ଭୁବନେଶ୍ୱର : ଆସୁଛି ବର୍ଷା ଓ ଝଡ଼ ତୋଫାନ୍। ଏହାର ପ୍ରଭାବ ରାଜ୍ୟର ୧୫ ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ରାତି ୮ଟା ୧୫ ପର୍ଯ୍ୟନ୍ତ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଯାହାଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଲୋକେ ଘରୁ ବାହାରି ପାରୁନଥିଲେ। ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍ସାନ୍ ହୋଇଯାଉଥିଲା। କିନ୍ତୁ […]
ଗଞ୍ଜାମ : କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ନିଜେ ବ୍ରାଞ୍ଚ୍ ମ୍ୟାନେଜର। ଗଞ୍ଜାମ ବୁଗୁଡ଼ା ବ୍ଲକ୍ କରଚୁଲି ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ପୂର୍ବତନ ବ୍ରାଞ୍ଚ୍ ମ୍ୟାନେଜର ୭ ଜଣଙ୍କ ନାଁରେ ଚୂନ ଲଗାଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଉଦୟପୁର ଗାଁର କିଛି ହିତାଧିକାରୀ। ଏମାନଙ୍କ କହିବା କଥା, ୨୦୧୫ରେ କୃଷି ଋଣ ଦେବା ବାହାନାରେ କିଛି ଗ୍ରାହକଙ୍କୁ ଡକ୍ୟୁମେଣ୍ଟ୍ ଦେବା ଲାଗି କହିଥିଲେ ନିର୍ମଦ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଦନୀପାଳ ଦୀପାଞ୍ଚଳର ୩ଟି ଗାଁ ପଦନୀପାଳ, ଦୈତାରୀପୁର, ଡକଳମଡା ଶାସନକୁ ଚତୁଃପାର୍ଶରୁ ଘେରି ରହିଛି ଖରସ୍ରୋତା ଓ କାଣିନଦୀ। ଫଳରେ ଏଠାକାର ଲୋକମାନେ ବର୍ଷ ସାରା ବିତାଇଥାନ୍ତି ଜଳବନ୍ଦୀ ଜୀବନ। ଏ ନେଇ ସ୍ଥାନୀୟ ଲୋକେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ୨୦୦୯ ମସିହାରେ କମିଶନ ସ୍ଥାୟୀ ରାସ୍ତା ଓ ସେତୁ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ସେତୁ କାମ ବିଭିନ୍ନ କାରଣ ପାଇଁ ଆଗେଇନଥିବା ବେଳେ ଏବେ […]
ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ ପୋଲିସ SITର ଜାରି ରହିଛି ଛାନଭିନ୍। CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍। ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ CBSE କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ। ମାମଲାରେ ଗତକାଲି ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ। […]
ଫୁଲବାଣୀ: ଫୁଲବାଣୀ ମେଡିକାଲ ନିକଟ ମୁଣ୍ଡିଅସାହିରୁ ଆଜି ଏନ ନବଜାତ ଶିଶୁ କନ୍ୟାର ମୃତ ଦେହ ଠାବ କରାଯାଇଛି। ଶିଶୁ କନ୍ୟାର ମୃତ ଦେହକୁ କୁକୁର ମାନେ ଆଣି ପକାଇଥିବା ଦେଖିବାକୁ ମିଳିଛି। ସେହି ସାହିର ଜଣେ ମହିଳା କୁନି ଦିଗାଲ ମୃତ ଶିଶୁ ପଡିଥିବା ଦେଖି ପୋଲିକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଶିଶୁର ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ପୁରୀ: ପୁରୀ ସଦର ଥନା ରେଣ୍ଡାଗଡ଼ ଗାଁ ନିକଟରୁ ୬ଟି ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର। ଉଦ୍ଧାର ମୂର୍ତ୍ତି ଓ ପ୍ରଭା ରେଣ୍ଡାଗଡ ନୃସିଂହ ମଠର ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ କିଛି ପିଲା ନଦୀ ବନ୍ଧ ନିକଟ ଆମ୍ବଗଛ ମୂଳେ ଏକ ବ୍ୟାଗ ପଡିଥିବା ଦେଖିଥିଲେ। ପରେ ବ୍ୟାଗ୍ରେ ମୂର୍ତ୍ତି ଥିବା ଦେଖି ସ୍ଥାନୀୟ ନୃସିଂହ ମଠକୁ ଖବର ଦେଇଥିଲେ। ଏହାପରେ ମଠ କର୍ମଚାରୀ ମୂର୍ତ୍ତି ଏବଂ ପ୍ରଭାକୁ ଦେଖିବା ପରେ […]
ବ୍ରହ୍ମପୁର: ବ୍ରହ୍ମପୁରର ନୂତନ ଏସ୍ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ପିନାକ ମିଶ୍ର। ଏହାପୂର୍ବରୁ ସେ ସୁନ୍ଦରଗଡ଼ ଏସ୍ପି ଥିଲେ। ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଆଶିଷ କୁମାର ସିଂଙ୍କୁ ପଦୋନ୍ନତି ଦିଆଯିବା ପରେ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଗତକାଲି କାର୍ଯ୍ୟରେ ଯୋଗଦେବା ପରେ ବ୍ରହ୍ମପୁର ପୋଲିସର ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସେ ବ୍ରହ୍ମପୁର ସହରରେ ପିପୁଲ୍ ଫ୍ରେଣ୍ଡ୍ଲି ପୋଲିସିଂ ବ୍ୟବସ୍ଥା ଏବଂ ଟ୍ରାଫିକ୍ ସମସ୍ୟାର ସମାଧାନ […]
ଭୁବନେଶ୍ୱର: ଆଜି ଏବଂ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ। ଯାଜପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ସମ୍ଭାବନା ରହିଛି। ତେଣୁ ଆଗକୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ପୁନର୍ବାର ୫ ତାରିଖ […]
ଭୁବନେଶ୍ୱର: ପୁଣି କଂଗ୍ରେସ ଛାଡିଲେ ନେତା। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ତାଙ୍କ ଇସ୍ତଫାପତ୍ର AICC ଓ ପିସିସ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଚରମ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ହାଇକମାଣ୍ଡ ଏହାର ସମାଧାନ କରିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଏଥିସହ ତାଙ୍କର ଅଭିଜ୍ଞତାକୁ କଂଗ୍ରେସ ଦଳ କାମରେ ଲଗାଉନଥିବାରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଚନ୍ଦ୍ରଶେଖରଙ୍କ […]
ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିବାବେଳେ କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ହୋଇପାରିନାହିଁ। ତେବେ ବୈଠକରେ ରତ୍ନଭଣ୍ଡାର ପ୍ରବେଶ ଲାଗି ନୀତି ନିର୍ଦ୍ଧାରଣ ହୋଇଛି। ତା’ ସହ ରତ୍ନଭଣ୍ଡାରକୁ କେଉଁମାନେ ଯିବେ ସେନେଇ ଏକ ୧୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ହେଲେ ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, […]
ଭୁବନେଶ୍ୱର : ଆସନ୍ତା ୨୯ ଏବଂ ୩୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବ। ଏଥିପାଇଁ ରାଜ୍ୟରେ ହିଟ୍ ୱେଭ୍ କଣ୍ଡିସନ୍ ଜାରି କରାଯାଇଛି। ଏହାପରେ ୩୦ତାରିଖରୁ ୧ ତାରିଖ ଭିତରେ ଏକ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ତେଣୁ ଆଗକୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୁଳ ଓଡିଶାରେ ବର୍ଷା ହେବ। […]
ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ପଦବୀ ଫାଙ୍କା। ୮ଟି ବିଶ୍ୱବିଦ୍ୟାଳୟରୁ ୫ଟିରେ ନାହାନ୍ତି ଓଡ଼ିଆ ପ୍ରଫେସର। ଆଜି ବିଧାନସଭାରେ ବିଜେପି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ସୂଚନା ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ , ଫକିର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ , ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରଫେସର ପଦବୀ ଫାଙ୍କା ରହିଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ […]
ଭୁବନେଶ୍ୱର : ସ୍କୁଲ୍ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପ୍କିନ୍ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଖୁସି’ରେ ପାତରଅନ୍ତର ଅଭିଯୋଗ। ରାଜ୍ୟର କେବଳ ଅନୁଦାନ ପ୍ରାପ୍ତ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ନାପ୍କିନ୍ ଯୋଗାଇ ଦିଆଯିବ ବୋଲି ଆଜି ବିଧାନସଭା ପ୍ରଶ୍ନକାଳରେ କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ। ରାଜ୍ୟରେ ପ୍ରାୟ ୨ଲକ୍ଷ ୬୭ ହଜାର ୪ଶହ ଛାତ୍ରୀ ଅଣଅନୁଦାନ ପାପ୍ତ ସ୍କୁଲରେ […]
ଭୁବନେଶ୍ୱର: ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ। ଗତରାତିରେ ମାଓବାଦୀ ମାନେ ବାଲିମାହା ଗାଁ ନିକଟରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଜାଳିଦେଇଥିବା ସୂଚନା ମିଳିଛି। ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସେଠାରେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। କୁର୍ତ୍ତମଗଡ଼-ଗୁମୁଡୁମାହା ରାସ୍ତା କାମକୁ ବିରୋଧ କରି ଏହି ଲାଲ୍ବାହିନୀ ଏହି ଲଙ୍କାକାଣ୍ଡ କରିଥିବା ସୂଚନା ମିଳିଛି।
ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ। ଆଜି ବିମାନବନ୍ଦରରୁ ୧କିଲୋ ୨୦୦ ଗ୍ରାମର ସୁନା ବିସ୍କୁଟ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ଏହି ବିପୁଳ ପରିମାଣର ସୁନା ବିସ୍କୁଟ ଜବତ ହୋଇଛି। ସୂଚନାଥାଉ କି, ଗତକାଲି ମଧ୍ୟ ଏୟାରପୋର୍ଟରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।
ଭଦ୍ରକ: ଭଦ୍ରକରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ୪ଟି ଟ୍ରକ ମଧ୍ୟରେ ଧକ୍କା ହେବାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। NH-୧୬ ଚରମ୍ପା ରେଲୱେ ଓଭରବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୬ଟା ବେଳେ ସେଠାରେ ଆରଟିଓ ଚେକିଂ ହେଉଥିଲା। ତେବେ ହୋମ୍ଗାର୍ଡ଼ ଜଣକ ଗୋଟିଏ ଟ୍ରକ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ଟି […]
କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମନ୍ର ଭାଇଙ୍କୁ ଗୁଳିମାଡ଼। ଜଗତପୁର ନର୍ଥ ଡିଭିଜନ୍ ଆଇବି ନିକଟରେ ଏହି ଗୁଳିମାଡ଼ ହୋଇଛି। ରେହମନ୍ର ଭାଇ ତାହିରଙ୍କୁ ଏହି ଗୁଳିମାଡ଼ କରିଛନ୍ତି ଦୁବୃର୍ତ୍ତ। ତାହିରଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ ତାଙ୍କୁ କିଏ ଗୁଳି କରିଛି, ଗୁଳିମାଡ଼ର କାରଣ କ’ଣ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଟେଣ୍ଡର କାରବାରକୁ ନେଇ ଗୁଳିମାଣ୍ଡ ହୋଇଥିବା ସୂଚନା ମିଳିଛି। ଆହତ ତାହିରଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲ୍ ଏବଂ ପରେ ବଡ଼ […]
ଭୁବନେଶ୍ୱର: ଯାହାକୁ ଡାକ୍ତର ମୃତ ଘୋଷଣା କରିଥିଲେ ତା ଜୀବନ ବଞ୍ଚାଇଛନ୍ତି ଆଶା କର୍ମୀ। ମୃତ ଘୋଷିତ ନବଜାତକୁ ନୂତନ ଜୀବନ ଦେଇଛନ୍ତି ଜଣେ ଆଶା କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ଘଟଣା। କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଏପରି କିଛି ଅଭିଯୋଗ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାଜକନିକା ତଳଚୁଆ ପଞ୍ଚାୟତର ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ ନବଜାତ ଜନ୍ମ ହେବା କ୍ଷଣି ତାକୁ […]