ଭୁବନେଶ୍ୱର: ଚାରିଆଡ଼େ ଡହ ଡହ ଖରା। ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ। ଦିନ ହେଉ କି ରାତି ତାତି କିନ୍ତୁ କମିବାର ନାଁ ନେଉନି। ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ବି କେଉଁଠି ପାରଦ ୪୦ ଡିଗ୍ରୀ ତ ଆଉ କେଉଁଠି ତାପମାତ୍ରା ତା’ଠାରୁ ବି ବେଶୀ ରହିଛି। ରାଜ୍ୟର ୮ଟି ସହରରେ ଆଜି ୪୦ ଡିଗ୍ରୀ ଉପରେ ରହିଥିଲା ପାରା। କିଛି ଦିନ ହେଲାଣି ଏଭଳି ତାତି ଲାଗି ରହିଥିବାରୁ ସ୍କୁଲ ଛୁଟିକୁ ବି ୩ ଦିନ […]
ବାଲୁଗାଁ: ମା’ କାଳୀଜାୟୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା। ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଡଙ୍ଗାରେ ଥିବା ଅନ୍ୟ ୮ ଜଣ ନିଖୋଜ ହୋଇଯାଇଛନ୍ତି, ଓ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୭ ଜଣ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ମା’ କାଳୀଜାୟୀଙ୍କ ଦର୍ଶନ କରିବା ପରେ ଡଙ୍ଗାଟି ପର୍ଯ୍ୟଟକଙ୍କୁ ଧରି କାଳିଜାଈରୁ […]
ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ । ନିକଟରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ନବୀନ ଯୋଗ ନ ଦେବାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନବୀନଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି। ତେବେ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ତାର ଆଭିମୁଖ୍ୟ ଲିଖିତ ଆକାରରେ ନୀତି ଆୟୋଗକୁ ଅବଗତ କରିଥିବା ଜଣାପଡ଼ିଛି। […]
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ପ୍ରସଙ୍ଗକୁ ନେଇ ଶନିବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଜନ ସତ୍ୟାଗ୍ରହ ଆରମ୍ଭ କରାଯାଇଛି। ରତ୍ନଭଣ୍ଡାରର ଅସଲି ଚାବି ହଜିବା ଘଟଣାରେ ଏତଲା ନ ରଖାଯିବା, ନକଲି ଚାବି ମିଳିବା ଘଟଣାରେ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିବା ସହ ଦୋଷୀ ଜିଲ୍ଲାପାଳଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି।
ପୁରୀ: ରତ୍ନଭଣ୍ଡାରର ନକଲି ଚାବିକୁ ନେଇ ବିବାଦ ବଢୁଥିବା ବେଳେ ସେଇ ଚାବିରେ ଭଣ୍ଡାର ଖୋଲିବାକୁ ଦାବି ଜୋର ଧରିଛି। ମିଳିଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦଇତାପତି ନିଯୋଗ ଓ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଆଜି ଦାବି କରିଛନ୍ତି। ଏଥିସହିତ ଅଳଙ୍କାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସାର୍ବଜନୀନ ଭାବେ ଘୋଷଣା କରୁ ବୋଲି ସେମାନେ କହିଛନ୍ତି। ୧୯୭୮ରେ ପ୍ରସ୍ତୁତ ଅଳଙ୍କାର ତାଲିକା ସହ ବର୍ତ୍ତମାନର ଅଳଙ୍କାର ତାଲିକାକୁ ମେଳ କରିବା […]
ଭୁବନେଶ୍ୱର: ଆଜି ପ୍ରବଳ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଜଗତସିଂହପୁର, କଟକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ଏହି ୮ ଜିଲ୍ଲାବାସୀଙ୍କୁ ରାତି ୭ଟା ୪୫ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। କାରଣ ଏହିସବୁ ଜିଲ୍ଲାରେ ଆଜି […]
ସମ୍ବଲପୁର: ଆସନ୍ତାକାଲି ଶିବ ବିବାହ। ଏଥିପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଶୀତଳଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଢୋଲ, ଦୁଲଦୁଲି ସାଙ୍ଗକୁ ଶଙ୍ଖ ଓ ଘଣ୍ଟ ଘଣ୍ଟାରେ କମ୍ପୁଛି ପୂରା ପଶ୍ଚିମ ଓଡ଼ିଶା। ଗତକାଲି ସମ୍ବଲପୁରର ଝାଡୁଆପଡ଼ା ସମେତ ଅନ୍ୟ ପଡ଼ାରେ ପତରପେଣ୍ଡି ଉତ୍ସବ ସମ୍ପନ୍ନ ହୋଇଛି। ବରଗଡ଼ ଜିଲ୍ଲାର ବରପାଲିରେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରାର ଧୁମ୍ ଦେଖିବାକୁ ମିଳିଛି। ଗତକାଲି ବାବା କପିଳେଶ୍ୱରଙ୍କର ବିବାହ ପାଇଁ ସବୁ ଦେବାଦେବୀଙ୍କୁ […]
କଟକ: କଳାଧନ ସମ୍ପର୍କିତ ଶନିବାର କଟକରେ ବସିଥିବା ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍ (SIT)ର ବୈଠକ ଶେଷ ହୋଇଛି। ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ମାଓବାଦୀଙ୍କଠାରୁ ବିପୁଳ କଳାଟଙ୍କା ଜବତ ହୋଇଥିବା ସୂଚନା ଦିଆଯିବା ପରେ ଏ ନେଇ ତଦନ୍ତ କରାଯିବ ବୋଲି ଏସ୍ଆଇଟି ଉପାଧ୍ୟକ୍ଷ କହିଛନ୍ତି। ଆଜି ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ ଡି.ପି. […]
ଇସ୍ଲାମାବାଦ୍ : ପାକିସ୍ତାନରେ ଟମାଟୋ ଦର ତିନି ଶହ ପାର୍। ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ପାକିସ୍ତାନକୁ ଭାରି ପଡ଼ିଛି। ପାକିସ୍ତାନର ପରିବା ବଜାରରେ ଏବେ ଆକାଶ ଛୁଆଁ ଦର। କିଲୋ ପିଛା ଟମାଟ ତିନି ଶହ ଟଙ୍କାରେ ବିକ୍ରି ହେଉଛି ପାକିସ୍ତାନରେ। କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ହଠାତ୍ ଦରଦାମ ବୃଦ୍ଧି ପାଇବାରୁ ପାକିସ୍ତାନରେ ଏବେ ଛନକା ପଶିଛି। ଭାରତରୁ ପାକିସ୍ତାନକୁ ଟମାଟ ଆମଦାନୀ […]
ଭୁବନେଶ୍ୱର: ଅରଟେଲ୍ ବିରୋଧରେ ପୁଣି ଷଡ଼ଯନ୍ତ୍ର ଅଭିଯୋଗ ଆସିଛି। ରାଜ୍ୟ ସରକାର ଚାପ ପକାଇ ଅରଟେଲ୍ର ଭୁବନେଶ୍ୱର ମୁଖ୍ୟାଳୟକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅର୍ଟେଲ୍ କର୍ତ୍ତୃପକ୍ଷ। ସରକାର ପୋଲିସ ଲଗାଇ ଅରଟେଲ୍ ଅଫିସକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ସୋନି ଟିଭିର ମିଥ୍ୟା ଅଭିଯୋଗ ଆଧାରରେ ଏଭଳି କରାଯାଉଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସୋନି ନେଟଓ୍ୱର୍କ ସହ ଚୁକ୍ତି ଖିଲାପ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ଶନିବାର […]
ଶ୍ରୀନଗର: ପବିତ୍ର ଇଦ୍ରେ ମଧ୍ୟ ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଶନିବାର ବିକ୍ଷୋଭ ପ୍ରଦର୍ଶନ ବେଳେ କେତେକ ବିକ୍ଷୋଭକାରୀ ପାକିସ୍ତାନର ପତାକା ଓ ଆଇଏସ୍ ପତାକା ପ୍ରଦର୍ଶନ କରିବା ସହିତ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ ମଧ୍ୟ ଅବସ୍ଥା ଅବସ୍ଥା ସୁଧୁରି ନ ଥିଲା। ବିକ୍ଷୋଭକାରୀ ସଂଘବଦ୍ଧ ହୋଇ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏବଂ […]
ଭୁବନେଶ୍ୱର: ବଢ଼ିଲା ଖରାଛୁଟି ଅବଧି। ଜୁନ ୧୮ ବଦଳରେ ଜୁନ୍ ୨୧ ତାରିଖରେ ଖୋଲିବ ସ୍କୁଲ। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଆଉ ୩ ଦିନ ପାଇଁ ବୃଦ୍ଧି କରିଛନ୍ତି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ ୧୭ ଯାଏ ଖରାଛୁଟି ଘୋଷଣା ହୋଇଥିବା ବେଳେ ୧୮ରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଛୁଟି ବୃଦ୍ଧି ପରେ ଆସନ୍ତା ସୋମବାର […]
ଶ୍ରୀନଗର: ଭାରତୀୟ ସେନାର ଯବାନ ଔରଙ୍ଗଜେବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ହତ୍ୟା କରିବା ପୂର୍ବରୁ ଏହି ଭିଡିଓ ସୁଟ୍ କରିଥିବା ଜଣାପଡ଼ିଛି । ଏହି ଭିଡିଓରେ ଆତଙ୍କବାଦୀମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ବ୍ୟକ୍ତିଗତ ଜୀବନ ସହିତ ସେ କେଉଁ କେଉଁ ଏନ୍କାଉଣ୍ଟରରେ ସାମିଲ ଥିଲେ, ଏନ୍କାଉଣ୍ଟରରେ କଣ କଣ ହୋଇଥିଲା ସେ ସଂପର୍କରେ ଟିକିନିଖି ପ୍ରଶ୍ନ କରିଥିଲେ ଆତଙ୍କବାଦୀ । ଏପରିକି ଔରଙ୍ଗଜେବଙ୍କ ଆର୍ମି ଟିମ୍ […]
ଶ୍ରୀନଗର: ଜମ୍ମୁ ଓ ଶ୍ରୀନଗରରେ ପୁଣି ପାକ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିମାଡରେ ଜଣେ ଯବାନ ସହିଦ ହୋଇଛନ୍ତି ।ସହିଦ ଯବାନଙ୍କ ନାଁ ବିକାଶ ଗୁୁରୁଙ୍ଗ । ଅାର୍ଣ୍ଣିଅା ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଭୋର ୪ଟାରୁ ଭାରତୀୟ ପୋଷ୍ଟ ଉପରକୁ ଟାର୍ଗେଟ କରି ଅାକ୍ରମଣ ହୋଇଥିଲା । ବିଏସଏଫ ପକ୍ଷରୁ ଏହାର କଡା ଜବାବ ଦିଅାଯାଉଛି । ସେପଟେ ମେ ୧୬ରୁ ଘୋଷଣା ହୋଇଥିବା ଅସ୍ତ୍ରବିରତିର ଅବଧି […]
ଝାରସୁଗୁଡ଼ା: ଜଣେ ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଲଖନପୁର ବ୍ଲକ କନକତୋରା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାବୁଡେରା ଢାବା ମାଲିକ ରାଜେଶ ସାହୁଙ୍କୁ ଗତ ରାତିରେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଢାବାରେ ରାଜେଶ ଶୋଇଥିବାରୁ ଆଜି ସକାଳେ ତାଙ୍କ ସ୍ତ୍ରୀ ଜଳଖିଅଆ ଧରି ଢାବାରେ ପହଞ୍ଚିଥିଲେ। […]
କେନ୍ଦ୍ରାପଡ଼ା: ଝିଅ ସବୁଠି ଅସୁରକ୍ଷିତ। ଏମିତିକି କେଉଁଠିକି ବୁଲି ଯିବା ବି ନିରାପଦ ନୁହେଁ। ପହିଲି ରଜ ଦିନ ଏକ ଝିଅ ତା ସାଙ୍ଗ ସହ ସମୁଦ୍ରକୂଳକୁ ବୁଲି ଯାଇଥିବାବେଳେ ଲମ୍ପଟମାନଙ୍କ କବଳରୁ ଖସି ପାରି ନାହିଁ । ଲମ୍ପଟ ଯୁବକମାନେ ତା ଇଜ୍ଜତ ମହତ ନେବା ସହ ଭିଡିଓ ଭାଇରାଲ କରି ଆଇନ କାନୁନକୁ ଆଖିଠାର ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି। ଏ ନେଇ ଝିଅଟିର […]
ଦିଲ୍ଲୀ( ଶିବାନନ୍ଦ) : ଅଗଷ୍ଟ କ୍ରାନ୍ତି ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ‘ଆଟ୍ ହୋମ’ କାର୍ଯ୍ୟକ୍ରମ। ଚଳିତ ବର୍ଷ ଏଥିରେ ଓଡ଼ିଶାର ୨ଜଣ ସ୍ୱାଧୀନତା ସଂଗ୍ରାମୀ ସାମିଲ ହୋଇଛନ୍ତି। ଏମାନେ ହେଉଛନ୍ତି ନୟାଗଡ଼ର ୯୬ ବର୍ଷୀୟ ସହଦେବ ବେହେରା ଏବଂ ଯାଜପୁରର ୯୦ ବର୍ଷୀୟ ନୀଳମଣି ସାମଲ। ଗତକାଲି ଏହି ଦୁଇ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଶା ଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଆବାସିକ କମିଶନର ତୁହିନ କାନ୍ତ […]
ବାରିପଦା: ବାରିପଦାରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାରିପଦା ବେତନଟୀର ଗରୁଡ଼ବସା ଗାଁ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ନାବାଳିକା ଜଣକ ରଜରେ ବୁଲିବାକୁ ଯାଇ ଗତକାଲିଠୁ ନିଖୋଜ ଥିଲେ। ସେହି ଗାଁର ଜଣେ ଯୁବକ ନାବାଳିକାଙ୍କୁ ବୁଲାଇ ନେଇ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ବେତନଟୀ ପୋଲିସ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବ ଝାରସୁଗୁଡ଼ା ବିମାନବନ୍ଦର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ଝାରସୁଗୁଡ଼ାରେ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ଅାବଶ୍ୟକତାକୁ ପୂରଣ କରିବ। ଏହି ବିମାନବନ୍ଦର ନାମକରଣ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ […]
କେନ୍ଦ୍ରାପଡ଼ା/ଅାଳି/ ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜପର୍ବ ଅାନନ୍ଦ ଉଲ୍ଲାସର ସହ ପାଳିତ ହେଉଛି I ଦୂର ଦୂରାନ୍ତରେ ରହି ଚାକିରି ଓ ବ୍ୟବସାୟ କରୁଥିବା ଜିଲ୍ଲାର ଲୋକମାନେ ରଜଛୁଟି କଟାଇବାକୁ ଗାଁକୁ ଫେରି ଅାସିଛନ୍ତି I ଘରେ ଘରେ ପିଠାପଣା ସାଙ୍ଗକୁ ଦୋଳି ଖେଳ, ପୁଚି ଖେଳ ରଜର ମୁଖ୍ୟ ଅାକର୍ଷଣ ରହିଛି I କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଅାଳି, ରାଜକନିକାର ବିଭିନ୍ନ ସ୍ଥାନରେ ସାମୂହିକ ଭାେବେ ରଜ ପାଳିତ ହୋଇଛି I ଅାଳି ଡାକବଂଗଳାରେ […]
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ବିୟୋଗ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କର ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀଙ୍କ ମାତୃ ବିୟୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ସବୁଠି ପିଠା, ମିଠା ଓ ପାନର ମହକ। ରଜପାନ, ରଜ ପିଠା ସାଙ୍ଗକୁ ଦୋଳି, ପୁଚି ଖେଳି ଏବଂ ମେହେନ୍ଦୀ ଲଗାଇ ଉତ୍ସବ ମନାଉଛନ୍ତି ଝିଅମାନେ। ପୁଅମାନେ ମଧ୍ୟ ତାସ୍ ସାଙ୍ଗକୁ କବାଡି ଖେଳି ମଜା ନେଉଛନ୍ତି। ରାଜଧାନୀର ପାତ୍ରପଡା ଓ ଧଉଳିର ଗୋପୀନାଥପୁରରେ ରଜକୁ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଛି। ପାତ୍ରପଡାର ମୁଖ୍ୟ ଆକର୍ଷଣ ହେଉଛି ୧୬୨ଟି ଦୋଳି। ଏହା ସାଙ୍ଗକୁ ବିଭିନ୍ନ ଖେଳକୁଦ […]
ସୋର: ଲଭ୍-ସେକ୍ସ ଆଉ ଶେଷରେ ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଯୁବକ ଜଣଙ୍କ ୨ଥର ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ସବୁଠୁ ବଡ଼ କଥା ହେଉଛି ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା କମରପୁର ଅଞ୍ଚଳର ଜଣେ ଯୁବତୀଙ୍କର ୨୦୦୯ ମସିହାରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ସାରୁଗୁଣା ଗ୍ରାମର ସଂଗ୍ରାମ ମୁର୍ମୁଙ୍କ ସହିତ […]