ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ। ଏହି ବ୍ୟୟବହୁଳ କ୍ରିକେଟ୍ ଲିଗର ଆୟୋଜନ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଭାରତ ସରକାରଙ୍କ ତରଫରୁ ଅନୁମତି ମିଳିଛି। ଦେଶ ବାହାରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲା, କିନ୍ତୁ ଆଜି ଆଇପିଏଲର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏହି ଟି-୨୦ ଲିଗ୍ […]
କଟକ: ମହାନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ। କଟକ ବାଙ୍କୀ ସୁନାଦେଈ ନିକଟରେ ବାଳିକା ଜଣକ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନା ଅନୁଯାୟୀ, ସୁନାଦେଈ ନିକଟରେ ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ୩ ଭାଇଭଉଣୀ। ହେଲେ ସ୍ଥାନୀୟ ଲୋକେ ନଦୀରୁ ୨ ଭାଇଭଉଣୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ଜଣଙ୍କର ପତ୍ତା ମିଳିନି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭାରତକୁ ଆସିବାକୁ ଥିବା ବିଦେଶ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏବେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ପରେ ୭ ଦିନ ପାଇଁ ପେଡ୍ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହା ପରେ ଆଉ ୭ ଦିନ ହୋମ୍ ଆଇସୋଲେସନରେ ରହିବେ। ତେବେ କିଛି କ୍ଷେତ୍ରରେ କୋହଳ କରାଯାଇଛି। ଯେପରି ଗର୍ଭବତୀ ମହିଳା, ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ କିମ୍ବା ୧୦ ବର୍ଷରୁ କମ୍ ବୟସର […]
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନର ୧୦ ମାସ ପରେ ପୁଣି ଚର୍ଚ୍ଚାରେ ରୋଭର୍ ପ୍ରଜ୍ଞାନ। ବିକ୍ରମ୍ ଲ୍ୟାଣ୍ଡର ଧ୍ୱଂସ ହେବା ସତ୍ତ୍ୱେ, ଚନ୍ଦ୍ରପୃଷ୍ଠରେ ରୋଭର୍ ପ୍ରଜ୍ଞାନ କିଛି ବାଟ ଗଡ଼ିଥିଲା ବୋଲି ଦାବି କରିଛନ୍ତି ଚେନ୍ନାଇର ଜଣେ ଯୁବ ଇଞ୍ଜିନିୟର୍ ସାନମୁଗା ସୁବ୍ରମଣ୍ୟମ। ନାସା ଦ୍ୱାରା ଉଠାଯାଇଥିବା ଫଟୋରୁ ରୋଭର୍ ସୁରକ୍ଷିତ ଥିବା ଏବଂ କିଛି ମିଟର ଗଡ଼ିଥିବା ଜଣାପଡ଼ୁଛି। ରୋଭର୍ ଗଡ଼ିବାର ଟ୍ରାକ୍ ବା ଚିହ୍ନ ମଧ୍ୟ ଫଟୋରେ ଦେଖାଯାଉଥିବା ସେ ଦାବି କରି ଇସ୍ରୋକୁ ଜଣାଇଛନ୍ତି। […]
ଭୁବନେଶ୍ୱର: ଏଯାବତ ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସ। ଜୁନ୍ ୧ରୁ ଅଗଷ୍ଟ ୨ ମଧ୍ୟରେ ୪୮୮.୧ ମିମି ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷାର ପରିମାଣ ୫୮୬ ମିମି ରହିଥାଏ। ତେଣୁ ସ୍ୱାଭାବିକ ବର୍ଷା ଠାରୁ ପ୍ରାୟ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି। ୧୭ ଜିଲ୍ଲାରେ ସ୍ୱାଭାବିକ ଓ ୧୩ ଜିଲ୍ଲାରେ କମ୍ ବର୍ଷା ହୋଇଛି। ବିଶେଷ କରି […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦ୍ୟୁରପ୍ପା(୭୭) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ୍ ପରେ ତାଙ୍କୁ ମାନିପାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ସହ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ସେଲ୍ଫ୍ କ୍ୱାରେଣ୍ଟିନ୍ରେ ରହିବାକୁ ସେ ଅନୁରୋଧ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ୟେଦ୍ୟୁରପ୍ପା କହିଛନ୍ତି। I […]
ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିବା ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି
ୱାଶିଂଟନ୍: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ପକ୍ଷରୁ ମିଳିତ ମହାକାଶ ମିଶନ ସଫଳ ହୋଇଛି। ଗତକାଲି ଅପରାହ୍ନରେ ମହାକାଶଚାରୀ କମାଣ୍ଡର ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଭୂପୃଷ୍ଠକୁ ଅବତରଣ କରିଛନ୍ତି। ମହାକାଶଚାରୀମାନେ ଫ୍ଲୋରିଡା ଉପକୂଳ ସମୁଦ୍ରରେ ପାରାଚ୍ୟୁଟ୍ ଦ୍ୱାରା ଓହ୍ଲାଇଥିଲେ। ପ୍ରଥମଥର ପାଇଁ ମହାକାଶଚାରୀମାନେ ଜଳ ପୃଷ୍ଠରେ ଅବତରଣ କରିଥିଲେ। ମହାକାଶଚାରୀମାନେ ଓହ୍ଲାଇବା ପରେ ସେଠାରେ ଥିବା ବୋଟ୍ ସେମାନଙ୍କୁ ଉଦ୍ଧାର କରିଥିଲା। […]
କଟକ: ଏବେ କଟକ ସହରରେ ସାହିକୁ ସାହି ବ୍ୟାପିବାରେ ଲାଗିଛି ମହାମାରୀ କରୋନା। ସହରର ଏକାଧିକ ସାହିରୁ ବାହାରିଛନ୍ତି ଆକ୍ରାନ୍ତ। ସାହିକୁ ସାହି କରୋନା ଆକ୍ରାନ୍ତ ବ୍ୟାପିବା ପରେ ଏବେ ଚିନ୍ତିତ ହୋଇପଡ଼ିଛନ୍ତି କଟକବାସୀ। ଖାଲି ଲକ୍ଡାଉନ୍ କରାଯାଉଛି, କିନ୍ତୁ ସହରରେ CMC ସେଭଳି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଲକ୍ଡାଉନ୍ ସମୟରେ ନା ସାନିଟାଇଜ ଠିକ୍ ଭାବେ କରାଯାଉଛି, ନା ସ୍ୱାସ୍ଥ୍ୟପରୀକ୍ଷା ଡୋର ଟୁ ଡୋର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି […]
ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରେଲର୍ ପଛପଟେ ଏକ ସ୍କର୍ପିଓ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା ଓ ଜମାଲ ସାହା। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କଟକ ବଡ଼ ଡାକ୍ତରଖାନା […]
ମୁମ୍ବଇ:ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ତଦନ୍ତରେ ମୁମ୍ବାଇ ପୋଲିସର ନିରପେକ୍ଷତା ପ୍ରତି ଯେଉଁ ପ୍ରଶ୍ନ ଉଠିଥିଲା ତାହା ସ୍ପଷ୍ଟ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ବିହାର ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଥିଲା। ବିହାର ପୋଲିସକୁ ଖାଲି ମୁମ୍ବାଇ ପୋଲିସ ଅସହଯୋଗ କରୁନି, ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍ସି) ବି ଏଥିରେ ହାତ ମିଳାଇଛି। କାରଣ ଏବେ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିବା ପାଟ୍ନା ଏସ୍ପି […]
ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୧୧ ରହିଛି। ଗଞ୍ଜାମରୁ ସର୍ବାଧିକ ୩୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୬ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚିଛି।
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏ, ଗଜପତିରୁ ୨, କଳାହାଣ୍ଡି ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚିଛି। Regret […]
ଇସ୍ଲାମ୍ବାଦ: ପାକିସ୍ତାନର ପ୍ରମୁଖ ମିଡିଆ ହାଉସ୍ ଡନ୍ (Dawn News)ର ନିଉଜ୍ ଚ୍ୟାନେଲକୁ ରବିବାର ଅପରାହ୍ନରେ କେହି ହ୍ୟାକ କରି ନେଇଥିଲା। ମିଳିଥିବା ଖବର ଅନୁଯାୟୀ, ନ୍ୟୁଜ୍ ଚାନେଲ୍ରେ ପ୍ରସାରଣ ଜାରି ରହିଥିଲା। ହଠାତ୍ ପ୍ରସାରଣ ମଝିରେ ଏହା ବନ୍ଦ ହୋଇଗଲା। ଆଉ କିଛି ସମୟ ପରେ ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଲା। ଏହି ତିରଙ୍ଗା ସହ Happy Independence Day ଲେଖାଥିଲା। ଏହି ଘଟଣାର ପୁରା ଭିଡିଓ ଏବଂ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। […]
ଘଞ୍ଚ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଦୁଇ ବନ କର୍ମଚାରୀଙ୍କ ଉପରକୁ ଡେଇଁ ପଡିଲା ବାଘ। ସୌଭାଗ୍ୟବଶତଃ ଉଭୟ ଅଫିସରଙ୍କର କୌଣସି କ୍ଷତି ହୋଇନାହିଁଁ।
କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ ପକ୍ଷରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ପରେ ଓଲି ସାମାନ୍ୟ ନରମିଥିବା ପରି ମନେ ହେଉଛି। ରବିବାର ବିଳମ୍ବିତ ରାତିରେ ଗତ ମାସରୁ ନେପାଳରେ ନିଷିଦ୍ଧ ଭାରତୀୟ ସମ୍ବାଦ ଚ୍ୟାନେଲଗୁଡ଼ିକର ପୁନଃ ପ୍ରସାରଣକୁ ଅନୁମତି ମିଳିଛି। […]
ଯୋଧପୁର: ‘କୋଭିଡ୍ କରି’, ‘ମାସ୍କ ନାନ୍’…ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଖାଦ୍ୟ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି। ଅନ୍ଲକ୍-୩ରେ ହୋଟେଲ୍ ସବୁ ଖୋଲା ରହିଥିଲେ ମଧ୍ୟ, କେବଳ ପାର୍ସଲ ପାଇଁ ଅନୁମତି ରହିଛି। ଏସବୁ ଭିତରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ୍ ମାଲିକମାନେ ମଧ୍ୟ ନୂଆ ନୂଆ ଖାଦ୍ୟ ସବୁ ପ୍ରସ୍ତୁତ କରୁଛନ୍ତି। ରାଜସ୍ଥାନ ଯୋଧପୁରରେ ଏକ ରେଷ୍ଟୁରାଣ୍ଟ୍, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଛି ଖାଦ୍ୟର ନାଁ ଏମିତି ରଖିଛନ୍ତି […]
ନୂଆଦିଲ୍ଲୀ: ଦେଶରେ ଗୁରୁତର ହେଉଛି କରୋନା ମହାମାରୀ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ହଜାର ୯୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୭୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୭୯ ହଜାର ୩୫୭ ଚିକିତ୍ସିତ ହେଉଥିବା ବେଳେ ୧୧ ଲକ୍ଷ ୮୬ ହଜାର ୨୦୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର […]
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ପି. ଚିଦାମ୍ବରମ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିଥିବା ନେଇ କାର୍ତ୍ତି ଚିଦାମ୍ବରମ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। I have just tested positive for #Covid. My symptoms are mild and as per medical advice I am under home quarantine. I would urge all those who have recently […]
ମୁମ୍ବାଇ: ତିନି ଭଉଣୀ ରାକ୍ଷୀ ଧରି ଅପେକ୍ଷା କରିଛନ୍ତି। ତାଙ୍କର ଗେହ୍ଲା ଭାଇ ଆସିବ। ତା’ ହାତରେ ରାକ୍ଷୀ ବାନ୍ଧିଦେବେ। ମଥାରେ ସିନ୍ଦୂରର ଟିପା ଦେଇ ମଙ୍ଗଳ ମନାସିବେ। ଦୀପ ଦେଇ ବନ୍ଦାପନା କରି ଭାଇର ଦୀର୍ଘ ଜୀବନ କାମନା କରିବେ। ହେଲେ ଭାଇ କାହିଁ…..? ସତରେ କ’ଣ ଆଉ ସେ ଆସିବନି ? ତାଙ୍କ ହାତରୁ ରାକ୍ଷୀ ବାନ୍ଧିବନି ? ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ଭାଇ କଥା ମନେ ପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି […]
ନୂଆଦିଲ୍ଲୀ: ଖେଳ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଯଦି ଟିଭିରେ ପ୍ରିୟ ଖେଳାଳିମାନେ ଖେଳୁଛନ୍ତି, ତେବେ ସେମାନେ ସବୁ କିଛି ଭୁଲିଯାଇ ଖେଳ ଦେଖିବାରେ ହିଁ ମଜ୍ଜି ରୁହନ୍ତି। ଖେଳାଳିମାନେ ବ୍ୟାଟ୍କୁ ଧରି ବଲ୍କୁ ମାରିବା ପାଇଁ ଆଗକୁ ଗତି କରିବା ସମୟରେ ଦର୍ଶକମାନେ ଚାତକ ପରି ସେମାନଙ୍କୁ ଚାହିଁଥାନ୍ତି। ଠିକ୍ ସେତିକିବେଳେ ଯଦି ଖେଳାଳିଟି ଚଉକା କି ଛକା ଗୋଟେ ମାରି ଦିଏ, ତେବେ ଟିଭି ଦେଖୁଥିବା ଦର୍ଶକମାନେ ଖୁସିରେ ତାଳି ମାରିବା ସହ […]