ଭୁବନେଶ୍ୱର: ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସ୍ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କ ଜାମିନ ଆବେଦନ ଖାରଜ। ଗତକାଲି ଭୁବନେଶ୍ୱର SDJM କୋର୍ଟରେ ତାଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣାରେ ତାଙ୍କର ସିଧାସଳଖ ସଂପୃକ୍ତି ନଥିବା ଏବଂ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ତାଙ୍କୁ ଜାମିନ ଦେବା ଲାଗି ତାଙ୍କ ଓକିଲ ନିବେଦନ କରିଥିଲେ। ତେବେ ପ୍ରତାପ କିଶୋରଙ୍କ ବିରୋଧରେ ୩୦୪ ଦଫା ଲାଗିଥିବାରୁ ଉପର କୋର୍ଟ […]
ବ୍ରହ୍ମପୁର: ଭଞ୍ଜନଗର ବୁଗୁଡ଼ା ଥାନା ବାଘୁଆ ଜଙ୍ଗଲରେ ଏନ୍କାଉଣ୍ଟରରେ ଆହତ ଅପରାଧୀ ଶ୍ରୀକାନ୍ତ ରଣାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶ୍ରୀକାନ୍ତର ମୃତ୍ୟୁ ନେଇ ଭଞ୍ଜନଗର SDPO ସୂଚନା ଦେଇଛନ୍ତି। ଏନ୍କାଉଣ୍ଟରରେ ଶ୍ରୀକାନ୍ତ ଆହତ ହେବା ପରେ ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଥିଲେ। ସୂଚନାଥାଉ କି, ଗତକାଲି ପୋଲିସ୍ ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା ଆହତ ହୋଇଥିଲେ। ଗୌରୀର ଘର ଭଞ୍ଜନଗର ଥାନା ମୁଦୁଲିପଲିରେ ହୋଇଥିବା ବେଳେ ଶ୍ରୀକାନ୍ତ ଓରଫ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ଅନୁଷ୍ଠିତ ହେଉଛି ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏନଟ୍ରାନ୍ସ ଟେଷ୍ଟ ବା ନିଟ୍। ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆବେଦନକାରୀ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ସକାଳ ୭ଟା ୩୦ ମିନିଟ୍ରୁ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍କୁ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଗେଜେଟ୍ସ୍, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ,ଅଳଙ୍କାର,ଚଷମା ତଥା ଖାଦ୍ୟସାମଗ୍ରୀ ନେବା ଉପରେ କଟକଣା […]
ଭୁବନେଶ୍ୱର : ସମୟ ରାତି ଗୋଟାଏ। ବମିଖାଲ ଓଭରବ୍ରିଜର ଦୁର୍ଘଟଣା ସ୍ଥାନରୁ ମାତ୍ର ୫ ମିଟର ଦୂରରେ ଚାଲିଛି ପାଇଲିଂ କାମ। ଏଠି ଅନ୍ଧାରରେ ଠିଆ ହୋଇ ମେସିନକୁ ଅପରେଟ କରୁଛନ୍ତି ଶ୍ରମିକ। ପାଦରେ ଜୋତା ନାହିଁ କି ମୁଣ୍ଡରେ ହେଲମେଟ ନାହିଁ। ହଠାତ୍ କ୍ୟାମେରା ଦେଖିବା ପରେ ମେସିନ ଚଲାଇବା ବନ୍ଦ କରିଦେଲେ। ବଡ଼ କଥା ହେଉଛି ଏହି ସ୍ଥାନରେ ନିରାପତ୍ତା ବ୍ୟବସ୍ଥା ବିନା କାମ କରୁଥିବା ଅବସ୍ଥାରେ ୩ ତାରିଖରେ ରାତିରେ ଯାଇଥିଲା ଜଣେ […]
ଭୁବନେଶ୍ୱର : ସ୍ପୋର୍ଟସ ବନାମ ସିନେମା। କ୍ଷତିରେ ଚାଲିଥିବା ସିନେ ଶିଳ୍ପକୁ ଦୁର୍ବଳ କରି ଖେଳ ଭିତ୍ତିଭୂମି ନିର୍ମାଣ ପ୍ରସ୍ତାବକୁ ଆରମ୍ଭ ହୋଇଛି ଏକ ନୂଆ ବିବାଦ। ଓଡିଆ ସିନେ ଦୁନିଆର ମୁକସାକ୍ଷୀ କଳିଙ୍ଗ ଷ୍ଟୁଡିଓ। ପ୍ରାୟତଃ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ଷ୍ଟୁଡିଓ ଉପରେ ଏବେ ଆଖି ପକାଇଛି କ୍ରୀଡା ବିଭାଗ। ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ୍ କଂପ୍ଳେକ୍ସ ନିର୍ମାଣ ପାଇଁ କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ୍, ସାଧାରଣ ପ୍ରଶାସନ […]
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ। ଏହା ସହିତ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏନ୍କାଉଣ୍ଟର ଶେଷ ହୋଇଛି। ଏନ୍କାଉଣ୍ଟରରେ ୩ ଜଣ ସିଆର୍ପିଏଫ୍ ଯବାନ ଓ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ଭୋର୍ରୁ ତବେଲା ଛତବଲ୍ ଅଞ୍ଚଳରେ ଏହି ଏନ୍କାଉଣ୍ଟର ହୋଇଥିଲା। ଗୋଟିଏ ଘରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ତାକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ଆରମ୍ଭ ହୋଇଥିଲା […]
ବାଲେଶ୍ୱର/ କେନ୍ଦୁଝର : ପୁଣି ଲଜ୍ଜା। ବଢି ଚାଲିଛି ଦୁଷ୍କର୍ମ ଅପରାଧ। ବାଲେଶ୍ୱର ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ। ସୋର ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏହି ଘଟଣାରେ ଶ୍ୟାମ ସିଂ ନାମକ ଯୁବକକୁ ଗିରଫ କରିଛି ପୋଲିସ। ଚଳିତ ମାସ ୨ ତାରିଖରେ ଔପଦା ଥାନା ଅଞ୍ଚଳରୁ ଜଣେ ଆଦିବାସୀ ମହିଳା ସୋର ଅଞ୍ଚଳକୁ ତାଙ୍କ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ହେଲେ ଏଠାରେ ମହିଳା ଜଣଙ୍କୁ […]
କଳାହାଣ୍ଡି : ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ୧୦ଟି ପରିବାର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁରରରେ ୧୦ଟି ପରିବାର ଗାଁ ଛାଡ଼ିଛନ୍ତି। ପୂର୍ବରୁ ଗତ ମାସ ୨୦ ତାରିଖରେ ତ୍ରିଲୋଚପୁର ଅଞ୍ଚଳର ଗ୍ରାମରକ୍ଷୀ ସମେତ ୪ ଜଣ ଗ୍ରାମାସୀଙ୍କୁ ମାଓବାଦୀ ଅପହରଣ କରି ନେଇ ନିସ୍ତୁକ ମାଡ଼ ମାରି ଛାଡ଼ିଥିଲେ। ଏହି ଘଟଣା ପୂର୍ବରୁ ପୋଲିସ ଇନଫର୍ମର ସନ୍ଦେହରେ ପୋଲିସ ସେହି ଗାଁର ଦୁଇଭାଇଙ୍କୁ ହତ୍ୟା କରିଥିଲେ। ମାଓବାଦୀ ଗତ ଫେବ୍ରୁଆରୀ ମାସରେ ଜଣେ […]
କଟକ : ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଗିରଫ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର। କଟକ ଏସସିବିରୁ ତାଙ୍କୁ ରାଜଧାନୀ ଏକ୍ସପ୍ରେସସ୍ରେ ଦିଲ୍ଲୀ ଏମ୍ସ ଅଭିମୁଖେ ନିଆଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ତାଙ୍କୁ ଦିଲ୍ଲୀ ନେଉଛି। ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ଜୟନାରାୟଣ ମିଶ୍ର ଗତ ଏପ୍ରିଲ ୨୪ରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଜୟ ନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାକୁ ତାଙ୍କୁ ଦିଲ୍ଲୀ ଏମ୍ସକୁ […]
ପୁରୀ : ପୁରୀରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ଯାଞ୍ଚ ବେଳେ ସାମ୍ନାକୁ ଆସିଲା ବିଭ୍ରାଟ। ଯାଞ୍ଚ ବେଳେ ବିଭ୍ରାଟ ଥିବା ଧରିଛି ରଥ ନିର୍ମାଣ ଇଂଜିନିୟରିଂ କମିଟି। ଦେବଦଳନ ରଥ ପହିରେ ଫାଟ ସାଙ୍ଗକୁ ତାଳଧ୍ୱଜ ରଥ ଅଖ କାଠ ମଧ୍ୟ ଦୁର୍ବଳ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ପହି ଏବଂ ଅଖ କାଠ ବଦଳା ଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏ ନେଇ ରଥ ନିର୍ମାଣ ଯାଞ୍ଚ କମିଟି ନିର୍ବାହୀ ଯନ୍ତ୍ରୀ ସୂଚନା […]
ଭୁବନେଶ୍ୱର: ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ହୋଇଯାଇଥିବା ସୁନା ଗହଣା। ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଆସନ୍ତା ୭ତାରିଖରେ ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଛି। ଯୁବତୀ ଜଣକ ଗହଣା ସହ ଲଗେଜ୍ ଧରି ଟ୍ରେନ୍ରେ ଠିଆ ହୋଇଥିବା ବେଳେ ଅନ୍ୟ ମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କଠୁ ଲୁଟ୍ କରିନେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର […]
ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ମେଧାବୃଦ୍ଧି ଯୋଜନାରେ ପରିବର୍ତ୍ତନ କରାଯାଇଛି। ଏଣିକି ଛାତ୍ରମାନଙ୍କୁ ୨ହଜାର ଟଙ୍କା ବଦଳରେ ୨୫ଶହ ଟଙ୍କା ଏବଂ ଛାତ୍ରୀମାନଙ୍କୁ ୨୨୫୦ଟଙ୍କା ବଦଳରେ ତିନି ହଜାର ଟଙ୍କା ମେଧାବୃତ୍ତି ମିଳିବ। ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ଆତଙ୍କବାଦୀ କିମ୍ବା ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ରାଜ୍ୟ ପୁଲିସର ଯବାନଙ୍କ ପିଲାମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ମୋଦିଙ୍କ […]
ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା। ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ାକୁ ଡିଜିସିଏ ସ୍ୱୀକୃତି ଦେଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ଏଥିସହିତ ଖୁବ୍ଶୀଘ୍ର ରାଉରକେଲା, ଜୟପୁର ଓ ଉତ୍କେଲାକୁ ମଧ୍ୟ ଡ଼ିଜିସିଏ ଅନୁମତି ମିଳିବ ବୋଲି ସେ ସୂଚନା ଦେଇଛନ୍ତି। 2nd airport of Odisha gets license today. Happy to inform […]
ନୂଆଦିଲ୍ଲୀ: ପୁଣି ଆଉ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ,ମଣିପୁର, ମିଜୋରାମ, ତ୍ରିପୁରା ଓ ସିକିମ୍ର ବିଭିନ୍ନ ସ୍ଥାନରେ ଆଜି ଘୂର୍ଣ୍ଣିଝଡ଼ ହେବାନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ଘୂର୍ଣ୍ଣିଝଡ଼ର ଆଶଙ୍କା ନେଇ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶକୁ ସତର୍କ ସୂଚନା ଜାରି କରାଯାଇଥିଲା। ଗତ ଦୁଇ ଦିନ ଧରି ଉତ୍ତର […]