ନୂଆଦିଲ୍ଲୀ: ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ୍। ମେ ୧୨ରେ କର୍ଣ୍ଣାଟକର ସମସ୍ତ ୨୨୪ଟି ବିଧାନସଭା କ୍ଷେତ୍ର ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମେ ୧୫ରେ ସମସ୍ତ ଆସନ ପାଇଁ ଭୋଟ ଗଣତି ହେବ। ତେବେ ଏହାପୂର୍ବରୁ ନାମାଙ୍କନ ଦାଖଲ ପାଇଁ ଏପ୍ରିଲ ୨୪ ଶେଷ ତାରିଖ ରହିଛି। ସମସ୍ତ ବୁଥରେ EVM ସହ […]
ଭୁବନେଶ୍ୱର: ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ଅଟକ ଥିବା ଯୁବତୀଙ୍କୁ ଆଜି ଜେରା ପରେ ପୋଲିସ ଛାଡିଦେଇଛି। ଏଥିସହ ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଛାଡ଼ିଲା ପୋଲିସ। ଗତକାଲି ଏହି ହତ୍ୟା ମାମଲାରେ ପଦାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ଉନ୍ମୟଙ୍କୁ ଜୀବନ୍ତ ପୋଡି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା। ତେବେ ଏଯାଏ ପୋଲିସ ଏହି ହତ୍ୟାକାଣ୍ଡ ଉପରୁ ସସ୍ପେନ୍ସ ଉଠାଇ ପାରିନାହିଁ। ଗତ ବୁଧବାର ଦିନ […]
ଭଦ୍ରକ: ରାମ ନବମୀ ପାଇଁ ଭଦ୍ରକ ସହର ସହ ଆଖପାଖରେ ଲାଗୁ ହୋଇଥିବା ୧୪୪ ଧାରା ସମ୍ପୂର୍ଣ୍ଣ ହଟିଲା। ଏନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ। ରାମନବମୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଗତ ୧୭ ତାରିଖ ସଂଧ୍ୟାରୁ ୧୪୪ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ଏଥିସହ ପୋଲିସ ଛାଉଣୀରେ ପରିଣତ ହୋଇଥିଲା ଭଦ୍ରକ ସହର। ଏମିତିକି ୨୪ତାରିଖ ସନ୍ଧ୍ୟାରୁ ୪୮ ଘଣ୍ଟା ପାଇଁ ମଧ୍ୟ ସାରା ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଥିଲା ପ୍ରଶାସନ। […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ମଦ ବିକ୍ରି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିୟର ବିକ୍ରି ୨୧.୧୩ ପ୍ରତିଶତ ବଢ଼ିଛି। ବିଧାନସଭାରେ କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। କେବଳ ବିୟର ବିକ୍ରି ନୁହେଁ, ବିଦେଶୀ ମଦ ବିକ୍ରି ମଧ୍ୟ ବିଗତ ବର୍ଷ ତୁଳନାରେ ୨.୮୬ ପ୍ରତିଶତ ବଢ଼ିଛି। ଦେଶୀ ମଦ ବିକ୍ରି ବଢ଼ିଛି ୬.୮୫ ପ୍ରତିଶତ। ଗତବର୍ଷ ଦେଶୀ ମଦ ବିକ୍ରି ପୂର୍ବବର୍ଷ ତୁଳନାରେ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣାର ପ୍ରତିବାଦ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କାମାକ୍ଷାନଗର ହନୁମାନ ବଜାରଠାରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ଅବରୋଧ ଫଳରେ ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତାରେ ଗାଡି ଚଳାଚଳରେ ବାଧା ଉପୁଜିଛି। ଏପଟେ ଏହି ଘଟଣା ନେଇ ପୋଲିସ ତନାଘନା ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା […]
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀର ଏକ ହୋଟେଲ୍ ରୁମରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ଗୋପାଳ ଦାସଗୁପ୍ତା ଏବଂ ସେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ ତପନ ଦାସଗୁପ୍ତାଙ୍କ ଭାଇ ବୋଲି କୁହାଯାଉଛି। ମୃତକ ଗୋପାଳ ଦାସଗୁପ୍ତା ସେହି ହୋଟେଲରେ ରବିବାର ଠାରୁ ରୁମ୍ ବୁକ୍ କରି ଏକୁଟିଆ ରହୁଥିଲେ। ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ ପୋଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନରେ ରଣନୀତି ନେଇ ଅଲୋଚନା ହୋଇଛି। ଏଥିରେ ୩୧ଟି ସାଂଗଠନିକ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। କେବଳ ପ୍ରଫୁଲ୍ଲ ମଲ୍ଲିକ ଓ ସଞ୍ଜୟ ଦାସବର୍ମା ବୈଠକରେ ଅନୁପସ୍ଥିତ ଥିଲେ। ଆଗାମୀ ନିର୍ବାଚନରେ ପ୍ରଚାର ପାଇଁ କିଭଳି ହ୍ୱାଟ୍ସଆପ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର କରାଯାଇପାରିବ, ତା ଉପରେ ଗୁରୁତ୍ୱ ଦିଆଯାଇଛି।
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣା ନେଇ ପୋଲିସର ତନାଘନା। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ତେବେ ଏଯାଏ ହତ୍ୟାକାରୀଙ୍କ ସଂପର୍କରେ କିଛି ବି ଟେର ପାଇନି ପୋଲିସ। ଗତକାଲି କାମାକ୍ଷାନଗରରେ ନିର୍ମାଣାଧିନ ଘର କାମ ଦେଖି ନିଜର ଔଷଧ ଦୋକାନକୁ କାରରେ ଫେରୁଥିବା ବେଳେ ଯଶୋବନ୍ତଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ପ୍ରାଣ ବିକଳରେ କାରରୁ […]
ପୁରୀ: ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ତେବେ ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ ଏବଂ ଏ ନେଇ […]
ପିପିଲି : ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସହ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ନାବାଳକକୁ ମୁମୂର୍ଷୁ ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ଗତକାଲି ଅପରାହ୍ଣରେ ୮ ବର୍ଷର ନାବାଳକ ଖେଳୁଥିବା ବେଳେ ପଡୋଶୀ ଜୁମା ଖାଁ ଆମ୍ବ ଦେବାକୁ ପ୍ରଲୋଭନ ଦେଖାଇ ସାଇକେଲରେ ନେଇଯାଇଥିଲା। ପୁରୀ-ଭୁବନେଶ୍ୱର […]
ଭୁବନେଶ୍ୱର : ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୁକ୍ତ ଉନ୍ମୟ ପାଢୀଙ୍କୁ ବିଭତ୍ସ ହତ୍ୟ। ଅଭିଯୁକ୍ତଙ୍କୁ ପେଟ୍ରୋଲ କିମ୍ବା ଅନ୍ୟ କିଛି ଦହନଶୀଳ ପଦାର୍ଥ ଢାଳି ଜୀଅନ୍ତା ପୋଡି ଦେଇଥିବା ସୂଚନା ମିଳିଛି। ଆକ୍ରମଣକାରୀ ପ୍ରଥମେ ଏକ ମାର୍ତୁଲ ସାହାଯ୍ୟରେ ଉନ୍ମୟଙ୍କ ମୁଣ୍ଡକୁ ଆଘାତ କରିବା ସହ ଛୁରା ମାଡ କରିଥିଲେ। ସେ ଅଚେତ୍ ହୋଇଯିବା ପରେ ତାଙ୍କ ଉପରେ ପେଟ୍ରୋଲ କିମ୍ବା କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ […]
ଚେନ୍ନାଇ : ଚଳିତ ମାସରେ ବ୍ୟାଙ୍କ୍ କେବଳ ଗୁରୁବାର ଓ ଶୁକ୍ରବାର (ମହାବୀର ଜୟନ୍ତୀ ଏବଂ ଗୁଡ୍ ଫ୍ରାଇଡେ ଉପଲକ୍ଷେ) ବନ୍ଦ ରହିବ। ପୂର୍ବରୁ ବ୍ୟାଙ୍କ୍ ଗୁରୁବାର ଠାରୁ ଆରମ୍ଭ କରି ୫ଦିନ ଲଗାତାର ଛୁଟି ହେବା ନେଇ ସୋସିଆଲ୍ ମିଡ଼ିଆରେ ଯେଉଁ ପ୍ରଚାର ହୋଇଥିଲା, ତାହା ଭୁଲ୍। ସୋମବାର ଦିନ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ କନ୍ଫେଡେରେସନ୍ର ସାଧାରଣ ସମ୍ପାଦକ ଡି ଟୋମାସ୍ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଗଣମାଧମକୁ […]
ଭୁବନେଶ୍ୱର: ବେଳେ ବେଳେ ସାଧାରଣ ମଣିଷଟିଏ ବି ହୋଇଯାଏ ଅସାଧାରଣ। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ସବୁକିଛି। ଅଦମ୍ୟ ନିଶା ଓ ମନର ଭାବନାକୁ କାର୍ଯ୍ୟରେ ଲଗାଇ କିଛି ନୂଆ କରିବାରେ ସଫଳତା ପାଇବା ପାଇଁ ସୌରଚାଳିତ ଅଟୋଗିଅର୍ ସାଇକେଲ ଭଦ୍ଭାବନ କରି ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଏବେ ଚର୍ଚ୍ଚାରେ। ଦିନକୁ ଦିନ ପେଟ୍ରାଲ ଓ ଡ଼ିଜେଲର ଦର ବଢ଼ୁଥିବା ବେଳେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ […]
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ ଗୁଳିକାଣ୍ଡ। ଦୁର୍ବୃତ୍ତଙ୍କ ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଯଶୋବନ୍ତଙ୍କ ମୁଣ୍ଡରେ ଏକ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଆଜି ମେଡିକାଲ ରାସ୍ତାରେ ଯିବାବେଳେ ତାଙ୍କୁ ପିଛା କରିଥିଲେ। ତାଙ୍କ କାରକୁ ପିଛା କରି ୮ ବୋମା ଓ ୫ ରାଉଣ୍ଡ ଗୁଳି ମାରିଥିବା […]
ଭୁବନେଶ୍ୱର: ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ। ୫୪୨ଟି ଅଲିଭ୍ ରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡ଼ିଛନ୍ତି ବନ ବିଭାଗ କର୍ମଚାରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରକ୍ଷା ଯାଇଛି। ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା […]
ଭୁବନେଶ୍ୱର: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନକୁ ନେଇ ଶିକ୍ଷକ ଏବଂ ସରକାରଙ୍କ ମଧ୍ୟରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏଯାଏଁ ଦାବି ପୂରଣ ନହେବାରୁ ଆଜିଠୁ ମହାସଂଗ୍ରାମର ଡାକରା ଦେଇଛି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶିକ୍ଷକମାନେ ସରକାର ବିରୋଧରେ ଗର୍ଜ୍ଜନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ। ସେପଟେ ଖାତା ମୂଲ୍ୟାୟନ ନେଇ ସରକାର ଦମ୍ଭ ଦେଖାଇଛନ୍ତି। ବିକଳ୍ପ ବ୍ୟବସ୍ଥା […]
ନାରାୟଣପାଟଣା: କୋରାପୁଟ ନାରାୟଣପାଟଣାରେ ପୋଲିସର ମାଓ ଏନକାଉଣ୍ଟର। ଡୋକରୀ ଘାଟିରେ କମ୍ବିଂ ବେଳେ ପୋଲିସ- ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ଅପରେସନରେ ଏକ ମାଓ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଓ ଗୁଳିଗୋଳା ଜବତ ହୋଇଛି। ଡୋକରୀ ଘାଟିରେ ମାଓବାଦୀ ଥିବା ଖବର ପାଇ ଡିଭିଏଫ, ଏସଓଜି ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା। ଏ […]
ପୁରୀ: ଆଜି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ଆଜି ବସିବାକୁ ଯାଉଛି ରତ୍ନଭଣ୍ଡାର ସବ୍ କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଗଜପତିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା କରାଯିବା ସହ ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓ ଆସନ୍ତାକାଲି ଭଣ୍ଡାରର ବାସ୍ତବିକ ସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ପରେ […]
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଉଜାଲା ଯୋଜନାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାର ‘ଆମ ଘରେ ଏଲ୍ଇଡି ଲାଇଟ୍’ ନାଁରେ ଆରମ୍ଭ କରିଛନ୍ତି ଏକ ନୂଆ ସ୍କିମ୍। ଏହି ନୂଆ ବିଦ୍ୟୁତକରଣ ଯୋଜନା ପାଇଁ ଏଥର ବଜେଟ୍ରେ ୧୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ତେବେ ଆଗକୁ ନିର୍ବାଚନ ଥିବାରୁ ଗରିବ ଭୋଟରଙ୍କୁ ନିଜ ପଟକୁ ଢଳେଇବାକୁ ନବୀନ ଏହି ସ୍କିମ୍ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଏଲଇଡି ବଲବ୍ ସ୍କିମ୍କୁ ନେଇ ବିଜେଡି ଓ ବିଜେପି […]
କଟକ: ଶ୍ରୀରାମ ନବମୀ ଅବସରରେ ଆଜିଠୁ ପୁରୀ ରଥଯାତ୍ରା ପାଇଁ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀରୁ ଆଜ୍ଞାମାଳ ଆସିବା ପରେ କଟକ ସ୍ଥିତ ଖପୁରିଆ ସରକାରୀ ସଅ ମିଲ୍ରେ ରଥକାଠ ଚିରିବା କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ଚିରଟ ଅରମ୍ଭ ହୋଇଥିଲା। ଏହି ଅବସରରରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ, ରଥ ଅମିନ, କାରିଗର ଓ ବନଖଣ୍ଡ ଅଧିକାରୀ ଉପସ୍ଥିତ ଥିଲେ। ପାରମ୍ପାରିକ କ୍ରମେ ପବିତ୍ର […]
ଭୁବନେଶ୍ୱର: ଆଗକୁ ବଢ଼ିବ ଆଳୁ ଦର। କିଲୋପ୍ରତି ୪୦ ଟଙ୍କା ହେବ। ଅମଳ ସମୟରେ ମଧ୍ୟ ବଢ଼ୁଥିବା ଆଳୁର ଦରକୁ ନେଇ ଖାଉଟୀ ଚିନ୍ତାରେ ଥିବାବେଳେ ଆଜି ଏମିତି ଭବିଷ୍ୟବାଣୀ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ଯେ, ଏବର୍ଷ ଦେଶରେ ଆଳୁ ଉତ୍ପାଦନ କମିଥିବାରୁ ଆସନ୍ତା ୩ରୁ ୪ ମାସ ମଧ୍ୟରେ ଦର ୩୦ରୁ ୪୦ ଟଙ୍କା ଛୁଇଁବ। ତେଣୁ ପରିସ୍ଥିତି ଯେପରି ଅଣାୟତ୍ତ ନ ହୁଏ ସେଥିପାଇଁ ନାଫେଡ୍ […]
ନୂଆଦିଲ୍ଲୀ: ଦେଶର ଥିବା ବନ୍ଧୁକ ଆଇନକୁ ଜୋରଦାର ବିରୋଧ କରିଛନ୍ତି ଆମେରିକାବାସୀ। ହଜାର ହଜାର ଲୋକ ଏକଜୁଟ୍ ହୋଇ ଦେଶରେ ଏହି ଆଇନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଗତ କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରବିବାର ୱାସିଂଟନ୍ ଡିସିରେ ବିକ୍ଷୋଭକାରୀଙ୍କ ଶୋଭାଯାତ୍ରା ପହଞ୍ଚିଛି। ଏହି ଶୋଭାଯାତ୍ରାର ନାଁ ରଖାଯାଇଛି ‘ମାର୍ଚ୍ଚ ଫର୍ ଆୱାର୍ ଲାଇଭ୍।’ କିଛି ମାସ ଭିତରେ ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିଛି। ବିଶେଷ କରି […]
ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କୁ ରାମନବମୀ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ କହିଛନ୍ତି ଯେ, ବିଶ୍ୱରେ ଏବେ ଭାରତର ସମ୍ମାନ ବଢ଼ିଛି। ଭାରତକୁ ପୁଞ୍ଜି ନିବେଶ, ଇନୋଭେସନ ଓ ବିକାଶର କେନ୍ଦ୍ର ଭାବେ ଦେଖୁଛି ସାରା ବିଶ୍ୱ।। ଏଥିସହିତ ସୁସ୍ଥ ଜୀବନ ଯାପନ ଓ ଫିଟ୍ ଇଣ୍ଡିଆ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷିରେ ସେ କହିଛନ୍ତି ‘ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ […]
ଭୁବନେଶ୍ୱର: ଓଡ଼ିଆ ଝିଅଙ୍କ କମାଲ୍। ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଟାଇଟଲ୍ ହାସଲ କଲେ ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। କେବଳ ଏତିକି ନୁହେଁ ଶ୍ରୁତିକ୍ଷା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ମଧ୍ୟ ପ୍ରତିନିଧିତ୍ୱ କରିବେ। ଯାହାକି ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୁତିକ୍ଷାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କୋଲକାତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ […]
ଶ୍ରୀନଗର: ଜାମୁ ଓ କାଶ୍ମୀରର ବଡଗାମ୍ରେ ସେନାର ଏନ୍କାଉଣ୍ଟର ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀ ନିହତ ହୋଇଛି। ଏଥିରେ ଜଣେ ସ୍ଥାନୀୟ ମହିଳା ଆହତ ମଧ୍ୟ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ବଡଗାମ ଜିଲ୍ଲାର ବୀରୱାହ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାବଳ ଏବଂ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ପୋଲିସ୍ ସୂଚନା ମିଳିବା ପରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ଘର ଭିତରୁ ସେନା ଉପରକୁ […]