ଦିସପୁର: ଆସାମରେ ବନ୍ୟା ବିଭୀଷିକା ଆସାମ ବନ୍ୟାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ୯୬ ବନ୍ୟଜନ୍ତୁ ପ୍ରାଣ ହରାଇଛନ୍ତି। ଏ ନେଇ ଆସାମ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟାରେ ସର୍ବାଧିକ ୭୪ ହରିଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଟି ଗଣ୍ଡା ପ୍ରାଣ ହରାଇଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନର ମୋଟ ୨୨୩ଟି କ୍ୟାମ୍ପରୁ ୫୯ଟି କ୍ୟାମ୍ପ ଜଳମଗ୍ନ ହୋଇଛି। ଏଯାଏ ୧୩୨ ଜୀବଜନ୍ତୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟା […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଚେତାବନୀ। ହଟ୍ସ୍ପଟ୍ ଜିଲ୍ଲାଗୁଡିକରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନ। କରୋନା ଭଳି ମହାମାରୀ ସମୟରେ ଏଭଳି କରିବା ନୀତିଗତ ଭୁଲ୍ ଓ ବେଆଇନ। ଯଦି କେଉଁ ହସ୍ପିଟାଲ କିମ୍ବା କ୍ଲିନିକ୍ ହଟସ୍ପଟ୍ ଜିଲ୍ଲାଗୁଡ଼ିକରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରୁନଥିବା ପ୍ରମାଣ ମିଳେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଯଦି ତଦନ୍ତକାରୀ ସଂସ୍ଥାକୁ ଏ ସମ୍ପର୍କରେ ମୁଁ ପ୍ରମାଣ ଦେଇନପାରିବି, ତେବେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି ବୋଲି ଆଜି ରିପବ୍ଲିଟ୍ ଟିଭି ଚ୍ୟାନଲେକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଭିଳି ବୟାନ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱାତ। କଙ୍ଗନା କହିଛନ୍ତି ସୁଶାନ୍ତ ମୃତ୍ୟୁ ମାମଲାରେ ସେ ଯାହା କହିଛନ୍ତି, ସେ ସବୁର ପ୍ରମାଣ ତାଙ୍କ ନିକଟରେ ରହିଛି। ଯଦି […]
ଭୁବନେଶ୍ୱର: କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଅଗ୍ନିଶମ କର୍ମଚାରୀ ପ୍ଲାଜମା ଦାନ କରିବେ।ଗୁରୁତର ଥିବା କରୋନା ରୋଗୀଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ସ୍ୱେଛାକୃତ ଭାବେ ପ୍ଲାଜମା ଦାନ କରିବେ ବୋଲି ଟ୍ୱିଟ୍ କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ଅଗ୍ନିଶମ କର୍ମଚାରୀ କଟକ ଏସସିବିରେ ପ୍ଲାଜମା ଦାନ କରିବେ ବୋଲି ଅଗ୍ନିଶମ ଡିଜି ଟ୍ୱିଟ୍ କରିଛନ୍ତି। ସଂପୃକ୍ତ ଅଗ୍ନିଶମ କର୍ମଚାରୀ କିଛି ଦିନ ତଳେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ପ୍ରକାଶଥାଉକି, ଦିଲ୍ଲୀ […]
ସଂକ୍ରମଣ ଗ୍ରାଫ୍ ଧୀମା ଦେଶରେ ଆଜି ୩୪ ହଜାର ୭୦୩ ପଜିଟିଭ ଚିହ୍ନଟ ୧୧୧ ଦିନ ଭିତରେ ଆଜି ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ଆକ୍ଟିଭ କେସ- ୪,୬୪,୩୫୭; ସୁସ୍ଥତା ହାର – ୯୭.୧୭% ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ…
ଜୟପୁର: ରାଜସ୍ଥାନ ରାଜନୀତିକୁ ନେଇ ଏବେ ନୂଆ ଅପ୍ଡେଟ୍ ଖବର ସାମ୍ନାକୁ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ୧୦୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ରାଜ୍ୟପାଳଙ୍କୁ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି। ଭାରତୀୟ ଟ୍ରାଇବାଲ୍ ପାର୍ଟି(ବିଟିପି)ର ସମର୍ଥନ ଦେବା ନେଇ ପ୍ରତିଶ୍ରୁତି ମିଳିବା ପରେ ଗେହଲୋଟ ରାଜ୍ୟପାଳଙ୍କୁ ଭେଟିଛନ୍ତି। ତେବେ ଏସମ୍ପର୍କରେ ଗେହଲଟ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି। କେବଳ ଏହା ରାଜ୍ୟପାଳଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର ଥିବା କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ସରକାରଙ୍କୁ […]
ଭୁବନେଶ୍ୱର: ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଦେଖିବାକୁ ମିଳିବ। ଫ୍ଲିପକାର୍ଟ ସାହାଯ୍ୟରେ କାରିଗର ଏହାକୁ ବିକ୍ରି କରିପାରିବେ। ଏ ନେଇ ଫ୍ଲିପ୍କାର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏବେ ଫ୍ଲିପକାର୍ଟ ଓଡ଼ିଶାର କଳା, ହସ୍ତଶିଳ୍ପ ଓ ହସ୍ତତନ୍ତକୁ ଇ-କମର୍ସ କ୍ଷେତ୍ରକୁ ଆଣି ତାକୁ ପ୍ରୋତ୍ସାହିତ କରିବ। ଫ୍ଲିପ୍କାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେଭ୍ଲପ୍ମେଂଟ୍ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ […]
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ବଡ଼ ବୟାନ ଦେଇଛି। ଭାରତରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ଓ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ବୋଲି ଆଇଏମଏ କହିଛି। ଏନେଇ ଆଇଏମଏ ହସ୍ପିଟାଲ ବୋର୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡା. ଭିକେ ମୋଙ୍ଗା କହିଛନ୍ତି, “ପ୍ରତିଦିନ ଭାରତରେ ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏହା ନିଶ୍ଚିତ ଭାବେ […]
ପୁରୀ: କୋଭିଡ୍ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଖାଦ୍ୟ ବଦଳରେ ଅଖାଦ୍ୟ। ଖାଦ୍ୟରୁ ବାହାରୁଛି ପୋକ, ଚୁଟି ଓ ରବର। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ସହରରେ ଥିବା ଏକାଧିକ କୋଭିଡ୍ କେୟାର ସେଣ୍ଟରର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ। ସେଣ୍ଟରରେ ଦିଆଯାଉଥିବା ଭାତ, ଡାଲି ଓ ତରକାରୀରୁ ପୋକ ବାହାରୁଥିବା ବେଳେ ନିମ୍ନମାନର ଖାଦ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଜି ପୁରୀ […]
ବାଲୁଗାଁ: ମାଟି ତଳେ ପୋତା ଯାଇଥିବା କିଲୋ କିଲୋ ଚିଙ୍ଗୁଡ଼ି ଖୋଳି ନେଇଗଲେ ବ୍ୟବସାୟୀ। ଜଣେ ମାଛ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂରା ମାଛ ମାର୍କେଟ୍କୁ ସିଲ୍ କରାଯାଇଥିଲା। ଏପରିକି ବ୍ଲିଚିଂ ଦେଇ ୧୦୫ କିଲୋ ଚିଙ୍ଗୁଡ଼ିକୁ ମାଟିରେ ପୋତା ଯାଇଥିଲା। ହେଲେ କିଛି ଲୋକ ସେଇ ଚିଙ୍ଗୁଡିକୁ ଖୋଳି ନେଇଯାଇଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏଭଳି କିଛି ଘଟଣା ଘଟିଛି। ସୂଚନା ଅନୁସାରେ, ଚିଲିକା ମାଛ ମାର୍କେଟ୍ରେ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଭୁବନେଶ୍ୱର ସ୍ଥିତ ଅଫିସ୍ରେ ଯୋଗ ଦେବାକୁ ଆସିଥିବା ଜଣେ ମହିଳା SI କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ, ସମ୍ପୃକ୍ତ SI ଜଣକ ୨ ଦିନ ତଳେ ଅଫିସ୍ରେ ଯୋଗ ଦେବାକୁ ଆସିଥିଲେ। ଦେହ ଖରାପ ଲାଗୁଛି ବୋଲି କହିବାରୁ ତାଙ୍କର ସ୍ୱାବ୍ ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅବକାରୀ […]
ବାଲେଶ୍ୱର: ବାଲେଶ୍ୱରରେ ଜଣେ କରୋନା ଯୋଦ୍ଧା ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ପୁଲିସ୍ ୨ଜଣଙ୍କୁ ଅଟକ ରଖିଛି। ଅଟକ ଦ୍ୱୟ ବାଲେଶ୍ୱର ଜିଲ୍ଲା କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମ୍ୟାନେଜର୍ ଓ ଫାର୍ମାସିଷ୍ଟ୍। ସୂଚନା ଅନୁସାରେ, ସମ୍ପୃକ୍ତ ମ୍ୟାନେଜର୍ ଓ ଫାର୍ମାସିଷ୍ଟ୍ ହସ୍ପିଟାଲ୍ରେ କାର୍ଯ୍ୟରତ ଜଣେ ଷ୍ଟାଫ୍ ନର୍ସଙ୍କୁ ଫୋନ୍ରେ ଅଶାଳୀନ ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ନର୍ସ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ସଙ୍କ ଅଭିଯୋଗ ପରେ ବାଲେଶ୍ୱର ସଦର ପୁଲିସ୍ ସମ୍ପୃକ୍ତ […]
କାନ୍ନାଉଜ୍: ଗୋଟିଏ ପଟେ ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଥିବାବେଳେ ଅନ୍ୟପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନ୍ନାଉଜ୍ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେ ଠାରେ ଏକ ଘରୋଇ ବସ୍ କାର୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି […]
ଟୁମକୁରୁ: କରୋନାରେ ଜଣେ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ ହୋଇଛି। କର୍ଣ୍ଣାଟକ ନାଟକ ଆକାଡେମୀ ପୁରସ୍କୃତ ୭୦ ବର୍ଷୀୟ ହୁଲିଭନ ଗଙ୍ଗାଧରଙ୍କର ଶୁକ୍ରବାର ରାତିରେ ବେଙ୍ଗାଲୁରୁରେ ବିୟୋଗ ହୋଇଛି। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତକାଲି ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ ହୁଲିଭନାରେ ସଂସ୍କାର କରାଯାଇଛି। ଗଙ୍ଗାଧରଙ୍କ ପରିବାରରେ ତାଙ୍କ ପତ୍ନୀ ୩ ଝିଅ ଓ ପୁଅ ଅଛନ୍ତି। ନିକଟରେ ଗଙ୍ଗାଧର ତାଙ୍କର ଅପକମିଂ ଟିଭି ଶୋ’ ‘ପ୍ରେମଲୋକରେ’ ଶୁଟିଂ କରିଥିଲେ। ସପ୍ତାହେ ପୂର୍ବରୁ ସେ […]
ଭୁବନେଶ୍ୱର: ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୫୫ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଭୀମା କୋରେଗାଓଁ ହିଂସା ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା କବି ତଥା ଲେଖକ ପି ବର୍ବରା ରାଓ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ତାଙ୍କୁ ସେଣ୍ଟ୍ ଜର୍ଜସ୍ ହସ୍ପିଟାଲ୍ରୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ି ଥିବାରୁ ତାଙ୍କ ପରିବାର ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ବର୍ବରା ରାଓଙ୍କୁ ସହଯୋଗ କରିବା ପାଇଁ ଦେଶବ୍ୟାପୀ କବି, ଲେଖକ, ମାନବ ଅଧିକାର ଆଇନଜୀବୀ ଏବଂ ନାଗରିକମାନେ […]
ନୂଆଦିଲ୍ଲୀ: ଏବେ ପ୍ରତିଦିନ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବରଂ ଏହା ଧୀରେ ଧୀରେ ୪୦ ହଜାର ଆଡ଼କୁ ଗତିକଲାଣି। ଆମେରିକାରେ ଦିନକୁ ୫୦ ଆକ୍ରାନ୍ତ ଚିହ୍ନଟ ହେବା ଭଳି ସ୍ଥିତି ଥିଲେ ମଧ୍ୟ ଭାରତ ମଧ୍ୟ ଏହି ଦିଗ ଆଡ଼କୁ ଗତି କରୁଛି। ଆଜି ବି ୨୪ ଘଣ୍ଟାରେ ସର୍ବାଧିକ ୩୮,୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ସେହିଭଳି […]
ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ହିନ୍ଦୁ ଦେବା ଦେବୀଙ୍କୁ ନେଇ କଟାକ୍ଷ। ଅସଂଖ୍ୟ ଜଗନ୍ନାଥ ପ୍ରେମୀ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି ଲେଖକ ତଥା ଆଇଆଇପିଏମ୍ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ। ସେ ଜଗନ୍ନାଥ ଏବଂ ଆନ୍ଧ୍ରର ତିରୁପତି ବାଲାଜୀଙ୍କୁ ନେଇ ଉପହାସ କରିଛନ୍ତି। ନିଜର ଅଫିସିଆଲ ଫେସବୁକ୍ ପୋଷ୍ଟରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି ସେ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, କୌଣସି ଭଗବାନଙ୍କୁ ପ୍ରାର୍ଥନା କଲେ କରୋନାରୁ ମୁକ୍ତି ମିଳିବନି। ପ୍ରାର୍ଥନା […]
ଭୁବନେଶ୍ୱର: ମହାମାରୀ କରୋନା ଲଢ଼େଇରେ ଓଡ଼ିଶାକୁ ସଫଳତା। ଏଣିକି ଭୁବନେଶ୍ୱର ସିପେଟ୍ରେ ହୋଇପାରିବ PPE କିଟ୍ରେ ଟେଷ୍ଟ। ନ୍ୟାସନାଲ ଆକ୍ରିଡିଟେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବରେସନ୍ ଲାବେରେଟାରିଜ୍ ବା NABL ଏନେଇ ସ୍ୱୀକୃତି ପ୍ରଦାନ କରିଛି। ସିପେଟ୍କୁ ସ୍ୱୀକୃତି ପରେ ରାଜ୍ୟର କରୋନା ବିରୋଧରେ ଯୁଦ୍ଧ ଅଧିକ ଶକ୍ତିଶାଳୀ ହେବ। ସିପେଟ୍ କୁ PPE କିଟ୍ର ଟେଷ୍ଟ ପାଇଁ ମିଳିଥିବା ଅନୁମତି ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା […]