• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

house
ସହରୀ ଗରିବଙ୍କୁ ମିଳିବ ପକ୍କା ଘର

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି।  ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯିବା ସହ ନୂଆ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ  ସହରୀ ଗରିବଙ୍କ ପାଇଁ ପକ୍କାଘର ସୁବିଧା ଯୋଗାଇ ଦେବେ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମର। ଏ ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି,  ସହରରେ ରହୁଥିବା ଗରିବଙ୍କ […]

manipur
ବିଜେପିର ସଫଳତା ପାଇଁ ବୈଜୟନ୍ତଙ୍କୁ ଧନ୍ୟବାଦ ଦେଲେ ବିରେନ୍ ସିଂ

ନୂଆଦିଲ୍ଲୀ: ମଣିପୁର ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଆୟୋଜିତ ହୋଇଯାଇଛି  ବିଜେପିର ସୁପର୍ ଶୋ। ମଣିପୁରର ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା ବିଜେପି। ଆଉ ଏହି ୪ଟି ଆସନକୁ ଅକ୍ତିଆର କରିଛି ଦଳ। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ। ଦିଲ୍ଲୀରୁ ମଣିପୁର ଆସି ବୈଜୟନ୍ତ ଦଳକୁ ସମ୍ଭାଳିଥିଲେ। ନେତାଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ଉପନିର୍ବାଚନରେ ଅଭୂତ ପୂର୍ବ […]

father daughter
ପ୍ରଶାସନ ନଶୁଣିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବାପ, ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ପ୍ରଶାସନ ଶୁଣିଲାନି କି ପୋଲିସ୍ ସାହାଯ୍ୟ କଲାନି, ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ବାପା ଓ ଝିଅ। ଏଭଳି ସମ୍ଭେଦନଶୀଳ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପରଜଙ୍ଗ ଥାନା ଅଞ୍ଚଳର ରବି ବେହେରା ଓ ଝିଅ ସବିତା ବେହେରା। ଅଭିଯୋଗ ଅନୁସାରେ, ସ୍ଥାନୀୟ ସାଆନ୍ଦା ସରବେରେଣୀ ଗାଁର ରବି ବେହେରାଙ୍କ ଘର ଓ ଜମି ଗାଁର କିଛି ଲୋକ ଜୋରଜବରଦସ୍ତ ମାଡ଼ି ବସିବାକୁ […]

state odisha
ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

ଭୁବନେଶ୍ୱର: କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରଥମେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ୱାର୍ଡ ସଂରକ୍ଷଣ କାମ କରାଯିବ। ସେହି କାମ ସରିବା ପରେ ଭୋଟର ତାଲିକା ପ୍ରସ୍ତୁତ ହେବ। ଏସବୁ କାମ କରିବାକୁ ୪ ମାସ ସମୟ ଲାଗିବ। […]

coronavirus
ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ବ୍ୟାପୁଛି କରୋନା

ୱାଶିଂଟନ: କରୋନା ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ଏହି ମହାମାରୀ ଦ୍ରୁତ ଗତିରେ ବଢୁଛି। ଏହି ସବୁ ସ୍ଥାନକୁ ଯାଇଥିବା ଲୋକେ ସୁପର୍ ସ୍ପ୍ରେଡର୍ ପାଲଟିଛନ୍ତି। ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟି ଓ ନର୍ଥେଓ୍ୱଷ୍ଟର୍ଣ୍ଣ ୟୁନିଭରସିଟିର ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକଙ୍କ ସଂପର୍କରେ ଡାଟା ସଂଗ୍ରହ କରାଯାଇଥିଲା। ସେମାନେ କେଉଁ ଜାଗାକୁ ଯାଇଥିଲେ, କେତେ ସମୟ ରହିଥିଲେ, କାହା କାହା ସଂସ୍ପର୍ଶରେ ଆସିଥିଲେ, […]

11
ନଦୀ ଉପରେ ଚାଲିଲେ ଲୋକ

ନୂଆଦିଲ୍ଲୀ: ଆପଣ ପୂର୍ବରୁ ବଡ଼ ବଡ଼ ଅଳିଆ ଗଦା ଦେଖିଥିବେ। କେବେ ଦେଖିଛନ୍ତି ଅଳିଆ ଭର୍ତ୍ତି ନଦୀ? ଯାହାର ଉପରେ ଜଣେ ବ୍ୟକ୍ତି ଚାଲିପାରିବ। ନୁହେଁ ନା। ତେବେ ଏହି ଭିଡିଓଟି ଦେଖନ୍ତୁ… ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିରେ ଜଣେ ବ୍ୟକ୍ତି ଗୋଟିଏ ନଦୀ ଉପରେ ସନ୍ତୁଳନ ରକ୍ଷା କରି ଚାଲିପାରୁଛନ୍ତି। ଏହାର କାରଣ ନଦୀଟିରେ ଏତେ ପରିମାଣର ପ୍ଲାଷ୍ଟିକ୍‌ ଜମା ହୋଇଛି ଯେ ପାଣି ମଧ୍ୟ ଦେଖାଯାଉନାହିଁ। ଯାହାଫଳରେ ବ୍ୟକ୍ତି ଜଣକ ନଦୀ […]

12
ଧୋନି କରିବେ କୁକୁଡ଼ା ଫାର୍ମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଜଗତର ପୂର୍ବତନ ସଫଳ କ୍ୟାପ୍ଟେନ୍‌ ବା କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ଏବେ କୁକୁଡ଼ା ଚାଷ କରିବା ପାଇଁ ଆଗଭର ହେଉଥିବା ଶୁଣିବାକୁ ମିଳୁଛି। ସେ ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସ୍‌ରେ କଡ଼କନାଥ ଚିକେନ୍‌ ଫାର୍ମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଝାବୁଆରେ କଡ଼କନାଥ କୁକୁଡ଼ା ଚାଷ କରୁଥିବା ଚାଷୀଙ୍କୁ ଯୋଗାଯୋଗ କରିଛନ୍ତି ଏବଂ ପାଖାପାଖି ୨ ହଜାର କୁକୁଡ଼ା ଛୁଆ ଅର୍ଡର କରିଛନ୍ତି। ମଧ୍ୟପ୍ରଦେଶର ଜଣେ କୁକୁଡ଼ା […]

coronavirus-2
କଟକ ସହରରେ ୪୬.୩୯% ଲୋକଙ୍କ ଠାରେ ବିକଶିତ ହୋଇଛି ଆଣ୍ଟିବଡି

କଟକ: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। RMRC ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ରଜଣାପଡ଼ିଛି ବୋଲି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। କଟକ ସହରରେ ମୋଟ ୨୨୭୪ ଜଣଙ୍କ ଠାରୁ ସାମ୍ପଲ ନିଆଯାଇଥିଲା। ୨୫ଟି ୱାର୍ଡରୁ ୧୬୩୪, ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ସାମ୍ପଲ ନିଆଯାଇଥିଲା। ୨୫ଟି ୱାର୍ଡରୁ ସଂଗୃହୀତ ସାମ୍ପଲରୁ ୪୧.୦୮% ଆଣ୍ଟିବଡି ବିକଶତି ହୋଇଥିବା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେହିପରି […]

businemess
ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ

ରାଉରକେଲା: ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ। ରାଉରକେଲାର ବ୍ୟବସାୟୀ ପ୍ରଦୀପ ଗତକାଲି ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି। ସେ ଏକୁଟିଆ ଘରକୁ ଫେରିଛନ୍ତି ନା ତାଙ୍କୁ କିଏ ଆଣି ଛାଡ଼ିଛି, ତାହା ସ୍ପଷ୍ଟ ହୋଇନାହିଁ। ଯାହା ଘଟଣାକୁ ଅଧିକ ରହସ୍ୟମୟ କରିଛି। ବର୍ତ୍ତମାନ ରାଉରକେଲା ସ୍ଥିତ ଘରେ ଅଛନ୍ତି ପ୍ରଦୀପ। ସୁନ୍ଦରଗଡ଼ ପୋଲିସ ପ୍ରଦୀପଙ୍କ ଘରେ ପହଞ୍ଚି ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଗତ ଶନିବାର ବ୍ୟବସାୟୀ […]

prabir
ଯୁକ୍ତ-୨ ଯାଏ ମାଗଣାରେ ପାଠ ପଢ଼ିବେ ପ୍ରବୀରଙ୍କ ଝିଅ

ଭୁବନେଶ୍ୱର: ଯୁକ୍ତି ଦୁଇ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ ଦିମ୍ବଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଝିଅ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଏନ୍ ପଟ୍ଟନାୟକ। ପ୍ରବୀରଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ପରିବାରକୁ ସମବେଦନା ଜଣାଇବା ସହିତ ଝିଅକୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଥିଲେ। ନଭେମ୍ବର ୫ ତାରିଖରେ କରୋନା ଚିକିତ୍ସା ଚାଲିଥିବା ବେଳେ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଥିଲା। […]

cuttack
କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର

କଟକ: କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର। ଜିଲ୍ଲାରେ କରୋନା ପଜିଟିଭି ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ। ଏହା ସହ କୋଭିଡ ହସ୍ପିଟାଲକୁ ମଧ୍ୟ ପରବର୍ତ୍ତୀ ସମୟରେ ବନ୍ଦ କରାଯିବ। କରୋନା ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ। ଏସ୍‌ସିବି ମେଡିକାଲରେ କୋଭିଡ ହସ୍ପିଟାଲ କର୍ଯ୍ୟକ୍ଷମ ହେବା ପରେ, କରୋନାରୁ […]

deepsikha
ଗଳାରେ ଷ୍ଟେଥୋସ୍କୋପ୍, ହାତରେ ବନ୍ଧୁକ:ଇତିହାସ ରଚିଲେ ସୀମା ସୁରକ୍ଷାରେ ମୁତୟନ କ୍ୟାପଟେନ୍ ଦୀପଶିଖା ଛେତ୍ରୀ

ସେବା ସାଙ୍ଗକୁ ସୁରକ୍ଷା । ଗଳାରେ ଷ୍ଟେଥୋସ୍କୋପ୍ ଆଉ ହାତରେ ବନ୍ଧୁକ । ସୀମା ସୁରକ୍ଷାରେ ମୁତୟନ ବୀରଙ୍ଗନା । ଇତିହାସ ରଚିଲେ କ୍ୟାପଟେନ୍ ଦୀପଶିଖା ଛେତ୍ରୀ । ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ସେ ଦେଶର ସୁରକ୍ଷା ଦାୟିତ୍ୱ ନିଭାଉଛନ୍ତି…

cbinet odisha
ରାଜ୍ୟ କ୍ୟାବିନେଟରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରେ ୨୦୨୦-୨୧ରେ ଖରିଫ ଧାନ ସଂଗ୍ରହ ପ୍ରସ୍ତାବ ସହ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମିଳିଛି ମିଞ୍ଜୁର କରାଯାଇଛି। ତା’ସହ ୨୦-୨୧ ଖରିଫ ବିପଣନ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ, ମେ ମାସରୁ ଜୁନ୍ ମାସ ମଧ୍ୟରେ ରବି ଧାନ ସଂଗ୍ରହ ଲକ୍ଷ ରଖାଯାଇଛି। […]

IMD-Malaria-Outbreak
ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏକ ପରୀକ୍ଷାମୂଳକ ପ୍ରକଳ୍ପ ହାତକୁ ନିଆଯାଇଛି। ଉଭୟ ବିଭାଗ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ମ୍ୟାରେରିଆ ବାହକ ମଶା କେଉଁ ନିର୍ଦ୍ଦିଷ୍ଟ ପାଣିପାଗ ଏବଂ ତାପାମାତ୍ରାରେ ବଂଶ ବୃଦ୍ଧି କରିଥାଏ, ଏବଂ ସେହି ପାଣିପାଗ ଦେଶର କେଉଁ ଅଞ୍ଚଳରେ କେତେ ଦିନ […]

15
ଶତ୍ରୁ ରାଷ୍ଟ୍ରରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ଗାଁକୁ ଫେରିଲେ ବିରଜୁ

ସୁନ୍ଦରଗଡ଼: ଶତ୍ରୁ ରାଷ୍ଟ୍ରରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ଭିଟାମାଟିକୁ ଫେରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ। ଆଉ କିଛି ସମୟ ପରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିବେ। ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯିବ। ସେଠାରେ ସେ ଜିଲ୍ଲା ପ୍ରଶାସନର ହେପାଜତରେ ରାତି କାଟିବେ। ଆସନ୍ତାକାଲି ସକାଳେ ଏକ ଶୋଭାଯାତ୍ରାରେ ବିରଜୁଙ୍କୁ ନିଆଯାଇ ତାଙ୍କ ନିଜ ଗାଁ କୁତ୍ରା ବ୍ଲକର କଟଙ୍ଗରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ […]

13
ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର: ମୋଦି

ବିହାର: ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର। ବିହାରରେ ଅଧିକାଂଶ ଏକ୍‌ଜିଟ୍ ପୋଲ୍ ତେଜସ୍ୱୀ ଯାଦବଙ୍କ ସପକ୍ଷରେ ମତ ଦେଇଥିବା ବେଳେ ମୋଦିଙ୍କ ଭାଷାରେ ସାଇଲେଣ୍ଟ ଭୋଟର୍ ବା ମହିଳା ଭୋଟର୍ ହିଁ ଗେମ୍ ଚେଞ୍ଜର୍‌ ହୋଇଛନ୍ତି। ତେଣୁ ଏବେ ମହିଳା ଭୋଟର୍ ଫୋକସ୍‌ରେ ରହିବେ। ଏହି କାର୍ଡ ଓଡ଼ିଶାରେ ପୂର୍ବରୁ ଅତି ସଫଳତାର ସହ ବିଜେଡି ଖେଳି ସାରିଛି। ତେବେ ମୋଦିଙ୍କ ବାର୍ତ୍ତା ପରେ ରାଜ୍ୟ ବିଜେପି ବି ବିଜେଡିର ଏହି ଭୋଟ୍‌ବ୍ୟାଙ୍କ୍ ଭାଙ୍ଗିବାକୁ ଷ୍ଟ୍ରାଟେଜି […]

asif-bishra
ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଶାଳା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ସହ କାଇ ପୋ ଚେ ସିନେମାରେ ଅଭିନୟ କରିଥିବା ଆସିଫ୍ ବାଶ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ହିମାଚଳ ପ୍ରଦେଶର ଧର୍ମଶାଳା ସ୍ଥିତ ଏକ ଗେଷ୍ଟ ହାଉସ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର କରିଛି। ତେବେ ୫୩ ବର୍ଷୀୟ ଆସିଫ୍ ବାଶ୍ରାଙ୍କ ମୃତ୍ୟୁ ହେଲା କେମିତି […]