Advertisment

ପ୍ରେମ ପାଇଁ ହୋଇଛି କି ଭୀମଟାଙ୍ଗୀ ହତ୍ୟାକାଣ୍ଡ?

ପ୍ରେମ ପ୍ରତାରଣାରୁ ପ୍ରଚଣ୍ଡ ପ୍ରତିଶୋଧ? ନା ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ? ଭୁବନେଶ୍ୱର ଭୀମଟାଙ୍ଗୀ ମହିଳା ହତ୍ୟାକାଣ୍ଡର କାରଣକୁ ନେଇ ଚର୍ଚ୍ଚା ଭୀମଟାଙ୍ଗୀ ଫେଜ୍ ଓ୍ୱାନରେ ରହୁଥିବା ଯାଜପୁର କୁଆଖିଆ ଅଞ୍ଚଳର ୨୬ ବର୍ଷୀୟ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ହତ୍ୟାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ମିଳିପାରିନି ସ୍ପଷ୍ଟ ଚିତ୍ର

author-image
Sarbeswar
ଅଦ୍ୟତନ ହୋଇଛି
ପ୍ରେମ ପାଇଁ ହୋଇଛି କି ଭୀମଟାଙ୍ଗୀ ହତ୍ୟାକାଣ୍ଡ?

Bhubaneswar Murder Case

ଭୁବନେଶ୍ୱର: ପ୍ରେମ ପ୍ରତାରଣାରୁ ଘଟିଛି କି ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ? ଅଭିଯୁକ୍ତ ଜଗନ୍ନାଥଙ୍କ ମାଆ ଦେଇଥିବା ବୟାନ ଏଭଳି କିଛି ଦିଗକୁ ଇଙ୍ଗିତ କରୁଛି। ଏପଟେ ଅଭିଯୁକ୍ତ, ପ୍ରିୟଙ୍କାଙ୍କୁ ହତ୍ୟା କରିବା ଲାଗି ପୁରା ଯୋଜନା କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି। ସେହିପରି ହତ୍ୟାକାଣ୍ଡ ଭିଆଇବା ପୂର୍ବରୁ ଅଭିଯୁକ୍ତ ପରିବାରର ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଛାଡିଥିବା ମେସେଜ୍ ବି ତାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି। ମାତ୍ର ପ୍ରିୟଙ୍କାଙ୍କ ପରିବାର ଘଟଣା ସଂପର୍କରେ ବିଶେଷ କିଛି କହୁନାହାନ୍ତି।

Advertisment

ପ୍ରେମ ପ୍ରତାରଣାରୁ ପ୍ରଚଣ୍ଡ ପ୍ରତିଶୋଧ? ନା ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ? ଭୁବନେଶ୍ୱର ଭୀମଟାଙ୍ଗୀ ମହିଳା ହତ୍ୟାକାଣ୍ଡର କାରଣକୁ ନେଇ ଚର୍ଚ୍ଚା। ଭୀମଟାଙ୍ଗୀ ଫେଜ୍ ଓ୍ୱାନରେ ରହୁଥିବା ଯାଜପୁର କୁଆଖିଆ ଅଞ୍ଚଳର ୨୬ ବର୍ଷୀୟ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ହତ୍ୟାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ମିଳିପାରିନି ସ୍ପଷ୍ଟ ଚିତ୍ର। ତେବେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ମାଆଙ୍କ ବୟାନ ମାମଲାରେ ଆଣିଛି ଟ୍ୱିଷ୍ଟ୍‌ ମାଆ। ସାବିତ୍ରୀ କହିଛନ୍ତି ଯେ, ବିବାହ ପୂର୍ବରୁ ପୁଅ ଜଗନ୍ନାଥ ସହ ପ୍ରିୟଙ୍କାଙ୍କର ପ୍ରେମ ସମ୍ପର୍କ ଥିଲା। ତେବେ ପ୍ରିୟଙ୍କା ଅନ୍ୟତ୍ର ବିବାହ କରିବା ପରେ ତାଙ୍କୁ ଭୁଲି ଯାଇଥିଲା ଜଗନ୍ନାଥ। ମାତ୍ର ଫେସବୁକ୍ ଓ ମୋବାଇଲ୍ ଜରିଆରେ ପ୍ରିୟଙ୍କା ପୁଣି ଜଗନ୍ନାଥଙ୍କ ସହ ଯୋଗାଯୋଗ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପୁଣି ଆତ୍ମୀୟତା ବଢିଥିଲା।

ତେବେ ସାବିତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୃତ ପ୍ରିୟଙ୍କାଙ୍କ ପରିବାର। ଝିଅ ଓ ଜ୍ୱାଇଁଙ୍କ ପରିବାର ସୁଖରେ ଚାଲୁଥିଲା। ଏଥିରେ ତୃତୀୟ ବ୍ୟକ୍ତିର କୌଣସି ଦଖଲ ନଥିବା ବେଳେ ହତ୍ୟାକାରୀ କାହିଁକି ଏଭଳି କଲା, ତାହା ସେମାନେ ଜାଣନ୍ତି ନାହିଁ ବୋଲି କହିଛନ୍ତି।

Advertisment

ଏପଟେ ପ୍ରିୟଙ୍କାକୁ ଅଭିଯୁକ୍ତ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି। ପ୍ରଥମେ ୩ ବର୍ଷର ପୁଅକୁ ମାରି ପରେ ମାଆ ପ୍ରିୟଙ୍କାକୁ ହତ୍ୟା ପାଇଁ ଅଭିଯୁକ୍ତର ଯୋଜନା ଥିଲା। ପ୍ରିୟଙ୍କା ଓ ଅଭିଯୁକ୍ତ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ସେହିପରି ଅଭିଯୁକ୍ତ ବଳପୂର୍ବକ ଘରେ ପଶିନଥିଲା ବୋଲି ଡିସିପି ସୂଚନା ଦେଇଛନ୍ତି। ତେବେ ସମ୍ପର୍କରେ ତିକ୍ତତାକୁ ନେଇ ଏହି କାଣ୍ଡ ଘଟିଥିବା ଡିସିପି କହିଛନ୍ତି। ତେଣେ ଅଭିଯୁକ୍ତ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇଥିବା ନିଜ ପରିବାରର ହ୍ୱାଟ୍ସଆପ୍‌ରେ ଗ୍ରୁପରେ ଛାଡିଥିବା ମେସେଜରୁ ସ୍ପଷ୍ଟ ହେଉଛି। ରିଙ୍କି, ଯାହାକୁ ମୁଁ ଭଲ ପାଉଥିଲି ମତେ ବରବାଦ କରିଦେଲା। ମୁଁ ମାନସିକ ଭାରସାମ୍ୟ ହରାଇ ବସିଛି, ଆଉ ଫେରିବିନି। ମୋ ପାଖରେ ଆଉ କିଛି ରାସ୍ତା ନାହିଁ, ମୋତେ କ୍ଷମା କରିଦେବ। ସେହିପରି ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ଅଭିଯୁକ୍ତର ସୁସାଇଡ ନୋଟକୁ ଜବତ କରିଛି ପୋଲିସ। ଯାହାକୁ ଅଧିକ ପରୀକ୍ଷାନିରୀକ୍ଷା ଲାଗି ଫୋରେନସିକ୍ ଲାବକୁ ପଠାଯାଇଛି। ଏଣେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଥିବା ଅଭିଯୁକ୍ତ ଏବେ ବିପଦମୁକ୍ତ ରହିଛି। ସେ ସୁସ୍ଥ ହେବା ପରେ ତାକୁ ପଚରାଉଚରା କରାଯିବ।

କେଉଁ କାରଣରୁ ଓ କେଉଁ ପରିସ୍ଥିତିରେ ଘଟିଲା ଏହି ବିଭତ୍ସକାଣ୍ଡ? ଜଗନ୍ନାଥର କୌଣସି ପ୍ରସ୍ତାବରେ ପ୍ରିୟଙ୍କା ରାଜି ନହେବାରୁ ଉତ୍ୟକ୍ତ ହୋଇ ଏଭଳି କାଣ୍ଡ କଲା କି ଅଭିଯୁକ୍ତ ? ସେହିପରି ତିନି ବର୍ଷର ଶିଶୁକୁ କାହିଁକି ମାରିବାକୁ ଚାହୁଁଥିଲା ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତ ଜଗନ୍ନାଥର ବୟାନ ଓ ପୋଲିସ ତଦନ୍ତରୁ ଏସବୁ ପ୍ରଶ୍ନର ଉତ୍ତର ମିଳିବା ଆଶା କରାଯାଉଛି।

Murder Bhubaneswar Odisha
Advertisment
Advertisment