ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୁଣିଥରେ ହଟହଟା ହେବାକୁ ଯାଉଛନ୍ତି। ପୂର୍ବରୁ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଥିବା ଚନ୍ଦ୍ରବାବୁ ଏବଂ ଉଡାଭାଲ୍ଲି ଠାରେ ନିର୍ମିତ ଘରୁ ବିଦାହେବେ ବୋଲି ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟ ରାଜଧାନୀ ବିକାଶ କର୍ତ୍ତୃପକ୍ଷ (ଏପିସିଆରଡିଏ)ର ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଥିବା ମଙ୍ଗଳଗିରି ବିଧାୟକ ଆଲ୍ଲା ରାମକୃଷ୍ଣ ରେଡ୍ଡି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଆନ୍ଧ୍ର ରାଜନୀତି ଏବେ ଜୋର ଧରିଛି। ସେ କହିଛନ୍ତି, […]
ବେଙ୍ଗାଲୁରୁ: କର୍ଣ୍ଣାଟକର ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ବିଜେପି ନେତା କେ.ଜି. ବୋପେଆ। ଅସ୍ଥାୟୀ ବାଚସ୍ପତି ଭାବେ ବୋପେଆଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ବାଜୁ ଭାଇ ବଳ। ପୂର୍ବରୁ ୨୦୦୯ରୁ ୨୦୧୩ ମସିହା ପର୍ଯ୍ୟନ୍ତ କର୍ଣ୍ଣାଟକ ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି ସେ। କେଜି ବୋପେଆ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଖୁବ୍ ନିକଟତର ଲୋକ ବୋଲି କୁହାଯାଉଛି। ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ବୋପେଆଙ୍କୁ କାହିଁକି ବାଚସ୍ପତି ନିଯୁକ୍ତ କରାଗଲା ବୋଲି […]
ଢେଙ୍କାନାଳ: ଓଡ଼ିଶାରେ ଆଜି ବି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି ଗରିବୀ। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ରୂପାବେଡ଼ା ଗାଁରେ । ଅଭାବରେ ପଡ଼ି କଅଁଳା ଛୁଆକୁ ମାଆ ପର ହାତକୁ ଟେକି ଦେଇଥିବା ଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଏହି ଗାଁରୁ। ସୂଚନା ମୁତାବକ, ଏହି ଗାଁର ଭୂଷଣ ପାତ୍ରଙ୍କ ସ୍ତ୍ରୀ ଦମୟନ୍ତୀ ଗତ ୯ ତାରିଖରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ହେଲେ ଚଳିବାକୁ ଅସୁବିଧା […]
ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କମ୍ବିଂ ବେଳେ ୨ଟି ବନ୍ଧୁକ ଜବତ ହୋଇଛି। SOG, ଗ୍ରେହାଉଣ୍ଡ ଓ ବିଏସଏଫ୍ର ମିଳିତ ଉଦ୍ୟମରେ ଏହି ଅପରେସନ ଚାଲିଥିଲା ବୋଲି ଏଡିଜି ଆର ପି କୋଚେ ଏହି ସୂଚନା ଦେଇଛନ୍ତି। କମ୍ବିଂ ଅପରେସନ ଜାରି ରହିଛି ବୋଲି ପୋଲିସ ଡିଜି ଆର ପି ଶର୍ମା କହିଛନ୍ତି।
ରାୟଗଡ଼ା: ଲାଇନଚ୍ୟୁତ ହେଲା ସମଲେଶ୍ୱରୀ ଏକ୍ସପ୍ରେସ। ରାୟଗଡ଼ା ନିକଟ କେଉଟଗୁଡ଼ା ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ର ଇଞ୍ଜିନ୍ ସହ କିଛି ବଗି ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି। ଟ୍ରେନଟି ହାୱଡ଼ାରୁ ଜଗଦଲପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କୌଣସି କ୍ଷତି ହୋଇ ନଥିବା ସୂଚନା ମିଳିଛି।
ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର I ଠିକ ସମୟରେ ଏଥର ପହଞ୍ଚିବ ମୌସୁମୀ ବାୟୁ I ଅାସନ୍ତା ୨୯ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ I ଏଥିରେ ୩ କିମ୍ବା ୪ ଦିନ ଏପଟ ସେପଟ ହୋଇପାରେI ତେବେ କେରଳ ଛୁଇଁବାର ୧୦ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି I ଗତ ୨୦୧୬ରେ […]
ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ଏ ପ୍ରସଙ୍ଗ ସହ ଆଉ ୪ଟି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକାଇଥିବା ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏଥିରେ ସଂସଦର କାର୍ଯ୍ୟ ଧାରାକୁ ଫଳପ୍ରଦ କରିବା, ସ୍ୱାଧୀନତାର ୭୫ ବର୍ଷ ଅବସରରେ ନୂତନ ଭାରତ ଗଠନ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଏବଂ ଦେଶରେ ମହତ୍ୱାକାଂକ୍ଷୀ ଜିଲ୍ଲାର ବିକାଶ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ବାରମ୍ବାର ନିର୍ବାଚନ ଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ରୋକିବାକୁ […]
ଅନୁଗୁଳ: କୋର୍ଟ ପରିସରରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ। ଜରପଡ଼ା ଥାନା କୁଇକୀଳା ଡବଲ୍ ମର୍ଡର୍ ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ଅଭିଯୁକ୍ତ ଝସକେତନ୍ ସାହୁ କୋର୍ଟ ପରିସରରୁ ଚମ୍ପଟ୍ ମାରିଛି। ଶୁକ୍ରବାର ଝସକେତନ କୋର୍ଟକୁ ଶୁଣାଣି ପାଇଁ ଆସିଥିବା ବେଳେ ପରିସ୍ରା କରିବା ବାହାନାରେ କୋର୍ଟ ପରିସରରେ ଥିବା ପରିସ୍ରାଗାରକୁ ଯାଇଥିଲା। ପରିସ୍ରାଗାରର ଆଜ୍ବେଷ୍ଟସ୍ ଉଠାଇ ଝସକେତନ ଖସି ପଳାଇଥିବା କୁହାଯାଉଛି। ସେ ପରିସ୍ରାଗାର ଯିବା ପୂର୍ବରୁ ପୋଲିସ ପାଖରୁ ମୋବାଇଲ୍ ମାଗିଆଣି କଥା ହେଉଥିଲେ। […]
ବାଲେଶ୍ୱର: ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୨ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭୋଗରାଇର ହୋଇଥିବା ବେଳେ ଅନ୍ୟଜଣେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି। ବେଳାଭୂମିରେ ଗାଧୋଇବାକୁ ମୋଟ ୭ ଜଣ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସମୁଦ୍ରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଥିଲେ।
କେନ୍ଦ୍ରାପଡ଼ା: ୪ ଦଫା ଦାବିରେ କେନ୍ଦ୍ରାପଡ଼ା ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ୨ ଶହରୁ ଅଧିକ କର୍ମଚାରୀ। ଗତ ୧ ତାରିଖରୁ ଅମଲାମାନେ ସମୂହ ଛୁଟିରେ ଯାଇଥିଲେ। ଅମଲାମାନଙ୍କୁ ସ୍ୱତନ୍ତ୍ର କ୍ୟାଡ଼ରଭୁକ୍ତ କରିବା, ଗ୍ରେଡ୍ ପେ ୪ ହଜାର ୨ ଶହ ଟଙ୍କା କରିବା ଭଳି ଦାବି ପୂରଣ ନେଇ ଅମଲା ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଛି। ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନ ଜାରି […]
ରାଉରକେଲା: କୋଏଲ ନଦୀର ବୈକୁଣ୍ଠ ଘାଟରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଗୁରୁ ନାନକ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଦେବୀଦତ୍ତ ସାହୁ ବୋଲି ଜଣା ପଡ଼ିଛି। ଶୁକ୍ରବାର ଅନ୍ୟ ଦୁଇ ସାଙ୍ଗଙ୍କ ସହ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ ଦେବୀଦତ୍ତ। ହେଲେ ଗୋଡ଼ ଖସି ଯିବାରୁ ଗଭୀର ଜଳରେ ସେ ବୁଡ଼ି ଯାଇଥିଲେ। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଏନେଇ୧୯ ନମ୍ବର ସେକ୍ଟର […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭଡ଼ା ଘରୁ ଜଣେ ମହିଳା ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ମଣିମାଳା ନନ୍ଦ। ସେ ତାଙ୍କ ସ୍ୱାମୀ ଦେବାଶିଷ ନନ୍ଦଙ୍କ ସହ ସିନେମା ହଲ୍ ନିକଟ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ସ୍ୱାମୀଙ୍କ ସହ ପାଟିତୁଣ୍ଡ ହେବାରୁ ଘର ଭିତରପଟୁ କବାଟ ଦେଇ ମଣିମାଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତଦେହର ଗୋଡ଼ […]
ଯାଜପୁର: ଯାଜପୁର ରୋଡ୍ରେ ଏକ ଭାଲୁ ପଶିଆସିଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶୁକ୍ରବାର ଭୋର୍ ସମୟରେ ଭାଲୁଟି ସହର ଭିତରକୁ ପଶିଆସିଛି। ଲୋକେ ଭାଲୁଟିକୁ ଘଉଡ଼ାଇବାକୁ ଟେକାପଥର ଓ ବାଣ ମାଡ଼ କରିଛନ୍ତି। ଫଳରେ ଭୟଭୀତ ହୋଇ ଦଳା ବାଇପାସ୍ ନିକଟସ୍ଥ ଏକ ବୁଦା ମୂଳରେ ଭାଲୁଟି ଲୁଚିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଛନ୍ତି। ବନ ବିଭାଗ ପକ୍ଷରୁ ଜାଲ ବିଛାଯାଇଥିଲେ ମଧ୍ୟ ଭାଲୁଟିକୁ ଧରିବା ସମ୍ଭବ ହୋଇପାରିନାହିଁ। ଭାଲୁଟି […]
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ ଦର୍ଶାଇ ଶୁକ୍ରବାର ଦେଶବ୍ୟାପୀ ପ୍ରତିବାଦ କରିଛି ଅଖିଳ ଭାରତ କଂଗ୍ରେସ କମିଟି। ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦିଆଯାଇଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି। ଓଡ଼ିଶା ପିସିସି ପକ୍ଷରୁ ମଧ୍ୟ ରାଜଭବନ ଆଗରେ ଧାରଣା ଦିଆଯାଇଛି। କଂଗ୍ରେସ ନେତାମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ତିନିମୁହାଣି ଛକରେ ମଧ୍ୟ କଂଗ୍ରେସ […]
ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରାଲ୍ ଓ ଡ଼ିଜେଲ୍ ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ଏଭଳି ଆକଳନ କରିଛନ୍ତି ତୈଳ ଓ ଅର୍ଥନୀତି ବିଶେଷକ। କର୍ଣ୍ଣାଟକ ନିର୍ବାଚନର ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ାଇବାକୁ ପଡ଼ିବ ବୋଲି ଏହି ସଂସ୍ଥା କହିଛି। କର୍ଣ୍ଣାଟକ ନିର୍ବାଚନ ଲାଗି ଦୀର୍ଘ ୧୯ ଦିନ ଧରି ତୈଳ ଦରରେ ସଂଶୋଧନ ସ୍ଥଗିତ ରଖାଯାଇଥିଲା। ତେବେ […]