ଭୁବନେଶ୍ୱର : ପୁଣି ମୋବାଇଲରୁ ମୋବାଇଲ ବୁଲିଲା ମାଟ୍ରିକ୍ ପ୍ରଶ୍ନପତ୍ର। ଆଜି ଇଂରାଜୀ ବିଷୟର ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ହ୍ୱାଟ୍ସଆପ୍ରେ ଘୁରି ବୁଲିଥିଲା ପ୍ରଶ୍ନପତ୍ର। ସାହିତ୍ୟ ବିଷୟ ଭଳି ଭାଇରାଲ ହୋଇଥିବା ଇଂରାଜୀ ବିଷୟର ପ୍ରଶ୍ନପତ୍ର ବୋର୍ଡ ପ୍ରଶ୍ନପତ୍ର ସହ ମେଳ ଖାଉଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନ ବାହାରକୁ ଆସିଛି ବା ପରାକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ୍ ଯାଇଛି। ପ୍ରଶ୍ନର ଉତ୍ତର ମଧ୍ୟ ପ୍ରସ୍ତୁତ […]
କଟକ : SCB ୟୁରୋଲୋଜି ବିଭାଗୀୟ ମୁଖ୍ୟଙ୍କ ନିଲମ୍ବନ ଦାବିରେ ତେଜୁଛି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ। ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ପିଜି ଡାକ୍ତର ଛାତ୍ରଙ୍କୁ ସମର୍ଥନ ଜଣାଇ ହାଉସ ସର୍ଜନ ଓ ସିନିଅର ରେସିଡେନ୍ସ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ୧୫୦ ଜଣ ହାଉସ ସର୍ଜନ ଓ ୧୬୦ଜଣ ରେସିଡେଣ୍ଟ୍ ଡାକ୍ତର ସମୁହ ଛୁଟି ନେଇଛନ୍ତି। ସେପଟେ ଆନ୍ଦୋଳନ ଯୋଗୁଁ ମେଡିକାଲରେ ରୋଗୀ ସେବା ପ୍ରଭାବିତ ହୋଇଛି। […]
ନୂଆଦିଲ୍ଲୀ : ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ମିଛ ପରେ ମିଛ କହି ଚାଲିଛି ପାକିସ୍ତାନ। ପକ୍କା ପ୍ରମାଣ ଥାଇ ବି ପଦାରେ ପଡିଯିବା ଭୟରେ ସତ ମାନୁନି ପାକିସ୍ତାନ। ଲଢୁଆ ବିମାନ ଏଫ୍-୧୬କୁ ଭାରତ ବିରୋଧରେ ବ୍ୟବହାର କରିଥିବାର ବଳିଷ୍ଠ ପ୍ରମାଣ ଥିଲେ ବି ଏହାକୁ ମାନିବାକୁ ନାରାଜ ଇସଲାମାବାଦ୍। ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ସଫଳ ହୋଇଛି, ହେଲେ ସତ ପଦାକୁ ଆସିଯିବା ଭୟରେ ସେଠାକୁ କୌଣସି ଗଣମାଧ୍ୟମକୁ ପାକିସ୍ତାନ ଛାଡୁନି ବୋଲି ଆଜି ଏକ […]
ବଲିଉଡ଼ ନାୟିକା ଶ୍ରୀଦେବୀଙ୍କର ମୃତ୍ୟୁରେ ସମସ୍ତ ସିନେପ୍ରେମୀ ମର୍ମାହତ। ଦୁବାଇରୁ ତାଙ୍କର ମର ଶରୀର ଆସିବାକୁ ନେଇ ସମସ୍ତେ ଅନେଇ ବସିଛନ୍ତି। ମିଳିଥିବା ଖବର ଅନୁଯାୟୀ,ଆଜି ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିବ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର। ଦୁବାଇରେ ଶ୍ରୀଦେବୀଙ୍କ ମୃତଦେହ ବ୍ୟବଚ୍ଛେଦ ସରିଥିବା ବେଳେ ଆଇନଗତ ଓ ଅନ୍ୟାନ୍ୟ ପ୍ରକ୍ରିୟା ଯୋଗୁଁ ମରଶରୀର ଦୁବାଇରୁ ଆଣିବା ବିଳମ୍ବ ହେଉଛି। ଲାବ୍ ରିପୋର୍ଟ ଏବଂ ଦୁବାଇ ପୋଲିସର ତଦନ୍ତ ରିପୋର୍ଟ ଦିଆଯାଇନଥିବାରୁ ମରଶରୀର ଆସିପାରିନାହିଁ। ଶ୍ରୀଦେବୀଙ୍କ ମରଶରୀର ଭାରତକୁ ଯଥାଶୀଘ୍ର […]
ନୟାଗ଼ଡ଼ : ନୟାଗ଼ଡ଼ ରାଜସୁନାଖଳା ଗାଁରେ ବୋମାମାଡ଼। ବୋମାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାଁ ଟୁଲୁ ବାରିକ। ତାଙ୍କ ଘର ବାଣପୁର ଅଞ୍ଚଳରେ। ଟୁଲୁ ରାଜସୁନାଖଳା ଅଞ୍ଚଳରେ ଅଟୋ ଚଳାଉଥିଲେ। ତେବେ ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଟୁଲୁଙ୍କୁ ପ୍ରଥମେ ଗୁଳି କରିଥିଲ। ତେବେ ତାଙ୍କ ଦେହରେ ଗୁଳି ନବାଜିବାରୁ ପରେ ବୋମାମାଡ଼ କରି ଫେରାର ହୋଇଯାଇଥିଲ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୋମାମାଡ଼ ସନ୍ଦେହ କରାଯାଉଛି। ରାଜସୁନାଖଳା […]
ଭୁବନେଶ୍ୱର : ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ନୂଆ ଅବକାରୀ ଥାନା। ଏନେଇ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ରୂପରେଖ ପ୍ରସ୍ତୁତ ହେବ। ଏହି ଅବକାରୀ ଥାନା ରାଜ୍ୟରେ ଚୋରା ନିଶା କାରବାର ଓ ମଦ କାରବାରକୁ ରୋକିବା ପାଇଁ କାର୍ଯ୍ୟ କରିବ। ଏବେ ଅବକାରୀ ବିଭାଗ ପୋଲିସ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରୁଥିବାବେଳେ ଆଗକୁ ଏହା ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। […]
ଭୁବନେଶ୍ୱର : ଏଣିକି ସ୍କୁଲ ଛାତ୍ରୀଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପ୍କିନ୍। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଖୁସି। ଏହି ‘ଖୁସି’ ଯୋଜନା ଅଧୀନରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ମାଗଣା ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ। ଏହାଦ୍ୱାରା ରାଜ୍ୟର ୧୭ ଲକ୍ଷ ଛାତ୍ରୀ ଉପକୃତ ହେବେ ବୋଲି ସରକାର ଯୋଜନା ରଖିଛନ୍ତି। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଛାତ୍ରୀଙ୍କୁ ଏହି ଯୋଜନା ଅଧୀନରେ ନାପକିନ୍ ମିଳିବ […]
ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ। ସପ୍ତାହକ ମଧ୍ୟରେ ମଲେଣି ୧୦୦ରୁ ଅଧିକ ମଇଁଷି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ ମଧ୍ୟ ମଇଁଷି ମଡ଼କକୁ ରୋକାଯାଇ ପାରିନାହିଁ। ମୃତ ମଇଁଷିଙ୍କର ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଶବ ବ୍ୟବଚ୍ଛେଦ କରାଯାଇଛି। ମିଳିଥିବା ଖବର ଆନୁସାରେ, ଚାନ୍ଦବାଲି ଅଞ୍ଚଳରେ ପ୍ରାୟ ୨ଶହରୁ ଅଧିକ ପରିବାର ମଇଁଷି ପାଳନ କରି ପରିବାର ପ୍ରତିପୋଷଣ […]
ପାନାଜୀ: ପୁଣିଥରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ ଓ କମ୍ ରକ୍ତ ଚାପ ଜନିତ ସମସ୍ୟା ନେଇ ରବିବାର ଦିନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଡ଼ିହାଇଡ଼୍ରେସନ ଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାଲାଗି ଉପଦେଶ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ସୂଚନାଥାଉ କି, ଫେବୃଆରୀ ୧୫ରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା […]
ଭୁବନେଶ୍ୱର: ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହେବାପରେ ଆଜି ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। ସକାଳ ୧୦.୫୧ରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାର ସୂଚନା ମିଳିଛି। ୧୦ଟା ୫୧ରେ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ବୋର୍ଡର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଛି ବୋଲି ଜଣାପଡ଼ିଛି। ତେବେ କେଉଁ ଅଞ୍ଚଳରୁ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ତାହା ଏଯାଏଁ ଜଣାପଡ଼ିନି।
ନୂଆଦିଲ୍ଲୀ : ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତିଙ୍କୁ ସମ୍ମାନଜନକ ଭାବା ଆଣବିକ ଗବେଷଣା କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଡକ୍ଟର ମହାନ୍ତିଙ୍କ ନିଯୁକ୍ତି ନେଇ ନିଯୁକ୍ତ ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଏହି ନିଷ୍ପତ୍ତି ନେଇଛି। ଅଜିତ୍ ମହାନ୍ତି ତିନି ବର୍ଷ ପାଇଁ ମୁମ୍ବାଇ ସ୍ଥିତ ଏହି ଗବେଷଣା କେନ୍ଦ୍ରର ଦାୟିତ୍ୱରେ ରହିବେ। ସେ ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ର ଫିଜିକ୍ସ ବିଭାଗ ଓ କୋଲକାତା ସ୍ଥିତ ସାହା ଇନଷ୍ଟିଟ୍ୟୁଟ୍ ଅଫ୍ […]
ଭୁବନେଶ୍ୱର: ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ୍ ଆଣ୍ଡ ଆର୍ଟ ଅନୁଷ୍ଠାନ ପକ୍ଷରୁ ଶ୍ରୀଦେବୀଙ୍କ ସୁନ୍ଦର ବାଲୁକା ଚିତ୍ର କରାଯାଇ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। Tribute to one of the brightest star of Indian cinema #Sridevi . My SandArt at Puri beach in Odisha with message "We […]
ପାରାଦୀପ: ପାରାଦୀପରେ ବାର୍ଡ ଫ୍ଲୁ ବ୍ୟାପିବା ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ଦୁଇ ଶହ କୁକୁଡା ସହ ବହୁ ଅଣ୍ଡା ମାଟିରେ ପୋତାଯାଇଛି। କାଉ ଓ କୁକୁଡା ମଡକ ପରେ ରକ୍ତ ନମୁନା ସଂଗ୍ରହ କରାଯାଇ ଭୋପାଳ ପରୀକ୍ଷାଗାର ପଠାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଛନକା ପଶିଛି। ଅନ୍ୟପକ୍ଷରେ, ବାର୍ଡ ଫ୍ଲୁକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। […]
ଭୁବନେଶ୍ୱର: ଆଗାମୀ ରାଜ୍ୟସଭା ନିର୍ବାଚନ ନେଇ କାର୍ଡ ଖୋଲିଲା ବିଜେଡି। ଓଡ଼ିଶାରୁ ଖାଲି ପଡୁଥିବା ୩ଟି ସିଟ୍ ଲାଗି ବିଜେଡି ରାଜନୈତିକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ। ଆଜି ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଠିକ୍ ସମୟରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ସେହିପରି ବିଜେପୁର ଉପ ନିର୍ବାଚନରେ ବୃହତ୍ତ ବ୍ୟବଧାନ ବିଜୟ ନେଇ ଆଶାବାଦୀ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସଭା ନିର୍ବାଚନ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ […]
ବରଗଡ଼: ଗତକାଲି ବିଜେପୁର ଉପ-ନିର୍ବାଚନ ପାଇଁ ମତଦାନ ସରିବା ପରେ ଇଭିଏମ୍ ଭିତରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ପରେ ଇଭିଏମ୍ ଗୁଡିକୁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ହୋଇଥିବା କାଉଣ୍ଟିଂ ସେଣ୍ଟରକୁ ନିଆଯାଇଛି। ଏକ କଂପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କଡ଼ା ପହରା ଭିତରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ ଗୁଡିକୁ ରଖାଯାଇଛି। ଆସନ୍ତା ବୁଧବାରରେ ଭୋଟ ଗଣତି ହେବାକୁ ଥିବାବେଳେ ଫଳାଫଳ ମଧ୍ୟ ସେହିଦିନ ଘୋଷଣା କରାଯିବ। ବିଜେପୁର, ଗାଇସିଲାଟ ଓ ବରପାଲି ବ୍ଲକ ଓ […]
ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ବିଜ୍ଞାନ ଦିବସ ହୋଇଥିବାରୁ ମୋଦି କହିଛନ୍ତି, ମାନବ ସମାଜର ମଙ୍ଗଳ ପାଇଁ ବିଜ୍ଞାନର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯୁବପୀଢ଼ି ସତ୍ୟ ଓ ଜ୍ଞାନର ଅନ୍ୱେଷଣରେ ପ୍ରେରିତ ହୁଅନ୍ତୁ। ଯୁବ ପୀଢ଼ି ବିଜ୍ଞାନର ସହାୟତାରେ ସମାଜର ସେବା କରିପାରିବେ। ମୋଦି ଆହୁରି ମଧ୍ୟ କହିଛନ୍ତି, ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଭାରତ ପଡ଼ୋଶୀଙ୍କୁ ସହଯୋଗ କରୁଛି। ଗୋବର ଓ ଆବର୍ଜନାର […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସ୍ ତନାଘନା ଚଲାଇଛି। ପ୍ରାଥମିକ ତଦନ୍ତରୁ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। ତାଙ୍କ ନାଁ ଆର.କେ. ଶର୍ମା। ଏହି ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ପାଇଁ ପୋଲିସ୍ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ପଚରାଉଚରା ଆରମ୍ଭ କରିଦେଇଛି। ଏହି ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କ ମୃତ୍ୟୁ ଘଟିଛି। ସୌମ୍ୟଙ୍କ ପତ୍ନୀ ରୀନା ରାଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଆଜି ବୁର୍ଲାରୁ କଟକ ବଡ଼ ଡାକ୍ତରଖାନାକୁ […]
ଭୁବନେଶ୍ୱର: ସୁପର ସଣ୍ଡେରେ ଇଣ୍ଡିଆନ୍ ସୁପରଲିଗ୍ (ଆଇଏସଏଲ)ର ସୁପର ମ୍ୟାଚ୍। ସାମ୍ନା ସାମ୍ନି ହେବେ ଦୁଇ ଷ୍ଟିଲ୍ ଡର୍ବି ଟିମ୍ ଜାମସେଦପୁର ଫୁଟବଲ କ୍ଲବ ଏବଂ ବେଙ୍ଗାଲୁରୁ ଫୁଟବଲ କ୍ଲବ। କଳିଙ୍ଗ ଷ୍ଟାଡ଼ିୟମ ଜାମସେଦପୁରର ନୂଆକରି ହୋମ ଟର୍ଫ ହୋଇଛି। ପୂର୍ବରୁ ଆଏସ୍ଏଲ୍ରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଲିଗ ମ୍ୟାଚରେ ଜାମସେଦପୁର ୧-୦ ଗୋଲରେ ବିଜୟୀ ହୋଇଥିଲା। ତାର ପ୍ରତିଶୋଧ ନେବାକୁ ଆଜି ଚେଷ୍ଟା କରିବ ବେଙ୍ଗାଲୁରୁ । ଜାମସେଦପୁର ବର୍ତ୍ତମାନ ସୁଦ୍ଧା […]