• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଶିଷ୍ଟ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ ।

    ୯୮ ବର୍ଷ ବୟସରେ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି ।

    ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ପରଲୋକ ।

ନୂଆଦିଲ୍ଲୀ: ବିଶିଷ୍ଟ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ । ୯୮ ବର୍ଷ ବୟସରେ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ପରଲୋକ ହୋଇଥିବା ନେଇ ସୂଚନା ରହିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଦିଲ୍ଲୀପ କୁମାର ।

ହିନ୍ଦି ସିନେମାର ଟ୍ରାଜେଡି କିଙ୍ଗ୍ ଭାବେ ବେଶ୍‌ ପରିଚିତ । ୬ ଦଶନ୍ଧିର ଫିଲ୍ମ କ୍ୟାରିଅରରେ ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି ସେ । ଭାରତୀୟ ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଦିବଂଗତ ଦିଲ୍ଲୀପ କୁମାର । ବଲିଉଡ ପାଇଁ ତାଙ୍କ ବିୟୋଗ ବଡ଼ ଅପୁରଣୀୟ କ୍ଷତି ।

୧୯୪୪ରେ ଜ୍ୱାର ଭଟ୍ଟା ଫିଲ୍ମରୁ ଡେବ୍ୟୁ କରିଥିବା ବେଳେ ମୁଗଲ-ଏ ଆଜମ୍, ଗଙ୍ଗା ଯମୁନା, ମଶାଲ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ଜିତି ପାରିଥିଲା । ଦେବଦାସ, ରାମ୍ ଔର ଶ୍ୟାମ୍, କର୍ମା, ସୌଦାଗର ପ୍ରମୁଖ ଫିଲ୍ମରେ ସେ ଦର୍ଶକଙ୍କ ମନକୁ ନିଜ ଅଭିନୟ ଦ୍ୱାରା ଜିଣିପାରିଥିଲେ ।

ଲିଡର, ମଧୁମତୀ, ବିଧାତା, କ୍ରାନ୍ତି ମଧ୍ୟ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ । ୧୯୯୪ରେ ଦାଦା ସାହେବ ଫାଲକେ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ଦିଲ୍ଲୀପ କୁମାର ।

୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ଦିଲ୍ଲୀପ ଜନ୍ମ ଗ୍ରହଣ କରିଥିଲେ । ସେ ବଲିଉଡ୍ ଫିଲ୍ମ ଆକ୍ଟର ହେବା ସହ ପ୍ରଡ୍ୟୁସର ଭାବେ ମଧ୍ୟ କାମ କରିଛନ୍ତି । ତାଙ୍କ ଦ୍ୱରା ଅନେକ ବଲିଉଡ୍‌ ଚଳଚ୍ଚିତ୍ରର ପ୍ରଜୋଜକ ରହିଛନ୍ତି । ବେଷ୍ଟ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡର ପ୍ରଥମ ବିଜେତା ହେଉଛନ୍ତି ଦିଲ୍ଲୀପ କୁମାର ।