ପାଟନା: ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ପୁଣି ଧମକାଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ୧୯୬୫ ଏବଂ ୧୯୭୧ ମସିହାରେ କରିଥିବା ଭୁଲ୍ ନ ଦୋହରାଉ। ଏପରି ଭୁଲ କଲେ ବିଶ୍ୱର କୌଣସି ଶକ୍ତି ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ ହେବାରୁ ଅଟକାଇପାରିବନି। ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ଏପରି ଭୁଲ କରିବା ଆଗରୁ ଭାବନ୍ତୁ ପିଓକେର କ’ଣ ହେବ। ପାସ୍ତୁନ୍ ଏବଂ ବଲୁଚିସ୍ତାନରେ ମାନବାଧିକାର ଉଲ୍ଲଂଘନ ହେଉଛି। ଯଦି ଏପରି ଚାଲେ ପାକିସ୍ତାନକୁ କୌଣସି […]
ନୂଆଦିଲ୍ଲୀ: ଭାରତର ମାନଚିତ୍ରକୁ ଅସମ୍ପୂର୍ଣ୍ଣ କରୁଥିବା ଏବଂ ବର୍ତ୍ତମାନ ପାକିସ୍ତାନ ଦଖଲରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗଠନ ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନେହରୁଙ୍କ ପାଇଁ ହିଁ ପିଓକେ ଭାରତରେ ସାମିଲ ହୋଇପାରିଲା ନାହିଁ। ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯଦି ଏହାର ପରିଚାଳନା କରିଥା’ନ୍ତେ ତେବେ ଏହାର ପରିଣାମ କିଛି ଅଲଗା ହୋଇଥା’ନ୍ତା ବୋଲି ଶାହ କହିଛନ୍ତି। […]
ନୂଆଦିଲ୍ଲୀ: ଆମେରିକାର ଆଜି ଏନଆରଜି ଷ୍ଟାଡିୟମରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶନିବାର ଆମେରିକାର ଟେକସାସ୍ ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିବେ ବାଲୋଚ, ସିନ୍ଧି ଏବଂ ପାସ୍ତୋ ସଂଗଠନର ପ୍ରତିନିଧି। ପାକିସ୍ତାନ ପାଖରୁ ସ୍ୱାଧୀନତା ପାଇବା ପାଇଁ ସେମାନେ ଦାବି କରିବେ ବୋଲି ଜଣାପଡ଼ିଛି। ଆମେରିକାର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ବାଲୋଚ, ପ୍ରବାସୀ […]
ନୂଆଦିଲ୍ଲୀ: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଶନିବାର ଆମେରିକାର ଟେକ୍ସାସର ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋର୍ଦାର ସ୍ୱାଗତ କରିଛନ୍ତି ଆମେରିକା ଏବଂ ଭାରତର ଅଧିକାରୀ। ଏହି ସମୟର ଏକ ଦୃଶ୍ୟକୁ ନେଇ ଖୁବ୍ ପ୍ରଶଂସା ସାଉଁଟୁଛନ୍ତି ମୋଦି। ଜଣେ ମହିଳା ଅଧିକାରୀ ମୋଦିଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରୁଥିବା ସମୟରେ ମୋଦି ଏପରି କିଛି କରିଛନ୍ତି ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ସହ […]
ନୂଆଦିଲ୍ଲୀ: ଆସନ୍ତାକାଲି ଆମେରିକାର ହଷ୍ଟନ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ହାଓଡ଼ି ମୋଦି କାର୍ଯ୍ୟକ୍ରମ। ଟେକ୍ସାସରେ ରହୁଥିବା ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଆମେରିକାର ହଷ୍ଟନ୍ ସହରରେ ମୋଦିଙ୍କ ପୋଷ୍ଟର୍ ଛାଇ ଯାଇଛି। ପ୍ରଥମ ଥର ପାଇଁ ଆମେରିକାରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସେହି ଦେଶର ରାଷ୍ଟ୍ରପତି ଗୋଟିଏ ମଞ୍ଚରେ ଏକାଠି […]
ନୂଆଦିଲ୍ଲୀ: ଚାଲାଣ କାଟିବାରୁ ବର୍ତ୍ତିବା ପାଇଁ ହେଲେ କାର୍ ଡ୍ରାଇଭର୍ମାନେ ଗାଡ଼ିରେ କଣ୍ଡୋମ ରଖିବା ବାଧ୍ୟତା ମୂଳକ ! ଯଦି ସେମାନେ କଣ୍ଡୋମ୍ ରଖିବେ ନାହିଁ ତେବେ ଫାଇନ୍ ଦେବେ। ଦିଲ୍ଲୀର ଧର୍ମେନ୍ଦ୍ର ନାମକ ଜଣେ କ୍ୟାବ୍ ଡ୍ରାଇଭର୍ ନିଜ କାର୍ରେ କଣ୍ଡୋମ୍ ରଖିନଥିବାରୁ ଫାଇନ୍ ଦେଇଥିବା କହିବା ପରେ ଏହି କଥା ସାରା ଦିଲ୍ଲୀରେ ପ୍ରଚାର ହୋଇଗଲା। ଚାଲାଣରୁ ବର୍ତ୍ତିବା ପାଇଁ ହେଲେ କାର୍ରେ କଣ୍ଡୋମ୍ ରଖିବା ବାଧ୍ୟତାମୂଳକ ବୋଲି ଭାବିଲେ। କିନ୍ତୁ ଆପଣ ଜାଣି […]
ଗୃହରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା କାରଣରୁ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଚଳିତ ଅଧିବେଶନ ଶେଷ ଯାଏ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି।
ଚୋରୀ କରୁଥିବା ସୂଚନା ଦେଲେ ମିଳିବ ପୁରସ୍କାର। ହଜାରେ ବା ୧୦ ହଜାର ନୁହେଁ, ୨୫ ଲକ୍ଷ ପର୍ଯ୍ୟନ୍ତ ପାଇପାରିବେ ପୁରସ୍କାର।
ବସ୍ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ମୋଗା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ଜମ୍ମୁ-କାଶ୍ମୀର ବାରମୁଳା ଜିଲ୍ଲାର ସୋପାରରେ ଆଜି ସେନା-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକମୀ
ଜନ୍ତରମନ୍ତରକୁ ଆସିବାବେଳେ ପୋଲିସ ସେମାନଙ୍କୁ ୩ଟି ସ୍ଥାନରେ ଅଟକ ରଖିଥିଲା। ଅଧିକ ଗହଳି ନ ହେବାକୁ ଦେବା ଲାଗି ଦିଲ୍ଲୀ ପୋଲିସ ସମସ୍ତ ସଂଲଗ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଇଥିଲା।
ନୂଆଦିଲ୍ଲୀ: ଆର୍ଥିକ ସଂକଟର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଯଦି କୌଣସି MSME ଋଣ ପରିଶୋଧରେ ଖିଲାପ କରିଛନ୍ତି, ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ଋଣକୁ NPA ଘୋଷଣା ନ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୁଖ୍ୟମାନଙ୍କ ସହିତ ବୈଠକ କରିବା ପରେ ଏହି ଘୋଷଣା କରିଛନ୍ତି। ଏ ସଂପର୍କରେ ଆଗରୁ ରିଜର୍ଭ ବ୍ୟାଙ୍କ୍ ଏକ ସର୍କୁଲାର ମଧ୍ୟ […]