ଜଳେଶ୍ୱର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶର ପବିତ୍ର ନଦୀରୁ ପାଣି ଯାଉଛି। ଏହିକ୍ରମରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବି ଜଳ ଓ ମାଟି ଅଯୋଧ୍ୟା ପଠାଯାଇଛି। ଆସନ୍ତା ୫ ତାରିଖରେ ରାମ ମନ୍ଦିରରେ ଭୂମି ପୂଜା ଅବସରରେ ଏହା ଲାଗିବ। ଏଥିପାଇଁ ନମସ୍ତେ ଅଯୋଧ୍ୟା ପରିବାର ପକ୍ଷରୁ ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀର ପାଣି ଓ ମାଟି ଡାକ ଯୋଗେ ପଠାଯାଇଛି। ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ […]
ବାରାଣାସୀ: ଠିକ୍ ବର୍ଷକ ତଳେ ଟ୍ରିପଲ୍ ତଲାକ୍ର କୁପ୍ରଥାକୁ ବନ୍ଦ କରିବା ପାଇଁ ମୋଦି ସରକାର ଏକ ଆଇନ୍ ପ୍ରଣୟନ କରିଥିଲେ। ପିଏମ୍ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ କିପରି ବା ଭୁଲି ପାରିବେ? ଏନେଇ ବାରାଣାସୀର ମୁସଲିମ୍ ମହିଳାମାନେ ମୋଦିଙ୍କୁ ନିଜ ଭାଇ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଦେଇଥିଲେ। ବାରାଣାସୀର ମୁସଲିମ୍ ସମ୍ପ୍ରଦାୟରେ ଥିବା ଡାଲମଣ୍ଡି ଅଞ୍ଚଳର ମୁସଲିମ୍ […]
ଭୁବନେଶ୍ୱର: ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। କେହି ମାନୁ ବା ନମାନୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଟ୍ୱିଟ୍ କରି ଏପରି କହିଛନ୍ତି ପିସିସି ସଭାପତି। ଏଥିସହିତ କରୋନାର ଗୋଷ୍ଠୀ ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ନିରଞ୍ଜନ ଟ୍ୱିଟ୍ କରିଛନ୍ତି। Community transmission of Covid-19 has already begun in Odisha, one may accept […]
ଭୁବନେଶ୍ୱର: ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି। ଉଦ୍ଘାଟନ ପରେ ରାଉରକେଲା ରାଜ୍ୟର ୩ୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ହୋଇପାରିଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବ୍ ଶୀଘ୍ର ବ୍ରହ୍ମପୁର ଓ ବୁର୍ଲାରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଉର୍କେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ କଟକ […]
ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା କରାଯାଇଛି। କରୋନା ଲକଡାଉନ୍ ଯୋଗୁ ସମସ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ଉଡ଼ାଣ ବନ୍ଦ ରହିଛି। ଅନ୍ତର୍ଜାତୀୟ ବିମାନ ସେବା ସସପେଣ୍ଡ ହେବା ଦ୍ୱାରା ଭାରତ ସରକାର ବିଦେଶରେ ଫସିଥିବା ସ୍ୱଦେଶୀଙ୍କୁ ଆଣିବା ପାଇଁ ‘ବନ୍ଦେ ଭାରତ ମିଶନ୍’ ଅଭିଯାନ […]
ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ କ୍ୱାରେଣ୍ଟିନ ଓ ୪୩ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କେବଳ ଗୋଟିଏ କ୍ୱାରେଣ୍ଟିନ ସେଣ୍ଟରରୁ ୧୮ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆସାହି, ସତ୍ୟନଗରରୁ ଓ ଭରତପୁରରୁ ୬ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ ପୋଲିସ କର୍ମଚାରୀ, ୪ ଘରୋଇ ହସ୍ପିଟାଲ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। Update on […]
ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତା ତୂଳୀରେ ଚିତ୍ର କରୁଛି। ସେହିପରି ଆସନ୍ତା ୫ ତାରିଖରେ ଭୂମି […]
ଢେଙ୍କାନାଳ: ନାବାଳିକା ଆତ୍ମହତ୍ୟା ମାମଲାର ଅଭିଯୁକ୍ତ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସୁବାସ ମୁଦୁଲିକୁ ଢେଙ୍କାନାଳ ପୋଲିସ ଆଜି ଗରିଫ କରିଛି। ସୁବାସ ଦ୍ୱାରା ଅସଦାଚରଣର ଶିକାର ହୋଇ ଆତ୍ମହତ୍ୟା କରିଥିଲେ ନାବାଳିକା। ପୋଲିସରେ ଅଭିଯୋଗ ସତ୍ତ୍ୱେ କିଛି ଫଳ ନମିଳିବାରୁ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଦୁଇ ASIଙ୍କୁ ସସ୍ପେଣ୍ଡ କରିଛନ୍ତି ଢେଙ୍କାନାଳ ଏସ୍ପି। ଅନ୍ୟପଟେ ଆଡି ପୀଡ଼ିତାଙ୍କ ପରିବାରକୁ ଭେଟିଛି ବିଜେପି। ଆଦି ଏହି ଘଟଣାରେ ତତ୍କାଳୀନ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ। ଦୀର୍ଘଦିନ ଧରି ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ରିଆ କହିଛନ୍ତି, ତାଙ୍କ ନ୍ୟାୟିକ ବ୍ୟବସ୍ଥା ଓ ଭଗବାନଙ୍କ ଉପରେ ପୂରା ଭରସା ରହିଛି। ସୁଶାନ୍ତଙ୍କ ପିତା କେକେ ସିଂହ ରିଆଙ୍କ ବିରୋଧରେ କିଛି ସାଙ୍ଘାତିକ ଅଭିଯୋଗ ଆଣି ପାଟଣା ପୋଲିସରେ ଏଫଆଇଆର୍ ଦାଖଲ କରିଥିଲେ। କିନ୍ତୁ ଏହାକୁ ନେଇ ରିଆ ଆଜି ଏକ ଭିଡିସ ଜରିଆରେ ମୁହଁ ଖୋଲିଛନ୍ତି। […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ । ଭୁବନେଶ୍ୱର ଭୀମଟାଙ୍ଗି ଫେଜ୍-୧ ଅଞ୍ଚଳର ଏକ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିଛି । ମହିଳା ଜଣକ ହେଉଛନ୍ତି ପ୍ରିୟଦର୍ଶନୀ ସାହୁ । ସ୍ୱାମୀ…
ଭୁବନେଶ୍ୱର: କରୋନା ପାଇଁ କଟକଣା ଓ ଜରିମାନାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ଏଣିକି ମାସ୍କ ନପିନ୍ଧିଲେ ୫ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବେ ଅମାନିଆ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ରାଜ୍ୟରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବାର ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିଛି ଅମାନିଆଙ୍କ ପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେବଳ ୧୦ ପ୍ରତିଶତ […]
ଭୁବନେଶ୍ୱର: ରାଜ୍ୟ ବାହାରୁ କେହି ୩ ଦିନ ପାଇଁ ଆସିଲେ କ୍ୱାରେଣ୍ଟିନ ହେବେନି। ୩ ଦିନରୁ ଅଧିକ କେହି ରହିଲେ ସେମାନଙ୍କୁ କ୍ୱାରେଣ୍ଟିନ କରାଯିବ ବୋଲି ଏସ୍ଆର୍ସି ସୂଚନା ଦେଇଛନ୍ତି। ଏଥିସହିତ ସେଲୁନ, ସ୍ପା ଆଦି ସୁରକ୍ଷା ମାନି କାର୍ଯ୍ୟ ଜାରି ରଖିପାରିବେ। ବାହାଘରରେ କୌଣସି ପରିସ୍ଥିତିରେ ୫୦ରୁ ଅଧିକ ଲୋକ ରହିବେନି। ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ରହିବେନି ବୋଲି ଏସ୍ଆର୍ସି ସୂଚନା ଦେଇଛନ୍ତି। ସେହିଭଳି ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ […]
ଭୁବନେଶ୍ୱର: କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଅଗଷ୍ଟ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ରାଜ୍ୟ ସରକାର ଲକଡାଉନ୍ ନିୟମରେ ସାମାନ୍ୟ କୋହଳ କରିବା ସହ ଚାରୋଟି ଜିଲ୍ଲା ସମେତ ରାଉରକେଲା ସହରରେ ସପ୍ତାହାନ୍ତ ସଟଡାଉନ ନେଇ ଘୋଷଣା କରିଛନ୍ତି। ଏହି ଚାରି ଜିଲ୍ଲା ହେଲେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା। ଏହି ଚାରୋଟି ଜିଲ୍ଲା ଓ ରାଉରକେଲାରେ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ୍ […]
ଭୁବନେଶ୍ୱର: କରୋନା ଭାଇରସ୍ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ କଟକଣା ଅନୁସାରେ ଅଗଷ୍ଟ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ। ଗ୍ରୁପ୍-ଏ କର୍ମଚାରୀଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ମିଶାଇ ମାତ୍ର ୫୦%ରେ ଅଫିସ କାର୍ଯ୍ୟ ଚଳାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। କ୍ରମ ବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରାକାର। ତା ସହିତ ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ […]
ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସୁସ୍ଥ ସଂଖ୍ୟା ଏବେ ୨୦,୫୧୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆଜି ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୨ ଜଣ ଅଛନ୍ତି। ସେହିପରି କଟକରୁ ସେହିପରି କଟକରୁ ୧୧୬, ଖୋର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗଡ଼ାରୁ ୩୧, […]
ଭୁବନେଶ୍ୱର: ଅନଲକ୍-ଥ୍ରୀରେ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଆତଜାତ ବନ୍ଦ ରହିବ। ହେଲେ ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା କିନ୍ତୁ ଚାଲୁ ରହିବ। ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯାଆସ କରିପାରିବେ। କଣ ବନ୍ଦ ରହିବ କଣ ଖୋଲିବ ? ସେହିଭଳି କଣ୍ଟେନମେଣ୍ଟ ଜୋନରେ ଲକ୍ଡାଉନ ସଂପୂର୍ଣ୍ଣ ଲାଗୁ ହବ। କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ, ପ୍ରସ୍ଥାନ ଉପରେ ରୋକ୍ ଜାରି ରହିବ। ଅଗଷ୍ଟ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାଇକ୍ଲିଷ୍ଟ ହେବାର ସ୍ୱପ୍ନ ଦେଖୁଥିବା ନବମ ଶ୍ରେଣୀ ଛାତ୍ର ରିୟାଜଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାସ୍ ଉପହାର ଦେଇଛନ୍ତି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଉ କିଛି ନୁହେଁ ବରଂ ରିୟାଜଙ୍କୁ ଏକ ରେସିଂ ସାଇକେଲ୍ ଉପହାର ସ୍ୱରୂପ ଦେଇଛନ୍ତି। ଏହି ଖାସ୍ ଉପହାର ପାଇବା ପରେ ରିୟାଜଙ୍କ ଖୁସି ନକହିଲେ ସରେ। ସେ ଏହି ଖାସ୍ ଉପହାର ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। President Ram Nath Kovind gifts a racing […]
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ନୋଏଡାରେ ଘଟିଛି ବଡ଼ ଦୁର୍ଘଟଣା। ନୋଏଡା ସେକ୍ଟର-୧୧ରେ ଏକ ବହୁତଳ ବିଶିଷ୍ଟ ଏକ କୋଠା ଭୁଶୁଡ଼ି ଯାଇଛି। ଏହି କୋଠା ଭୁଶୁଡ଼ିବା ଯୋଗୁ ଏହା ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ୍, ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। A building collapses in Sector-11, Noida; 4 persons rescued from the site. Rescue operation […]
ଭୁବନେଶ୍ୱର: ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଅନ୍ୟ ଉପାୟ ନ ପାଇ ଶେଷରେ ଓଟିଭି ବିରୋଧରେ ରୋଷ ଝାଡ଼ିବାକୁ ଉଦ୍ୟମ କରିଛି। ଭୁଲରେ କରୋନା ପଜିଟିଭ୍ କହି ବସ୍ତି ବାସିନ୍ଦାଙ୍କୁ ଜବରଦସ୍ତ ଘରୁ ଉଠାଇ ନେଇ ପୁଣି ନେଗେଟିଭ୍ କହି ଛାଡ଼ି ଦେଇଥିବା ଭଳି ଗୁରୁତର ଅଭିଯୋଗ ଆସିଥିଲା। ପରେ ବସ୍ତି ବାସ୍ତିନ୍ଦାଙ୍କର ଏହି ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ […]
ନୂଆଦିଲ୍ଲୀ: ଆଜି ଅଗଷ୍ଟ ୧ ତାରିଖ। ଆଜିଠାରୁ ଦେଶରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ। ଯଦି ଆପଣ ଡିଜିଟାଲ କାରବାର କରୁଥାନ୍ତି, ତେବେ ଏହି ପରିବର୍ତ୍ତନ ବିଷୟରେ ଆପଣ ନିହାତି ଜାଣି ରଖିବା ଦରକାର। ଆଜିଠାରୁ ଅନଲାଇନ ସପିଂ କଲେ ଆପଣ ଯେକୌଣସି ଉତ୍ପାଦ ବିଷୟରେ ବିଶେଷ ସୂଚନା ପାଇବେପାରିବେ। ଆଉ ଯଦି ଆପଣ ନୂଆ କାର କିମ୍ବା ବାଇକ କିଣିବାକୁ ଯାଉଛନ୍ତି ତେବେ ଆପଣ ଫାଇଦାରେ ରହିବେ। ଏଥିସହିତ ଦେଶର ଚାଷୀଙ୍କ ପାଇଁ ଖୁସି ଖବର […]
ବରଗଡ଼: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସଟ୍ଡାଉନ୍ ସମୟରେ ଜରୁରୀ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରହିବ। ଗ୍ରୋସରୀ, ପରିବା, କ୍ଷୀର ଦୋକାନ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଏବଂ ବିହନ, ସାର ଭଳି କୃଷିଜାତ ସାମଗ୍ରୀ ଦୋକାନ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ଗତକାଲି […]