ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଏକ ମନି ଲଣ୍ଡରିଂ ମାମଲାରେ ଚେନ୍ନାଇ ଏୟାରପୋର୍ଟରୁ ଗିରଫ କରିଛି। ଆଇଏନଏକ୍ସ ମିଡ଼ିଆ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ଲଣ୍ଡନରୁ ଫେରିବା ପରେ କାର୍ତ୍ତିଙ୍କୁ ସିବିଆଇ ସଙ୍ଗେ ସଙ୍ଗେ ଗିରଫ କରିବା ସହ ହେପାଜତକୁ ନେଇଥିଲା ବୋଲି ସୂଚନା ମିଳିଛି। ଆଏନଏକ୍ସ ମିଡ଼ିଆକୁ ବିଦେଶୀ ନିବେଶ ମଞ୍ଜୁରୀ ପ୍ରଦାନ କରିବା ଲାଗି […]
ଚେନ୍ନାଇ: କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ତାମିଲନାଡ଼ୁର କାଞ୍ଚିପୁରମ୍ ଠାରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୬୯ତମ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ ଜୟେନ୍ଦ୍ର ସରସ୍ୱତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁ ନଥିଲା। ୧୯୫୪ରେ ଜୟେନ୍ଦ୍ର ସରସ୍ୱତୀ ଶଙ୍କରାଚାର୍ଯ୍ୟ ହୋଇଥିଲେ। ୧୯୯୪ ମସିହାରେ ତାଙ୍କୁ କାଞ୍ଚି ମଠର ପ୍ରମୁଖ କରାଯାଇଥିଲା। […]
କେନ୍ଦ୍ରାପଡ଼ା: ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଆଳିରେ କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା ଆରମ୍ଭ ହୋଇଛି। ଗତକାଲି ଅପରାହ୍ଣରେ କ୍ରାଇମବ୍ରାଞ୍ଚ ସାଇବର ସେଲର ଦୁଇଜଣିଆ ଟିମ୍ ଆଳିରେ ପହଞ୍ଚି ଆଳିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ତଦନ୍ତ କରିଛି। ପ୍ରଶ୍ନପତ୍ର ରଖାଯାଉଥିବା ନୋଡାଲ ସେଣ୍ଟରକୁ ଯାଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସୂଚନାଥାଉ କି, ଗତ ୨୩ ତାରିଖରେ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର ପ୍ରାୟ ଘଣ୍ଟାଏ ପରେ ଏହି […]
ବରଗଡ଼: ଆଜି ବିଜେପୁର ଉପନିର୍ବାଚନ ଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ପଦ୍ମପୁର ଅଞ୍ଚଳ କଲେଜରେ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଛି। ତେବେ ମଧ୍ୟାହ୍ନ ସୁଦ୍ଧା ଜନାଦେଶ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। ୧୪ଟି ଟେବୁଲରେ ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ଗଣତି ବେଳେ ୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବେ। EVMରେ ସିଲ୍ ହୋଇରହିଛି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ। ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ବିଜୟ ପାଇଁ ଦୃଢ […]
ବଲାଙ୍ଗିର : କେମିତି ଖୋଲିବ ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟ? କିଏ ସେ ମୃତ୍ୟୁର ପ୍ରେରକ? ଘଟଣାର ୫ ଦିନ ପରେ ବି ଥଳକୂଳ ପାଉନି ବଲାଙ୍ଗିର ପୋଲିସ୍। ତଦନ୍ତ ପାଇଁ ରାୟପୁର ଯାଇଥିବା ବଲାଙ୍ଗିର ପୋଲିସ୍ର ଟିମ୍ କେବଳ କୋରିୟର ଆସିଥିବା ସ୍କାଏ କିଂ ଶାଖାରେ ଚକ୍କର ଲଗାଇଥିଲେ ମଧ୍ୟ କିଛି ପକ୍କା ସୁରାକ୍ ପାଇ ନଥିବା ଜଣାପଡ଼ିଛି। କାରଣ ଏଯାଏଜଣାପଡ଼ିନି କୋରିୟରର ପ୍ରେରକ ଆର୍.କେ. ଶର୍ମା ନାଁ ଅସଲି ନା ନକଲି। କୋରିୟର ପଠାଇଥିବା […]
ଭୁବନେଶ୍ୱର : ରାତି ପାହିଲେ ଆସିବ ବିଜେପୁର ଫୈସଲା। ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି। ପରସ୍ପରକୁ ମାତ୍ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତ, କିଏ ୨୦ ହଜାର। ପୁଣି କିଏ ୧୦ ହଜାର ଭୋଟର ବିଜୟ ତିଳକ ଆଶା କରୁଛନ୍ତି। ହେଲେ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତା କିନ୍ତୁ ବିଜୟ ବ୍ୟବଧାନର ପରସଂଖ୍ୟାନକୁ ନେଇ ମୁହଁରେ […]
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ଜୋରଦାର ତନାଘନା ଜାରି ରଖିଛି ପୋଲିସ। ବଲାଙ୍ଗିର ଜିଲ୍ଲା ପୋଲିସର ଦୁଇଟି ଟିମ୍ ରାୟପୁର ସମେତ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଛନ୍ତି। ତେବେ ଏହି ବିସ୍ଫୋରଣର ଏକମାତ୍ର ସାକ୍ଷୀ ତଥା ମୃତ ସୌମ୍ୟଶେଖରଙ୍କ ନବବିବାହିତା ପତ୍ନୀ ରୀନାଙ୍କ ବୟାନ୍ ରେକର୍ଡ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି। ବର୍ତ୍ତମାନ ସେ ଏସସିବିରେ ଚିକିତ୍ସାଧିନ ଥିବାବେଳେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ତାଙ୍କ ବୟାନ ରେକର୍ଡ […]
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆନନ୍ଦ ଭବନ ମ୍ୟୁଜିୟମ ଓ ଲର୍ଣିଂ ସେଣ୍ଟର ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ମାର୍ଚ୍ଚ ୧୭ କିମ୍ବା ୧୮ରେ ଓଡ଼ିଶା ଆସିପାରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକରେ ଅବସ୍ଥିତ ବିଜୁବାବୁଙ୍କ ପୈତୃକ ଘର ‘ଆନନ୍ଦ ଭବନ’କୁ ତାଙ୍କରି ସ୍ମୃତିରେ ଏକ ସଂଗ୍ରହାଳୟ ତଥା ଲର୍ଣ୍ଣିଂ ସେଣ୍ଟରରେ ପରିଣତ କରାଯାଇଛି। ଓଡ଼ିଶା ଆସୁଥିବା […]
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୬ରେ ଆରମ୍ଭ ହେବାକୁ ଥିବା ମିଳିତ ନୌ-ସମରାଭ୍ୟାସ ‘ମିଲନ’ ରେ ମାଳଦୀପ ଅଂଶଗ୍ରହଣ କରିବ ନାହିଁ। ଏନେଇ ନାଭି ଚିଫ୍ ଆଡ଼ମିରାଲ ସୁନୀଲ ଲାନବା ମଙ୍ଗଳବାର ସୂଚନା ଦେଇଛନ୍ତି। ନୌ-ସମରାଭ୍ୟାସରେ ଅଂଶଗ୍ରହଣ ନକରିବା ପଛରେ କାରଣ କ’ଣ ସେନେଇ ମାଳଦୀପ କୌଣସି ସୂଚନା ପ୍ରଦାନ କରିନାହିଁ ବୋଲି ଲାନବା କହିଛନ୍ତି। ଅନ୍ୟପକ୍ଷରେ ଏହି ମିଳିତ ସମରାଭ୍ୟାସରେ ୧୬ଟି ଦେଶ ଭାଗ ନେବେ ବୋଲି ସମତି ପ୍ରକାଶ କରିଛନ୍ତି। ଦ୍ୱିବାର୍ଷିକ ମିଳିତ ନୌ-ସମରାଭ୍ୟାସ ‘ମିଲନ’ […]
ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ପରେ ବର୍ତ୍ତମାନ ପ୍ଲସ୍ ଟୁ ପରୀକ୍ଷାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ପରୀକ୍ଷାକୁ ଅବାଧ ଓ ସ୍ବଚ୍ଛ କରିବାକୁ CHSE ଆଗୁଆ ପଦକ୍ଷେପ ଗ୍ରହଣ କରିଛି। ସବୁ +୨ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟଣ୍ଡେଣ୍ଟଙ୍କୁ ଅଧ୍ୟକ୍ଷଙ୍କ ଚିଠି। ହଲକୁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ନେବାକୁ ପରୀକ୍ଷାର୍ଥୀ, ନିରୀକ୍ଷକ ଓ ଅନ୍ୟ ଷ୍ଟାଫଙ୍କୁ ବାରଣ କରଯାଇଛି। ଷ୍ଟାଫଙ୍କ ମୋବାଇଲକୁ ଗୋଟିଏ ରୁମରେ ଗଚ୍ଛିତ ରଖାଯିବ। ତେବେ ପରୀକ୍ଷା କେନ୍ଦ୍ରର ଅଧିକ୍ଷକଙ୍କୁ କେବଳ ମୋବାଇଲ […]
ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ମାତିଲା ଲାଲବାହିନୀ। ଛତିଶଗଡ଼ ସୁକମା ଜିଲ୍ଲା ଭଟିଗୁଡ଼ାରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି। ଘରୁ ଟେକିନେଇ ଜଙ୍ଗଲ ଭିତରେ ସଂପୃକ୍ତ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର ପ୍ରକୃତ କାରଣ କଣ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ୍ ଇନଫରମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ଦିନ ତଳୁ ମାଓବାଦୀ ସଂପୃକ୍ତ ବ୍ୟକ୍ତିଙ୍କୁ ଅପହରଣ କରିନେଇଥିଲେ। ଆଉ […]
ନୂଆଦିଲ୍ଲୀ : ଘୋଷଣା ହୋଇଛି ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ। ଏହା ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ୭ଟି ପର୍ଯ୍ୟାୟରେ ସପ୍ତଦଶ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ହେବ ମତଦାନ। ଏପ୍ରିଲ ୧୮ତାରିଖରେ ଦ୍ୱିତୀୟ ଏବଂ ୨୩ ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ସେହିଭଳି […]
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭ ନହେଉଣୁ ବଢ଼ିଲାଣି ତାତି। ଆଗକୁ ପାରଦ ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବର୍ତ୍ତମାନ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ତାତି ବଢିବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି । କେବଳ ସେତିକି ନୁହେଁ, ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।
ନୂଆଦିଲ୍ଲୀ: ମେଘାଳୟ ଓ ନାଗାଲାଣ୍ଡ ଏହି ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ଭୋଟଗ୍ରହଣ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ୬୦ ଆସନ ବିଶିଷ୍ଟ ମେଘାଳୟ ଓ ନାଗାଲାଣ୍ଡରେ ୫୯ଟି ଆସନ ପାଇଁ ମତଦାନ ହେଉଛି। ଆସାମ, ମଣିପୁର ଓ ଅରୁଣାଚଳ ପ୍ରଦେଶରେ ସରକାର ଗଢିବା ପରେ ବିଜେପି ଏହି ଦୁଇ ରାଜ୍ୟକୁ ବି ଦଖଲ କରିବାକୁ ସ୍ବତନ୍ତ୍ର ରଣନୀତି କରିଛି। ନାଗାଲାଣ୍ଡରେ ନାସନାଲିଷ୍ଟ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ଆକ୍ରମଣର ଶିକାର ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଗଡବାନ୍ଧଗଡା ବାସିନ୍ଦା ସୁନୀଲ ଚକ୍ର। ଆକ୍ରମଣରେ ସୁନୀଲଙ୍କ ହାତ ଓ ଡାହାଣ ଗୋଡ ସହ ଶରୀରରେ ଗଭୀର ଅଘାତ ହୋଇଛି। ଆକ୍ରମଣ ପଛରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ତଥା ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କ ସମ୍ପୃକ୍ତି ଥିବା ନେଇ ସୁନୀଲ […]
ନୂଆଦିଲ୍ଲୀ : ଦେଶର ସୁରକ୍ଷାରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା CISFର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସ୍ୱତନ୍ତ୍ର ଭାରତର ସ୍ୱପ୍ନ ପୂରଣରେ ସିଆଇଏସଏଫ୍ ସବୁବେଳେ ନିଜ ଗୁରୁ ଦ୍ୱାୟିତ୍ୱ ନିର୍ବାହ କରିଆସିଛି। CISFର ୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶ ଗାଜିଆବାଦ ସ୍ଥିତ ଇନ୍ଦିରାପୁରମରେ ଆୟୋଜିତ ସମାରୋହରେ ଯବାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସିଆଇଏସଏଫର ୫ମ ବାଟାଲିୟନ କ୍ୟାମ୍ପରେ ଯବାନଙ୍କୁ […]
ଭୁବନେଶ୍ୱର: ଆସନ୍ତା ୫ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ। ଏହି ବାଣିଜ୍ୟ ମେଳାରେ ରାଜ୍ୟ ସହିତ ବିଦେଶର ଶିଳ୍ପସଂସ୍ଥା ମାନେ ଯୋଗଦେବେ। ଚଳିତ ବର୍ଷ ପ୍ରଥମ କରି ଇରାନ, ବାଂଲାଦେଶ ଓ ଦକ୍ଷିଣ କୋରିଆ ପ୍ରଭୁତି ଦେଶରୁ ପ୍ରାୟ ୨୯ ଟି ଶିଳ୍ପସଂସ୍ଥା ଯୋଗଦେବେ। ପ୍ରାୟ ୩୫୦ ଟି ଷ୍ଟଲରେ ଶିଳ୍ପୋଦ୍ୟୋଗୀ ମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ। ତେବେ ଚଳିତବର୍ଷ ଖାଦ୍ୟ ପ୍ରକ୍ରିୟାକରଣ […]
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ ଗଣଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁଇଟି ଶିକ୍ଷା ଜିଲ୍ଲାର ୫ ଜଣଙ୍କୁ ପରୀକ୍ଷା ଡ୍ୟୁଟିରୁ ଅନ୍ତର କରାଯାଇଛି। ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ୩ ଜଣଙ୍କୁ ପରୀକ୍ଷା ଦାୟିତ୍ୱରୁ ଅନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ମୁଣ୍ଡୁରୀବେଡ଼ା ହାଇସ୍କୁଲ ସେଣ୍ଟର ଅଧିକ୍ଷକ ଓ ଅନ୍ୟ ୨ଜଣ ଶିକ୍ଷକ। ପରିଚାଳନାଗତ ତ୍ରୁଟି ଯୋଗୁଁ ସେମାନଙ୍କୁ ଅନ୍ତର କରାଯାଇଥିବା ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଗଞ୍ଜାମ ଶିକ୍ଷା […]
ଇଥିଓପିଆ : ଇଥିଓପିଆରେ ଭୟାବହ ବିମାନ ଦୁର୍ଘଟଣା। ଇଥିଓପିଆ ଏୟାରଲାଇନସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ ବିମାନ କର୍ମଚାରୀ ଥିଲେ। ଇଥିଓପିଆର ବୋଲେ ଇଣ୍ଟରନେସନାଲ ବିମାନବନ୍ଦରରୁ ବୋଇଂ ୭୩୭ଟି ବିମାନ କେନିଆ ଅଭିମୁଖେ ଆଜି ସକାଳେ ନିୟମିତ ଉଡାଣ ଆରମ୍ଭ କରିଥିଲା। କିନ୍ତୁ ମାତ୍ର ୬ମିନିଟ୍ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡି ନାହିଁ। ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ […]
ପାରାଦୀପ: ବାର୍ଡ଼ ଫ୍ଲୁ ସଂକ୍ରମଣର ଅନୁଧ୍ୟାନ ପାଇଁ ପାରାଦୀପରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ।କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଏକ ୪ ଜଣିଆ ଟିମ୍ ପାରାଦୀପରେ ପହଞ୍ଚି ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ମିଳିତ ଭାବେ ଆଲୋଚନା କରିବା ପରେ ସଂକ୍ରମିତ ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ବାର୍ଡ ଫ୍ଲୁ କିପରି ସଂକ୍ରମିତ ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳକୁ ନବ୍ୟାପିବ, ସେନେଇ ଜିଲ୍ଲା ପ୍ରଶାସନ କି କି ପଦକ୍ଷେପ ସବୁ ଗ୍ରହଣ କରିଛି, ସେ […]
ଯାଜପୁର/ଭୁବନେଶ୍ୱର : ଯାଜପୁର ଜିଲ୍ଲା ବାଣପୁର ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ନିତ୍ୟାନନ୍ଦ ଜେନାଙ୍କ ୬ ବଖରା ପାଉଁଶ ହୋଇଯାଇଥିବା ବେଳେ ଯୁକ୍ତ ଦୁଇରେ ପଢ଼ୁଥିବା ଝିଅ ସ୍ମିତାରାଣୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଛାତ୍ରୀ ଜଣକ ଘର ଭିତରେ ଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ଘଟଣାର ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘର ଭିତରୁ ସ୍ମିତାରାଣୀଙ୍କ ଦର ପୋଡ଼ା ମୃତଦେହ ଉଦ୍ଧାର କରିଥିଲା। ଏହାକୁ ପରିବାରରେ ଶୋକର […]
ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବେ ଜଗା କାଳିଆ। ଏଥିପାଇଁ ଆରମ୍ଭ ହୋଇଛି ଆରମ୍ଭ। ଓଡ଼ିଶାରୁ ଯାଇଥିବା ୫ଜଣିଆ ଡାକ୍ତରୀ ଦଳ ଆଜି ଦିଲ୍ଲୀ AIIMSକୁ ଯାଇ ଆଲୋଚନା କରିଛନ୍ତି। ଦିଲ୍ଲୀ AIIMSର ନ୍ୟୁରୋ ସାଇନ୍ସ ମୁଖ୍ୟ ଦୀପକ ଗୁପ୍ତାଙ୍କ ସହ ଆଲୋଚନା କରିଥିଲେ ଏହି ଟିମ୍। ତେବେ ଏହି ଡାକ୍ତରୀ ଟିମ୍ ଆଲୋଚନା ସଂପର୍କୀତ ରିପୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦେବେ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଜଗା […]
ମୁମ୍ବାଇ : ଦେଶର ସବୁଠୁ ବଡ଼ ବ୍ୟବସାୟୀ ମୁକେଶ ଓ ନୀତା ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ଆଜି ବାହାଘର। ହୀରା ବ୍ୟବସାୟୀ ରସେଲ୍ ମେହେଟ୍ଟାଙ୍କ ଝିଅ ଶ୍ଲୋକା ମେହେଟାଙ୍କୁ ବିବାହ କରୁଛନ୍ତି ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ। ପ୍ରତିଷ୍ଠିତ ହୀରା ବ୍ୟବସାୟୀ ତଥା ରୋଜି ବ୍ଲୁ ଡାଇମଣ୍ଡସର ମାଲିକ ରସେଲ ମେହେଟ୍ଟାଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କୁ ଜୀବନସାଥୀ ବାଛିଛନ୍ତି ଆକାଶ। ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହେଉଛି ଉଭୟଙ୍କ […]