• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gun
ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ

ସମ୍ବଲପୁର : ସମ୍ବଲପୁରରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ। ଜଳେଇପଡ଼ା ସ୍ଥିତ ଜଣଙ୍କ ଘରୁ ୫ଟି ଚୋରା ବନ୍ଧୁକ ସହ ୧୨ଟି ଜୀବନ୍ତ ଗୁଳି ଓ ୨ଟି ଖୋକା ଜବତ କରିଛି ପୋଲିସ। ଏହି ମାମଲାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଜାହିନ ଖାନକୁ ପୋଲିସ ଗିରଫ କରିଛିା ମହମ୍ମଦ ସହରରେ ଦୀର୍ଘ ଦିନ ହେବ ଚୋରା ବନ୍ଧୁକ କାରବାର ଚଳାଇ ଆସୁଥିଲା। ମହମ୍ମଦ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ […]

  • Saturday, 17 July 2021
kalabaisakhi
୫ ଜିଲ୍ଲାକୁ ସତର୍କ ସୂଚନା: ଅପରାହ୍ନ ୪ଟା ଯାଏ ହୁସିଆର!

ଭୁବନେଶ୍ୱର: ଆଜି ରାଜ୍ୟରେ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ନ ସାଢ଼େ ୪ଟା ଯାଏଁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ। ଏହି ସମୟରେ ଘରୁ ନ ବାହାରିବା ପାଇଁ ଲୋକମାନଙ୍କୁ  ସତର୍କ କରାଯାଇଛି।

  • Saturday, 17 July 2021
black tiger
ଓଡ଼ିଶାରେ ଠାବ ହେଲା କଳା ବାଘ

ଭୁବନେଶ୍ୱର: ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ ଏକ କଳା ବାଘକୁ ଠାବ କଲା ବନ ବିଭାଗ। କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସମ୍ପୂର୍ଣ୍ଣ କଳା ରହିଛି। ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ ଅଛନ୍ତି। କଳାବାଘ ଓ ମେଲାନିଷ୍ଟିକ ଟାଇଗର ଥିବା ଏକମାତ୍ର ରାଜ୍ୟ  ହେଉଛି ଓଡ଼ିଶା। ପିସିସିଏଫ୍ (ୱାଇଲ୍ଡ ଲାଇଫ୍) ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ୯୦ ଦଶକରେ […]

  • Saturday, 17 July 2021
begunia
ଏନଏସି ଦାବିରେ ବେଗୁନିଆ ବନ୍ଦ

ଖୋର୍ଦ୍ଧା: NAC ମାନ୍ୟତା ଦାବିରେ ଖୋର୍ଦ୍ଧା ବେଗୁନିଆରେ ବନ୍ଦ ପାଳନ। ବେଗୁନିଆ ସଚେତନ ମଞ୍ଚ ପକ୍ଷରୁ ଆଜି ବେଗୁନିଆ ବନ୍ଦ ଡାକରା ଦିଆଯାଇଛି। ବେଗୁନିଆକୁ NAC ମାନ୍ୟତା ସହ ୩ ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ଯୋଗୁଁ ବେଗୁନିଆ ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ ସହ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ସହରରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସଚେତନ ମଞ୍ଚ […]

  • Saturday, 17 July 2021
chariot
ନନ୍ଦିଘୋଷ ପରେ ଏବେ ପୁଣି ଦେବଦଳନ ରଥ ନିର୍ମାଣରେ ତ୍ରୁଟି

ପୁରୀ: ନନ୍ଦିଘୋଷ ରଥ ପରେ ଏବେ ପୁଣି ସାମ୍ନାକୁ ଆସିଛି ଦେବଦଳନ ରଥ ନିର୍ମାଣରେ ତ୍ରୁଟି। ଏହି ରଥ ଚକର ତୁମ୍ଭ ଏବଂ ପହିରେ ଫାଟ ଜଣାପଡ଼ିଥିବାରୁ ଏହାକୁ ଫେରାଇ ଦେଇଛନ୍ତି ରଥ ନିର୍ମାଣ କମିଟିର ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ଦାସ। ରଥଖଳାକୁ ଆସି ସେ ତିନି ରଥର ମହାରଣା, ଭୋଇ ସର୍ଦ୍ଦାର ଏବଂ ରଥର ଅମିନଙ୍କ ଉପସ୍ଥିତିରେ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଏହାକୁ ଫେରାଇ ଦେଇଥିଲେ। ଏହି ସମୟରେ ଦେବଦଳନ ରଥ […]

  • Saturday, 17 July 2021
private hospital
୨୫ରେ ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍ ବନ୍ଦ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍‌। ଭୁବନେଶ୍ୱରରେ ଆଇଏମଏ ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଫୋରମ। ଫୋରମର ଅଭିଯୋଗ, ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ ଅନୁଯାୟୀ ନା ହୋଇପାରୁଛି ପଞ୍ଜିକରଣ ନା ନବୀକରଣ। ୨୦୧୪ ମସିହାରୁ ଏହି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସମାଧାନ ବାହାରିନି। ଫଳରେ ଆସନ୍ତା ୨୫ ତାରିଖ ଦିନ […]

  • Saturday, 17 July 2021
naveen patnaik
ଆଜି ସରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ

ଭୁବନେଶ୍ୱର: ଆଜି ନବୀନ ସରକାରଙ୍କ ଚତୁର୍ଥ ଇନିଂସ୍‌ର ଚତୁର୍ଥ ବର୍ଷ ଶେଷ ହେଉଛି। ଏନେଇ ଆଜି ବସୁଛି ବିଜେଡ଼ି ମନ୍ତ୍ରୀ ପରିଷଦ ବୈଠକ। ନିର୍ବାଚନ ବର୍ଷ ହୋଇଥିବାରୁ ଫୋକସ୍‌ରେ ରହିପାରେ ୨୦୧୪ରେ ବିଜେଡ଼ିର ନିର୍ବାଚନୀ ଇସ୍ତାହାର। ଭୋଟରଙ୍କ ପାଖକୁ ଯିବା ପୂର୍ବରୁ ଇସ୍ତାହାର ମୁତାବାକ କେତେ କାମ ହୋଇଛି ସେ ନେଇ ତର୍ଜମା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଓ ସମସ୍ତ ମହାବିଦ୍ୟାଳୟରେ କ୍ୟାରିୟର୍ କାଉନସିଲିଂ ସୁବିଧା ପାଇଁ ଇସ୍ତାହାରରେ କରାଯାଇଥିବା […]

  • Saturday, 17 July 2021
encounter
କଟକରେ ଏନ୍‌କାଉଣ୍ଟର

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। କଟକ ସଦର ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର କରିଛି ପୋଲିସ। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଉତ୍ତମ ସିଂ ଓରଫ କାବୁଆ ଆହତ ହୋଇଛି। କାବୁଆର ବାମ ଗୋଡ଼ରେ ଗୁଳି ବାଜିଛି। ଫଳରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି। କଟକ ସଦର ଥାନା କୁରୁଣ୍ଟି ଗାଁରେ ପୋଲିସ୍‌ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ କାବୁଆର ସମ୍ପୃକ୍ତି ଥିବା କୁହାଯାଉଛି।

  • Saturday, 17 July 2021
crocodile
ଗାଁରେ ଜଳାଭାବ, ନଈକୁ ଗୋଡ଼ କାଢ଼ିଲେ କୁମ୍ଭୀର ଭୟ

କେନ୍ଦ୍ରାପଡ଼ା : ବିଶ୍ୱପ୍ରସିଦ୍ଧ ଭିତରକନିକା ଆଖପାଖ ନଈକୂଳିଆ ଲୋକଙ୍କୁ କୁମ୍ଭୀର ଆତଙ୍କ। ଏବେ ପ୍ରଜନନ ଋତୁ ପାଇଁ ବ୍ରାହ୍ମଣୀ ଓ ଏହାର ଶାଖା ନଦୀଗୁଡ଼ିକରେ କୁମ୍ଭୀରଙ୍କୁ ନେଇ ସବୁ ସମୟରେ ବିପଦ। ଗତ ଏପ୍ରିଲ୍ ୨୧ ତାରିଖରେ ରାଜନଗର ଡିଆପାରୀ ଗାଁ ପାଖ ହଂସୁଆ ନଈରେ ଭାଇ ସାଙ୍ଗରେ ଗାଧୋଉ ଗାଧୋଉ ଉଭାନ୍ ହୋଇଯାଇଥିଲା ୧୪ ବର୍ଷର ବାଳକ ଶ୍ରୀକାନ୍ତ। ପରଦିନ ମିଳିଥିଲା ଶ୍ରୀକାନ୍ତଙ୍କ ମଲାଦେହ। ଏଠି ରାଜପୁର ଗାଁ ବ୍ରାହ୍ମଣୀ ନଈ କୂଳରେ ବି ସେଇ […]

  • Saturday, 17 July 2021
ଦଗତ
ସର୍ବକାଳୀନ ରେକର୍ଡ ଛୁଇଁଲା ତୈଳଦର

ଭୁବନେଶ୍ୱର : ମୁମ୍ବାଇରେ ୮୪, ଦିଲ୍ଲୀରେ ୭୬। ସର୍ବକାଳୀନ ରେକର୍ଡ କରିଛି ତୈଳ ଦର। କର୍ଣ୍ଣାଟକ ନିର୍ବାଚନ ସରିବା ପରଠାରୁ ଗତ ୧୪ ତାରିଖରୁ କ୍ରମାଗତ ୭ ଦିନ ହେଲା ଦୈନିକ ବଢିଛି ଦର। ଏହା ପୂର୍ବରୁ ୧୯ ଦିନ ଧରି ତେଲ ଦର ଅପରିବର୍ତ୍ତିତ ରହିଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର ବୃଦ୍ଧି ସତ୍ତ୍ୱେ କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରାୟ ୩ ସପ୍ତାହ ଧରି ତୈଳ ଦରକୁ ନିୟନ୍ତ୍ରଣରେ ରଖିଥିବା କୁହାଯାଉଛି। […]

BJP-1
କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର : ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ଆଇନ ଶୃଙ୍ଖଳା, ଦୁର୍ନୀତି, ମହିଳା ନିର୍ଯାତନା, ମହାନଦୀ,ଜଳସେଚନ ଆଦି ପ୍ରସଙ୍ଗରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି କଡ଼ା ସମାଲୋଚନା କରିଛି ବିଜେପି। ଦଳ ଅଭିଯୋଗ କରିଛି, ରାଜ୍ୟରେ ଦିନକୁ ଦିନ ମହିଳା ନିର୍ଯାତନ ବଢୁଛି। ଦୁଷ୍କର୍ମ ସଂଖ୍ୟା ବଢୁଥିଲେ ମଧ୍ୟ ସେହି ଅନୁସାରେ ଦୋଷୀ ଦଣ୍ଡ ପାଉନାହିଁ। ସେହିପରି ମହାନଦୀ ପ୍ରସଙ୍ଗରେ ଆଜିର ପରିସ୍ଥିତି […]

  • Saturday, 17 July 2021