁର ଅପରେସନ୍ […]
ରାୟଗଡ଼ା: ମିଳିଲାନି ସରକାରୀ ସହାୟତା। ପ୍ରତିଶ୍ରୁତି ବି କାମ କଲାନି। ଶେଷରେ ଅପେକ୍ଷା କରି କରି ଗ୍ରାମବାସୀ ହିଁ ରୋଗାକ୍ରାନ୍ତ ନାବାଳକଙ୍କୁ ନେଇ ହସ୍ପିଟାଲ୍ ଗଲେ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ନୂଆଗାଁର କଟକ ଫେରନ୍ତା ରୋଗାକ୍ରାନ୍ତ ବାଳକ ସଞ୍ଜୟ ମିଣିଆକାଙ୍କୁ ପ୍ରଶାସନ ଚିକିତ୍ସା ପାଇଁ ସହାୟତା ନ କରିବାରୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅର୍ଥ ନମିଳିବାରୁ ଲୋକେ ଏବେ ତାଙ୍କ ପାଇଁ ଗାଁ ଗାଁ ବୁଲି ଚାନ୍ଦା ଆଦାୟ କରୁଛନ୍ତି। […]
ଶତ୍ରୁ ନୁହଁନ୍ତି ବିଜେପି-ଶିବସେନା। ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ତଥା ଠାକରେ ପରିବାର। ନିକଟତର ସଞ୍ଜୟ ରାଉତ ଭାରତ-ପାକିସ୍ତାନ ନୁହଁନ୍ତି ଉଭୟ ଦଳ। ମତଭେଦ ଅଛି କିନ୍ତୁ ସମ୍ପର୍କ ଏବେ ବି ବନ୍ଧୁତ୍ୱପୂର୍ଣ୍ଣ ରହିଛି ବୋଲି ସେ କହିଥିଲେ
ମୁମ୍ବାଇ: ଶତ୍ରୁ ନୁହଁନ୍ତି ବିଜେପି-ଶିବସେନା। ଅଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ତଥା ଠାକ୍ରେ ପରିବାର ନିକଟତର ସଞ୍ଜୟ ରାଉତ। ଉଭୟ ଦଳଭାରତ-ପାକିସ୍ତାନ ନୁହଁନ୍ତି। ମତଭେଦ ଅଛି କିନ୍ତୁ ସମ୍ପର୍କ ଏବେ ବି ବନ୍ଧୁତ୍ୱପୂର୍ଣ୍ଣ ରହିଛି। ଯେପରି ଅମୀର…
କନ୍ଧମାଳ: ଚିକିତ୍ସା ଅବହେଳା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା କ୍ରିଟାଙ୍ଗିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଗାଁର ଅଂଶୁମାନ ନାୟକ ନାମକ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ଧରି ଚିକିତ୍ସା ହେଉଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଶେଷରେ ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ଡାକ୍ତର ନେବାକୁ କହିବା ପରେ ହଠାତ ଯୁବକଙ୍କର ମୃତ୍ୟୁ ହୋଇଥିଲା। […]
ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଜୟନ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହା ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରୁଛି । Concerned to know about […]
କଟକ: ଉନ୍ନତମାନର ଏବଂ ଆନ୍ତର୍ଜାତିକସ୍ତରର କ୍ରିକେଟ୍ ଏକାଡେମୀ ସ୍ଥାପନ କରିବ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)। କଟକ-ଭୁବନେଶ୍ୱର ଟୁଇନ ସିଟି ମଧ୍ୟବର୍ତ୍ତୀ କୌଣସି ଅଞ୍ଚଳରେ ଏହି ଏକାଡେମୀ ପ୍ରତିଷ୍ଠା କରିବାକୁ ଓସିଏ ଯୋଜନା କରୁଛି। ୨୦ ରୁ ୪୦ ଏକର ପରିମିତ ସ୍ଥାନରେ ଏହି ଏକାଡେମୀ ତିଆରି କରାଯିବ। ଯେଉଁଠାରେ ୩ରୁ ୪ଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ସହ ୩ରୁ ୪ଟି ଅଭ୍ୟାସ ପିଚ୍ ମଧ୍ୟ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଏକାଡେମୀରେ ଖେଳାଳିମାନଙ୍କୁ ସୁବିଧା ପାଇଁ […]