/odishatv-khabar/media/post_attachments/uploadimage/library/16_9/16_9_0/Copa_Cup_1625577148.jpg)
Copa Cup
ନୂଆଦିଲ୍ଲୀ: କୋପା ଆମେରିକା କପ୍ ଫାଇନାଲରେ ପହଞ୍ଚିଛି ବ୍ରାଜିଲ । ଲଗାତର ଦ୍ୱିତୀୟ ଥର ପାଇଁ ବ୍ରାଜିଲ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ସେମିଫାଇନାଲ ମ୍ୟାଚରେ ବ୍ରାଜିଲ ୧-୦ଗୋଲରେ ପେରୁକୁ ହରାଇଛି । ଆଜିର ମ୍ୟାଚରେ ନେମ୍ୟାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରଥମାର୍ଦ୍ଧର ୩୪ତମ ମିନିଟରେ ନେମ୍ୟାର ପେରୁର ତିନିଜଣ ଡିଫେଣ୍ଡରକୁ ମାତ ଦେଇ ଲୁକାସ ପାକୋଟାଙ୍କୁ ଏକ ଆକର୍ଷଣୀୟ ପାସ ଦେଇଥିଲେ । ଲୁକାସ ଏହାକୁ ଗୋଲରେ ପରିଣତ କରି ବ୍ରାଜିଲକୁ ୧-୦ଗୋଲରେ ଅଗ୍ରଣୀ କରିଥିଲେ । ତା’ପରଠାରୁ ପେରୁ ଟିମ୍ ପୁରା ଚାପରେ ରହିଥିଲା । ଆସନ୍ତାକାଲି ଅନ୍ୟ ଏକ ସେମିଫାଲରେ ଆର୍ଜେଣ୍ଟିନା କଲମ୍ବିଆକୁ ଭେଟିବ । ଏହି ମ୍ୟାଚର ବିଜେତା ସହ ବ୍ରାଜିଲ ଜୁଲାଇ ୧୧ରେ ଫାଇନାଲ ମ୍ୟାଚ ଖେଳିବ ।
Also Read
ଅନ୍ୟପଟେ ଏଏଫସି ମହିଳା ଏସିଆନ୍ କପ୍ ସ୍ଥାନାନ୍ତର । କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଏଫସି ମହିଳା ଏସିଆନ୍ କପକୁ ସ୍ଥାନାନ୍ତର କରାଯାଇଛି । ଏହି ମ୍ୟାଚ ଗୁଡିକ ମୁମ୍ବାଇ ଓ ପୁନେରେ ଖେଳାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଏଫସି ମହିଳା ଏସିଆନ କପ୍ ପାଇଁ ପ୍ରସ୍ତୁତି ଚାଲୁରହିଥିବା ବେଳେ ଏହାର ସ୍ଥାନାନ୍ତରଣ କରାଯାଇଛି । ଆସନ୍ତାବର୍ଷ ଜାନୁଆରୀ ୨୦ରୁ ଫେବୃଆରୀ ୬ ପର୍ଯ୍ୟନ୍ତ ଏଏଫସି ମହିଳା ଏସିଆନ୍ କପ୍ ଆୟୋଜିତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)