ଭୁବନେଶ୍ୱର: ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ କିଛିଟା ଅଦଳବଦଳ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଦାୟିତ୍ୱ ଦିଆଯାଇଛି ସୀତାଂଶୁ କୁମାର ରାଉତଙ୍କୁ । ତାଙ୍କ ସ୍ଥାନରେ ଖୋର୍ଦ୍ଧା ନୂଆ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ IAS କୀର୍ତ୍ତି ଭାସାନ ହେଲେ OSD, ଗଂଜାମ କୋଭିଡ଼ ମ୍ୟାନେଜମେଣ୍ଟ। ସେହିପରି IAS ଶୁଭଙ୍କର ମହାପାତ୍ରଙ୍କୁ ଦିଆଯାଇଛି ବାଲିଗୁଡ଼ା ଉପଜିଲ୍ଲାପାଳ ଦାୟିତ୍ୱ। IAS […]
ନୂଆଦିଲ୍ଲୀ: ସମତଳ ଚଟାଣ ଉପରେ ବେଶ ସ୍ୱଚ୍ଛନ୍ଦରେ ଯାଇପାରେ ସାପ । ହେଲେ ଉପରକୁ ଉଠିବା ସାପ ପରି ସରୀସୃପଙ୍କ ପାଇଁ କଷ୍ଟ। କିନ୍ତୁ ଆମେ ସାପ ଗଛ ଚଢୁଥିବାର ଏମିତି ଦୃଶ୍ୟ ଦେଖାଇବୁ, ଯାହା ଦେଖାଇଲେ ଆପାଣ ଆଶ୍ଚର୍ଯ୍ୟ ହୋଇଯିବେ। ସାପ ଏଠି ଏକ୍ଦମ ସତର୍କତାର ସହ ବିରାଟ ଏକ ଗଛ ଚଢୁଛି, ସତେ ଯେମିତି ମଣିଷ। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ଏକ ଲମ୍ବା […]
ଭୁବନେଶ୍ୱର: ଲୁଟ୍ କରି ଲୋକଙ୍କ କବଳରୁ ବଞ୍ଚିବା ପାଇଁ ଦେହରେ ତେଲ ଲଗାଉଥିଲେ ଲୁଟେରା। ଆଉ ଧରିବାକୁ କେହି ଚେଷ୍ଟା କଲେ ଖସି ପଳାଇବାରେ ସକ୍ଷମ ହେଉଥିଲେ। ହେଲେ ଶେଷରେ ପୋଲିସ୍ ହାତରେ ଧରାପଡ଼ିଲେ। ଭୁବନେଶ୍ୱରରେ ୨ଟି ଲୁଟେରା ଗ୍ୟାଙ୍ଗ୍କୁ ପୋଲିସ୍ ଧରିଛି। ଖଣ୍ଡଗିରି, ନୟାପଲ୍ଲୀ, ଖାରବେଳନଗର ପୋଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ର ମିଳିତ ଉଦ୍ୟମରେ ୮ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୭୦ଟି ମୋବାଇଲ, ୨୨ଟି ଲାପଟପ୍, ୯ଟି ଚୋରା ବାଇକ ଜବତ କରାଯାଇଛି। […]
ରାଉରକେଲା: ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡ଼ିନି। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରଖାଯାଇଛି। କାର୍ଯ୍ୟାଳୟର ସମସ୍ତ ବିଭାଗକୁ ସାନିଟାଇଜ୍ ମଧ୍ୟ କରାଯାଉଛି। ସେହିପରି ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍ କରିବା ସହିତ ଲୋକମାନଙ୍କ ଯାଆସ ଉପରେ କଟକଣା ଲଗାଯାଇଛି। ଅନ୍ୟପଟେ ରାଉରକେଲା ଉଦିତନଗରରେ ଥିବା ଯୋଗାଣ […]
ବ୍ରହ୍ମପୁର: ବ୍ରହ୍ମପୁରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଠାରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଥିବାବେଳେ ସ୍ୱାସ୍ଥ୍ୟସେବାରେ ଚରମ ଅବହେଳା ଦେଖିବାକୁ ମିଳୁଛି। ଏଠାରେ ଏମ୍କେସିଜି ମେଡିକାଲ୍ରେ ଅକ୍ସିଜେନ୍ର ଅଭାବ ଦେଖାଦେଇଛି। ଅକ୍ସିଜେନ୍ ଅଭାବରୁ ଆଖି ବୁଜୁଛନ୍ତି ଅନେକ କରୋନା ରୋଗୀ । ଏବେ ରାଜ୍ୟରେ କରୋନା ହଟସ୍ପଟ ଜିଲ୍ଲା ହେଉଛି ଗଞ୍ଜାମ। ପ୍ରତିଦିନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସବୁଠାରୁ ଆଗରେ ରହିଛି। ଏପରି ପରିସ୍ଥିତିରେ ଏମ୍କେସିଜିରେ ଅକ୍ସିଜେନ୍ର ଅଭାବ […]
କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର କଙ୍ଗା ପଞ୍ଚାୟତ ଗୁମୁରାଗୁଡ଼ା ଗାଁ ଦେଇ ଯାଇଥିବା ଏକ କେନାଲର ଆଡ଼ିବନ୍ଧ ଭୁଶୁଡି ପଡ଼ିବାରୁ ଶହ ଶହ ହେକ୍ଟର ଜମ ଜଳମଗ୍ନ ହୋଇଯାଇଛି। ଏଥିସହ ଜମିରେ ବାଲିଚର ମାଡ଼ି ଯାଇଛି। ଏନେଇ ଚାଷୀ ଏବେ ଚିନ୍ତାରେ। ରାଜ୍ୟର ଅନେକ ସ୍ଥାନରେ ବର୍ଷା ନାହିଁ ବୋଲି ଚାଷୀ ଚିନ୍ତାରେ ଥିବା ବେଳେ ଗୁମୁରାଗୁଡ଼ା ଗାଁର ଚାଷୀମାନେ କେନାଲ ପାଣିକୁ ଭରସା କରି ଧାନ ରୋଇ ଥିଲେ। ହେଲେ ଗତକାଲି କେନାଲର ଆଡ଼ିବନ୍ଧ ଭୁଶୁଡି […]
ଭବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ କରି ଅଭିଯୋଗ କରିଛନ୍ତି…
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାରେ ମୁମ୍ବାଇ କମିଶନରେଟ୍ ପୋଲିସ୍ ପରମବୀର ସିଂ ଆଜି ପ୍ରେସ୍ମିଟ୍ କରି ନିଜ ବିଭାଗର ଦୋଷ ଲୁଚାଇବାର ଅପପ୍ରୟାସ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତଦନ୍ତରେ ଅବହେଳା, ତଥ୍ୟ ଲୁଚାଇବା, ବିହାର ପୋଲିସକୁ ସହଯୋଗ ନ କରିବା ଏପରିକି ତଦନ୍ତ ପାଇଁ ଆସିଥିବା ବିହାର ଆଇପିଏସ୍ଙ୍କୁ ଜବରଦସ୍ତ କ୍ୱାରେଣ୍ଟିନ୍କୁ ପଠାଇବା ପରି ଅଭିଯୋଗ ମୁମ୍ବାଇ ପୋଲିସ ବିରୋଧରେ […]
ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇପାରେ। ଏହାର ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ ମୟୂରଭଞ୍ଜକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ାରେ ବି କାଲି ପ୍ରବଳ ବର୍ଷା ହୋଇପାରେ। ସମ୍ବଲପୁର, ବରଗଡ଼ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ […]
ନୂଆଦିଲ୍ଲୀ: କୋହଳ ହେଉଛି କୋଭିଡ କଟକଣା। ଆସ୍ତେ ଆସ୍ତେ ଖୋଲାଯାଉଛି ଦୋକାନ, ବଜାର ମଲ୍। ଏପରିକି ଜିମ୍ ସେଣ୍ଟର ଖୋଲିବା ପାଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ଗାଇଡ ଲାଇନ୍। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗ କେନ୍ଦ୍ରକୁ ଅନୁମତି ମିଳିଛି। ତେବେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। […]
କଟକ: କଟକ ସହରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୮୭ରୁ ୭୯ କ୍ୱାରେଣ୍ଟିନ, ୮ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ (ସିଏମ୍ସି)। କେଉଁ ଅଞ୍ଚଳରୁ କେତେ ଚିହ୍ନଟ: ୮୭ରୁ କେବଳ ମାଲଗୋଦାମ ବେହେରା ସାହିରୁ ୫୭ ଚିହ୍ନଟ ହୋଇଛନ୍ତି। ଗତକାଲି ମାଲଗୋଦାମ ବେହେରା ସାହିରୁ ୨୨ ପଜିଟିଭ ମିଳିଥିଲେ। ଆଜି ମାଛୁଆବଜାରରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନାଭାଇରସ୍। ଗତ ୨୪ ଘଣ୍ଟାରେ ଦେଶରେ ୫୨ହଜାର ୯୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ଦେଇଛି। ଆମେରିକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାରରୁ ଅଧିକ ଏବଂ ବ୍ରାଜିଲରେ ୨୫ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷରୁ […]
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସବୁଠି ରାକ୍ଷୀର ଉତ୍ସବ ପାଳନ କରାଯାଉଛି। କରୋନା ଯୋଗୁ ବେଶ୍ ଧୁମ୍ଧାମ୍ରେ ପାଳନ ନକରାଗଲେ ମଧ୍ୟ ଭଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। କାରଣ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ବର୍ଷକୁ ଥରେ ଏହି ଦିନକୁ ଭଉଣୀମାନେ ଅପେକ୍ଷା କରିଥାନ୍ତି। ଏଭଳି ପବିତ୍ର ଉତ୍ସବରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କୁ ମନେ ପକାଇ ଏକ ଫଟୋକୁ ଶେୟାର କରିବା ସହିତ ଭାବପ୍ରବଣ ଭରା ଏକ […]
ସୋର: କେତେ ନିର୍ଦ୍ଦୟ ଏ ଦଇବ! କିଏ ଜାଣିଥିଲା ହସଖୁସିରେ ଉଛୁଳି ପଡୁଥିବା ଘର ମୁହୂର୍ତ୍ତକ ଭିତରେ କାନ୍ଦ ବୋବାଳିରେ ଫାଟିଯିବ। ଭାଇ ହାତରେ ଭଉଣୀ ରାଖୀ ବାନ୍ଧିବା ବେଳେ ବୋଧହୁଏ ସେମାନେ ଜାଣିନଥିଲେ ଏଇ ଥିଲା ଶେଷ ରାଖୀ, ଆଉ ଏଇଠୁ ହିଁ ଅଧା ରହିଯିବ କଥା। ରାଖୀ ବାନ୍ଧିବାକୁ ଯିବାବେଳେ ଭାଇଭଉଣୀର ଚାଲିଗଲା ଜୀବନ। ଅଧାରେ ରହିଗଲା ରାଖୀ ପାଉଣା। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗ୍ରାମରେ। […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜଣେ ଯବାନଙ୍କ ନିଖୋଜ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହି ଯବାନଙ୍କୁ ଆତଙ୍କବାଦୀ ଅପହରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ଯବାନଙ୍କ ଗାଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଛି। ଯାହା ପରେ ପୋଡ଼ିଯାଇଥିବା ଗାଡ଼ିକୁ ପୋଲିସ୍ ଉଦ୍ଧାର କରିଛି। ନିଖୋଜ ଯବାନଙ୍କ ପତ୍ତା ଲଗାଇବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଇଫଲମ୍ୟାନ୍ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। […]
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୮୯ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୬୫ କ୍ୱାରେଣ୍ଟିନ ଏବଂ ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ (ବିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ଆଇଗିଣିଆ ଆଳୁଗଦିରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୋଲିସ କଲୋନିରୁ ୭, ଗୌତମ ନଗର ବସ୍ତିରୁ ୫, ବଡ଼ଗଡ଼ ନୂଆସାହିରୁ ୪, ଜିଜିପି କଲୋନିରୁ ୩, ଜାଗମରାରୁ ୩ ଚିହ୍ନଟ ହୋଇଛନ୍ତି। […]
ମାଲେସିଆ: ମାଲେସିଆରେ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୪ ବର୍ଷର ଏକ ବାଳକ କିଛି ସମୟ ପାଇଁ ନିଖୋଜ ଥିଲା। କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୂକା ସଂଗ୍ରହ କରିବାକୁ ଯାଇଥିଲା। ଠିକ୍ ସେତିକିବେଳେ କୁମ୍ଭୀରଟି ବାଳକଟିକୁ ନଦୀ ଭିତରକୁ ଟାଣି ନେଇଥିଲା। ଏହି ଘଟଣାର କିଛି ସମୟ ପରେ ବାଳକଟିର ମାଉସୀ ତାଙ୍କୁ ଖୋଜି ଖୋଜି ନଦୀ ତଟରେ ପହଞ୍ଚିଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ଯେ ନଦୀର […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା କେକେ ସିଂହ ବିସ୍ଫୋରକ ବୟାନ୍ ଦେଇଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ କହିଛନ୍ତି, ମୋ ପୁଅ ନିଜ ଜୀବନ ପ୍ରତି ବିପଦ ଥିବା ଜାଣିପାରିଥିଲା ଏବଂ ଏଥିପାଇଁ ସେ ବାନ୍ଦ୍ରା ପୋଲିସକୁ ମଧ୍ୟ ସବୁ ସୂଚନା ଦେଇଥିଲେ। ସୁଶାନ୍ତ ଫେବୃଆରୀ ୨୫ ତାରିଖରୁ ବାନ୍ଦ୍ରା ପୋଲିସକୁ ନିଜ ପ୍ରତି ଥିବା ଥିବା […]